Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଉ ନାହାନ୍ତି ଭାରତୀୟ ପାରିବାରିକ ସିନେମାର ମହାନାୟକ ବାସୁ ଚାଟ୍ଟାର୍ଜୀ
ଆଜିର ଖବର

ଆଉ ନାହାନ୍ତି ଭାରତୀୟ ପାରିବାରିକ ସିନେମାର ମହାନାୟକ ବାସୁ ଚାଟ୍ଟାର୍ଜୀ

June 4, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ବରିଷ୍ଠ ଫିଲ୍ମ ନିର୍ମାତା ତଥା ଚିତ୍ରନାଟ୍ୟ ଲେଖକ ବାସୁ ଚାଟ୍ଟାର୍ଜୀ ଆଉ ନାହାନ୍ତି । ଗୁରୁବାର ଦିନ ମୁମ୍ବାଇଠାରେ ତାଙ୍କର ପରଲୋକ ହୋଇଛି। 93 ବର୍ଷ ବୟସରେ ସେ ଦୁନିଆକୁ ଅଲବିଦା କହିଛନ୍ତି । ପାରିବାରିକ ସିନେମାର ମହାନାୟକ ଭାବେ ବାସୁ ଚାଟ୍ଟାର୍ଜୀ ସିନେପ୍ରେମୀଙ୍କୁ ଅନେକ ଚର୍ଚ୍ଚିତ ଫିଲ୍ମ ଉପହାର ଦେଇଛନ୍ତି । ଜଣେ କାର୍ଟୁନିଷ୍ଟ ତଥା ଅନୁବାଦକରୁ ଫିଲ୍ମ ନିର୍ମାତାର ଯାତ୍ରା ତାଙ୍କର ଅତ୍ୟନ୍ତ ହୃଦୟସ୍ପର୍ଶୀ ।

ରାଜସ୍ଥାନର ଅଜମେରରେ ଜନ୍ମ ଗ୍ରହଣ କରିଥିବା ବାସୁ ଚାଟ୍ଟାର୍ଜୀ ଭାରତୀୟ ସିନେମାର ଜଣେ ଆଗଧାଡ଼ିର ନିର୍ଦ୍ଦେଶକ ଭାବେ ପରିଚିତି ହାସଲ କରିଥିଲେ । ମୁମ୍ବାଇର ଏକ ଖବରକାଗଜରେ କାର୍ଟୁନିଷ୍ଟ ତଥା ଅନୁବାଦକ ଭାବେ କାର୍ଯ୍ୟ କରୁଥିବା ବାସୁ ଭାରତୀୟ ସିନେମାରେ ନିଜର  ସ୍ବାକ୍ଷର ଛାଡିଯାଇଛନ୍ତି ।

1969 ମସିହା ‘ସାରା ଆକାଶ’ ଜରିଆରେ ପ୍ରଥମ ଥର ପାଇଁ ନିର୍ଦ୍ଦେଶନା କ୍ଷେତ୍ରକୁ ପଦାର୍ପଣ କରିଥିବା ବାସୁ ଚାଟ୍ଟାର୍ଜୀଙ୍କ ଏହି ଫିଲ୍ମଟି ଶ୍ରେଷ୍ଠ ଚିତ୍ରନାଟ୍ୟର ଫିଲ୍ମଫେୟାର ଆଓ୍ବାର୍ଡ ଜିତିଥିଲା। ତେବେ 1966 ମସିହାରେ ରିଲିଜ୍‌ ହୋଇଥିବା ରାଜକପୁର୍‌ ଓ ଓ୍ବାହିଦା ରହେମାନ୍‌ ଷ୍ଟାରର୍‌ ଫିଲ୍ମ ‘ତିସ୍‌ରୀ କସମ୍‌’ରେ ବାସୁ ଭଟ୍ଟାଚାର୍ଯ୍ୟ ସହାୟକ ରୂପେ କାର୍ଯ୍ୟ କରିଥିଲେ । ପରିବାରିକ ସିନେମା ନିର୍ମାଣରେ ସେ ଥିଲେ ସିଦ୍ଧହସ୍ତ । ତାଙ୍କ ସିନେମାରେ ମଧ୍ୟବିତ୍ତଙ୍କ ସମସ୍ୟାକୁ ଅତି ନିଖୁଣ ଭାବରେ ଫୁଟି ଉଠୁଥିଲା । ତାଙ୍କ କୃତ ଫିଲ୍ମ ଗୁଡିକ ମଧ୍ୟରେ ରହିଛି ଛୋଟି ସି ବାତ୍‌, ରଜନୀଗନ୍ଧା, ବାତୋ ବାତୋ ମେଁ, ଏକ ରୁକା ହୁଆ ଫୈସଲା, ଚମେଲୀ କି ସାଦି, ପିୟା କା ଘର୍‌, ଉସ୍‌ ପାର୍‌, ଚିତ୍‌ଚୋର୍‌, ସ୍ବାମୀ, ଖଟ୍ଟାମିଠା, ପ୍ରିୟତମା, ଚକ୍ରବ୍ୟୁହ, ଜୀନା ୟହାଁ, ବାତୋ ବାତୋଁ ମୋଁ, ସୌକିନ୍‌, ଅପ୍‌ନେ ପ୍ୟାର୍, ସଫେଦ୍‌ ଝୁଠ ପରି ପ୍ରମୁଖ।

