Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଉ ଜଣେ ବଲିଉଡ୍‌ ଅଭିନେତା କଲେ ଆତ୍ମହତ୍ୟା, ଜାଣନ୍ତୁ ସେ କିଏ ?
ଆଜିର ଖବର

ଆଉ ଜଣେ ବଲିଉଡ୍‌ ଅଭିନେତା କଲେ ଆତ୍ମହତ୍ୟା, ଜାଣନ୍ତୁ ସେ କିଏ ?

November 12, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ : କରୋନା କାଳରେ ବହୁ ଅଭିନେତା ଆମକୁ ଛାଡି ଚାଲିଯାଇଛନ୍ତି । ଅଭିନେତା ଇର୍ଫାନ୍‌ ଖାନ୍‌, ସୁଶାନ୍ତ ସିଂହ ରାଜପୁତ୍‌ଙ୍କ ପରି ବହୁ ଲୋକପ୍ରିୟ କଳାକାର ଆମକୁ ଛାଡି ଚାଲିଯାଇଥିବାବେଳେ ଆଜି ଆଉ ଜଣେ ଅଭିନେତା ମଧ୍ୟ ଆମଠୁ ବିଦାୟ ନେଇଛନ୍ତି ।  ବଲିଉଡ୍ ଅଭିନେତା ଆସିଫ୍‌ ବସ୍‌ରା ଆତ୍ମହତ୍ୟା କରିଥିବାର ଖବର ରହିଛି । ଗୁରୁବାର ଦିନ ହିମାଚଳ ପ୍ରଦେଶର କାଙ୍ଗଡା ଜିଲ୍ଲାର ଧର୍ମଶାଳାରେ ବସ୍‌ରା ମ୍ୟାକେଲାଡ ରେ ଜୋଗିହାଓ୍ବାଡା ରୋଡ୍‌ ନିକଟରେ ଏକ କାଫେ ନିକଟରେ ଆତ୍ମହତ୍ୟା କରିଛନ୍ତି ଏହି ଅଭିନେତା ଜଣକ । ଆତ୍ମହତ୍ୟାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ ।

ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ ପୋଲିସ୍‌ ଉକ୍ତ ସ୍ଥାନରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୋଲିସ୍‌ ମୃତଦେହକୁ ଜବତ କରିବା ସହ ଛାନ୍‌ଭିନ୍‌ ଆରମ୍ଭ କରିଛି । ମିଳିଥିବା ସୂଚନା ଅନୁସାରେ ଅଭିନେତା ଆସିଫ୍‌ ଗତ ପାଞ୍ଚ ବର୍ଷ ଧରି ମ୍ୟାକ୍‌ଲୋଡ୍ଗଞ୍ଜଠାରେ ଏକ ଭଡା ଘରେ ରହୁଥିଲେ । ତାଙ୍କ ସହିତ ଜଣେ ବିଦେଶୀ ମହିଳା ବନ୍ଧୁ ମଧ୍ୟ ରହୁଥିଲେ ।

ଗୁରୁବାର ଦିନ ଦ୍ବିପ୍ରହର ସମୟରେ ନିଜ ପୋଷା କୁକୁରକୁ ବାହାରକୁ ବୁଲାଇ ନେଇଥିଲେ । ଏହାପରେ ଘରକୁ ଆସି ସେ ନିଜ ପୋଷା କୁକୁର ଚେନ୍‌ରେ ଫାଶୀ ଦେଇଛନ୍ତି । ପ୍ରାରମ୍ଭିକ ସୂଚନାରୁ ସେ ଅବସାଦଗ୍ରସ୍ତ ଥିଲେ ବୋଲି ସୂଚନା ରହିଛି । ତେବେ ଏହି ଘଟଣାର ତଦନ୍ତ ଜାରି ରହିଛି ।

