Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ହରର୍ ଫିଲ୍ମର କଲ୍ଟ କ୍ଲାସିକ୍ : ଫ୍ରାଇଡେ ଦି ଥାର୍ଟିନ୍‌ଥ
ବିଶେଷ ଖବର

ହରର୍ ଫିଲ୍ମର କଲ୍ଟ କ୍ଲାସିକ୍ : ଫ୍ରାଇଡେ ଦି ଥାର୍ଟିନ୍‌ଥ

June 3, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link
Review of Horror films in world film History

ବିଜନ କୁମାର ମହାପାତ୍ର

ବିଭିନ୍ନ ଫିଲ୍ମ ଜେନର୍ ମଧ୍ୟରୁ ହରର୍ ଫିଲ୍ମର ସ୍ୱତନ୍ତ୍ରତା ରହିଆସିଛି । ହରର୍ ଫିଲ୍ମର ସ୍ୱତନ୍ତ୍ର ଦର୍ଶକ ମଧ୍ୟ ରହିଛନ୍ତି । ରହସ୍ୟ, ରୋମାଂଚ, ମର୍ଡର ମିଷ୍ଟ୍ରିରେ ଭରପୂର ଏହି ଧରଣର ଫିଲ୍ମ ଦର୍ଶକଙ୍କୁ ଡରାଇବା ସହ ବେଶ୍ ମନୋରଂଜନ ବି କରିଥାଏ। ହରର୍ ଫିଲ୍ମ ପ୍ରସଙ୍ଗ ପଡିଲେ ପ୍ରଥମେ ସିନେପ୍ରେମୀଙ୍କ ମନକୁ ଆସିଥାଏ ପ୍ରସିଦ୍ଧ ନିର୍ମାତା ନିର୍ଦ୍ଦେଶକ ଆଲଫ୍ରେଡ ହିିଚକକଙ୍କ ଫିଲ୍ମ ସାଇକୋ ଯାହା ୧୯୬୦ ମସିହାରେ ନିର୍ମାଣ ହୋଇଥିଲା। ହରର ଫିଲ୍ମ ଜେନର୍ ର ଏହା ଏକ ମାଇଲଖୁଂଟ ଫିଲ୍ମ। ସାଇକୋ ଥିଲା ଏକ ସାଇକୋଲୋଜିକାଲ୍ ହରର୍ ଫିଲ୍ମ।

ଏମିତି ତ ଅନେକ ହରର ଫିଲ୍ମ ନିର୍ମାଣ ହୋଇଛି । କିନ୍ତୁ ଏଗୁଡିକ ମଧ୍ୟରୁ ବହୁତ କମ୍ ଫିଲ୍ମ ହିଁ ଦର୍ଶକଙ୍କୁ ଡରାଇପାରିଛି। ସେମାନଙ୍କୁ ରୋମାଚିଂତ କରିପାରିଛି। ଆଉ ହରର ଫିଲ୍ମର କିଛି ଚରିତ୍ର ସବୁଦିନ ପାଇଁ ସିନେପ୍ରେମୀଙ୍କ ହୃଦୟରେ ବସିଯାଇଥାନ୍ତି। କିଛି ହରର ଫିଲ୍ମର ଲୋକପ୍ରିୟତା ଏତେ ଅଧିକ ଯେ, ସେଗୁଡିକର ଏକାଧିକ ସିକ୍ୱେଲ ସହ ରିମେକ୍ ବି ନିର୍ମିତ ହୋଇଛି।

ସର୍ବକାଳୀନ ଲୋକପ୍ରିୟ ଓ ଚର୍ଚ୍ଚିତ ହରର୍ ଫିଲ୍ମ ମଧ୍ୟରେ ଗୋଟିଏ ହେଲା ଫ୍ରାଇଡେ ଦି ଥାର୍ଟିନଥ୍ ବା Friday the 13th ଏହି ହରର ଫିଲ୍ମ ଏବେ ଏକ ଫ୍ରାଂଚାଇଜରେ ପରିଣତ ହୋଇଛି ,ଯାହା କି ଏହାର ଅଦ୍ଭୁତପୂର୍ବ ଲୋକପ୍ରିୟତାକୁ ପ୍ରମାଣ କରେ। ଫ୍ରାଇଡେ ଦି ଥାର୍ଟିନ୍‌ଥ୍ ସିରିଜର ପ୍ରଥମ ଓ ସର୍ବାଧିକ ଲୋକପ୍ରିୟ ଫିଲ୍ମ ୧୯୮୦ ମସିହା ମେ ମାସରେ ରିଲିଜ୍ ହୋଇଥିଲା। ଏହି ହଲିଉଡ୍ ଫିଲ୍ମର ରିଲିଜକୁ ୪୦ ବର୍ଷ ପୂରଣ ହୋଇଛି। ୪୦ ବର୍ଷ ପରେ ବି ଫ୍ରାଇଡେ ଦି ଥାର୍ଟିନଥ୍‌ର କୌଣସି କ୍ରେଜ କମିନାହିଁ।

