Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜୀ-ସାର୍ଥକ ରେ ଏପ୍ରିଲ ୨୨ରୁ ଆରମ୍ଭ ହେବ ‘ରଜ କୁଇନ୍‌- ଉଡ଼ିଯା…ଆକାଶଟା ତୋ’ର’
ଆଜିର ଖବର

ଜୀ-ସାର୍ଥକ ରେ ଏପ୍ରିଲ ୨୨ରୁ ଆରମ୍ଭ ହେବ ‘ରଜ କୁଇନ୍‌- ଉଡ଼ିଯା…ଆକାଶଟା ତୋ’ର’

April 20, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ବହୁ ପ୍ରତିକ୍ଷିତ ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାକୁ ନେଇ ଲୋକପ୍ରିୟ ରିଏଲିଟି ସୋ ‘ରଜ କୁଇନ୍‌’ ଏପ୍ରିଲ୍ ୨୨ ରୁ ପ୍ରତ୍ୟେକ ଶନିବାର ଓ ରବିବାର ରାତି ୯.୩୦ମିନିଟ୍ ରେ ରାଜ୍ୟର ଏକ ନମ୍ବର ମନୋରଂଜନ ଚ୍ୟାନେଲ ଜୀ-ସାର୍ଥକ ରେ ପ୍ରସାରିତ ହେବ। ୧୧ ବର୍ଷରେ ପଦାର୍ପଣ କରୁଥିବା ଜୀ-ସାର୍ଥକର ଏହି ରିଏଲିଟି ଶୋ ଆଗରୁ ବହୁ ବିଜେତା ଓ ପ୍ରତିଯୋଗୀଙ୍କ ଭବିଷ୍ୟତ ଗଢିବାରେ ଏକ ପ୍ରମୁଖ ମାଧ୍ୟମ ହୋଇପାରିଛି।

ବିଜେତାମାନେ ଚଳଚ୍ଚିତ୍ର ଓ ଧାରାବାହିକରେ ଅଭିନୟ ସୁଯୋଗ ପାଇବା ସହ ନିଜର ଭବିଷ୍ୟତକୁ ସ୍ୱର୍ଣ୍ଣିମ କରିପାରିଛନ୍ତି। ଏଥର ମଧ୍ୟ ବହୁତ ବଡ଼ ଆକାରରେ ଟିଭି ପରଦାରେ “ରଜ କୁଇନ୍” ରିଏଲିଟି ସୋ ଆସୁଛି। ଦର୍ଶକଙ୍କୁ ଭରପୁର ମନୋରଂଜନ ଦେଇ ଆସୁଥିବା ରଜ କୁଇନ୍‌ ଏଥର ଦର୍ଶକ ଓ ପ୍ରତିଯୋଗୀମାନଙ୍କ ପାଇଁ ଆଣିଛି କିଛି ଖାସ ଉପହାର ଓ ସ୍କଲାରସିପ୍।

ଅନେକଙ୍କ ଭବିଷ୍ୟତ ତିଆରି କରିଥିବା ଏହି ପ୍ଲାଟଫର୍ମ ଏଥର ଆଣିଛି କିଛି ନୂଆ ଚିନ୍ତାଧାରା। ଏଥର ରହିଛି ଏକ ବିଶେଷ ସ୍କଲାରସିପ୍ ସେମାନଙ୍କ ପାଇଁ ଯେଉଁ ମାନେ ଯେକୌଣସି ବିଭାଗରେ ପାରଦର୍ଶିତା ହାସଲ କରି ସେହି ବିଭାଗରେ ଆଗକୁ ବଢ଼ିବାକୁ ଚାହୁଁଛନ୍ତି ଓ ନିଜର ଭବିଷ୍ୟତ ଗଢିବାକୁ ଚାହୁଁଛନ୍ତି, ସେମାନେ ଏହି ସ୍କଲାରସିପ୍ର ହକଦାର୍ ହୋଇପାରିବେ।

ଏଭଳି ସୁଯୋଗ ଓ ସହଯୋଗ କେବଳ ଜୀ-ସାର୍ଥକ ର ରଜ କୁଇନ୍‌ ପ୍ରତିଯୋଗୀମାନଙ୍କୁ ମିଳିପାରିବ ଓ ଏହି ପ୍ରୋଗ୍ରାମ ମାଧ୍ୟମରେ ପ୍ରତିଯୋଗୀମାନଙ୍କୁ ନିଜର ସ୍ବପ୍ନ ପୁରଣ କରିବା ସହ ନିଜର ଡେଣା ମେଲାଇ ଖୋଲା ଆକାଶରେ ଉଡିଯିବାକୁ ପ୍ରେରିତ କରିବ।

