Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ସୋଆରେ ବିଦେଶୀ ଛାତ୍ରଛାତ୍ରୀଙ୍କ ନିମନ୍ତେ ଗ୍ରାଜୁଏସନ୍ ସେରିମୋନି ଆୟୋଜିତ
ଜାତୀୟ ଖବର

ସୋଆରେ ବିଦେଶୀ ଛାତ୍ରଛାତ୍ରୀଙ୍କ ନିମନ୍ତେ ଗ୍ରାଜୁଏସନ୍ ସେରିମୋନି ଆୟୋଜିତ

June 12, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ(ସୋଆ) ଡିମ୍‌ଡ ଟୁ ବି ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରି ଶିକ୍ଷା ସମାପ୍ତ କରିଥିବା ୩୬ ଜଣ ବିଦେଶୀ ଛାତ୍ରଛାତ୍ରୀଙ୍କୁ ରବିବାର ଏକ ବିଶେଷ ଗ୍ରାଜୁଏସନ୍ ସେରିମୋନିରେ ସେମାନଙ୍କର ଡିଗ୍ରୀ ପ୍ରମାଣପତ୍ର ପ୍ରଦାନ କରାଯାଇଛି।

ସିରିଆ, ଉଗାଣ୍ଡ, ଭୁଟାନ ଓ ନେପାଳରୁ ଆସିଥିବା ଏହି ଛାତ୍ରଛାତ୍ରୀମାନେ ସୋଆରେ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍ , ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ ଏବଂ ହସ୍ପିଟାଲିଟି ଆଣ୍ଡ ଟୁରିଜିମ୍ ମ୍ୟାନେଜମେଂଟ ର ୪ବର୍ଷ ଅଧ୍ୟୟନ ସମାପ୍ତ କରିଛନ୍ତି।

ବିଶ୍ୱବିଦ୍ୟାଳୟରେ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା କୁଳାଧିପତି ପ୍ରଫେସର ଅମିତ ବାନାର୍ଜୀ ଏହି ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ।

ଏହି ଅବସରରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, କନ୍‌ଟ୍ରୋଲର ଅଫ୍ ଏଗଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ, ଫ୍ୟାକଲ୍ଟି ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍‌ର ଡିନ୍ ପ୍ରଫେସର ସୁଦାମ ଚନ୍ଦ୍ର ସି, ଫ୍ୟାକଲ୍ଟି ଅଫ୍ ମ୍ୟାନେଜମେଂଟର ଡିନ୍ ପ୍ରଫେସର ଅନୁପ କୁମାର ସାମନ୍ତରାୟ, ଫ୍ୟାକଲ୍ଟି ଅଫ୍ ଏଗ୍ରିକଲଚରାଲ ସାଇନ୍‌ସେସ୍‌ର ଆଡିସ୍‌ନାଲ୍ ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ, ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ ଏବଂ ୟୁନିଭର୍ସିଟି ଆଉଟରିଚ୍ ପ୍ରୋଗ୍ରାମ ନିର୍ଦ୍ଦେଶକ ପ୍ରଫେସର ନିଚକେତା କେ. ଶର୍ମା ଉପସ୍ଥିତ ଥିଲେ।

ଛାତ୍ରଛାତ୍ରୀମାନଙ୍କୁ ଉପଢୌକନ ଦେଇ ପ୍ରଫେସର ବାନାର୍ଜୀ ସେମାନେ ଅଧ୍ୟୟନ ନିମନ୍ତେ ସୋଆକୁ ମନୋନୀତ କରିଥିବାରୁ ସେମାନଙ୍କୁ ଧନ୍ୟବାଦ ଦେବା ସହିତ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ସୋଆ ନିକଟରେ ଭାରତ ସରକାରଙ୍କ ର‌୍ୟାଙ୍କିଙ୍ଗ୍‌ରେ ଦେଶରେ ବିଶ୍ୱବିଦ୍ୟାଳୟ ଗୁଡିକ ମଧ୍ୟରେ ୧୫ତମ ସ୍ଥାନ ଅଧିକାର କରିଥିବାରୁ ସେମାନଙ୍କର ଶିକ୍ଷା ଗ୍ରହଣ ଉତମ ହୋଇଅଛି ବୋଲି ସେ କହିଥିଲେ।

କୁଳପତି ପ୍ରଫେସର ନନ୍ଦ ଉତିର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନେ ସୋଆର ଅଂଶ ଭାବେ ରହିବା ସହିତ ସେମାନଙ୍କ ନିଜ ଦେଶରେ ବିଶ୍ୱବିଦ୍ୟାଳୟର ପରିଚୟ ହେବେ ବୋଲି କହିଥିଲେ। ଏହି ଛାତ୍ରଛାତ୍ରୀମାନେ ସେମାନଙ୍କର ଉତ୍ତରୋତର ଅଧ୍ୟୟନ ମଧ୍ୟ ସୋଆରେ କରିପାରିବେ ବୋଲି ପ୍ରଫେସର ନନ୍ଦ ଉଲ୍ଲେଖ କରିଥିଲେ।

