Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୫୩ ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ପାଇଁ ମିଡ଼ିଆ ପଞ୍ଜୀକରଣ ଆରମ୍ଭ
ଆଜିର ଖବର

୫୩ ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ପାଇଁ ମିଡ଼ିଆ ପଞ୍ଜୀକରଣ ଆରମ୍ଭ

October 6, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଗୋଆ: ଆଇଏଫଏଫଆଇ, ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ୫୩ ତମ ସଂସ୍କରଣ ପାଇଁ ଆନୁଷ୍ଠାନିକ ଭାବରେ ମିଡିଆ ପ୍ରତିନିଧିମାନଙ୍କ ପଞ୍ଜୀକରଣ ଆରମ୍ଭ ହୋଇଛି। ଗୋଆରେ ୨୦-୨୮ ନଭେମ୍ବର ୨୦୨୨ ମଧ୍ୟରେ ଆୟୋଜିତ ହେବାକୁ ଥିବା ଏହି ମହୋତ୍ସବରେ ଭାରତ ଏବଂ ବିଶ୍ବର ସର୍ବଶ୍ରେଷ୍ଠ ସମକାଳୀନ ଏବଂ କ୍ଲାସିକ ଫିଲ୍ମ ପ୍ରଦର୍ଶିତ ହେବ।

ବିଶ୍ବ ପ୍ରସିଦ୍ଧ ଫିଲ୍ମ ନିର୍ମାତା, ଅଭିନେତା, ଟେକ୍‌ନିସିଆନ୍, ଆଲୋଚକ, ଶିକ୍ଷାବିତ୍ ମାନଙ୍କ ସହିତ ଉତ୍ସାହୀ ସିନେପ୍ରେମୀ ଆଇଏଫଏଫଆଇ ୫୩ ରେ ଯୋଗଦେବେ। ଗୋଆରେ ଏହି ବହୁ ପ୍ରତୀକ୍ଷିତ ତଥା ଭବ୍ୟ ଚଳଚ୍ଚିତ୍ର ସମାରୋହ ଅନୁଷ୍ଠିତ ହେବ।

ତେଣୁ ଆସନ୍ତୁ ସିନେମାର ଆନନ୍ଦ ନେବା; ଏହି ଫିଲ୍ମଗୁଡ଼ିକର କାହାଣୀର ସୌନ୍ଦର୍ଯ୍ୟ ଏବଂ ଫିଲ୍ମ ନିର୍ମାତାମାନଙ୍କ ଜୀବନ, ଆକାଂକ୍ଷା, ସଂଘର୍ଷ ଏବଂ ସ୍ବପ୍ନର ବିବିଧତାର ଉତ୍ସବ ପାଳନ କରିବା। ପରଦା ଉପରେ ଓ ଏହା ବାହାରେ ହେଉଥିବା ଫିଲ୍ମର ଉତ୍ସବରେ ଭାଗ ନେବା। ଏହି ମହୋତ୍ସବ ଆମ ସମ୍ମୁଖରେ କେବଳ ସ୍ୱତନ୍ତ୍ର ଭାବେ ଚୟନ କରାଯାଇଥିବା ଭାରତ ଏବଂ ବିଶ୍ବର ଉତ୍କୃଷ୍ଟ ଚଳଚ୍ଚିତ୍ର ଉପସ୍ଥାପିତ କରେ ନାହିଁ ବରଂ ଆମକୁ ମାଷ୍ଟରକ୍ଲାସ, ପ୍ୟାନେଲ ଚର୍ଚ୍ଚା, ସେମିନାର ଏବଂ ଅନ୍ୟ ପ୍ରକାରର ବିଚାରବିମର୍ଶରୁ ପ୍ରେରିତ ହେବାର ଅମୂଲ୍ୟ ଅବସର ମଧ୍ୟ ଦେଇଥାଏ। ଏହି ପଦକ୍ଷେପ ଆଇଏଫଏଫଆଇ ଏବଂ ପ୍ରତି ମହାନ୍ ଫିଲ୍ମ ମହୋତ୍ସବକୁ ବିଶେଷ କରିଥାଏ।

