Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓସ୍କାର ୨୦୨୦: ପ୍ରଥମଥର ପାଇଁ ଦକ୍ଷିଣ କୋରିଆ ଚଳଚ୍ଚିତ୍ର ‘ପାରାସାଇଟ୍‌’କୁ ମିଳିଲା ଶ୍ରେଷ୍ଠ ଚଳଚ୍ଚିତ୍ରର ସମ୍ମାନ
ବିଶେଷ ଖବର

ଓସ୍କାର ୨୦୨୦: ପ୍ରଥମଥର ପାଇଁ ଦକ୍ଷିଣ କୋରିଆ ଚଳଚ୍ଚିତ୍ର ‘ପାରାସାଇଟ୍‌’କୁ ମିଳିଲା ଶ୍ରେଷ୍ଠ ଚଳଚ୍ଚିତ୍ରର ସମ୍ମାନ

February 10, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଲଣ୍ଡନ୍‌: ଓସ୍କାର ୨୦୨୦ରେ ଚଳିତ ବର୍ଷ ସାଉଥ କୋରିଆ ବାଜି ମାରିନେଇଛି। ପ୍ରଥମଥର ପାଇଁ ସାଉଥ୍‌ କୋରିଆନ୍‌ ଫିଲ୍ମ ଓସ୍କାର ପୁରସ୍କାର ହାତେଇଛି। ଫିଲ୍ମ ‘ପାରାସାଇଟ୍‌’କୁ ସର୍ବଶ୍ରେଷ୍ଠ ଫିଲ୍ମର ପୁରସ୍କାର ମିଳିଛି। ଏହି ଫିଲ୍ମଟି ଶ୍ରେଷ୍ଠ ଫିଲ୍ମ ସହ ଶ୍ରେଷ୍ଠ ଅରିଜିନାଲ୍‌ ସ୍କ୍ରିନ୍‌ ପ୍ଲେ, ଶ୍ରେଷ୍ଠ ନିର୍ଦ୍ଦେଶକ, ଶ୍ରେଷ୍ଠ ଇଣ୍ଟରନ୍ୟାସନାଲ୍‌ରେ ମଧ୍ୟ ଶ୍ରେଷ୍ଠତା ବଜାୟ ରଖିଛି।   ସର୍ବମୋଟ ଫିଲ୍ମଟି ୪ଟି ପୁରସ୍କାର ହାତେଇଛି। ଫିଲ୍ମଟିରେ ଗରିବ ଓ ଧନୀ ମଧ୍ୟରେ ରହିଥିବା ପ୍ରଭେଦକୁ ଅତି ସୁନ୍ଦର ଭାବରେ ପ୍ରଦର୍ଶିତ କରାଯାଇଛି। ଫିଲ୍ମଟିରେ ରହିଥିବା ଟ୍ରାଜିକ୍‌ କମେଡିର ତଡ୍‌କା ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଥିଲା। ତେବେ ଚର୍ଚ୍ଚାରେ ବିଷୟ ହେଉଛି ଯେ, ପ୍ରଥମଥର ପାଇଁ ବିଦେଶୀ ମୂଳ ଭାଷାର ଫିଲ୍ମ ଓସ୍କାରରେ ସମ୍ମାନିତ ହୋଇଛି। ତେବେ ପାରାସାଇଟ୍‌ ପ୍ରଥମ ଏସିଆନ୍‌ ଫିଲ୍ମ, ଯାହା ଓସ୍କାର ସମ୍ମାନରେ ସମ୍ମାନିତ ହୋଇଛି।

ସେହିପରି ଓସ୍କାର ଆଓ୍ବାର୍ଡରେ ଶ୍ରେଷ୍ଠ ଅଭିନେତା ଭାବେ ‘ଜୋକର୍‌’ର ଅଭିନେତା ଓ୍ବାକିନ୍‌ ଫିନିକ୍ସଙ୍କୁ ପୁରସ୍କାର ମିଳିଥିବାବେଳେ ଫିଲ୍ମ ‘ଜୁଡି’ ପାଇଁ ରିନି ଜେଲ୍‌ଓ୍ବଗର୍‌ ଶ୍ରେଷ୍ଠ ଅଭିନେତ୍ରୀ ଓ ’ମ୍ୟାରେଜ ଷ୍ଟୋରୀ’ ପାଇଁ ଲୌରା ଡର୍ଣ୍ଣଙ୍କୁ ଶ୍ରେଷ୍ଠ ସହ ଅଭିନେତ୍ରୀ ଓ ’ଫିଲ୍ମ ‘ଓ୍ବାନ୍ସ ଓପନ୍ ଏ  ଟାଇମ୍‌ ଇନ୍‌ ହଲିଉଡ୍‌ ’ ପାଇଁ ଅଭିନେତା ବ୍ରାଡ୍‌ ପିଟ୍‌ଙ୍କୁ ଶ୍ରେଷ୍ଠ ସହାଭିନେତାର ପୁରସ୍କାର ମିଳିଛି।

ଓସ୍କାର ଆଓ୍ବାର୍ଡର ବିଜେତାଙ୍କ ତାଲିକା

ଶ୍ରେଷ୍ଠ ନିର୍ଦ୍ଦେଶକ : ବୋଙ୍ଗ ଜୋନ୍‌ ହୋ (ପାରାସାଇଟ୍‌)