ଏଥର ଜଜ୍ ହୋଇ ଆସୁଛନ୍ତି ଓଡିଆ ସିନେମା ଜଗତର ତିନି ଲୋକପ୍ରିୟ କଳାକାର ସିଦ୍ଧାନ୍ତ ମହାପାତ୍ର, ଏଲିନା ସାମନ୍ତରାୟ ଓ ଶ୍ରୀତମ ଦାସ। ଏହା ଛଡା ଆହୁରି ଚାରି ଜଣ ମେଣ୍ଟର ମଧ୍ୟ ରହିବେ ଯେଉଁ ମାନେ ନିଜର ଗୋଟେ ଗୋଟେ ଟିମ୍ ବାଛିବେ ଓ ଏହି ରିଏଲିଟି ଶୋ ଜିତିବାରେ ନିଜ ଟିମ୍ ର ମାର୍ଗଦର୍ଶକ ହେବେ। ଏହି ମେଣ୍ଟରସ୍ ମାନଙ୍କ ମଧ୍ୟରେ ଅଛନ୍ତି ମେଗା ଧାରାବାହିକ ‘ଖୁସିର ଛୁଙ୍କ’ ର ଖୁସି , ‘ମୁଁ ବି ବିଜୟିନୀ’ ର ସ୍ତୁତି , ‘ଝିଲ୍ଲୀ’ର ଝିଲ୍ଲୀ ଓ ‘ସାଥିରେ’ ର ଧାରା। ଯେଉଁ ମାନେ ଅଡିସନ ରାଉଣ୍ଡ ଜିତି ଆଗକୁ ଆସିବେ ସେମାନେ ଏହି ମେଣ୍ଟରସ୍ ମାନଙ୍କ ତତ୍ତ୍ବାବଧାନରେ ନିଜର ସ୍ବପ୍ନ ପୁରଣ ଭବିଷ୍ୟତ ତିଆରି କରିବାର ସୁଯୋଗ ପାଇବେ।

‘ରଜ କୁଇନ’ ପାଇଁ ଅଡିସନ୍ ଓଡ଼ିଶାର କିଛି ପ୍ରମୁଖ ସହରର ଯଥା ଭଦ୍ରକ, କେନ୍ଦୁଝର, ଭୁବନେଶ୍ଵର, ଯାଜପୁର, ବାଲେଶ୍ୱର, କଟକ, ଅନୁଗୁଳ ଓ ରାଉରକେଲାରେ ହୋଇଥିଲା ଯେଉଁଠାରୁ ବଛା ବଛା ପ୍ରତିଯୋଗୀ ଏଥର ଭାଗ ନେଉଛନ୍ତି। କାର୍ଯ୍ୟକ୍ରମଟି ନିଶ୍ଚିତ ଭାବରେ ଲୋକାଦୃତ ହେବ ବୋଲି ଜୀ-ସାର୍ଥକର ଚିଫ କ୍ଲଷ୍ଟର ହେଡ୍ ସମ୍ରାଟ ଘୋଷ ଏବଂ ଚ୍ୟାନେଲ ହେଡ୍ ପ୍ରତୀକ ସିଲ ପ୍ରକାଶ କରିଛନ୍ତି।

ଜୀ ସାର୍ଥକ
Share. Facebook Twitter LinkedIn Email WhatsApp Copy Link

Related Posts

ଖୋର୍ଦ୍ଧା: ଷଷ୍ଠ ଜିଲ୍ଲା ପରିଷଦର ପଞ୍ଚମ ସାଧାରଣ ବୈଠକ, ନବ ନିର୍ମିତ ସଭାଗୃହ ଉଦ୍ଘାଟିତ

September 26, 2025

ସୋଆ ଏନ୍‌ଏସ୍‌ଏସ୍ ପକ୍ଷରୁୂ ‘ବିକଶିତ ଭାରତ ଯୁବ ସଂଯୋଗ କାର୍ଯ୍ୟକ୍ରମ’ ଆୟୋଜିତ

September 26, 2025

ରାୟପୁର ଷ୍ଟିଲ୍ ପ୍ଲାଣ୍ଟ ଛାତ ଭୁଶୁଡ଼ି ୬ ଶ୍ରମିକଙ୍କ ମୃତ୍ୟୁ, ମୁଖ୍ୟମନ୍ତ୍ରୀଙ୍କ ଶୋକ

September 26, 2025

Asia Cup 2025: ଶ୍ରୀଲଙ୍କାର ବୋଲିଂ ନିଷ୍ପତ୍ତି, ପ୍ରଥମେ ବ୍ୟାଟିଂ କରିବ ଭାରତ

September 26, 2025
Latest News

କୋଲକାତାରେ ଦୁର୍ଗା ପୂଜା ମଣ୍ଡପକୁ ଉଦଘାଟନ କଲେ କେନ୍ଦ୍ର ଗୃହମନ୍ତ୍ରୀ

September 26, 2025

ଖୋର୍ଦ୍ଧା: ଷଷ୍ଠ ଜିଲ୍ଲା ପରିଷଦର ପଞ୍ଚମ ସାଧାରଣ ବୈଠକ, ନବ ନିର୍ମିତ ସଭାଗୃହ ଉଦ୍ଘାଟିତ

September 26, 2025

ସୋଆ ଏନ୍‌ଏସ୍‌ଏସ୍ ପକ୍ଷରୁୂ ‘ବିକଶିତ ଭାରତ ଯୁବ ସଂଯୋଗ କାର୍ଯ୍ୟକ୍ରମ’ ଆୟୋଜିତ

September 26, 2025

ରାୟପୁର ଷ୍ଟିଲ୍ ପ୍ଲାଣ୍ଟ ଛାତ ଭୁଶୁଡ଼ି ୬ ଶ୍ରମିକଙ୍କ ମୃତ୍ୟୁ, ମୁଖ୍ୟମନ୍ତ୍ରୀଙ୍କ ଶୋକ

September 26, 2025

Asia Cup 2025: ଶ୍ରୀଲଙ୍କାର ବୋଲିଂ ନିଷ୍ପତ୍ତି, ପ୍ରଥମେ ବ୍ୟାଟିଂ କରିବ ଭାରତ

September 26, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.