Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚଳଚ୍ଚିତ୍ର ‘ଦୃଷ୍ଟିକୋଣ’ର ସ୍ୱତନ୍ତ୍ର ସିନେ କ୍ରିିଟିକ୍ ସୋ: ୫ ଷ୍ଟାର ମାନ୍ୟତା
ଆଜିର ଖବର

ଚଳଚ୍ଚିତ୍ର ‘ଦୃଷ୍ଟିକୋଣ’ର ସ୍ୱତନ୍ତ୍ର ସିନେ କ୍ରିିଟିକ୍ ସୋ: ୫ ଷ୍ଟାର ମାନ୍ୟତା

May 24, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ପୁଣି ମୁଖ୍ୟସ୍ରୋତକୁ ଫେରିବ କି ଓଡିଆ ଚଳଚ୍ଚିତ୍ର? ଓଡିଆ ଚଳଚ୍ଚିତ୍ର ଦେଖିବାକୁ ପ୍ରେକ୍ଷାଳୟକୁ ଆସିବେ କି ଓଡିଆ ଦର୍ଶକ? ଏମିତି ଅନେକ ଅସମାହିତ ପ୍ରଶ୍ନର ଉତ୍ତର ଖୋଜା ଚାଲିଛି।

ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବା ପୂର୍ବରୁ ଓଡିଆ ଚଳଚ୍ଚିତ୍ର ଦୃଷ୍ଟିକୋଣର ଏକ ପ୍ରେସ ସୋ ସ୍ଥାନୀୟ ସ୍ୟାଣ୍ଡି ଟାୱାର ଠାରେ ଆୟୋଜିତ ହୋଇଛି। ସିନେ କ୍ରିଟିକ, ସିନେ ପ୍ରେମୀ, ସାମ୍ବାଦିକଙ୍କ ଗହଣରେ ଏହି ସୋ ଅନୁଷ୍ଠିତ ହୋଇଛି। ଅକ୍ଷୟ ପରିଜା ପ୍ରଡକ୍ସନ ନିବେଦିତ ଏହି ଚଳଚ୍ଚିତ୍ର ମୁକ୍ତିଲାଭ ପୂର୍ବରୁ ବିବାଦୀୟ ଓ ଓଡିଆ ଚଳଚ୍ଚିତ୍ର ଜଗତରେ ଏକ ବିପ୍ଳବ ଆଣିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ସିନେମାର ପ୍ରଯୋଜକ ଓ ନିର୍ଦ୍ଦେଶକ। ନିଜ ଚଳଚ୍ଚିତ୍ର ନିଶ୍ଚିତ ଓଡିଆ ଦର୍ଶକ ମାନଙ୍କ ମଧ୍ୟରେ ବିପ୍ଳବ ସୃଷ୍ଟି କରିବା ସହ ଦର୍ଶକ ମାନଙ୍କୁ ପ୍ରେକ୍ଷାଳୟ ମୁହାଁ କରିବ ବୋଲି ପ୍ରଯାଜନା ସଂସ୍ଥା ଦୃଢ଼ ଆଶାବାଦୀ।

