Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୂର୍ବତନ ଇସ୍ରୋ ବୈଜ୍ଞାନିକଙ୍କ ଉପରେ ଆଧାରିତ ଚଳଚ୍ଚିତ୍ର, “ରକେଟ୍ରି: ଦି ନାମ୍ବି ଇଫେକ୍ଟ”ର ସ୍ୱତନ୍ତ୍ର ସ୍କ୍ରିନିଂ
ଆଜିର ଖବର

ପୂର୍ବତନ ଇସ୍ରୋ ବୈଜ୍ଞାନିକଙ୍କ ଉପରେ ଆଧାରିତ ଚଳଚ୍ଚିତ୍ର, “ରକେଟ୍ରି: ଦି ନାମ୍ବି ଇଫେକ୍ଟ”ର ସ୍ୱତନ୍ତ୍ର ସ୍କ୍ରିନିଂ

June 27, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଅଗଷ୍ଟ ୧ରୁ MyWAVESରେ ‘ଜେମ୍ସ ଅଫ୍ ଇଣ୍ଡିଆ’ ଚ୍ୟାଲେଞ୍ଜ: ଡିଜିଟାଲ୍ ସୃଷ୍ଟିକର୍ତ୍ତାଙ୍କ ପାଇଁ ସୁଯୋଗ
ଅଗଷ୍ଟ ୧ରୁ MyWAVESରେ ‘ଜେମ୍ସ ଅଫ୍ ଇଣ୍ଡିଆ’ ଚ୍ୟାଲେଞ୍ଜ: ଡିଜିଟାଲ୍ ସୃଷ୍ଟିକର୍ତ୍ତାଙ୍କ ପାଇଁ ସୁଯୋଗ

ନୂଆଦିଲ୍ଲୀ: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀର ଶିରିଫୋର୍ଟ ପ୍ରେକ୍ଷାଳୟରେ ରକେଟ୍ରି: ଦି ନାମ୍ବି ଇଫେକ୍ଟ ଚଳଚ୍ଚିତ୍ରର ସ୍ୱତନ୍ତ୍ର ପ୍ରଦର୍ଶନ ହୋଇଛି। ରକେଟ୍ରି ଟିମ୍‌, ଅଧ୍ୟକ୍ଷ ତଥା ଏହାର ଲେଖକ, ପ୍ରଯୋଜକ ଓ ନିର୍ଦ୍ଦେଶକ ଆର. ମାଧବନ ଏହି ପ୍ରଦର୍ଶନରେ ଯୋଗ ଦେଇଥିଲେ। ଶ୍ରୀ ମାଧବନ ଏଥିରେ ଅଗ୍ରଣୀ ଭୂମିକାରେ ଅବତୀର୍ଣ୍ଣ ହେବା ସହ ଏହା ତାଙ୍କର ପ୍ରଥମ ନିର୍ଦ୍ଦେଶିତ ଚଳଚ୍ଚିତ୍ର। ଏଥିରେ ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଶ୍ରୀ ଡି.ଆର. କାର୍ତ୍ତିକେୟନ, ପୂର୍ବତନ ସିବିଆଇ ଆଇଜି ପି.ମ୍ ନାୟାର, ଭାରତ ସରକାରଙ୍କ ବରିଷ୍ଠ ଅଧିକାରୀ, ଚଳଚ୍ଚିତ୍ର ଶିଳ୍ପର ଅଂଶୀଦାର ପ୍ରମୁଖ ଯୋଗ ଦେଇଥିଲେ। ଚଳଚ୍ଚିତ୍ରର ଅଭିନୟ, ସମ୍ପାଦନା ଓ ନାମ୍ବି ନାରାୟଣଙ୍କ ଜୀବନର ଉତ୍ସାହପୂର୍ଣ୍ଣ କାହାଣୀ  ଦର୍ଶକଙ୍କ ଦ୍ୱାରା ବେଶ୍ ପ୍ରଶଂସିତ ହୋଇଥିଲା।

