Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଉ ନାହାନ୍ତି ଲୋକପ୍ରିୟ କନ୍ନଡ ଚଳଚ୍ଚିତ୍ର ନିର୍ଦ୍ଦେଶକ ବିଜୟ ରେଡ୍ଡି
ଆଜିର ଖବର

ଆଉ ନାହାନ୍ତି ଲୋକପ୍ରିୟ କନ୍ନଡ ଚଳଚ୍ଚିତ୍ର ନିର୍ଦ୍ଦେଶକ ବିଜୟ ରେଡ୍ଡି

October 10, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବେଙ୍ଗାଲୁରୁ : 2020 ମସିହା ଚଳଚ୍ଚିତ୍ର ଜଗତ, ରାଜନୀତି ତଥା ଦେଶ ପାଇଁ ଅପୂରଣୀୟ କ୍ଷତି ସୃଷ୍ଟି କରିଛି । ବହୁ ବଡ ବଡ ନେତା, ଅଭିନେତା ଆଦି ଆମକୁ ଛାଡି ଚାଲିଯାଇଛନ୍ତି । ପ୍ରସିଦ୍ଧ କନ୍ନଡ ଚଳଚ୍ଚିତ୍ର ନିର୍ଦ୍ଦେଶକ ବିଜୟ ରେଡ୍ଡିଙ୍କ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ 84 ବର୍ଷ ବୟସ ହୋଇଥିଲା । 1970 ମସିହାରେ ‘ରଙ୍ଗମହଲ୍‌ ରହସ୍ୟ’ ଫିଲ୍ମଟିରେ ନିର୍ଦ୍ଦେଶକ ଭାବେ ଡେବ୍ୟୁ କରିଥିଲେ ।  1973 ମସିହାରେ ତାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଗନ୍ଧାରା ଗୁଡି’ ତାଙ୍କ କ୍ୟାରିଅରରେ ଟର୍ଣ୍ଣିଂ ପଏଣ୍ଟ ଆଣିଥିଲା ।  ତାଙ୍କ ନିର୍ଦ୍ଦେଶିତ ଅନ୍ୟତମ ଫିଲ୍ମ ‘ମୌର୍ଯ୍ୟା’ କନ୍ନଡ କ୍ଲାସିକ୍‌ ସିନେମାର ଏକ ଉଲ୍ଲେଖନୀୟ ଫିଲ୍ମ ।

1936 ମସିହାରେ ଏକ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିଲେ ବିଜୟ ରେଡ୍ଡି । 1953 ମସିହାରେ ବି, ଭିଟ୍ଟଲାଚାର୍ଯ୍ୟଙ୍କ ନିର୍ଦ୍ଦେଶିତ କନ୍ନଡ ଫିଲ୍ମ ‘ମାନେ ତୁମ୍ବୁଡା ହେନୁ’ରେ ସହାୟକ ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ। ବିଜୟଙ୍କ ନିର୍ଦ୍ଦେଶିତ ପ୍ରଥମ ଫିଲ୍ମ ‘ରଙ୍ଗମହଲ୍‌ ରହସ୍ୟ’ ଯଦିଓ ତାଙ୍କୁ ସଫଳତା ଦେଇପାରିନଥିଲା କିନ୍ତୁ ତାଙ୍କର ଦ୍ବିତୀୟ ନିର୍ଦ୍ଦେଶିତ ଫିଲ୍ମ ‘ମୋଡଲା ରାଠୀ’ ସଫଳତା ପାଇଥିଲା । ତେବେ ତାଙ୍କ ନିର୍ଦ୍ଦେଶିତ ’ଗନ୍ଧାରା ଗୁଡ୍ଡି’ ବହୁଳ ସଫଳତା ପାଇଥିଲା । ଏହି ଫିଲ୍ମଟି ରାଜକୁମାରଙ୍କ 150ତମ ଫିଲ୍ମ ।  ଏହି ଚଳଚ୍ଚିତ୍ରଟି କନ୍ନଡ ଚଳଚ୍ଚିତ୍ର ଇଣ୍ଡ୍ରଷ୍ଟିରେ ଏକ ମାଇଲଖୁଣ୍ଟ ଭାବେ ପ୍ରମାଣିତ ହୋଇଥିଲା। ବିଜୟ କେବଳ କନ୍ନଡ ଭାଷାର ଫିଲ୍ମ ନୁହେଁ, ହିନ୍ଦୀ, ତେଲୁଗୁ, ତାମିଲ ଓ ମଲାୟଲମ୍ ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି । ତେଲୁଗୁ ଫିଲ୍ମ ‘ଶ୍ରୀମଥୀ’ରେ ମଧ୍ୟ ବିଜୟ ନିର୍ଦ୍ଦେଶନା ଦେଇଥିଲେ ।