ସିନେମା ଦେଖିବା ପରେ ସିନେ କ୍ରିଟିକ ମାନେ ଚଳଚ୍ଚିତ୍ରକୁ ଫାଇଭ୍ ଷ୍ଟାର ମାନ୍ୟତା ଦେବା ସହ ସବୁ କ୍ଷେତ୍ରରେ ସିନେମାଟି ଉନ୍ନତ ମାନର ହୋଇଛି ବୋଲି ମତବ୍ୟକ୍ତ କରିଥିଲେ। ସିନେ ସମୀକ୍ଷକ ମାନେ ଚଳଚ୍ଚିିତ୍ରର କାହାଣୀ, ଚିତ୍ରନାଟ୍ୟ, ନିର୍ଦ୍ଦେଶନାକୁ ଭୂୟସୀ ପ୍ରଶଂସା କରିବା ସହ ଏଥିରେ ପ୍ରଥମଥର ପାଇଁ ଅଭିନୟ କରୁଥିବା ଲିଜା ନାୟକଙ୍କ ଅଭିନୟରେ ମନ୍ତ୍ର ମୁଗ୍ଧ ହୋଇଥିଲେ। ସେହିଭଳି ଅଭିନେତ୍ରୀ ଏଲିନା ସାମନ୍ତରାୟଙ୍କ କ୍ରାଇମବ୍ରାଂଚ ପୋଲିସ ଅଫିସର ଭୂମିକା ମଧ୍ୟ ତାଙ୍କ ଜୀବନର ଏକ ମାଇଲ ଷ୍ଟୋନ ହେବ ବୋଲି ପ୍ରକାଶ କରିଥିଲେ। ଚଳଚ୍ଚିତ୍ରରେ ଅଭିନେତା ହର ରଥଙ୍କ ଆଡଭୋକେଟ ଭୂମିକା ଓ ସାହିତ୍ୟିକ ହରପ୍ରସାଦ ଦାସଙ୍କ ଜଜ୍ ଭୂମିକା ମଧ୍ୟ ନିଚ୍ଛକ ଓ ଲୋକାଦୃତ ହେବ ବୋଲି ଦୃଢ ଆଶା ପ୍ରକଟ କରିଛନ୍ତି।

ଶହ ଶହ ବର୍ଷ ଧରି ଆମ ସମାଜରେ କିଭଳି ନିଷ୍ଠୁର ନାରୀ ନିର୍ଯାତନା ଚାଲି ଆସିଛି ଚଳଚ୍ଚିତ୍ର ‘ଦୃଷ୍ଟିକୋଣ’ ଏହା ଉପରେ ଗଭୀର ରେଖାପାତ କରିଛି। ମଦ ଓ ଡ୍ରଗ୍ସ ନିଶାରେ ହିତାହିତ ଜ୍ଞାନ ହରାଇଥିବା କିଛି ଯୁବକଙ୍କ ଦ୍ୱାରା ଜଣେ ଯୁବତୀ ଗଣଦୁଷ୍କର୍ମର ଶୀକାର ହେଲେ ପ୍ରମାଣ ନଷ୍ଟ କରିବା ପାଇଁ ପୀଡିତାଙ୍କ ସହ ତାଙ୍କ ଭାବି ସ୍ୱାମୀଙ୍କୁ ମଧ୍ୟ ହତ୍ୟା କରାଗଲା। ମାମଲା କୋର୍ଟରେ ପହଁଞ୍ଚିିବା ପରେ ମୃତା ପୀଡିତାଙ୍କ ଚରିତ୍ର ସଂହାର ଆରମ୍ଭ ହୋଇଗଲା। ତେବେ ପୀଡିତାଙ୍କ ପରିବାରକୁ ନ୍ୟାୟ ଦେବାର ଦାଇତ୍ୱ ଏବେ କେବଳ ଜଣେ ମହିଳା ପୋଲିସ ଅଧିକାରୀ ଓ ଜଣେ ଲଢୁଆ ସରକାରୀ ଓକିଲଙ୍କ ଉପରେ ନ୍ୟସ୍ଥ ଥିଲା।

