Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଶେଷରେ ଶାନ୍ତ ହେଲେ ଶିବ, ହେବେ କର୍ଣ୍ଣାଟକର ଉପମୁଖ୍ୟ ମନ୍ତ୍ରୀ, ୨୦ ରେ ଶପଥ
ଜାତୀୟ ଖବର

ଶେଷରେ ଶାନ୍ତ ହେଲେ ଶିବ, ହେବେ କର୍ଣ୍ଣାଟକର ଉପମୁଖ୍ୟ ମନ୍ତ୍ରୀ, ୨୦ ରେ ଶପଥ

May 18, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଶେଷରେ ଶାନ୍ତ ହେଲେ ଶିବ, ହେବେ କର୍ଣ୍ଣାଟକର ଉପମୁଖ୍ୟ ମନ୍ତ୍ରୀ, ୨୦ ରେ ଶପଥ

ନୂଆଦିଲ୍ଲୀ: ଶେଷରେ କର୍ଣ୍ଣାଟକ କଂଗ୍ରେସ ସଭାପତି ଡି କେ ଶିବକୁମାର ହେବେ କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ। ପୂର୍ବରୁ ତାଙ୍କୁ ଏହି ପଦ ଦେବା ପାଇଁ ଏଆଇସିସି ତରଫରୁ ଘୋଷଣା କରାଯାଇଥିଲେ ମଧ୍ୟ ସେ ଏହାକୁ ଗ୍ରହଣ କରିବେ ନାହିଁ ବୋଲି ଘୋଷଣା କରିଥିଲେ। ସିଦ୍ଧରମୈୟାଙ୍କୁ ମୁଖ୍ୟମନ୍ତ୍ରୀ କରିବା ନେଇ ସେ ଅସନ୍ତୁଷ୍ଠ ଥିଲେ।

ଏହାପରେ ଅଡୁଆରେ ପଡିଯାଇଥିଲେ କଂଗ୍ରେସ ନେତୃବୃନ୍ଦ। ଏ ନେଇ କଂଗ୍ରେସ ତରଫରୁ ବାରମ୍ବାର ବୈଠକ କରି ଶିବ କୁମାରଙ୍କୁ ମନାଇବା ପାଇଁ ଚେଷ୍ଠା କରାଗଲା। ଶେଷରେ ସେ ଉପମୁଖ୍ୟମନ୍ତ୍ରୀ ପଦ ସହିତ ଗୁରୁତ୍ବପୂର୍ଣ୍ଣ ବିଭାଗ ଦାୟିତ୍ବ ଦେବାକୁ କୁହାଯିବା ପରେ ସେ ରାଜି ହୋଇଥିଲେ। ଫଳରେ ଏକ ବଡ ସଙ୍କଟରୁ କଂଗ୍ରେସ ଉଦ୍ଧାର ପାଇଛି।

ଏ ନେଇ ଶିବକୁମାରଙ୍କ ସାଂସଦ ଭାଇ ମିଡିଆକୁ କହିଛନ୍ତି ଯେ, କର୍ଣ୍ଣାଟକ ଜନସାଧାରଣଙ୍କ ଏକ ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ ରଖି ଏହି ନିଷ୍ପତିକୁ ସ୍ବାଗତ କରାଯାଇଛି। ନିର୍ବାଚନ ସମୟରେ କର୍ଣ୍ଣାଟକ ଜନସାଧାରଣଙ୍କୁ ଯେଉଁ ପ୍ରତିଶୃତି ଦିଆଯାଇଛି ତାହାକୁ ପୁରଣ କରିବାକୁ ହେବ। ସେହି ଉଦ୍ଦେଶ୍ୟରେ ଭାଇ ଏହି ପ୍ରସ୍ତାବରେ ରାଜି ହୋଇଛନ୍ତି। ଏହା ବ୍ୟତିତ ଆଉ କିଛି ନାହିଁ ବୋଲି ସେ କହିଛନ୍ତି।