1970 ଦଶକ ଭାରତ ପାଇଁ ବେଶ୍‌ ଉତ୍ସାହଜନକ ରହିଥିଲା । ଏହି ସମୟରେ ଭାରତରେ ନାରୀବାଦ ଓ ହିପ୍ପି ଆନ୍ଦୋଳନ ପରି ଦୁଇ ପଶ୍ଚିମୀ ସଭ୍ୟତା ଭାରତରେ ପ୍ରବେଶ କରିଥିଲା । ପଶ୍ଚିମୀ ପପ୍‌ ଓ ରକ୍‌ ସଙ୍ଗୀତ ମଧ୍ୟ ସିନେମାରେ ଧୀରେ ଧୀରେ ପାଦ ଥାପୁଥିଲା । ଏହି ସମୟରେ  ଘର ଭିତରେ ରହୁଥିବା ଶାଢୀ ପରହିତା ମହିଳାମାନେ ଘରୁ ବାହାରି ସମାଜରେ ପୁରୁଷଙ୍କ ସହ ପାଦ ମିଳାଇବାରେ ସମର୍ଥ ହେଉଥିଲେ । ଠିକ୍‌ ଏହି ସମୟରେ ବାସୁ ଚାଟ୍ଟାର୍ଜୀ ନିଜ ଫିଲ୍ମ ଜରିଆରେ ଏକ ସ୍ବତନ୍ତ୍ର ପରିଚୟ ତିଆରି କରିଥିଲେ । ଅପରପକ୍ଷରେ ଏହି ସମୟରେ ମୁଖ୍ୟଧାରାର ଭାରତୀୟ ସିନେମାରେ ବହୁ ପରିବର୍ତ୍ତନ ଆସିଥିଲା । ଏହି ସମୟରେ ଭାରତୀୟ ସିନେମାରେ ଏକ ବିରାଟ ପରିବର୍ତ୍ତନ ଆସୁଥିବାବେଳେ ବାସୁ ଚାଟ୍ଟାର୍ଜୀଙ୍କ ପରି ଫିଲ୍ମ ନିର୍ମାତା ଏହି କ୍ରାନ୍ତିର ଭଉଁରୀରେ ଫସି ନିଜକୁ ଦୃଢ ଭାବେ ନିଜକୁ ପ୍ରତିପାଦିତ କରିପାରିଥିଲେ ।

ବାସୁ ଚାଟ୍ଟାର୍ଜୀ ସିନେ ଜଗତରେ ବିମଲ୍‌ ରାୟ ବିଦ୍ୟାଳୟଙ୍କ ଜଣେ ଉତ୍ତମ ଛାତ୍ର  ଥିଲେ। ମହିଳାଙ୍କ ପ୍ରତି ବେଶ୍‌ ସମ୍ବେଦନଶୀଳ ରହିଥିଲେ ବାସୁ ଚାଟାର୍ଜୀ । ତାଙ୍କ ଫିଲ୍ମଗୁଡିକରେ ନାରୀ ଚରିତ୍ରଙ୍କୁ ଏକ ଦୃଢ ତଥା ମୁଖ୍ୟ ଭାବରେ ବର୍ଣ୍ଣନା କରାଯାଇଥାଏ । ତାଙ୍କର ପ୍ରତ୍ୟେକଟି ଫିଲ୍ମରେ ନାରୀ ଚରିତ୍ର ଓ ମଧ୍ୟବର୍ତ୍ତୀ ପରିବାରିକ ସମସ୍ୟା ଭରପୂର ରହିଥାଏ । ନୂତନ ଅନ୍ଦାଜରେ ସମାଜର ବାସ୍ତବତା ସହ ମଧ୍ୟବିତ୍ତଙ୍କ ସମସ୍ୟାକୁ ଫିଲ୍ମରେ ଅତ୍ୟନ୍ତ ଚମତ୍କାର ଭାବରେ ଫୁଟାଇବାରେ କଳାରେ ମାହିର୍‌ ଥିଲେ ବାସୁ ଭଟ୍ଟାଚାର୍ଯ୍ୟ ।

