Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଇତିହାସ ରଚିଲା କେଭିଆଇସି: 9 ବର୍ଷରେ 332 ପ୍ରତିଶତ ବଢ଼ିଲା ବିକ୍ରି
ଜାତୀୟ ଖବର

ଇତିହାସ ରଚିଲା କେଭିଆଇସି: 9 ବର୍ଷରେ 332 ପ୍ରତିଶତ ବଢ଼ିଲା ବିକ୍ରି

June 8, 2023No Comments4 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ‘ଆତ୍ମନିର୍ଭର ଭାରତ ଅଭିଯାନ’କୁ ଖଦୀ ଓ ଗ୍ରାମୋଦ୍ୟୋଗ ଆୟୋଗ (କେଭିଆଇସି) ନୂଆ ଉଚ୍ଚତାକୁ ନେଇଯିବା ସହିତ ବିଶ୍ୱ ଆଗରେ ଦୃଢ଼ ଭାରତର ଦୃଢ଼ ଛବି ଉପସ୍ଥାପନ କରିଛି। ସ୍ୱାଧୀନ ଭାରତ ଇତିହାସରେ ପ୍ରଥମ ଥର ପାଇଁ କେଭିଆଇସି ଉତ୍ପାଦ କାରବାର 1.34 ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି। ତୁଳନାତ୍ମକ ଭାବେ ଦେଖିଲେ ବିଗତ 9 ବର୍ଷ ମଧ୍ୟରେ ଗ୍ରାମୀଣ କ୍ଷେତ୍ରର କାରୀଗରମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ସ୍ୱଦେଶୀ ଖାଦୀ ଉତ୍ପାଦ ବିକ୍ରିରେ 332 ପ୍ରତିଶତର ଅଭୂତପୂର୍ବ ବୃଦ୍ଧି ଘଟିଛି। 2013-14 ଆର୍ଥିକ ବର୍ଷରେ ଖଦୀ ଓ ଗ୍ରମୋଦ୍ୟୋଗ ଉତ୍ପାଦର କାରବାର 31154 ଥିବା ବେଳେ 2022-23  ଆର୍ଥିକ ବର୍ଷରେ ଏହା ବୃଦ୍ଧି ପାଇ 1,34,630 କୋଟି ଟଙ୍କାର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି, ଯାହାକି ବର୍ତ୍ତମାନ ସୁଦ୍ଧା ସର୍ବଶ୍ରେଷ୍ଠ ଉପଲବ୍ଧି। ସେହିପରି ଗ୍ରାମୀଣ କ୍ଷେତ୍ରରେ 9,54,899 ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି କରି କେଭିଆଇସି ନୂଆ ମାଇଲଖୁଣ୍ଟ ପ୍ରତିଷ୍ଠା କରିଛି।

ଖଦୀ ଓ ଗ୍ରାମୋଦ୍ୟୋଗ ଆୟୋଗର ଅଧ୍ୟକ୍ଷ ମନୋଜ କୁମାର ଏହି ଉପଲବ୍ଧିର ଶ୍ରେୟ ପୂଜ୍ୟ ମହାତ୍ମା ଗାନ୍ଧୀଙ୍କ ପ୍ରେରଣା, ମାନନୀୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ବ୍ରାଣ୍ଡ ଶକ୍ତି’ ଏବଂ ଦେଶର ଦୂରବର୍ତ୍ତୀ ଗ୍ରାମରେ କାର୍ଯ୍ୟରତ କାରୀଗରମାନଙ୍କ କଠିନ ପରିଶ୍ରମକୁ ଦେଇଛନ୍ତି। ସେ କହିଛନ୍ତି ଯେ, ମାନନୀୟ ପ୍ରଧାନମନ୍ତ୍ରୀ ମୋଦୀ ଦେଶ ଓ ବିଦେଶର ସବୁ ମଞ୍ଚରୁ ଖଦୀର ପ୍ରଚାର କରିଛନ୍ତି। ଆଜି ଖଦୀ ଉତ୍ପାଦକୁ ବିଶ୍ୱର ସବୁଠୁ ବିଶ୍ୱସନୀୟ ବ୍ରାଣ୍ଡ ଭାବେ ଗଣତି କରାଯାଉଛି। 2013-14 ଠାରୁ 2022-23 ମଧ୍ୟରେ ଖଦୀ ଓ ଗ୍ରାମୋଦ୍ୟୋଗ ଉତ୍ପାଦନରେ 268 ପ୍ରତିଶତ ବୃଦ୍ଧି ହୋଇଛି। ଅନ୍ୟପଟେ ବିକ୍ରି ସବୁ ରେକର୍ଡ ଭାଙ୍ଗି 332 ପ୍ରତିଶତ ଅଙ୍କ ହାସଲ କରିଛି। ମେକ୍‌ ଇନ୍‌ ଇଣ୍ଡିଆ, ଭୋକାଲ ଫର ଲୋକାଲ ଏବଂ ସ୍ୱଦେଶୀ ଉତ୍ପାଦ ପ୍ରତି ଜନସାଧାରଣଙ୍କ ଭରସା ବଢ଼ିଛି।

