Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ସଂଯୋଗର ବିନ୍ଦୁ: କ୍ରିପ୍ଟୋ ମୁଦ୍ରା ଓ ଡାର୍କନେଟର ଆହ୍ୱାନ
ଜାତୀୟ ଖବର

ସଂଯୋଗର ବିନ୍ଦୁ: କ୍ରିପ୍ଟୋ ମୁଦ୍ରା ଓ ଡାର୍କନେଟର ଆହ୍ୱାନ

August 3, 2023No Comments4 Mins Read
Share Facebook Twitter LinkedIn Email WhatsApp Copy Link
Crypto Coins
ସଂଯୋଗର ବିନ୍ଦୁ: କ୍ରିପ୍ଟୋ ମୁଦ୍ରା ଓ ଡାର୍କନେଟର ଆହ୍ୱାନ

ଲେଖକ-ବିନାୟକ ଗଡ୍‌ସେ, ସିଇଓ ଡାଟା ସିକ୍ୟୁରିଟୀ କାଉନସିଲ ଅଫ ଇଣ୍ଡିଆ

କ୍ରିପ୍ଟୋ ମୁଦ୍ରା ପରିଚାଳିତ ଅର୍ଥନୀତି ବୈଶ୍ୱିକ ଓ ଏହାର ଦେଣନେଣ ଓ ପରିଚାଳନାରେ କୌଣସି ଭୌଗୋଳିକ ସୀମା ନାହିଁ। ଯଦିଓ ମୁଦ୍ରାସୂଚୀ ଓ ବାଣିଜ୍ୟିକ ବିନିମୟ ସଂସ୍ଥାଗୁଡିକ ଏହାକୁ ନିୟନ୍ତ୍ରଣ କରିବା ସହ ସ୍ୱଚ୍ଛତା, ନିର୍ଭରଶୀଳତା ଓ ଅପରାଧିକ କାର୍ଯ୍ୟ ବନ୍ଦ ପାଇଁ ଚେଷ୍ଟା କରୁଛନ୍ତି।

ତଥାପି କ୍ରିପ୍ଟୋ ମୁଦ୍ରାର ବିଭିନ୍ନ ପର୍ଯ୍ୟାୟରେ ଦେଣନେଣ ନେଇ ଅପବ୍ୟବହାରର ଅନେକ ସମ୍ଭାବନା ରହିଛି। କେତେକ ଅଧିକ ଗୋପନୀୟତା ଓ ନାମ ପ୍ରକାଶ ନ କରିବାର  ଦ୍ୱାହୀ ଦେଉଛନ୍ତି। ସେଗୁଡିକ ଅନ୍ତର୍ନିହିତ ଭାବେ ଅପରାଧୀଙ୍କୁ ସୁହାଉଛି। ଜାତିସଂଘର ଏକ ରିପୋର୍ଟ ଅନୁସାରେ ପାଖାପାତ୍କ ଶତକଡା ୨୦ଭାଗ ଗୁରୁତର ଅପରାଧିକ ଆକ୍ରମଣ କ୍ରିପ୍ଟୋ ମୁଦ୍ରା ପାଣ୍ଠି ଉପରେ ହିଁ ହେଉଛି, ଯାହାକି ପ୍ରଥମେ ସମ୍ବେଦନଶୀଳ ସଂଯୋଗ ଆଧାରରେ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ଠାରୁ ଗୋପନୀୟ ରଖାଯାଇଥିଲା।

ତାହା ବର୍ତ୍ତମାନ ପୁରାପୁରୀ ଡାର୍କ ନେଟ୍ ବା ଗୋପନୀୟ ୱେବସାଇଟ୍‌କୁ ସଂପ୍ରସାରିତ ହୋଇଛି । ଏହା ପ୍ରଯୁକ୍ତି ବଳରେ ଏପରି ଲୁକ୍କ୍ରାୟିତ ଅବସ୍ଥାରେ ରହେ, ଯାହ ।କୌଣସି ମାନଯୁକ୍ତ ବ୍ରାଉଜ ଦ୍ୱାରା ପ୍ରବେଶ କରି ହୁଏ ନାହିଁ କି ସର୍ଚ୍ଚଇଞ୍ଜିନ ସୂଚୀଭୁକ୍ତ ମଧ୍ୟ ନ ଥାଏ। ଏହା କୌଣସି ଫୋରମ୍‌, ଚାଟ୍‌ରୁମ , ଫାଇଲ ଓ ପ୍ରାୟୋଜକଙ୍କ ଛବି ଦ୍ୱାରା ସଂଯୋଗ ହୋଇଥାଏ।