କେବଳ କାହାଣୀ କିମ୍ବା ଚିତ୍ରନାଟ୍ୟ ନୁହେଁ, ବରଂ ଗୀତ ଥିଲା ତାଙ୍କ ଫିଲ୍ମର ଆଉ ଏକ ପ୍ରମୁଖ ଉପାଦାନ ।  ତାଙ୍କ ନିର୍ଦ୍ଦେଶିତ ଫିଲ୍ମଗୁଡିକରେ ଗୀତଗୁଡିକ ବେଶ୍‌ ଉଚ୍ଚକୋଟୀର ଥିଲା । ‘ରଜନୀଗନ୍ଧା’ ଫିଲ୍ମ ହେଉ କି ‘ବାତୋ ବାତୋ ମେଁ’ ଅଥବା ‘ଚିତଚୋର୍‌’ ଆଦି ଫିଲ୍ମର ଗୀତଗୁଡିକ ଆଜି ବି ଲୋକପ୍ରିୟ । ଏକ ନିଆରା ଶୈଳୀରେ ରଚିତ ଏହି ଗୀତଗୁଡିକ ଦର୍ଶକଙ୍କୁ ବାନ୍ଧି ରଖିବାରେ ସହାୟକ ହେଉଥିଲା । ଫିଲ୍ମର କାହାଣୀ ସହିତ ଗୀତଗୁଡିକ ଫିଲ୍ମଗୁଡିକୁ କାଳଜୟୀ କରିବାର ବେଶ୍‌ ସହାୟକ ହେଉଥିଲା ।

କେବଳ ଫିଲ୍ମ ନୁହେଁ ଦୂରଦର୍ଶନରେ ପ୍ରସାରିତ ହେଉଥିବା ଲୋକପ୍ରିୟ ଧାରାବାହିକ ‘ବ୍ୟୋମକେଶ୍‌ ବକ୍ସି’ରେ ମଧ୍ୟ ସେ ନିର୍ଦ୍ଦେଶନା ଦେଇଥିଲେ । ପରିଣତି ବୟସରେ ସେ ଏହି ଦୁନିଆକୁ ଛାଡି ଚାଲି ଯାଇଛନ୍ତି ସତ, କିନ୍ତୁ ସିନେମାଗୁଡିକ ତାଙ୍କ  ଅବର୍ତ୍ତମାନର ଚିରକାଳ ପାଇଁ ତାଙ୍କୁ ଅମର କରି ରଖିବ ଏଥିରେ ସନ୍ଦେହ ନାହିଁ ।

Indiancinema
Share. Facebook Twitter LinkedIn Email WhatsApp Copy Link

Related Posts

Swamijee Public School: ରଂଗାରଂଗ ପରିବେଶରେ ପାଳିତ ହେଲା ସ୍ୱାମୀଜୀ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ

December 3, 2025

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବିରୋଧରେ ଥାନାରେ ଲିଖିତ ଅଭିଯୋଗ କଲା ବିଜେଡି

December 3, 2025

DRDO Tests: ଡିଆରଡିଓର ଲଢ଼ୁଆ ବିମାନ ଏସ୍କେପ୍ ସିଷ୍ଟମର ସଫଳ ପରୀକ୍ଷଣ

December 3, 2025

Dhanu Sankranti 2025: ଏଥର ଧନୁ ସଂକ୍ରାନ୍ତି କେବେ,କେତେବେଳେ ଅଛି ଶୁଭ ସମୟ

December 3, 2025
Latest News

Konark Festival 2nd Day: ଦ୍ବିତୀୟ ଦିନରେ ପରିବେଷଣ ହେଲା କୁଚିପୁଡ଼ି ସହ ଓଡିଶୀ 

December 3, 2025

International IDEA: ଭାରତକୁ ମିଳିଲା IDEAର ଅଧ୍ୟକ୍ଷତା, ପ୍ରତିନିଧିତ୍ବ କରିବେ CEC ଜ୍ଞାନେଶ କୁମାର 

December 3, 2025

Swamijee Public School: ରଂଗାରଂଗ ପରିବେଶରେ ପାଳିତ ହେଲା ସ୍ୱାମୀଜୀ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ

December 3, 2025

Putin’s India Visit: ଭାରତ ଆସୁଛନ୍ତି ଋଷ ରାଷ୍ଟ୍ରପତି ପୁଟିନ, ଦୁଇ ରାଷ୍ଟ୍ର ମଧ୍ୟରେ ସ୍ବାକ୍ଷରିତ ହେବ ଏହି ଚୁକ୍ତି

December 3, 2025

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବିରୋଧରେ ଥାନାରେ ଲିଖିତ ଅଭିଯୋଗ କଲା ବିଜେଡି

December 3, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.