କଣ ସୁନ୍ଦର ହେବା ଗୋଟେ ନାରୀର ଭୁଲ? ନାରୀ ମାନଙ୍କ ସୈନ୍ଦର୍ଯ୍ୟ ପାଇଁ ସେମାନଙ୍କୁ କଣ ଦଣ୍ଡ ଦିଆଯିବ? ଏମିତି ଏକ କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ଦୃଷ୍ଟି କୋଣ। ଯାହା ସାରା ଓଡିଶାରେ ବିଭିନ୍ନ ପ୍ରେକ୍ଷାଳୟରେ ଆସନ୍ତା ମେ ୨୭ ରେ ମୁକ୍ତିଲାଭ କରିବ ବୋଲି ଚଳଚ୍ଚିତ୍ରର କ୍ରିଏଟିଭ ହେଡ୍ ପ୍ରଣୟ ଜେଠୀ ସୂଚନା ଦେଇଛନ୍ତି। ବରିଷ୍ଠ ଫିଲ୍ମ ନିର୍ମାତା ଅକ୍ଷୟ ପରିଜା ସିନେମାରେ ପ୍ରଯୋଜନା କରିଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜ୍ଞ ନିର୍ଦ୍ଦେଶକ ସୁଶାନ୍ତ ମଣି। ମୁଖ୍ୟ ଭୂମିକାରେ ଏଲିନା ସାମନ୍ତରାୟ, ଶୁଭଶ୍ରୀ ନାୟକ(ଲିଜା), ଅଙ୍କିତ ମହାନ୍ତି , ହର ରଥ , ଚୈଧୁରୀ ବିକାଶ ଦାସ, ସାହିତିକ ହର ପ୍ରସାଦ ଦାସ ପ୍ରମୁଖ ଅଭିନୟ କରିଛନ୍ତି।

ଓଡିଆ ଚଳଚ୍ଚିତ୍ର ଦୃଷ୍ଟିକୋଣ
Share. Facebook Twitter LinkedIn Email WhatsApp Copy Link

Related Posts

ଯୁଦ୍ଧକ୍ଷେତ୍ର ପରେ କ୍ରିକେଟ ପିଚ୍‌ରେ ହାରିଲା ପାକିସ୍ତାନ, ଦୁବାଇରେ ଧୁଳି ଚଟାଇଲା ଭାରତ

September 15, 2025

କଂଗ୍ରେସ କଲା ବଡ ଘୋଷଣା, ସେପ୍ଟେମ୍ୱର ୩୦ ସୁଦ୍ଧା ନୂଆ ଜିଲ୍ଲା ସଭାପତି, ଅକ୍ଟୋବର ୨ରୁ…

September 14, 2025

କଂଗ୍ରେସରେ ଯୋଗ ଦେଲେ ବିଜେଡି ଛାତ୍ର ନେତା ହରିଶଙ୍କର 

September 14, 2025

ଆଇଆଇଟି ଭୁବନେଶ୍ୱର ପକ୍ଷରୁ “ଚିନି, ଲୁଣ ଏବଂ ତେଲର ବ୍ୟବହାର ହ୍ରାସ କରିବା” ଶୀର୍ଷକ ବକ୍ତବ୍ୟ ଆୟୋଜିତ

September 14, 2025
Latest News

ଯୁଦ୍ଧକ୍ଷେତ୍ର ପରେ କ୍ରିକେଟ ପିଚ୍‌ରେ ହାରିଲା ପାକିସ୍ତାନ, ଦୁବାଇରେ ଧୁଳି ଚଟାଇଲା ଭାରତ

September 15, 2025

କଂଗ୍ରେସ କଲା ବଡ ଘୋଷଣା, ସେପ୍ଟେମ୍ୱର ୩୦ ସୁଦ୍ଧା ନୂଆ ଜିଲ୍ଲା ସଭାପତି, ଅକ୍ଟୋବର ୨ରୁ…

September 14, 2025

କଂଗ୍ରେସରେ ଯୋଗ ଦେଲେ ବିଜେଡି ଛାତ୍ର ନେତା ହରିଶଙ୍କର 

September 14, 2025

ଆଇଆଇଟି ଭୁବନେଶ୍ୱର ପକ୍ଷରୁ “ଚିନି, ଲୁଣ ଏବଂ ତେଲର ବ୍ୟବହାର ହ୍ରାସ କରିବା” ଶୀର୍ଷକ ବକ୍ତବ୍ୟ ଆୟୋଜିତ

September 14, 2025

ସମ୍ବଲପୁରରେ “ସ୍ଵଚ୍ଛତା ହିଁ ସେବା- ୨୦୨୫” କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

September 14, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.