ଏହି ଅବସରରେ ଉଦ୍‌ବୋଧନ ଦେଇ ଆର.ମାଧବନ କହିଥିଲେ ଯେ ଏହି ଚଳଚ୍ଚିତ୍ରରେ ଭାରତର ମହାକାଶ ଓ ସୂଚନା ପ୍ରଯୁକ୍ତି କ୍ଷେତ୍ରରେ ବୈଷୟିକ କ୍ଷମତା ବିଶେଷଭାବେ ପ୍ରତିଫଳିତ ହୋଇଛି। ନାମ୍ବି ନାରାୟଣଙ୍କ ପ୍ରତି ଏହି ଚଳଚ୍ଚିତ୍ର ଏକ ଶ୍ରଦ୍ଧାଞ୍ଜଳି ସଦୃଶ। ଏହି ଚଳଚ୍ଚିତ୍ର ଜରିଆରେ ଭାରତ ବିଶ୍ୱକୁ ଆମର ମାନବ ସମ୍ବଳର ଦକ୍ଷତା ଓ ବୈଜ୍ଞାନିକ ପାରଦର୍ଶିତାର ପ୍ରମାଣ ଦେଇଛି।

ରକେଟ୍ରି: ଦି ନାମ୍ବି ଇଫେକ୍ଟ ଏକ ଜୀବନ ବୃତ୍ତାନ୍ତ ଆଧାରିତ ନାଟକୀୟ ଚଳଚ୍ଚିତ୍ର ଯାହା ଭାରତୀୟ ମହାକାଶ ଗବେଷଣା ସଂଗଠନର ପୂର୍ବତନ ବୈଜ୍ଞାନିକ  ତଥା ମହାକାଶ ଯନ୍ତ୍ରୀ ନାମ୍ବୀ ନାରାୟଣଙ୍କ  ବାସ୍ତବ ଜୀବନ ଉପରେ ଆଧାରିତ। ମାତ୍ର ୧୯୯୪ ମସିହାରେ ସେ ଗୁପ୍ତଚର ବୃତ୍ତି ଅଭିଯୋଗରେ ଅଭିଯୁକ୍ତ ହୋଇଥିଲେ। ରକେଟ୍ରି: ଦି ନାମ୍ବି ଇଫେକ୍ଟ ୭୫ତମ କାନ୍ସ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହୋଇ ବହୁଳଭାବେ ପ୍ରଶଂସିତ ହୋଇଥିଲା।

ଏଥିରେ ଉଦ୍‌ବୋଧନ ଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସଚିବ ଅପୂର୍ବ ଚନ୍ଦ୍ର କହିଥିଲେ ଯେ ଏହି ଚଳଚ୍ଚିତ୍ର ଦର୍ଶକଙ୍କ ହୃଦୟ ଛୁଇଁବା ସହ ମନକୁ ବାନ୍ଧି ରଖିଥାଏ। ନାମ୍ବି ନାରାୟଣଙ୍କ ସମେତ ହଜାର ହଜାର ବୈଜ୍ଞାନିକ  ଯେଉଁମାନେ ଭାରତର ମହାକାଶ କାର୍ଯ୍ୟକ୍ରମ ପାଇଁ ସମସ୍ତ ଜୀବନ ଉତ୍ସର୍ଗ କରିଛନ୍ତି, ସେମାନଙ୍କ ନିମନ୍ତେ ଏହି ଚଳଚ୍ଚିତ୍ର ଏକ ଶ୍ରଦ୍ଧାଞ୍ଜଳି ବୋଲି ସେ କହିଥିଲେ।

ପୂର୍ବତନ ସିବିଆଇ ମହାଆରକ୍ଷୀ ପି.ଏମ ନାୟାର କହିଥିଲେ ଯେ ଏହି ଚଳଚ୍ଚିତ୍ର ମନୋରଞ୍ଜନଧର୍ମୀ, ଭାବୋଦ୍ଦୀପକ ଓ ଦର୍ଶକଙ୍କ ମନ ବାନ୍ଧି ରଖିବା ପାଇଁ ଉଦ୍ଦିଷ୍ଟ। ଏହା ବିଜ୍ଞାନ, ବୈଷୟିକ ଜ୍ଞାନ ଓ ଭାବାବେଗର ପ୍ରକୃଷ୍ଟ ସମ୍ମିଶ୍ରଣ । କେବଳ ଭାରତ ନୁହଁ, ସମଗ୍ର ବିଶ୍ୱରେ ଏହା ଆଦୃତ ହେବ।