କେନ୍ଦ୍ରର ମୋଦୀ ସରକାରଙ୍କ 9 ବର୍ଷର କାର୍ଯ୍ୟକାଳ ମଧ୍ୟରେ ଖଦୀ ଓ ଗ୍ରାମୋଦ୍ୟୋଗ ଆୟୋଗର ପ୍ରୟାସ ବଳରେ ‘ସ୍ୱାବଲମ୍ବନରୁ ସମୃଦ୍ଧି’ର 9ଟି ଏପରି କୀର୍ତ୍ତିମାନ ପ୍ରତିଷ୍ଠା ହୋଇଛି ଯାହା ଖଦୀକୁ ନୂଆ ଜୀବନଦାନ ଦେଇଛି।

1- ଖଦୀ ଓ ଗ୍ରମୋଦ୍ୟୋଗ ଉତ୍ପାଦଗୁଡ଼ିକର ଉତ୍ପାଦନରେ ଅଭୂତପୂର୍ବ ବୃଦ୍ଧି-

2013-14 ଆର୍ଥିକ ବର୍ଷରେ ଖଦୀ ଓ ଗ୍ରାମୋଦ୍ୟୋଗ ଉତ୍ପାଦର ଉତ୍ପାଦନ 26,109 କୋଟି ଟଙ୍କା ଥିବା ବେଳେ 2022-23ରେ ଏହା 268 ପ୍ରତିଶତ ବୃଦ୍ଧି ପାଇ 95957 କୋଟି ଟଙ୍କାରେ ପହଞ୍ଚିଛି। ଉତ୍ପାଦନର ଏହି ତଥ୍ୟ ଗ୍ରାମୀଣ କ୍ଷେତ୍ରରେ ଖଦୀ ଓ ଗ୍ରାମୋଦ୍ୟୋଗ ଆୟୋଗର ଐତିହାସିକ କାର୍ଯ୍ୟ କରିଥିବାର ସଶକ୍ତ ପ୍ରମାଣ ଦେଉଛି।

  1. ଖଦୀ ଓ ଗ୍ରାମୋଦ୍ୟୋଗ ଉତ୍ପାଦର ବିକ୍ରି ବୃଦ୍ଧି-

ବିଗତ 9 ବର୍ଷ ମଧ୍ୟରେ ଖଦୀ ଓ ଗ୍ରାମୋଦ୍ୟୋଗ ଉତ୍ପାଦଗୁଡ଼ିକର ବିକ୍ରିରେ ବାର୍ଷିକ ନୂଆ ରେକର୍ଡ ଦେଖିବାକୁ ମିଳୁଛି। 2013-14 ଆର୍ଥିକ ବର୍ଷରେ 31154 କୋଟି ଟଙ୍କାର ବିକ୍ରି ହୋଇଥିବା ବେଳେ ଏଥିରେ 332 ପ୍ରତିଶତର ଅଭୂତପୂର୍ବ ବୃଦ୍ଧି ସହିତ 2022-23 ଆର୍ଥିକ ବର୍ଷରେ 1,34,630 କୋଟି ଟଙ୍କାରେ ପହଞ୍ଚିଛି, ଯାହାକି ବର୍ତ୍ତମାନ ସୁଦ୍ଧା ସର୍ବାଧିକ।

