ଚର୍ଚ୍ଚାରେ ତମନ୍ନାଙ୍କ ତକିଆ ଡ୍ରେସ୍‌

Published: Apr 26, 2020, 7:59 pm IST

ମୁମ୍ବାଇ : କରୋନା ପାଇଁ ସାରା ଦେଶରେ ଲକ୍ ଡାଉନ୍‌ ଜାରି ରହିଛି । ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ସୁପରଷ୍ଟାର ଓ ସେଲିବ୍ରିଟିଙ୍କ ପର୍ଯ୍ୟନ୍ତ ପ୍ରାୟ ସମସ୍ତେ ସୋସିଆଲ ମିଡ଼ିଆରେ ବେଶ୍‌ ସକ୍ରିୟ ରହୁଛନ୍ତି । ଲକ୍ ଡାଉନ୍‌ ସମୟରେ ସୋସିଆଲ୍‌ ମିଡିଆରେ ବହୁତ ସାରା ଭାଇରାଲ୍‌ ଟ୍ରେଣ୍ଡ‌ର ଆରମ୍ଭ କରାଯାଇଛି । ନିକଟରେ ଅଭିନେତ୍ରୀ ତମନ୍ନା ଭାଟ୍ଟିଆ ଏପରି ଏକ ଚ୍ୟାଲେଞ୍ଜରେ ଭାଗ ନେଇଥିଲେ । କ୍ବାରେଣ୍ଟିନ୍‌ରେ ରହିଥିବା ଏହି ଅଭିନେତ୍ରୀ ଜଣକ ପିଲୋ ଚ୍ୟାଲେଞ୍ଜ୍‌ରେ ଭାଗ ନେଇ ନିଜର ଏକ ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ସେ ଷ୍ଟାଇଲିଶ୍‌ ଅନ୍ଦାଜରେ ଏକ ତକିଆ ଡ୍ରେସ୍‌ ସହିତ ବ୍ଲାକ୍‌ ବେଲ୍ଟ ଓ ରେଡ୍‌ ହାଇହୀଲ୍ସରେ ନଜର ଆସିଛନ୍ତି । ତମନ୍ନାଙ୍କ ଏହି ଇଷ୍ଟେଟିକ୍‌ ଅନ୍ଦାଜ୍‌ ଫ୍ୟାନ୍ସକୁ ବହୁତ ପସନ୍ଦ ଆସିଛି । ତମନ୍ନାଙ୍କ ଏହି ପିଲୋ ଡ୍ରେସ୍‌ର ଫଟୋଟି ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି।  ତମନ୍ନାଙ୍କ ଏହି ପିଲୋ ବା ତକିଆ ଡ୍ରେସ୍‌ଟି ବେଶ୍‌ ଚର୍ଚ୍ଚାରେ ରହିଛି ।

ତମନ୍ନା ଏହି ଫଟୋକୁ ନିଜ ଇନ୍‌ଷ୍ଟାଗ୍ରାମରେ ସେୟାର କରିବା ସହିତ ଲେଖିଛନ୍ତି ଯେ, ମୁଁ କ୍ଲବ ବେଡ୍‌ ଯାଉଛି, ଯେଉଁଠାରେ ଡିଜେ ପିଲୋ ଓ ଏମ୍‌ସି ବ୍ଲାକେଟ୍‌ ପରଫର୍ମ କରିବେ । କ୍ବାରେଣ୍ଟିନ୍‌ରେ ରହୁଥିବା ତମନ୍ନା ନିଜ ଶରୀର ପ୍ରତି ବେଶ୍‌ ଧ୍ୟାନ ରଖୁଛନ୍ତି । ନିକଟରେ ସେ ଯୋଗ କରୁଥିବାର ଭିଡିଓ ସେୟାର କରିଥିଲେ । (ଏଜେନ୍ସି)

Related posts