ସୋନୁ ସୁଦଙ୍କୁ ଉପମୁଖ୍ୟମନ୍ତ୍ରୀ ପଦବୀ ପାଇଁ ମିଳିଛି ଅଫର: ରାଜନୀତିକୁ ନେଇ କ’ଣ କହିଲେ ଅଭିନେତା

Published: Mar 15, 2023, 6:50 pm IST

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୋନୁ ସୁଦ କେବଳ ଜଣେ ମହାନ ଅଭିନେତା ନୁହଁନ୍ତି, ବରଂ ଜଣେ ଦୟାଳୁ ବ୍ୟକ୍ତି ମଧ୍ୟ ଅଟନ୍ତି। କୋଭିଡ ସମୟରେ, ଅଭିନେତା ଅଭାବୀ ଲୋକଙ୍କୁ ବହୁତ ସାହାଯ୍ୟ କରିଥିଲେ। ପ୍ରବାସୀ ଶ୍ରମିକମାନଙ୍କୁ ଘରେ ପହଞ୍ଚିବା ପାଇଁ ଖାଦ୍ୟ ଏବଂ ପାନୀୟର ବ୍ୟବସ୍ଥା କରି ସୋନୁ ସୁଦ ଅନେକ ପ୍ରଶଂସା ସାଉଣ୍ଟିଥିଲେ। ଏହା ପରେ ସୋନୁ ସୁଦ ଖୁବ ଶୀଘ୍ର ରାଜନୀତିରେ ପ୍ରବେଶ କରିପାରିବେ ବୋଲି ଲୋକମାନେ ଅନୁମାନ କରିବା ଆରମ୍ଭ କଲେ। ବର୍ତ୍ତମାନ ସେ ରାଜନୀତିରେ ଯୋଗଦେବା ନେଇ ନିଜର ପ୍ରତିକ୍ରିୟା ଦେଇଛନ୍ତି।

ନ୍ୟୁଜ୍ ଏଜେନ୍ସି ANI ର ଏକ ଶୋ’ରେ ସ୍ମିତା ପ୍ରକାଶଙ୍କୁ ଦେଇଥିବା ଏକ ସାକ୍ଷାତକାରରେ ଯେତେବେଳେ ସୋନୁ ସୁଦଙ୍କୁ ରାଜନୀତିରେ ପ୍ରବେଶ ବିଷୟରେ ଏକ ପ୍ରଶ୍ନ ପଚରାଯାଇଥିଲା, ସେତେବେଳେ ଅଭିନେତା ଉତ୍ତର ଦେଇଥଲେ ଯେ, ରାଜନୀତି ବିଷୟରେ କହିବାକୁ ଗଲେ ମୋତେ ଦୁଇଥର ରାଜ୍ୟସଭା ସାଂସଦ ହେବାକୁ ଅଫର ମିଳିଛି। କିନ୍ତୁ ମୁଁ ଗ୍ରହଣ କରି ନାହିଁ। ବଡ ପଦବୀ ପାଇଁ ମଧ୍ୟ ଅଫର ଦିଆଯାଇଛି। ଏପରିକି ଉପ-ମୁଖ୍ୟମନ୍ତ୍ରୀ ପଦ ମଧ୍ୟ ଅଫର ମିଳିଛି।

ସୋନୁ ସୁଦ ଆହୁରି କହିଛନ୍ତି ଯେ, “ମୋତେ ଅନେକ ଜିନିଷ ଅଫର ଦିଆଯାଇଛି, କିନ୍ତୁ ଏହି ଜିନିଷ ମୋତେ ଉତ୍ସାହିତ କରେ ନାହିଁ। ମୁଁ ମୋର ନିଜସ୍ୱ ନିୟମ କରିବାକୁ ଚାହୁଁଛି, କାରଣ ମୁଁ କାହା ଦ୍ୱାରା ନିର୍ମିତ ପଥ ଅନୁସରଣ କରିବାକୁ ଚାହେଁ ନାହିଁ।

Related posts