Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଭାଷଣ ବେଳେ କଟିଗଲା ଲାଇନ, ଏହା ଦେଖି ରାଷ୍ଟ୍ରପତି କହିଲେ..
ଜାତୀୟ ଖବର

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଭାଷଣ ବେଳେ କଟିଗଲା ଲାଇନ, ଏହା ଦେଖି ରାଷ୍ଟ୍ରପତି କହିଲେ..

May 6, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଭାଷଣ ବେଳେ କଟିଗଲା ଲାଇନ, ଏହା ଦେଖି ରାଷ୍ଟ୍ରପତି କହିଲେ..

ବାରିପଦା: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବାରିପଦାସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଂଜଦେଓ ବିଶ୍ବବିଦ୍ୟାଳୟରେ ଭାଷଣ ଦେଉଥିବା ବେଳେ ଅଭାବନୀୟ ଘଟଣା ଘଟିଛି। ରାଷ୍ଟ୍ରପତି ଭାଷଣ ଦେବାର କିଛି ସମୟ ପରେ ପ୍ରେକ୍ଷାଳୟର ଲାଇନ ଚାଲିଯାଇଥିଲା। ଫଳରେ ରାଷ୍ଟ୍ରପତି ଭାଷଣ ନ ଦେଇ ଲାଇନକୁ ଅପେକ୍ଷା କଲେ।

ହେଲେ କିଛି ସମୟ ଧରି ଲାଇନ ନ ଆସିବାରୁ ସେହି ଅନ୍ଧାରରେ ରାଷ୍ଟ୍ରପତି ଭାଷଣ ଦେବାକୁ ବାଧ୍ୟ ହୋଇଥିଲେ। ପୋଡିୟମରେ ଥିବା ଏକ ଚାର୍ଯ୍ୟ ଲାଇଟ ମାଧ୍ୟମରେ ସେ ଭାଷଣକୁ ଚାଲୁରଖିଲେ। ପ୍ରାୟ ନ ମିନିଟ ଧରି ପ୍ରେକ୍ଷାଳୟର ବିଦ୍ୟୁତ ଯୋଗାଣ ବନ୍ଦ ରହିଥିଲା।

ଲାଇନ କଟିବାକୁ ନେଇ ରାଷ୍ଟ୍ରପତି ବିରକ୍ତି ଭାବ ଜଣାପଡୁଥିଲେ ମଧ୍ୟ ସେ ଏ ନେଇ କିଛି କହି ନ ଥିଲେ। ହେଲେ ସେ କହିଥିଲେ ଯେ, ‘ଆଲୁଅ ଯେତିକି ଅନ୍ଧାର ସେତିକି ଏହି ଯେ ଗହନ ବନ, ଚାଲିବି ଚାଲିବି ପଡ଼ିବିନି ଥକି’। ପରିସ୍ଥିତିକୁ ହାଲକା କରିବା ପାଇଁ ରାଷ୍ଟ୍ରପତି ଏପରି କହିଥିଲେ। ହେଲେ ସେଠାକାର ଉପସ୍ଥିତ ଲୋକେ ତାହାକୁ ସହଜରେ ଗ୍ରହଣ କରି ନ ଥିଲେ।

ଏହାକୁ ନେଇ ବର୍ତ୍ତମାନ ବିଭିନ୍ନ ମହଲରେ ତୀବ୍ର ସମାଲୋଚନା କରାଯାଉଛି। ଏହି ଖବର ଜାଣିବା ପରେ ଆରଡିସି ଏକ ଜରୁରୀ ବୈଠକ ଡାକିଛନ୍ତି। ଏଥିରେ ବିଦ୍ୟୁତ ଯୋଗାଣ କଂପାନୀର ଅଧିକାରୀଙ୍କ ସହ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି।