ବିଂଶ ଶତାବ୍ଦୀର ସତୁରୀ ଦଶକରେ ହଲିଉଡରେ ଦେଖିବାକୁ ମିଳିଥିଲା ଏକ ନିର୍ଦ୍ଦିଷ୍ଟ ଶୈଳୀର ହରର ଫିଲ୍ମ। ଏସବୁ ଫିଲ୍ମରେ ଅଜଣା ରହସ୍ୟମୟ ହତ୍ୟାକାରୀ ପୀଡିତମାନଙ୍କୁ ଏକ ଧାରୁଆ ଅସ୍ତ୍ର ଦ୍ୱାରା ଅତି ନିର୍ଦ୍ଦୟ ଭାବେ ହତ୍ୟା କରିଥାଏ। ଏ ପ୍ରକାର ହିଂସାତ୍ମକ ହରର ଫିଲ୍ମ ହଲିଉଡରେ ‘ସ୍ଲାସର୍ ମୁଭି’ ନାମରେ ପରିଚିତ। ୧୯୭୪ ମସିହାରେ ରିଲିଜ ହୋଇଥିବା ‘ବ୍ଲାକ୍ ଖ୍ରୀଷ୍ଟମାସ’ ଥିଲା ହରର- ସ୍ଲାସର୍ ମୁଭି ଜେନରର ଆଦ୍ୟ ଉଦାହରଣ। ତେବେ, ୧୯୭୮ରେ ରିଲିଜ ହୋଇଥିବା ‘ହାଲୋୱିନ’ ଫିଲ୍ମ ହିଁ ଥିଲା ଫ୍ରାଇଡେ ଦି ଥାର୍ଟିନ୍‌ଥର ପ୍ରେରଣା।

‘ହାଲୋୱିନ’ର ସଫଳତା ଦେଖି ନିର୍ମାତା ନିର୍ଦ୍ଦେଶକ ସନ୍ .ଏସ କନିଂହମ୍ ଫ୍ରାଇଡେ ଦି ଥାର୍ଟିନଥ୍ ଭଳି ଏକ ହରର-ସ୍ଲାସର ଫିଲ୍ମ ନିର୍ମାଣ କରିବାକୁ ଆଗେଇ ଆସିଥିଲେ। କନିଂହମ ବି ଥିଲେ ଜଣେ ପରିଚିତ ହରର୍ ଫିଲ୍ମ ନିର୍ମାତା ଓ ନିର୍ଦ୍ଦେଶକ। ‘ଦି ଲାଷ୍ଟ ହାଉସ ଅନ ଦି ଲେଫ୍ଟ’ ନାମକ ଏକ ଚର୍ଚ୍ଚିତ ହରର ଫିଲ୍ମ ନିର୍ମାଣ କରିସାରିଥିଲେ କନିଂହମ୍ । କିନ୍ତୁ ସେ ହାଲୋୱିନ ଭଳି ଏକ ହରର-ସ୍ଲାସର ଫିଲ୍ମ ନିର୍ମାଣ କରିବାକୁ ଚାହୁଁଥିଲେ। ୧୯୭୯ରେ ସେ ଲେଖକ ଭିକ୍ଟର ମିଲରଙ୍କ ଏକ କାହାଣୀକୁ ଫିଲ୍ମ ରୂପ ଦେଇଥିଲେ କନିଂହମ୍ । ମିଲର ଓ କନିଂହମଙ୍କ ମିଳିତ ସହଯୋଗରୁ ସୃଷ୍ଟି ହେଲା ଫ୍ରାଇଡେ ଦି ଥାର୍ଟିନ୍‌ଥ।