ଆସିଫ୍‌ ବସ୍ରା ଜଣେ ଲୋକପ୍ରିୟ ଟିଭି କଳାକାର । ଅଭିନେତା ଜଣକ କେବଳ ଛୋଟପରଦା ନୁହେଁ ବଡପରଦାରେ ମଧ୍ୟ ନଜର ଆସିଛନ୍ତି । ବଲିଉଡ ଫିଲ୍ମ ‘ପରଜାନିଆ’, ‘କାଇପୋଚେ’, ‘କ୍ରିସ୍‌ 3’, ‘ହିଚ୍‌କୀ’ ‘ବ୍ଲାକ ଫ୍ରାଇଡେ’, ‘ଏକ ଭିଲେନ୍‌’ରେ ନଜର ଆସିଛନ୍ତି । ହଲିଉଡ୍‌ ଫିଲ୍ମ ‘ଆଉଟଫୋର୍ସରେ ମଧ୍ୟ ଆସିଫ୍‌ ବସ୍ରା ନଜର ଆସିଥିଲେ । ଏତଦ୍‌ବ୍ୟତୀତ ବ୍‌ସ୍ରା ହିମାଚଳୀ ଫିଲ୍ମରେ ମଧ୍ୟ ଅଭିନୟ କରି ବେଶ୍‌ ଲୋକପ୍ରିୟ ହୋଇଥିଲେ । ବାସ୍ରା ‘ଓ୍ବାନ୍ସ ଓପନ୍‌ ଏ ଟାଇମ୍‌ ଇନ୍‌ ମୁମ୍ବାଇ’ରେ ଇମ୍ରାନ୍‌ଙ୍କ ପିତା ଭୂମିକାରେ ନଜର ଆସିଥିବାବେଳ ‘ଏକ ଭିଲେନ୍‌’ରେ ଶ୍ରଦ୍ଧା କପୁରଙ୍କ ପିତା ଭୂମିକାରେ ନଜର ଆସିଥିଲେ । ଓ୍ବେବସିରିଜ୍‌ ‘ପାତାଲଲୋକ୍‌’ରେ ମଧ୍ୟ ନଜର ଆସିଥିଲେ ଆସିଫ୍‌ । (ଏଜେନ୍ସି)

suicide
Share. Facebook Twitter LinkedIn Email WhatsApp Copy Link

Related Posts

ବିଶ୍ୱର ଶ୍ରେଷ୍ଠ ୧୦ ଟି ୨୦ ଆନ୍ତର୍ଜାତୀୟ ବୋଲର: ପ୍ରଥମ ଥର ପାଇଁ ୧ ନମ୍ବର ସ୍ଥାନରେ ପାକିସ୍ତାନ ଖେଳାଳି

September 23, 2026

SIR-ନିର୍ବାଚନ କମିଶନ ବିବାଦ ଉପରେ ବିଜେପିର ପ୍ରଥମ ପ୍ରତିକ୍ରିୟା: ସମ୍ବିତ ପାତ୍ର କହିଲେ….

September 23, 2026

“ଜ୍ଞାନେଶ କୁମାରଙ୍କୁ ଗିରଫ କରାଯିବା ଉଚିତ”: ଇସି ବିବାଦ ଉପରେ ମମତା ବାନାର୍ଜୀଙ୍କ ଦାବି

September 23, 2026

ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ ପାଇଁ ପ୍ରଭାରୀ ଓ ସହ-ପ୍ରଭାରୀ ନିଯୁକ୍ତ

September 23, 2026
Latest News

ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ସାତସମାରେ ସ୍ୱଚ୍ଛତା ପକ୍ଷ ପାଳିତ

September 23, 2026

ବିଶ୍ୱର ଶ୍ରେଷ୍ଠ ୧୦ ଟି ୨୦ ଆନ୍ତର୍ଜାତୀୟ ବୋଲର: ପ୍ରଥମ ଥର ପାଇଁ ୧ ନମ୍ବର ସ୍ଥାନରେ ପାକିସ୍ତାନ ଖେଳାଳି

September 23, 2026

SIR-ନିର୍ବାଚନ କମିଶନ ବିବାଦ ଉପରେ ବିଜେପିର ପ୍ରଥମ ପ୍ରତିକ୍ରିୟା: ସମ୍ବିତ ପାତ୍ର କହିଲେ….

September 23, 2026

“ଜ୍ଞାନେଶ କୁମାରଙ୍କୁ ଗିରଫ କରାଯିବା ଉଚିତ”: ଇସି ବିବାଦ ଉପରେ ମମତା ବାନାର୍ଜୀଙ୍କ ଦାବି

September 23, 2026

ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ ପାଇଁ ପ୍ରଭାରୀ ଓ ସହ-ପ୍ରଭାରୀ ନିଯୁକ୍ତ

September 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.