ଉର୍ବଶୀଙ୍କୁ ଦେଖି ଡରିଗଲେ ହନି ସିଂ

Published: Feb 6, 2020, 5:37 pm IST

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ଉର୍ବଶୀ ରୌତେଲା ବେଶ୍‌ ଚର୍ଚ୍ଚାରେ। ଯେତିକି ଫିଲ୍ମ ପାଇଁ ନୁହଁନ୍ତି, ତା’ଠୁ ଅଧିକ ଚର୍ଚ୍ଚାରେ ରୁହନ୍ତି ନିଜର ଅନ୍ଦାଜ୍‌ ପାଇଁ। ନିକଟରେ ଏହି ସୁନ୍ଦରୀ ଅଭିନେତ୍ରୀ ଜଣକ ଇନ୍‌ଷ୍ଟା୍ଗ୍ରାମ ଆକାଉଣ୍ଟରେ କିଛି ଫଟୋ ସେୟାର କରି ଚର୍ଚ୍ଚାକୁ ଆସିଛନ୍ତି। ତେବେ ତାଙ୍କର ଏହି ଫଟୋକୁ ଦେଖି ଡରି ଯାଇଛନ୍ତି ଲୋକପ୍ରିୟ ଗାୟକ ହନି ସିଂ ।  ଉର୍ବଶୀ ଇନ୍‌ଷ୍ଟାଗ୍ରାମ୍‌ରେ ଅପ୍‌ଲୋଡ କରିଥିବା ତାଙ୍କର କିଛି ଫଟୋକୁ ଦେଖି ହନି ସିଂ ବେଶ୍‌ ମଜାଦାର ପ୍ରତିକ୍ରିୟା ଦେଇଛନ୍ତି। ଏହା ପରେ ସୋସିଆଲ୍‌ ମିଡିଆରେ ତାଙ୍କର ଏହି ଫଟୋଗୁଡ଼ିକ ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି।

ଉର୍ବଶୀ ନିଜର ଇନ୍‌ଷ୍ଟାଗ୍ରାମ୍‌ରେ  ସେୟାର କରିଥିବା ତିନୋଟି ଫଟୋ ମଧ୍ୟରୁ ଗୋଟିଏରେ ସେ ଅକ୍ଷୟ କୁମାରଙ୍କ ସୁପରହିଟ୍‌ ଫିଲ୍ମ ‘ଭୁଲ୍‌ଭୁଲୈୟା’ର ଚରିତ୍ର ‘ମଞ୍ଜୁଲିକା’ ସହ ମିଶିଯାଉଛି।  ଏହି ଫଟୋରେ ଉର୍ବଶୀ ଇଣ୍ଡିଆନ୍‌ ଆଉଟ୍‌ଫିଟ୍‌ରେ ନଜର ଆସିଥିବାବେଳେ ଏଥିରେ ତାଙ୍କର ମେକ୍‌ଅପ୍‌ ଖରାପ ହୋଇଯିବା ସହିତ କେଶ ସଜ୍ଜା ମଧ୍ୟ ପୂରାପୂରି ନଷ୍ଟ ହୋଇଥିବାର ଦେଖାଯାଇଛି। ଏହି ଫଟୋକୁ ଦେଖି ହନି ସିଂ କମେଣ୍ଟରେ କହିଛନ୍ତି ଯେ, ‘ମୁଁ ଡରିଗଲି’। ହନି ସିଂହଙ୍କ ଏହି କମେଣ୍ଟ ଉପରେ ତିନି ହଜାରରୁ ଅଧିକ କମେଣ୍ଟ ଆସିଛି ଏବଂ 15 ହଜାରରୁ ଅଧିକ ଲୋକ ଏହାକୁ ଲାଇକ୍‌ କରିଛନ୍ତି । ଉର୍ବଶୀ ସେହି ଫଟୋକୁ ଅପଲୋଡ କରି ହାପି ମନ୍‌ଡେ’ ବୋଲି କ୍ୟାପସନ୍‌ ଲେଖିଥିଲେ ।

ଉର୍ବଶୀ ନିଜର ଷ୍ଟାଇଲ୍‌ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥା’ନ୍ତି। ନିକଟରେ ଉର୍ବଶୀ ଏକ ଇଭେଣ୍‌ଟରେ ହାଇ ଲିଷ୍ଟ୍‌ ବ୍ଲାକ୍‌ ଡ୍ରେସରେ ନଜର ଆସିଥିଲେ । ତାଙ୍କର ଏହି ଅବତାର ତାଙ୍କ ଫ୍ୟାନ୍ସକୁ ଦୀଓ୍ବାନା କରିଦେଇଛି। ଉର୍ବଶୀ ଏହି ଡ୍ରେସ୍‌ରେ ଫିଲ୍ମଫେୟାର୍‌ ଆଓ୍ବାର୍ଡସ୍‌ରେ  କର୍ଟନ୍‌ ରେଜର୍‌ ସେରେମନିରେ ମଧ୍ୟ ନଜର ଆସିଥିଲେ। (ଏଜେନ୍ସି)

Related posts