
ହାଇଦ୍ରାବାଦ : ଦକ୍ଷିଣ ଭାରତୀୟ ଅଭିନେତ୍ରୀ ସାଇ ପଲ୍ଲବୀ ନିଜର ଅପ୍କମିଙ୍ଗ ଫିଲ୍ମକୁ ନେଇ ଘୋଷଣା କରିଛନ୍ତି । କିଶୋର ତିରୁମାଲାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ସାଇ ପଲ୍ଲବୀ ଏବଂ ସର୍ବାନନ୍ଦ ଏକତ୍ର ନଜର ଆସିବେ । ଉଭୟ ପୂର୍ବରୁ ଏକତ୍ର ‘ପଡି ପଡି ଲେଚି ମନସୁ’ରେ ନଜର ଆସିଥିଲେ । ଏହି ଅପ୍କମିଙ୍ଗ ଫିଲ୍ମର ଟାଇଟଲ୍ ଘୋଷଣା ହୋଇନଥିବା ବେଳେ ଫିଲ୍ମଟି ରୋମାଣ୍ଟିକ୍ କମେଡି ରହିବ । ଦ୍ବିତୀୟ ଥର ପାଇଁ ଏହି ଯୋଡିକୁ ନେଇ ଫ୍ୟାନ୍ ମାନେ ଉତ୍ସାହିତ ଅଛନ୍ତି । ସାଇ ପଲ୍ଲବୀ ଶେଷଥର ପାଇଁ ଧନୁଷଙ୍କ ସହିତ ମାରୀ-2ରେ ନଜର ଆସିଥିବା ବେଳେ ସର୍ବାନନ୍ଦ ଶେଷଥର ପାଇଁ ସାମନ୍ଥାଙ୍କ ସହିତ ଜାନୁରେ ନଜର ଆସିଥିଲେ । (ଏଜେନ୍ସି)
Tags: SAIPALLAVI