3- ଖଦୀ କପଡ଼ା ଉତ୍ପାଦନରେ ନୂଆ କୀର୍ତ୍ତିମାନ-

2013-14 ଆର୍ଥିକ ବର୍ଷରେ 811 କୋଟି ଟଙ୍କାର ଖଦୀ କପଡ଼ା ଉତ୍ପାଦନ ହୋଇଥିବା ବେଳେ 2022-23 ଆର୍ଥିକ ବର୍ଷରେ ଏଥିରେ 260 ପ୍ରତିଶତ ବୃଦ୍ଧି ପାଇ ଉତ୍ପାଦନ ପରିମାଣ 2916 କୋଟି ଟଙ୍କାରେ ପହଞ୍ଚିଛି, ଯାହାକି ବର୍ତ୍ତମାନ ସୁଦ୍ଧା ସର୍ବାଧିକ।

4- ଖଦୀ କପଡ଼ା ବିକ୍ରିରେ ନୂଆ କୀର୍ତ୍ତିମାନ

2013-14 ଆର୍ଥିକ ବର୍ଷରେ 1081 କୋଟି ଟଙ୍କାର ଖଦୀ କପଡ଼ା ବିକ୍ରି ହୋଇଥିବା ବେଳେ 2022-23 ଆର୍ଥିକ ବର୍ଷରେ ଏଥିରେ 450  ପ୍ରତିଶତ ବୃଦ୍ଧି ପାଇ ବିକ୍ରି ପରିମାଣ 5943 କୋଟି ଟଙ୍କାରେ ପହଞ୍ଚିଛି, ଯାହାକି ବର୍ତ୍ତମାନ ସୁଦ୍ଧା ସର୍ବାଧିକ। କୋଭିଡ-19 ରେ ଜୈବିକ ପ୍ରଣାଳୀରେ ପ୍ରସ୍ତୁତ କପଡ଼ାର ଚାହିଦା ବଢ଼ିଥିବାରୁ ଖଦୀ କପଡ଼ା ପ୍ରତି ବିଶ୍ୱାସ ଏବଂ ଏହାର ଚାହିଦା ବଢ଼ୁଛି।

5- ନୂଆ ରୋଜଗାର ସୃଷ୍ଟି ଓ ସଞ୍ଚୟୀ ରୋଜଗାର ସୃଷ୍ଟିର ନୂଆ କୀର୍ତ୍ତିମାନ

2013-14 ଆର୍ଥିକ ବର୍ଷରେ ସଞ୍ଚୟୀ ନିଯୁକ୍ତି (Cumulative Employment)  13,038,444 ଥିବା ବେଳେ ଏହା 2022-23 ରେ ଏଥିରେ 36 ପ୍ରତିଶତ ବୃଦ୍ଧି ପାଇ 17,716,288 ରେ ପହଞ୍ଚିଛି। ସେହିପରି 2013-14 ଆର୍ଥିକ ବର୍ଷରେ 5,62,521 ନିଯୁକ୍ତି ସୃଷ୍ଟି ହୋଇଥିବା ବେଳେ ଏହା 2022-23 ଆର୍ଥିକ ବର୍ଷରେ 70 ପ୍ରତିଶତ ବୃଦ୍ଧି ପାଇ 9,54,899ରେ ପହଞ୍ଚିଛି।

  1. ଖଦୀ କାରୀଗରଙ୍କ ପାରିଶ୍ରମିକରେ ରେକର୍ଡ ବୃଦ୍ଧି–

2013-14 ଆର୍ଥିକ ବର୍ଷ ଠାରୁ ବର୍ତ୍ତମାନ ସୁଦ୍ଧା ଖଦୀ କାରୀଗରମାନଙ୍କ ଶ୍ରମିକ 150 ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି। ନିକଟରେ 1 ଏପ୍ରିଲ 2023ରେ ଖଦୀ କାରୀଗରମାନଙ୍କ ପାରିଶ୍ରମିକ 33 ପ୍ରତିଶତରୁ ଅଧିକ ବୃଦ୍ଧି କରାଯାଇଛି।