1977 ମସିହାରେ ବିଜୟଙ୍କ ନିର୍ଦ୍ଦେଶିତ ‘ସନାଡି ଆପନ୍ନା’କୁ ଜାତୀୟ ମାନ୍ୟତା ମିଳିଥିଲା । ଏହି ଫିଲ୍ମରେ ମୁଖ୍ୟ ଅଭିନେତା ଭାବେ ଶାହନାଇ ବାଦକ ବିସମିଲା ଖାନ୍‌ଙ୍କୁ ଦେଖାଯାଇଥିଲା । ସେହିପରି ଅନୀଲ୍‌ କପୁର୍‌ଙ୍କ ଅଭିନୀତ ଫିଲ୍ମ ‘ପ୍ୟାର କିୟା ହୈ ପ୍ୟାର୍‌ କରେଙ୍ଗେ’ର ମଧ୍ୟ ନିର୍ଦ୍ଦେଶନା ଦେଇଥିଲେ ବିଜୟ ରେଡ୍ଡି । 1970ରୁ 2003 ମସିହା ପର୍ଯ୍ୟନ୍ତ ଲଗାତାର ଭାବରେ ସେ ଫିଲ୍ମରେ ନିର୍ଦ୍ଦେଶନା ଦେଇ ଆସୁଥିଲେ । ନିଜ ଜୀବନକାଳ ମଧ୍ୟରେ ପ୍ରାୟ 50 ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି । କିଛି ଫିଲ୍ମରେ ସେ ଚିତ୍ରନାଟ୍ୟ ଦାୟିତ୍ବ ମଧ୍ୟ ସମ୍ଭାଳିଛନ୍ତି । ବିଜୟ ରେଡ୍ଡିଙ୍କ ଦେହାନ୍ତରେ କନ୍ନଡ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ତାରକାଙ୍କଠାରୁ ଆରମ୍ଭ କରି ସାମାଜିକ ଗଣମାଧ୍ୟମରେ ପ୍ରଶଂସକଙ୍କ ପର୍ଯ୍ୟନ୍ତ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

୨୦୨୬ ଆଇପିଏଲ: ପ୍ରଥମ ମ୍ୟାଚରେ SRHକୁ ପରାସ୍ତ କରି ବିଜୟ ଅଭିଯାନ କଲା RCB

March 28, 2026

ବିନା ଲକ୍ଷଣରେ ଦେଶର ୪୦ ପ୍ରତିଶତ ଜନସଂଖ୍ୟା ଯକ୍ଷ୍ମା ରୋଗରେ ପୀଡ଼ିତ

March 28, 2026

ଅଙ୍ଗ ପ୍ରତିରୋପଣ ଏବଂ ସ୍ୱାସ୍ଥ୍ୟସେବାରେ କୃତ୍ରିମ ବୁଦ୍ଧିମତ୍ତାର ଉପଯୋଗ

March 28, 2026

ଦୁଇ ସାପ୍ତାହିକ ଏକ୍ସପ୍ରେସ୍ ଟ୍ରେନ ପ୍ରଚଳନ

March 28, 2026
Latest News

୨୦୨୬ ଆଇପିଏଲ: ପ୍ରଥମ ମ୍ୟାଚରେ SRHକୁ ପରାସ୍ତ କରି ବିଜୟ ଅଭିଯାନ କଲା RCB

March 28, 2026

ବିନା ଲକ୍ଷଣରେ ଦେଶର ୪୦ ପ୍ରତିଶତ ଜନସଂଖ୍ୟା ଯକ୍ଷ୍ମା ରୋଗରେ ପୀଡ଼ିତ

March 28, 2026

ପାଣିନୀଙ୍କ ଠାରୁ ଏଆଇ ଷ୍ଟାକ୍ ପର୍ଯ୍ୟନ୍ତ: ଦିଲ୍ଲୀର ଏଆଇ ମଞ୍ଚରେ ଜାତୀୟ କ୍ଷମତାର ନୂତନ ପରିଭାଷା

March 28, 2026

ନୋଇଡା ଅନ୍ତର୍ଜାତୀୟ ବିମାନବନ୍ଦର ପର୍ଯ୍ୟାୟ-୧ର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

March 28, 2026

ରେଳବାଇରେ ଆପତ୍ତିଜନ ବିଜ୍ଞାପନ ପ୍ରଦର୍ଶନ ନିଷିଦ୍ଧ: ଅଶ୍ୱିନୀ ବୈଷ୍ଣବ

March 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.