ଏହାର ଉତରରେ ନେପାଳରୁ ଆସିଥିବା ଜଣେ ଛାତ୍ରୀ ଜଇନୀବ ମୁସିର ଇରାକୀ ସୋଆ ସେମାନଙ୍କ ଜୀବନ ଯାତ୍ରାରେ ଏକ ଅଭୁଲା ସ୍ୱୁତି ହୋଇ ରହିବ ବୋଲି କହିଥିଲେ। “ ଆମର ୪ ବର୍ଷ ର ଯାତ୍ରା ଆଜି ଶେଷ ହେଲେ ମଧ୍ୟ ସମାଜ ପ୍ରତି ଆମର ପ୍ରତିବଦ୍ଧତାର ଆରମ୍ଭ ହୋଇଛି। ଏହି ଅଧ୍ୟୟନ ସମୟରେ ଆମେ ବିଭିନ୍ନ ବିଷୟକୁ ଗ୍ରହଣ କରିବା, ସହିଷ୍ଣୁ ହେବା ଓ ଶିକ୍ଷାକୁ ଅଗ୍ରାଧିକାର ଦେବା ଶିକ୍ଷା କରିପାରିଛୁ” ବୋଲି ସେ କହିବା ସହିତ ଏହି ସୁଯୋଗ ନିମନ୍ତେ ଭାରତ ସରକାର ତଥା ସୋଆ ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜରଞ୍ଜନ ନାୟକଙ୍କୁ ଧନ୍ୟବାଦ ଜଣାଇଥିଲେ।

ସିରିଆରୁ ଆସିଥିବା ଛାତ୍ର ଅହମ୍ମଦ ଇସ୍‌କନ୍ଦର ମଧ୍ୟ ସେମାନଙ୍କୁ ମାର୍ଗଦର୍ଶନ କରାଇଥିବାର ସୋଆକୁ କୃତଜ୍ଞତା ଜଣାଇଥିଲେ। ଭାରତ ତଥା ଓଡ଼ିଶାବାସୀ ବିଦେଶୀ ହୋଇଥିଲେ ମଧ୍ୟ ସେମାନଙ୍କ ପ୍ରତି ଆତ୍ମିୟତା ପ୍ରଦର୍ଶନ କରିଥିବାରୁ ସେ ଧନ୍ୟବାଦ ଦେଇଥିଲେ।

ପ୍ରଫେସର ଶର୍ମା ଏହି ଛାତ୍ରଛାତ୍ରୀମାନେ ସେମାନଙ୍କ ନିଜ ଦେଶରେ ସୋଆର ପ୍ରତିନିଧି ଭାବେ କାର୍ଯ୍ୟ କରିବେ ବୋଲି କହିଥିଲେ। ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

ବିଦେଶୀ ଛାତ୍ରଛାତ୍ରୀ ଶିକ୍ଷା ଓ ଅନୁସନ୍ଧାନ
Share. Facebook Twitter LinkedIn Email WhatsApp Copy Link

Related Posts

ସିଏସଆଇଆର-ଆଇଏମଏମଟି ପରିଦର୍ଶନ କଲେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି

February 3, 2026

କାର ସହ କେଜି ଗଂଜେଇ ଜବତ, ଜଣେ ଗିରଫ

February 3, 2026

ଫକୀର ମୋହନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗ ଦେଲେ ରାଷ୍ଟ୍ରପତି

February 3, 2026

“ଚାଷୀଙ୍କ ରକ୍ତକୁ ଶୋଷଣ କରିଛି ସରକାର”: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଉପରେ ରାହୁଲ ଗାନ୍ଧୀଙ୍କ ପ୍ରଶ୍ନ 

February 3, 2026
Latest News

ସିଏସଆଇଆର-ଆଇଏମଏମଟି ପରିଦର୍ଶନ କଲେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି

February 3, 2026

କାର ସହ କେଜି ଗଂଜେଇ ଜବତ, ଜଣେ ଗିରଫ

February 3, 2026

ଫକୀର ମୋହନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗ ଦେଲେ ରାଷ୍ଟ୍ରପତି

February 3, 2026

“ଚାଷୀଙ୍କ ରକ୍ତକୁ ଶୋଷଣ କରିଛି ସରକାର”: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଉପରେ ରାହୁଲ ଗାନ୍ଧୀଙ୍କ ପ୍ରଶ୍ନ 

February 3, 2026

ଜିଓ-ବ୍ଲାକରକ୍ ଇନଭେଷ୍ଟମେଣ୍ଟ ଆଡ଼ଭାଇଜର୍ସ ପକ୍ଷରୁ ‘ବ୍ୟକ୍ତିଗତ ନିବେଶ ପରାମର୍ଶ’ ଶୁଭାରମ୍ଭ

February 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.