
ମୁମ୍ବାଇ: ଅଭିନେତ୍ରୀ କାଜଲ୍ ଅଗ୍ରଓ୍ବାଲ୍ ବିବାହ ପରେ ନିଜର ନାମ ବଦଳାଇଛନ୍ତି। କାଜଲ୍ ଶନିବାର ଦିନ ନିଜ ଇନ୍ଷ୍ଟାଗ୍ରାମ୍ରେ ଏ ସମ୍ପର୍କରେ ଫଟୋ ପୋଷ୍ଟ କରି ଅପଡେଟ୍ ଦେଇଛନ୍ତି।
ଅଭିନେତ୍ରୀ କାଜଲ୍ ବିବାହ ପରେ ଗୌତମଙ୍କ ସହ ହନିମୁନ୍ରେ ବାହାରିଛନ୍ତି। ଅଭିନେତ୍ରୀ କାଜଲ୍ ଇନ୍ଷ୍ଟାଗ୍ରାମରେ ଫଟୋ ସେୟାର କରି ଏହା ସମ୍ପର୍କରେ ସୂଚନା ଦେବା ସହ ନିଜ ନାମ ପରିବର୍ତ୍ତନ କରିଥିବାର ସୂଚନା ଦେଇଛନ୍ତି। କାଜଲ୍ ସେୟାର କରିଥିବା ଏହି ଫଟୋର ତାଙ୍କ କଷ୍ଟମ୍ ମେଡ କଭର ଲଗେଜ୍ ବ୍ୟାଗ୍ ଦେଖାଇଛନ୍ତି। ଅନ୍ୟ ଏକ ଫଟୋରେ କଷ୍ଟମ ମେଡ୍ କଭର୍ ପାସପୋର୍ଟ ନଜର ଆସିଛି। ଏଥିରେ ଦୁଇଜଣ ନିଜ ନିଜ ବ୍ୟାଗ୍ ଓ ପାସ ପୋର୍ଟରେ ନାମ ଲେଖିଛନ୍ତି। ଏହି ଫଟୋରେ କାଜଲଙ୍କ ନାମ କାଜଲ୍ ଅଗ୍ରଓ୍ବାଲ ବଦଳରେ କାଜଲ୍ କିଚଲୁ ଲେଖାହୋଇଛି। କାଜଲ୍ ସେୟାର କରିଥିବା ଗୋଟିଏ ଫଟୋରେ ରେଡି ଟୁ ଗୋ ଲେଖା ହୋଇଥିବାବେଳେ ସେଥିରେ ଦୁଇଟି ପାସ୍ପୋର୍ଟ ରହିଛି। ଅନ୍ୟ ଫଟୋରେ ବ୍ୟାଗ୍ସ୍ ଆର୍ ପ୍ୟାକ୍ଡ୍ ଲେଖା ହୋଇଛି।
ସୂଚନାଯୋଗ୍ୟ, ଅକ୍ଟୋବର 30 ତାରିଖରେ କାଜଲ୍ ଗୌତମ କିଚଲୁଙ୍କୁ ବିବାହ କରିଛନ୍ତି। ଆଡମ୍ବରପୂର୍ଣ୍ଣ ଏହି ବିବାହଟି ବେଶ୍ ଚର୍ଚ୍ଚାର ବିଷୟ ରହିଥିଲା। ନିକଟରେ ଇନ୍ଷ୍ଟାଗ୍ରାମରେ କାଜଲ୍ ତାଙ୍କର ପ୍ରଥମ କରଓ୍ବାଚୌଥ୍ ଉତ୍ସବର ଫଟୋ ସେୟାର କରିଥିଲେ। (ଏଜେନ୍ସି)