ଫ୍ରାଇଡେ ଦି ଥାର୍ଟିନଥର କାହାଣୀ ଥିଲା ବେଶ୍ ରୋମାଂଚକର। ଦୀର୍ଘ ଦିନ ହେବ ବନ୍ଦ ଥିବା ଏକ ସମର କ୍ୟାମ୍ପକୁ ଖୋଲିବା ପାଇଁ କିଛି ଯୁବ ଶିବିର ପରାମର୍ଶଦାତା ଉଦ୍ୟମ କରନ୍ତି । କ୍ୟାମ୍ପ କ୍ରିଷ୍ଟଲ ଲେକ୍ ନାମରେ ଉକ୍ତ ସମର କ୍ୟାମ୍ପର ଏକ ଅଭିଶପ୍ତ ଅତୀତ ରହିଥିବାରୁ ସେଠାକୁ କେହି ଯାଆନ୍ତି ନାହିଁ । କାରଣ ସେଠାରେ ପୂର୍ବରୁ କେତୋଟି ବୀଭତ୍ସ ହତ୍ୟାକାଣ୍ଡ ସଂଗଠିତ ହୋଇଛି। ଜଣେ ବାଳକ ମଧ୍ୟ ସେଠାରେ ବୁଡି ଯାଇଥିଲା।

ଯେତେବେଳେ କିଛି ଉତ୍ସାହୀ ଯୁବ ଶିବିର ପରାମର୍ଶଦାତା କ୍ୟାମ୍ପ କ୍ରିଷ୍ଟଲ ଲେକ୍ ପୁନଃ ଖୋଲିବାକୁ ଉଦ୍ୟମ କରନ୍ତି, ସେଠାରେ ଜଣେ ଅଜଣା ହତ୍ୟାକାରୀ ଜଣକ ପରେ ଜଣଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରେ । ଏକ ଦମଦାର କ୍ଲାଇମାକ୍ସରେ ହତ୍ୟାକାରୀର ପରିଚୟ ଜଣାପଡେ ଓ ସେ କାହିଁକି ହତ୍ୟା କରେ ତାହା ବି ଜଣାପଡେ । ଜଣେ ମହିଳା ହିଁ ହତ୍ୟାକାରୀ ବୋଲି ଦର୍ଶକ ଜାଣିବାକୁ ପାଆନ୍ତି ।

୧୯୮୦ ମସିହା ମେ ୯ ତାରିଖରେ ଆମେରିକାରେ ରିଲିଜ୍ ହୋଇଥିଲା ଏହି ଫିଲ୍ମ । ଚଳଚ୍ଚିତ୍ର ସମୀକ୍ଷକଙ୍କ ମତ ସେତେଟା ସକାରାତ୍ମକ ନ ଥିଲେ ମଧ୍ୟ ଦର୍ଶକଙ୍କୁ ବାନ୍ଧି ରଖିବାରେ ବେଶ୍ ସଫଳ ହୋଇଥିଲା ଫିଲ୍ମ। ଫିଲ୍ମର ସିନେମାଟୋଗ୍ରାଫି, ବ୍ୟାକଗ୍ରାଉଣ୍ଡ ମ୍ୟୁଜିକ ଓ ଅଭିନୟ ଉଭୟ ଦର୍ଶକ ଓ ସମାଲୋଚକମାନଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା। ତେବେ, ଫିଲ୍ମର ବୀଭତ୍ସ ହିଂସାକାଣ୍ଡର ଦୃଶ୍ୟକୁ ଅନେକ ନାପସନ୍ଦ କରିଥିଲେ। କିନ୍ତୁ ନକାରାତ୍ମକ ସମୀକ୍ଷା ରିପୋର୍ଟ ସତ୍ୱେ ଦର୍ଶକଙ୍କୁ ଡରାଇବାରେ ସଫଳ ହୋଇଥିଲା ଫ୍ରାଇଡେ ଦି ଥାର୍ଟିନ୍‌ଥ। ଫିଲ୍ମରେ ପଏଂଟ ଅଫ୍ ଭିଉ ସିନେମାଟୋଗ୍ରାଫିର ବହୁଳ ପ୍ରୟୋଗ ସେତେବେଳେ ବେଶ୍ ଚର୍ଚ୍ଚିତ ଥିଲା ।