7- ନୂଆଦିଲ୍ଲୀର କନ୍ନଟ ପ୍ଲେସ୍‌ ସ୍ଥିତ ‘ଖଦୀ ଭବନ’ର ନୂଆ ରେକର୍ଡ-

2 ଅକ୍ଟୋବର 2022ରେ ନୂଆଦିଲ୍ଲୀର କନ୍ନଟ୍‌ ପ୍ଲେସ ସ୍ଥିତ କେଭିଆଇସିର ଫ୍ଲାଗଶିପ୍‌ ‘ଖଦୀ ଭବନ’ର ବିକ୍ରି ବିଗତ ବର୍ଷର ସବୁ ରେକର୍ଡ ଭାଙ୍ଗି ଦେଇଥିଲା। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆହ୍ୱାନକୁ ଗ୍ରହଣ କରି ଖଦୀ ପ୍ରେମୀମାନେ ଗୋଟିଏ ଦିନରେ ପ୍ରଥମ ଥର ପାଇଁ 1.34 କୋଟି ଟଙ୍କାର ଖଦୀ ଓ ଗ୍ରାମୋଦ୍ୟୋଗ ଉତ୍ପାଦ କିଣିବ ସହିତ ନୂଆ କୀର୍ତ୍ତିମାନ ପ୍ରତିଷ୍ଠା କରିଛନ୍ତି।

8- ପ୍ରଧାନମନ୍ତ୍ରୀ ରୋଜଗାର ସୃଷ୍ଟି କାର୍ଯ୍ୟକ୍ରମରୁ ‘ଆତ୍ମନିର୍ଭର ଭାରତ’ର ନିର୍ମାଣ-

ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ୱଦେଶୀ ଅଭିଯାନ ସହ ଦେଶର ଯୁବପିଢ଼ିଙ୍କୁ ଯୋଡ଼ିବା ଲାଗି ପିଏମଇଜିପି ନୂଆ କୀର୍ତ୍ତିମାନ ପ୍ରତିଷ୍ଠା କରିଛି। ଏହି ଯୋଜନା ‘ଚାକିରି ମାଗିବା ପରିବର୍ତ୍ତେ ଚାକିରି ଦେଉଥିବା ବ୍ୟକ୍ତି ହେବାରେ’ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସ୍ୱପ୍ନକୁ ସାକାର କରୁଛି। ଚଳିତ ଆର୍ଥିକ ବର୍ଷରେ 8.69 ଲକ୍ଷ ନୂଆ ପ୍ରକଳ୍ପ ପ୍ରତିଷ୍ଠା କରିବା ଜରିଆରେ ମୋଟ୍‌ 73.67 ଲକ୍ଷ ଲୋକଙ୍କୁ ନିଯୁକ୍ତି ସୁଯୋଗ ଯୋଗାଇ ଦିଆଯାଇଛି। 2008-09ରୁ 2022-23 ପର୍ଯ୍ୟନ୍ତ ଏହି ଯୋଜନାରେ ମୋଟ୍‌ 21870.18 କୋଟି ଟଙ୍କାର ସବସିଡି ହସ୍ତାନ୍ତର କରାଯାଇଛି। କେବଳ ସେତିକି ନୁହେଁ 80% ୟୁନିଟ୍‌ ଗ୍ରାମାଞ୍ଚଳରେ ପ୍ରତିଷ୍ଠା କରାଯାଇଥିବା ବେଳେ 50% ୟୁନିଟ୍‌ର ମାଲିକ ଏସସି,ଏସଟି ଓ ମହିଳା ଉଦ୍ୟୋଗୀ ରହିଛନ୍ତି। ଆକାଂକ୍ଷୀ ଜିଲ୍ଲାରେ 14% ୟୁନିଟ୍‌ ପ୍ରତିଷ୍ଠା କରାଯାଇଛି । 2022-23ରେ 85167 ୟୁନିଟ୍‌ ପ୍ରତିଷ୍ଠା କରାଯାଇଛି ଏବଂ ଏଥିରେ 9.37 ଲକ୍ଷ ଲୋକଙ୍କୁ ନିଯୁକ୍ତି ମିଳିଛି।