କଂଗ୍ରେସର ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଲ କହିଛନ୍ତି ଯେ, କଂଗ୍ରେସ ହେଉଛି ସବୁଠାରୁ ପୁରୁଣା ଦଳ। ଏଥିରେ କାହାର କେମିତି ଅସନ୍ତୋଷ ରହିବ। ହେଲେ ସମସ୍ତେ ଏକାଠି କାମ କରିବେ। ସେହି ଅନୁସାରେ କର୍ଣ୍ଣାଟକର ପରବର୍ତ୍ତି ମୁଖ୍ୟମନ୍ତ୍ରୀ ହେବେ ସିଦ୍ଧରମୈୟା ଏବଂ ଉପମୁଖ୍ୟମନ୍ତ୍ରୀ ହେବେ ଡି କେ ଶିବ କୁମାର। ଆସନ୍ତା ୨୦ ତାରିଖରେ ଶପଥ ଗ୍ରହଣ ଉତ୍ସବ ହେବ ବୋଲି ଭେନୁଗୋପାଳ କହିଛନ୍ତି।

ଭେନୁଗୋପାଳ ଆହୁରି କହିଛନ୍ତି ଯେ, ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ପାଇଁ ବିଭିନ୍ନ ଦଳର ନେତାଙ୍କୁ ନିମନ୍ତ୍ରଣ କରାଯିବ। କଂଗ୍ରେସ ସଭାପତି ମଲ୍ଲିକାର୍ଦୁନ ଖାର୍ଗେ ଟ୍ୱିଟରରେ କହିଛନ୍ତି, “କର୍ଣ୍ଣାଟକର ଲୋକଙ୍କ ପାଇଁ ପ୍ରଗତି, କଲ୍ୟାଣ ଏବଂ ସାମାଜିକ ନ୍ୟାୟ ଆଣିବା ପାଇଁ ଟିମ୍ କଂଗ୍ରେସ ପ୍ରତିବଦ୍ଧ।

ଆମେ କର୍ଣ୍ଣାଟକର ଜନସାଧାରଣଙ୍କୁ ଦେଇଥିବା ପ୍ରତିଶୃତିକୁ ନିଶ୍ଚିତ ଭାବେ ପାଳନ କରିବୁ ବୋଲି ଖାର୍ଗେ କହିଛନ୍ତି। ଏହି ତଥ୍ୟ ସହିତ ଖାର୍ଗେ ଏକ ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି। ସେଥିରେ ସେ ମଝିରେ ଥିବା ବେଳେ ଉଭୟ ପାର୍ଶ୍ବରେ ଶିବ କୁମାର ଏବଂ ସିଦ୍ଧରମୈୟା ରହିଛନ୍ତି। ଶପଥ ଗ୍ରହଣ ବେଳେ ପ୍ରାୟ ୨୦ ଜଣ ମନ୍ତ୍ରୀଙ୍କୁ ସାମିଲ କରାଯିବ ବୋଲି ଜଣାପଡିଛି।

କର୍ଣ୍ଣାଟକ
Share. Facebook Twitter LinkedIn Email WhatsApp Copy Link

Related Posts

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026

ରାଜ୍ୟସଭା ଜିତିବା ପରେ ମନମୋହନ, ସୁଜିତ କୁମାର ଏବଂ ଦିଲ୍ଲୀପ ରାୟଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

March 16, 2026

ଆସିଲା ରାଜ୍ୟସଭା ନିର୍ବାଚନ ଫଳାଫଳ: ଚତୁର୍ଥ ଆସନରେ ଦିଲ୍ଲୀପ ରାୟଙ୍କ ବାଜିମାତ୍

March 16, 2026
Latest News

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026

Common PG Entrance Test ଆବେଦନ ପାଇଁ ବଢିଲା ସମୟ ସୀମା 

March 16, 2026

ରାଜ୍ୟସଭା ଜିତିବା ପରେ ମନମୋହନ, ସୁଜିତ କୁମାର ଏବଂ ଦିଲ୍ଲୀପ ରାୟଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.