ତେବେ ଏହି ଘଟଣା ପରେ ବିଶ୍ବବିଦ୍ୟାଳୟର କୁଳପତିଙ୍କ ପ୍ରତିକ୍ରିୟା ନେଇ ଲୋକେ ଅଧିକ ବିରକ୍ତିକର ହୋଇପଡିଛନ୍ତି। କୁଳପତି କହିଲେ ଯେ, ବିଭ୍ରାଟ ନ ଥିଲେ କାର୍ଯ୍ୟକ୍ରମର ସୁଆଗ ନ ଥାଏ। ଆମେ ରାଷ୍ଟ୍ରପତିଙ୍କୁ କ୍ଷମା ପ୍ରାର୍ଥନା କରିସାରିଛୁ। ଲାଇନ କଟିବା ପରେ ହଠାତ ଜେନେରେଟର ଚାଲି ନ ଥିଲା।

ତେବେ ଏହି ଘଟଣା ନେଇ ଟାଟା ପାୱାର ତାହାର ଦୋଷ ତୁଟାଇ କହିଲା ଯେ, ଆମର କିଛି ଭୁଲ ନାହିଁ। ଟାଟା ପାୱାର ଏବଂ ଭିସିଙ୍କ ଉତ୍ତର ନେଇ ବିଭିନ୍ନ ମହଲରେ ବିରୋଧ କରିବା ଆରମ୍ଭ ହୋଇଯାଇଛି।

ଦ୍ରୌପଦୀ ମୁର୍ମୁ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ରାଷ୍ଟ୍ରପତି
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ପିଲାଙ୍କ ସହ ଦେଖିଲେ ମୁଖ୍ୟମନ୍ତ୍ରୀ

February 6, 2026

ପୁରୀ ଅନ୍ନପୂର୍ଣ୍ଣା ଥିଏଟର ର ହେବ ପୁନଃଉଦ୍ଧାର, ମନ୍ତ୍ରୀ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ବସିଲା ବୈଠକ

February 6, 2026

ହୋଲି ଅବସରରେ ଯାତ୍ରୀଙ୍କ ସୁଗମ ପରିବହନ ପାଇଁ ରେକର୍ଡ ସଂଖ୍ୟକ ସ୍ୱତନ୍ତ୍ର ଟ୍ରେନ

February 6, 2026

ଏକ ହିନ୍ଦୀ ଫିଚର ଫିଲ୍ମ ପ୍ରିମିୟର ଦେଖି ଭାବ ବିହ୍ବଳ ହେଲେ ମୁଖ୍ୟମନ୍ତ୍ରୀ, କଲେ ଟାକ୍ସ ଫ୍ରି ଘୋଷଣା

February 6, 2026
Latest News

ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ପିଲାଙ୍କ ସହ ଦେଖିଲେ ମୁଖ୍ୟମନ୍ତ୍ରୀ

February 6, 2026

ପୁରୀ ଅନ୍ନପୂର୍ଣ୍ଣା ଥିଏଟର ର ହେବ ପୁନଃଉଦ୍ଧାର, ମନ୍ତ୍ରୀ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ବସିଲା ବୈଠକ

February 6, 2026

ହୋଲି ଅବସରରେ ଯାତ୍ରୀଙ୍କ ସୁଗମ ପରିବହନ ପାଇଁ ରେକର୍ଡ ସଂଖ୍ୟକ ସ୍ୱତନ୍ତ୍ର ଟ୍ରେନ

February 6, 2026

ଏକ ହିନ୍ଦୀ ଫିଚର ଫିଲ୍ମ ପ୍ରିମିୟର ଦେଖି ଭାବ ବିହ୍ବଳ ହେଲେ ମୁଖ୍ୟମନ୍ତ୍ରୀ, କଲେ ଟାକ୍ସ ଫ୍ରି ଘୋଷଣା

February 6, 2026

‘ପାକିସ୍ତାନର ନିଷ୍ପତ୍ତି ଭୁଲ’: ଭାରତ ସହିତ ନ ଖେଳିବା ନେଇ ଶ୍ରୀଲଙ୍କାର ବଡ଼ ବିବୃତ୍ତି

February 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.