9- ଗ୍ରାମୋଦ୍ୟୋଗ ବିକାଶ ଯୋଜନାର ନୂଆ ରେକର୍ଡ-

ଗରିବ କଲ୍ୟାଣ ଏବଂ ସମାଜର ସବୁଠୁ ତୃଣମୂଳସ୍ତରରେ କାର୍ଯ୍ୟ କରୁଥିବା କାରୀଗରମାନଙ୍କ ପାଇଁ ଖଦୀ ଓ ଗ୍ରାମୋଦ୍ୟୋଗ ଆୟୋଗ ପକ୍ଷରୁ ‘ଗ୍ରାମୋଦ୍ୟୋଗ ବିକାଶ ବିକାଶ ଯୋଜନା’ କାର୍ଯ୍ୟକାରୀ କରାଯାଉଛି। ‘‘ହନି ମିଶନ’’ କାର୍ଯ୍ୟକ୍ରମ ଅନ୍ତର୍ଗତ 2017-18 ଠାରୁ ବର୍ତ୍ତମାନ ସୁଦ୍ଧା 19118 ହିତାଧିକାରୀଙ୍କୁ 1 ଲକ୍ଷ 89 ହଜାର 989 ମହୁମାଛି ବାକ୍ସ ଓ ମହୁମାଛି କଲୋନୀ ବିତରଣ କରାଯାଇ ସାରିଛି। ‘କୁମ୍ଭାର ସଶକ୍ତିକରଣ’ କାର୍ଯ୍ୟକ୍ରମ ମାଧ୍ୟମରେ ବର୍ତ୍ତମାନ ସୁଦ୍ଧା 25 ହଜାରରୁ ଅଧିକ କୁମ୍ଭାରମାନଙ୍କୁ ଆଧୁନିକ ବିଦ୍ୟୁତ ଚାଳିତ ଚକ ବିତରଣ କରାଯାଇସାରିଛି।

ଆତ୍ମନିର୍ଭର ଭାରତ ଅଭିଯାନ ଖଦୀ ଓ ଗ୍ରାମୋଦ୍ୟୋଗ ଆୟୋଗ ନରେନ୍ଦ୍ର ମୋଦୀଙ୍କ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସଭା ନିର୍ବାଚନ: RJD ପାଇଁ ବଢିଲା ସମସ୍ୟା, ତିନି କଂଗ୍ରେସ ବିଧାୟକ ଗାଏବ

March 16, 2026

ବିହାରରେ କ୍ରସ୍ ଭୋଟିଂ କରିବେ ଚାରି ଏନଡିଏ ବିଧାୟକ?: ହଇଚଇ ସୃଷ୍ଟି କଲା ରାଜନୈତିକ ଦାବି 

March 16, 2026

ରାଜ୍ୟସଭା ନିର୍ବାଚନ: ଓଡ଼ିଶା, ବିହାର ଏବଂ ହରିୟାଣାରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା, ଜାଣନ୍ତୁ ସଂଖ୍ୟା ଖେଳ

March 16, 2026

ରାଜ୍ୟସଭା ନିର୍ବାଚନ ପାଇଁ ଆରମ୍ଭ ହେଲା ମତଦାନ, ବିଧାନସଭାରେ ବିଧାୟକମାନେ ଦେଉଛନ୍ତି ଭୋଟ

March 16, 2026
Latest News

ରାଜ୍ୟସଭା ନିର୍ବାଚନ: RJD ପାଇଁ ବଢିଲା ସମସ୍ୟା, ତିନି କଂଗ୍ରେସ ବିଧାୟକ ଗାଏବ

March 16, 2026

ବିହାରରେ କ୍ରସ୍ ଭୋଟିଂ କରିବେ ଚାରି ଏନଡିଏ ବିଧାୟକ?: ହଇଚଇ ସୃଷ୍ଟି କଲା ରାଜନୈତିକ ଦାବି 

March 16, 2026

ରାଜ୍ୟସଭା ନିର୍ବାଚନ: ଓଡ଼ିଶା, ବିହାର ଏବଂ ହରିୟାଣାରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା, ଜାଣନ୍ତୁ ସଂଖ୍ୟା ଖେଳ

March 16, 2026

ରାଜ୍ୟସଭା ନିର୍ବାଚନ ପାଇଁ ଆରମ୍ଭ ହେଲା ମତଦାନ, ବିଧାନସଭାରେ ବିଧାୟକମାନେ ଦେଉଛନ୍ତି ଭୋଟ

March 16, 2026

କଟକ ଏସସିବି ଅଗ୍ନିକାଣ୍ଡ ଘଟଣାରେ ଦୁଃଖ ପ୍ରକାଶ କଲେ ନବୀନ ପଟ୍ଟନାୟକ, କହିଲେ….

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.