କୌଣସି ମହୋତ୍ସବର ସଫଳତାରେ, ଫିଲ୍ମ ସଂସ୍କୃତିର ପ୍ରଚାରରେ, କଳା ପାଇଁ ବାସ୍ତବିକ ପ୍ରେମ ସୃଷ୍ଟି କରିବାରେ, ମାନବୀୟ ପରିସ୍ଥିତି ସହିତ ନିଜକୁ ସମ୍ପୂର୍ଣ୍ଣ ଭାବରେ ସାମିଲ୍ କରିବାରେ ସୂଚନା ଓ ଯୋଗାଯୋଗର ପ୍ରମୁଖ ଭୂମିକା ରହିଛି। ସେଥିପାଇଁ ମିଡିଆ ପ୍ରତିନିଧିମାନଙ୍କୁ ଏହି ମହୋତ୍ସବ ପାଇଁ ପଞ୍ଜୀକରଣ କରିବା ଏବଂ ଏଥିରେ ଭାଗ ନେବା ପାଇଁ ଆମନ୍ତ୍ରଣ କରାଯାଉଛି। ମିଡିଆର ଶକ୍ତି ମାଧ୍ୟମରେ ଏହି ମହୋତ୍ସବକୁ ଆହୁରି ଲୋକାଭିମୁଖୀ ଓ ସଫଳ କରିବ।

ଆପଣ ଜଣେ ମିଡିଆ ପ୍ରତିନିଧି ହୋଇପାରିବେ ଯଦି ଆପଣ ଜାନୁୟାରୀ ୧ ତାରିଖ ୨୦୨୨ ରେ ୨୧ ବର୍ଷର ବୟସ ପୂରଣ କରିଛନ୍ତି ଏବଂ ପ୍ରିଣ୍ଟ, ଇଲେକ୍‌ଟ୍ରୋନିକ୍‌ ବା ଏପରିକି ଡିଜିଟାଲ୍/ ଅନଲାଇନ୍ ମିଡିଆରେ କାର୍ଯ୍ୟ କରୁଛନ୍ତି। ଯଦି ଆପଣ ଏକ ସ୍ବତନ୍ତ୍ର ପତ୍ରକାର ଭାବରେ କାର୍ଯ୍ୟ କରୁଛନ୍ତି, ତେବେ ମଧ୍ୟ ଆପଣଙ୍କୁ ସ୍ବାଗତ। ଆପଣ ଏହି ଲିଙ୍କରେ ଅନଲାଇନ୍ ପଞ୍ଜୀକରଣ କରିପାରିବେ: https://my.iffigoa.org/extranet/media/

ଏହି ପ୍ରକ୍ରିୟା ବହୁତ ସରଳ, କିନ୍ତୁ ଯଦି ଆପଣଙ୍କର କିଛି ସନ୍ଦେହ ରହିଛି, ତେବେ ଲିଙ୍କରେ ଦିଆ ଯାଇଥିବା ଗାଇଡଲାଇନ୍ ଆପଣଙ୍କର  ସହାୟତା କରିବ। ଯଦି ଏହାପରେ ମଧ୍ୟ ଆପଣଙ୍କ କୌଣସି ସନ୍ଦେହ ରହିଥାଏ ତେବେ ବିନା ଦ୍ବିଧାରେ ପିଆଇବି ସହିତ ଯୋଗାଯୋଗ କରନ୍ତୁ  iffi-pib[at]nic[dot]in, ବା ଆମକୁ (ସମସ୍ତ କାର୍ଯ୍ୟ ଦିବସ ଅବସରରେ ସକାଳ ୧୦ ଘ.ରୁ ସନ୍ଧ୍ୟା ୬ ଘ. ମଧ୍ୟରେ) +୯୧-୮୩୨-୨୯୫୬୪୧୮ ରେ କଲ୍ କରନ୍ତୁ।

ନଭେମ୍ବର ୫ ତାରିଖ ୨୦୨୨ ରାତି ୧୧.୫୯.୫୯ (ଭାରତୀୟ ମାନକ ସମୟ) ସୁଦ୍ଧା ନିଜର ଆବେଦନକୁ ଅନଲାଇନ ଜମା କରିବାକୁ ଭୁଲନ୍ତୁ ନାହିଁ। କିନ୍ତୁ ଏତେ ଲମ୍ବା ଅପେକ୍ଷା କାହିଁକି କରିବେ? ଆପଣଙ୍କର ଆବେଦନ ଆଜି ହିଁ ତୁରନ୍ତ ଜମା କରନ୍ତୁ।

