ଆଉ ନାହାନ୍ତି ଲୋକପ୍ରିୟ ଇନ୍ଦୁ ଦାଦି

Published: Oct 19, 2020, 12:49 pm IST

ନୂଆଦିଲ୍ଲୀ: ଜି ଟିଭିରେ ପ୍ରସାରିତ ହେଉଥିବା ଲୋକପ୍ରିୟ ଧାରାବାହିକ ‘କୁମ୍‌କୁମ୍‌ ଭାଗ୍ୟ’ର ‘ଇନ୍ଦୁ ଦାଦି’ ଆଉ ନାହାନ୍ତି । ଇନ୍ଦୁ ଦାଦି ଚରିତ୍ରରେ ଅଭିନେତ୍ରୀ ଜରିନା ରୋଶନ୍‌ ଖାନ୍‌ ଅଭିନୟ କରୁଥିଲେ । ମାତ୍ର 54 ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଯାଇଛି । ହୃଦ୍‌ଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି । ଜରିନା କୁମ୍‌କୁମ୍‌ ଭାଗ୍ୟ ବ୍ୟତୀତ ‘ୟେ ରିସ୍‌ତା କ୍ୟା କହଲା‌ତା ହୈ’ରେ ମଧ୍ୟ କାମ କରିଛନ୍ତି। ସେ ‘କୁମ୍‌କୁମ୍‌ ଭାଗ୍ୟ’ ଧାରବାହିକ ଜରିଆରେ ‘ଇନ୍ଦୁ ଦାଦି’ ଭାବେ ଘରେ ଘରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ତାଙ୍କ ବିୟୋଗରେ ଟେଲିଜଗତରେ ଶୋକର ଛାୟା ଖେଳିଯାଇଛି । ଜରିନାଙ୍କ ବିୟୋଗରେ କୁମ୍‌କୁମ୍‌ ଭାଗ୍ୟର ଷ୍ଟାର୍‌କାଷ୍ଟମାନେ ଗଭୀର ଶୋକ ପ୍ରକାଶ କରିବା ସହିତ ତାଙ୍କ ବିତେଇଥିବା ପୁରୁଣା ସ୍ମୃତିକୁ ମନେ ପକାଇଛନ୍ତି ।

ଏହି ଧାରାବାହିକର ମୁଖ୍ୟ ଅଭିନେତା ଶାବିର ଆଲ୍‌ଓ୍ବାଲୁଆ ଓ ମୁଖ୍ୟ ଅଭିନେତ୍ରୀ ଶ୍ରୀତୀ ଝା’ ଜରିନାଙ୍କ ସହ ବିତାଇଥିବା ଖୁସି ସମୟରେ ଏକ ଫଟୋ ଦେଇ ଦୁଃଖ ପ୍ରକାଶ କରିଛନ୍ତି ।

Related posts