ଭାରତ ସମେତ ଜର୍ଜିଆ, ଋଷ, ସର୍ବିଆ ଓ ଫ୍ରାନ୍ସ ଇତ୍ୟାଦି ଅନେକ ଦେଶରେ ଏହି ଚଳଚ୍ଚିତ୍ରର ଫଟୋ ଉତ୍ତୋଳନ ହୋଇଛି। ଏହି ଚଳଚ୍ଚିତ୍ର ତାମିଲ, ହିନ୍ଦୀ ଓ ଇଂରାଜୀରେ ଏକା ସହ ନିର୍ମିତ ହୋଇଥିବାବେଳେ ତେଲୁଗୁ, ମାଲାୟଲମ ଓ କନ୍ନଡ ଭାଷାରେ ମଧ୍ୟ ଡବିଂ ହୋଇଛି। ବିଶ୍ୱବ୍ୟାପୀ ଏହା ଜୁଲାଇ ପହିଲା, ୨୦୨୨ରୁ ପ୍ରେକ୍ଷାଳୟରେ ପ୍ରଦର୍ଶିତ ହେବାର କାର୍ଯ୍ୟକ୍ରମ ରହିଛି

ଚଳଚ୍ଚିତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

‘ବନ୍ଦେ ମାତରମ୍’ ପ୍ରତି ଅସମ୍ମାନ?: ସୋନିଆ ଗାନ୍ଧୀଙ୍କ ବିରୋଧରେ ଅଭିଯୋଗ ଦାଖଲ କଲା ବିଜେପି

August 16, 2026

“ମୁଁ ଜଣେ ମାନସିକ ନକ୍ସଲ ହୋଇଥିବାରୁ ଗର୍ବିତ”: ପ୍ରଧାନମନ୍ତ୍ରୀଙ୍କୁ ଜବାବ ଦେଲେ ଚିଦାମ୍ବରମ୍

August 16, 2026

WTC ପଏଣ୍ଟ ଟେବୁଲ: ଭାରତକୁ ପଛରେ ପକାଇଲା ବାଂଲାଦେଶ, ଅଷ୍ଟ୍ରେଲିଆକୁ ବଡ଼ କ୍ଷତି

August 16, 2026

ଏଲପିଜି ଉପରେ ସରକାରଙ୍କ ବଡ଼ ନିଷ୍ପତ୍ତି: କମ୍ପାନୀଗୁଡ଼ିକ ପାଇଁ ସ୍ଥିର କଲେ କୋଟା 

August 16, 2026
Latest News

‘ବନ୍ଦେ ମାତରମ୍’ ପ୍ରତି ଅସମ୍ମାନ?: ସୋନିଆ ଗାନ୍ଧୀଙ୍କ ବିରୋଧରେ ଅଭିଯୋଗ ଦାଖଲ କଲା ବିଜେପି

August 16, 2026

“ମୁଁ ଜଣେ ମାନସିକ ନକ୍ସଲ ହୋଇଥିବାରୁ ଗର୍ବିତ”: ପ୍ରଧାନମନ୍ତ୍ରୀଙ୍କୁ ଜବାବ ଦେଲେ ଚିଦାମ୍ବରମ୍

August 16, 2026

WTC ପଏଣ୍ଟ ଟେବୁଲ: ଭାରତକୁ ପଛରେ ପକାଇଲା ବାଂଲାଦେଶ, ଅଷ୍ଟ୍ରେଲିଆକୁ ବଡ଼ କ୍ଷତି

August 16, 2026

ଏଲପିଜି ଉପରେ ସରକାରଙ୍କ ବଡ଼ ନିଷ୍ପତ୍ତି: କମ୍ପାନୀଗୁଡ଼ିକ ପାଇଁ ସ୍ଥିର କଲେ କୋଟା 

August 16, 2026

ଦିଲ୍ଲୀ ପଦଯାତ୍ରା ଘୋଷଣା କଲେ କୃଷକ ସଂଗଠନ: ବିଳମ୍ବିତ ରାତିରେ ସିଲ୍ ହେଲା ସୀମା

August 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.