Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»UPSC Member ଭାବେ ଶପଥ ନେଲେ ଆଇଏଏସ ବିଦ୍ୟୁତ୍ ବିହାରୀ ସ୍ବାଇଁ
ଜାତୀୟ ଖବର

UPSC Member ଭାବେ ଶପଥ ନେଲେ ଆଇଏଏସ ବିଦ୍ୟୁତ୍ ବିହାରୀ ସ୍ବାଇଁ

June 1, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
UPSC Member
UPSC Member ଭାବେ ଯୋଗଦେଲେ ବିଦ୍ୟୁତ୍ ବିହାରୀ ସ୍ବାଇଁ

ନୂଆଦିଲ୍ଲୀ: ଆଜି ବରିଷ୍ଠ ଆଇଏଏସ ଅଧିକାରୀ ବିଦ୍ୟୁତ୍ ବିହାରୀ ସ୍ବାଇଁ UPSC ର ସଦସ୍ୟ ଭାବରେ ଶପଥ ଗ୍ରହଣ କରିଛନ୍ତି। UPSC ର ଅଧ୍ୟକ୍ଷ ମନୋଜ ସୋନି ତାଙ୍କୁ ଶପଥ ପାଠ କରାଇଥିଲେ। ବିଦ୍ୟୁତ୍ ସ୍ବାଇଁ ୧୯୮୮ ମସିହା ବ୍ୟାଚର ଗୁଜୁରାଟ କ୍ୟାଡରର ଆଇଏଏସ। ସେ ୧୯୮୯ ଏବଂ ୨୦୧୮ ମସିହା ମଧ୍ୟରେ ଗୁଜୁରାଟ ସରକାରଙ୍କର ବିଭିନ୍ନ ପଦପଦବୀରେ, ଜିଲ୍ଲା ତଥା ରାଜ୍ୟ ସ୍ତରରେ କାର୍ଯ୍ୟ କରିଛନ୍ତି।

ଗୁଜୁରାଟ ଭିତ୍ତିଭୂମି ବିକାଶ ବୋର୍ଡର ସିଇଓ, ପ୍ରାଥମିକ ଶିକ୍ଷା, ଶିଳ୍ପ କମିଶନର, ଗୁଜୁରାଟ ଶିଳ୍ପ ବିକାଶ ନିଗମର ଏମଡି ଏବଂ ଗୁଜୁରାଟର ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥିଲେ। ସେ ୨୦୧୮ ମସିହାରେ ବାଣିଜ୍ୟ ବିଭାଗରେ ଅତିରିକ୍ତ ସଚିବ ଭାବରେ ଭାରତ ସରକାରରେ ଯୋଗ ଦେଇଥିଲେ।ସେ ସ୍ବତନ୍ତ୍ର ଅର୍ଥନୈତିକ ଜୋନ୍, ସିଏସ୍ ଦେଶ ସହିତ ଭାରତର ବାଣିଜ୍ୟ ବୁଝାମଣା, ରପ୍ତାନି ବୀମା ଦାୟିତ୍ୱରେ ଥିଲେ।

ଜାନୁଆରୀ ୨୦୨୧ ରେ, ସେ ମାଇକ୍ରୋ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟର ସଚିବ ଭାବରେ ନିଯୁକ୍ତ ହୋଇଥିଲେ। ସେଠାରେ ସେ ୨୦୨୩ ମସିହା ମେ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ।

ସେ ନୂଆଦିଲ୍ଲୀର ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଏମଏ ଡିଗ୍ରୀ ହାସଲ କରିଛନ୍ତି ଏବଂ ନେଦରଲ୍ୟାଣ୍ଡର ହେଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ଷ୍ଟଡିଜରୁ ପବ୍ଲିକ ପଲିସି ଆଣ୍ଡ ମ୍ୟାନେଜମେଣ୍ଟରେ ମାଷ୍ଟର ଡିଗ୍ରୀ କରିଛନ୍ତି। ସେ ଅଟୋଗ୍ରାଫଡ୍ ବୁକ୍ ଏବଂ ସମସାମୟିକ ଭାରତୀୟ କଳାର ଜଣେ ସଂଗ୍ରହକାରୀ।

upsc
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସଭା ସଦସ୍ୟ ଭାବେ ୧୯ ଜଣ ନେଲେ ଶପଥ, ଓଡିଶାର ତିନିଜଣ

April 6, 2026

୨୦୨୫–୨୬ ଆର୍ଥିକ ବର୍ଷରେ ସ୍କ୍ରାପ୍ ବିକ୍ରୟରୁ ରେକର୍ଡ ରାଜସ୍ୱ ଅର୍ଜନ କଲା ପୂର୍ବ ତଟ ରେଳପଥ

April 6, 2026

ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ପାଇଁ ସତର୍କର ଘଣ୍ଟି!: ସର୍ଭେ ରିପୋର୍ଟରେ ଟିଏମସି-ବିଜେପି କଡ଼ା ଟକ୍କର

April 6, 2026

ବୋମା ବିସ୍ଫୋରଣରେ ଦୁଇ ନାବାଳକ ଗୁରୁତର

April 6, 2026
Latest News

ରାଜ୍ୟସଭା ସଦସ୍ୟ ଭାବେ ୧୯ ଜଣ ନେଲେ ଶପଥ, ଓଡିଶାର ତିନିଜଣ

April 6, 2026

କଣ୍ଢଲ ଆଶ୍ରମ ବିଦ୍ୟାଳୟରେ ସ୍ବତନ୍ତ୍ର ମାର୍ଗଦର୍ଶନ ଓ ପରାମର୍ଶ ଶିବିର

April 6, 2026

୨୦୨୫–୨୬ ଆର୍ଥିକ ବର୍ଷରେ ସ୍କ୍ରାପ୍ ବିକ୍ରୟରୁ ରେକର୍ଡ ରାଜସ୍ୱ ଅର୍ଜନ କଲା ପୂର୍ବ ତଟ ରେଳପଥ

April 6, 2026

ବାପୁଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଗ୍ନି ନିରାପତ୍ତା ସଚେତନତା

April 6, 2026

ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ପାଇଁ ସତର୍କର ଘଣ୍ଟି!: ସର୍ଭେ ରିପୋର୍ଟରେ ଟିଏମସି-ବିଜେପି କଡ଼ା ଟକ୍କର

April 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.