ପିଆଇବି ମିଡ଼ିଆର ଆକାର (ପ୍ରସାର, ଦର୍ଶକ, ପହଞ୍ଚ), ସିନେମା ଉପରେ ଏହାର ଫୋକସ୍ ଏବଂ ଆଇଏଫଏଫଆଇକୁ ଦିଆ ଯିବାକୁ ଥିବା ସମ୍ଭାବିତ ମିଡିଆ କଭରେଜ୍ ଅନୁସାରେ ପ୍ରତି ମିଡିଆ ସଂଙ୍ଗଠନକୁ ଦିଆ ଯାଉଥିବା ମାନ୍ୟତାର ସଂଖ୍ୟା ସହିତ ଆଧିକାରିକ ମାନ୍ୟତା ଦେବାର ପ୍ରକ୍ରିୟା କରିବ।

ଆମେ ଆଶା କରୁଛୁ ଯେ ସର୍ବସାଧାରଣଙ୍କ ହିତରେ ଏବଂ ନିଜର ସୁସ୍ଥତା ପାଇଁ ଆପଣ କୋଭିଡ-୧୯ ରୁ ସୁରକ୍ଷା ପାଇଁ ଟିକା ନେଇ ସାରିଥିବେ। ଯଦି ଆପଣ ଟିକାର ଏକ ବା ଏକାଧିକ ଡୋଜ୍ ନେଇ ସାରିଛନ୍ତି, ତେବେ ଆପଣଙ୍କର ଟିକାକରଣ ପ୍ରମାଣପତ୍ରକୁ ପ୍ରତିନିଧି ପଞ୍ଜୀକରଣ ପୋର୍ଟାଲରେ ଅପଲୋଡ୍ କରନ୍ତୁ।

ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ
Share. Facebook Twitter LinkedIn Email WhatsApp Copy Link

Related Posts

ଜେଲରୁ ସରକାର ଚଳାଇବା ଗଣତନ୍ତ୍ର ପ୍ରତି ଅପମାନ, ଏମିତି କାହିଁକି କହିଲେ ଅମିତ ଶାହ

August 26, 2025

ବିକଶିତ ଭାରତ ପାଇଁ ନାରୀଶକ୍ତି: ଭାରତର ଅର୍ଥନୈତିକ ରୁପାନ୍ତରଣର ମହିଳା ନେତୃତ୍ବ

August 26, 2025

ଆଜି ଅଗଷ୍ଟ 26 ତାରିଖ ମଙ୍ଗଳବାରରେ ଏହି ପାଞ୍ଚଟି ରାଶିର ଖୋଲିବ ଭାଗ୍ୟ

August 26, 2025

ବାରମ୍ବାର ନିଶା ଦ୍ରବ୍ୟ ଜବତ ପରେ ମୁଖ୍ୟ ଶାସନ ସଚିବ ଦେଲେ କଡା ନିର୍ଦ୍ଦେଶ, କହିଲେ….

August 25, 2025
Latest News

ଜେଲରୁ ସରକାର ଚଳାଇବା ଗଣତନ୍ତ୍ର ପ୍ରତି ଅପମାନ, ଏମିତି କାହିଁକି କହିଲେ ଅମିତ ଶାହ

August 26, 2025

ବିକଶିତ ଭାରତ ପାଇଁ ନାରୀଶକ୍ତି: ଭାରତର ଅର୍ଥନୈତିକ ରୁପାନ୍ତରଣର ମହିଳା ନେତୃତ୍ବ

August 26, 2025

ଆଜି ଅଗଷ୍ଟ 26 ତାରିଖ ମଙ୍ଗଳବାରରେ ଏହି ପାଞ୍ଚଟି ରାଶିର ଖୋଲିବ ଭାଗ୍ୟ

August 26, 2025

ବାରମ୍ବାର ନିଶା ଦ୍ରବ୍ୟ ଜବତ ପରେ ମୁଖ୍ୟ ଶାସନ ସଚିବ ଦେଲେ କଡା ନିର୍ଦ୍ଦେଶ, କହିଲେ….

August 25, 2025

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କାହିଁକି ଭେଟିଲେ ରାଜ୍ୟପାଳ

August 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.