ଫିଲ୍ମର ଆଶାତୀତ ସଫଳତା ପରେ ଏହାର ଏକାଧିକ ସିକ୍ୱେଲ ବି ନିର୍ମିତ ହେବା ସହ ୨୦୦୯ରେ ଏହାର ଏକ ନୂଆ ଭର୍ସନ ବି ବାହାରିଥିଲା। ମୂଳ ଫିଲ୍ମର ସଫଳତା ପରେ ୧୯୮୧ରେ ଏହାର ଦ୍ୱିତୀୟ ଭାଗ ରିଲିଜ୍ ହୋଇ ବି ଅପାର ବ୍ୟବସାୟିକ ସଫଳତା ହାସଲ କରିଥିଲା । ଏକ ସଫଳ ଫିଲ୍ମ ଫ୍ରାଂଚାଇଜରେ ପରିଣତ ହୋଇଛି ଫ୍ରାଇଡେ ଦି ଥାର୍ଟିନ୍‌ଥ । ଏହାର କାହାଣୀକୁ ନେଇ ଉପନ୍ୟାସ ବି ପ୍ରକାଶିତ ହୋଇଛି । କେବଳ ସେତିକି ନୁହେଁ ଫିଲ୍ମର କାହାଣୀ ଏକ ଟିଭି ସିରିଜରେ ବି ରୂପାନ୍ତରିତ ହୋଇଛି। କହିବାକୁ ଗଲେ ହରର ଫିଲ୍ମ ଜେନରରେ ଫ୍ରାଇଡେ ଦି ଥାର୍ଟିନ୍‌ଥ ନିଜର ଏକ ଫ୍ୟାନବେସ୍ ଗଢିପାରିଛି ।

Share. Facebook Twitter LinkedIn Email WhatsApp Copy Link

Related Posts

‘ଟ୍ରମ୍ପଙ୍କ ସହ ଆଠ ଥର କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି’: ଆମେରିକାର ଦାବିର ଜବାବ ଦେଲା ଭାରତ

January 9, 2026

ଓଡିଶା ଦକ୍ଷତା ପ୍ରତିଯୋଗିତାର ସମାପନୀ ସମାରୋହରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

January 9, 2026

ଶିକ୍ଷକମାନଙ୍କ ସମସ୍ୟା ସମାଧାନ ପାଇଁ ଗଠିତ କମିଟ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ କଲେ ସାକ୍ଷାତ, କହିଲେ….

January 9, 2026

ଆଠ ଟିଏମସି ସାଂସଦଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ: ଗୃହ ମନ୍ତ୍ରଣାଳୟ ବାହାରେ କରୁଥିଲେ ପ୍ରତିବାଦ

January 9, 2026
Latest News

ଓପିଟିସିଏଲ୍ ଦ୍ୱାରା ନିର୍ମିତ ଓଗ୍ରୀ ପୋର୍ଟାଲର ଶୁଭାରମ୍ଭ କଲେ କନକ ବର୍ଦ୍ଧନ ସିଂହଦେଓ

January 10, 2026

ଜାତୀୟ ବିଦ୍ୟାଳୟ ସମୂହ ତୀରନ୍ଦାଜ ପ୍ରତିଯୋଗିତା: ଓଡ଼ିଶାର ଛାତ୍ରଛାତ୍ରୀଙ୍କ ଉଲ୍ଲେଖନୀୟ ସଫଳତା

January 10, 2026

ନୂଆ ବଜାରରେ ପ୍ରବେଶ କଲେ ଭଦ୍ରକ ଜିଲ୍ଲାର ବରକୋଳି ଚାଷୀ: ଆୟ ୨୫% କୁ ବୃଦ୍ଧି

January 10, 2026

ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ମିଳିଲା ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରର ଅନ୍ତରିଣ ରିପୋର୍ଟ

January 10, 2026

ଆଜି ଜାନୁୟାରୀ ୧୦ ତାରିଖ ଶନିବାରରେ ପାଞ୍ଚୋଟି ରାଶି ପାଇଁ ରହିଛି ଶୁଭ ଖବର

January 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.