ଶ୍ରେଷ୍ଠ ସଙ୍ଗୀତ (ମୂଳ ଗୀତ) : ଲଭ୍‌ ମି ଏଗେନ୍‌ (ରକେଟ୍‌ ମ୍ୟାନ୍‌)

ଶ୍ରେଷ୍ଠ ସଙ୍ଗୀତ (ମୂଳ ସ୍କୋର୍‌) : ଜୋକର୍‌

ଶ୍ରେଷ୍ଠ ଅନ୍ତର୍ଜାତୀୟ ଫିଚର ଫିଲ୍ମ : ପାରାସାଇଟ୍‌ (କୋରିଆନ୍‌)

ଶ୍ରେଷ୍ଠ କେଶସଜ୍ଜା ଓ ମେକଅପ୍‌ : ବମ୍ବସେଲ୍‌

ଶ୍ରେଷ୍ଠ ଭିଜୁଆଲ୍‌ ଇଫେକ୍ଟସ୍‌ – 1917

ଶ୍ରେଷ୍ଠ ଫିଲ୍ମ ସମ୍ପାଦନା : ଫ୍ରଡ୍‌ ଭି ଫରାରୀ

ଶ୍ରେଷ୍ଠ ଚିତ୍ରନାଟ୍ୟ : ରୋଜର୍‌ ଡେକିନ୍‌ସ (1917)

ଶ୍ରେଷ୍ଠ ସାଉଣ୍ଡ୍‌ ମିକ୍ସିଂ – 1917

ଶ୍ରେଷ୍ଠ ଶବ୍ଦ ସମ୍ପାଦନା – ଫ୍ରଡ୍‌ ଭି ଫରାରୀ

ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ସର୍ଟ ଫିଚର୍‌ – ଲର୍ଣ୍ଣିଂ ଟୁ ସ୍କେଟବୋର୍ଡ ଇନ୍‌ ଏ ଓ୍ବାର୍ଜନ

ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ଫିଚର୍‌ – ଆମେରିକାନ୍‌ ଫାକ୍ଟ୍ରି

ଶ୍ରେଷ୍ଠ ପ୍ରଡକ୍ସନ ଡିଜାଇନ୍‌ – ଓ୍ବାନସ ଅପନ୍‌  ଏ ଟାଇମ୍‌ ଇନ୍‌ ହଲିଉଡ୍‌

ଲାଇଭ୍‌ – ଆକ୍ସନ୍‌ ସର୍ଟ ଫିଲ୍ମ – ଦ ନେବରିୟର୍‌ସ୍‌ ଓ୍ବିଣ୍ଡୋ

ଶ୍ରେଷ୍ଠ ଆଡାପେଟେଡ୍‌ ସ୍କ୍ରିନ୍‌ ପ୍ଲେ – ତାକିଆ ଓ୍ବତିତି  (ଜୋଜୋ  ରାବିଟ୍‌)

ଶ୍ରେଷ୍ଠ ମୂଳ ଚିତ୍ରନାଟ୍ୟ – ବଙ୍ଗ ଜୋନ୍‌- ହୋ (ପାରାସାଇଟ୍‌)

ଆନିମେଟେଡ୍‌ ସର୍ଟ ଫିଲ୍ମ – ହେୟାର ଲଭ୍‌

ଆନିମେଟେଡ୍‌ ଫିଚର୍‌ ଫିଲ୍ମ – ଟୟ ଷ୍ଟୋରୀ – 4

(ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ଟିମ ଇଣ୍ଡିଆର ଚମତ୍କାର ବିଜୟ: ଇଂଲଣ୍ଡକୁ ପରାସ୍ତ କରି ଟି-୨୦ ବିଶ୍ଵକପ ଫାଇନାଲର ସ୍ଥାନ କଲା ପକ୍କା

March 5, 2026

ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ କହିଲେ ବିଜୁ ବାବୁଙ୍କ ସ୍ୱପ୍ନ ପୂରଣ ହେବ

March 5, 2026

ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ବଡ଼ ହଲଚଲ: ରାଜ୍ୟପାଳ ସିଭି ଆନନ୍ଦ ବୋଷଙ୍କ ଇସ୍ତଫା

March 5, 2026

ବିହାର ରାଜନୀତିରେ ରୋଚକ ସ୍ଥିତି, ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର

March 5, 2026
Latest News

ଆଜି ମାର୍ଚ୍ଚ ୬ ତାରିଖ ଶୁକ୍ରବାର ଦିନ କଣ ରହିଛି ଆପଣଙ୍କର ରାଶିଫଳ, ଜାଣନ୍ତୁ

March 6, 2026

ଟିମ ଇଣ୍ଡିଆର ଚମତ୍କାର ବିଜୟ: ଇଂଲଣ୍ଡକୁ ପରାସ୍ତ କରି ଟି-୨୦ ବିଶ୍ଵକପ ଫାଇନାଲର ସ୍ଥାନ କଲା ପକ୍କା

March 5, 2026

ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ କହିଲେ ବିଜୁ ବାବୁଙ୍କ ସ୍ୱପ୍ନ ପୂରଣ ହେବ

March 5, 2026

ଭାରତୀୟ ବାୟୁସେନାର ଲଢ଼ୁଆ ବିମାନ ନିଖୋଜ: ରାଡାରୁ ଯୋଗାଯୋଗ ବିଚ୍ଛିନ୍ନ

March 5, 2026

ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ବଡ଼ ହଲଚଲ: ରାଜ୍ୟପାଳ ସିଭି ଆନନ୍ଦ ବୋଷଙ୍କ ଇସ୍ତଫା

March 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.