
ଭୁବନେଶ୍ବର, ଜଣାଶୁଣା ଆଲବମ୍ ଅଭିନେତ୍ରୀ ଦୀପା ସାହୁଙ୍କ ଦେହାନ୍ତ। ଚିକିତ୍ସାଧୀନ ଅବସ୍ଥାରେ ଏଠାକାର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଯାଇଛି। ଦୀପାଙ୍କ ପରଲୋକ ସମ୍ପର୍କରେ ସ୍ବାମୀ ମନୀନ୍ଦ୍ର ଦତ୍ତ ସୂଚନା ଦେଇଛନ୍ତି। ଦୀପା କ୍ୟାନସରରେ ପୀଡ଼ିତ ହୋଇ ଗତ କିଛି ଦିନ ଧରି ଚିକିତ୍ସାଧୀନ ଥିଲେ। ଶତାଧିକ ଆଲବମରେ ଅଭିନୟ କରି ଦୀପା ରାଜ୍ୟରେ ବେଶ ଚର୍ଚ୍ଚାରେ ଥିଲେ।
ଗତମାସରେ ପ୍ରଥମେ ସେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି ହୋଇଥିଲେ। ତାପରେ ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ସେ ଅନେକ ଓଡ଼ିଆ ଆଲବମରେ ଅଭିନୟ କରିବା ସହିତ ବିଭିନ୍ନ ଧାରାବାହିକୀରେ ମଧ୍ୟ ଅଭିନୟ କରିଥିଲେ। ସେ ରାଜ୍ୟରେ ଆଲବମ କୁଇନ୍ ଭାବେ ପରିଚିତ ଥିଲେ।
Tags: ଆଲବମ ଅଭିନେତ୍ରୀ, ଦୀପା ସାହୁ