ଏହା ବାଣିଜ୍ୟିକ ସୁବିଧା ପାଇଁ ମଧ୍ୟ ବିକଶିତ ହୋଇଥାଏ। ମାତ୍ର ଏହା ଅବୈଧ ବେପାର ହେଉଥିବା ବଜାର ସହ ସଂଯୋଗ ରକ୍ଷା କରେ। କ୍ରିପ୍ଟୋ ମୁଦ୍ରାର ଏକାଭିମୁଖୀତା ଓ ଡାର୍କନେଟର ଦୃଷ୍ଟାନ୍ତ ଏହାକୁ ଏକ ନୂତନ ସ୍ତରକୁ ନେଇଯାଇଛି। ବହୁଳ କ୍ରିପ୍ଟୋ ମୁଦ୍ରା ଚୋରୀ ବା କ୍ରିପ୍ଟୋ ମୁଦ୍ରା ଦ୍ୱାରା ହୋଇପାରୁଥିବା ଅନ୍ୟାନ୍ୟ କାର୍ଯ୍ୟକାଳାପ ନିମନ୍ତେ ସାଇବର ଅପରାଧୀମାନେ ଏହି ଗୋପନୀୟ ୱେବସାଇଟ୍‌ରେ ଆଶ୍ରୟ ନେଉଛନ୍ତି। ଏହି ପରିପ୍ରେକ୍ଷୀରେ ଅପରାଧ ତଦନ୍ତ ଏକ କଠିନ ବ୍ୟାପାର ହୋଇଛି।

ଡାର୍କ ନେଟ କ୍ଷେତ୍ରରେ ୱେବ ନିର୍ମାଣ, ଆଂଚଳିକ ଓ ଜାତୀୟ ତ୍ତକର୍ତ୍ତୃପକ୍ଷ, ଅଦାଲତ ନିର୍ଦ୍ଦେଶ ଦେବାନେବା ଓ ଅନ୍ୟାନ୍ୟ କାର୍ଯ୍ୟାଦେଶ ଭଳି କାର୍ଯ୍ୟ କାମ ଦିଏ ନାହିଁ । ଜାତିସଂଘ ଓ ଡିିସି ଡାର୍କନେଟ ଆତଙ୍କ ଆକଳନ ରିପୋର୍ଟ-୨୦୨୦ ଅନୁସାରେ ସାଇବର ସ୍ପେସ ଓ କ୍ରିପ୍ଟୋ ମୁଦ୍ରା ବେଆଇନ ଡାର୍କନେଟ ବଜାର ଆଇନ ଲାଗୁ କରିଥିବା ସଂସ୍ଥାଗୁଡିକୁ ଏକ ବିରାଟ ଆହ୍ୱାନ ଦେଇଥାନ୍ତି।

ରିପୋର୍ଟ ଅନୁସାରେ ଅଜଣା ୱେବ ବ୍ରାଉଜ କରୁଥିବା ଏହି ଖୁଲମ ଖୁଲା ଅଥଚ ଘରୋଇ ନେଟୱାର୍କ ବା (ଟର ନେଟୱାର୍କ)ରେ ବଜାର ସ୍ଥାନ ସଂଖ୍ୟା ୨୦୧୧ରେ ମାତ୍ର ଗୋଟିଏ ଥିବାବେଳେ, ୨୦୧୯ ବେଳକୁ ଏହା ୧୧୮କୁ ବୃଦ୍ଧି ପାଇଥିଲା। ସେହିପରି ସାମଗ୍ରୀ ଚାଲାଣ ବିବିଧତା ମଧ୍ୟ ଖୁବ୍ ଗୁରୁତ୍ୱପୂର୍ଣ୍ଣ । ଉଦାହରଣ ସ୍ୱରୂପ ଏହି ପରି ଭାଲହାଲ୍ଲା ନାମକ ଏକ ଡାର୍କ ୱେବ୍ ବଜାର ପରିସର ୨୦୧୫ରେ  ୫୦୦୦ ଥିବାବେଳେ ୨୦୧୮ବେଳକୁ ୧୩୦୦୦କୁ ବୃଦ୍ଧି ପାଇଥିଲା।

କୋକେନ, ହିରୋଇନ ଓ ଯନ୍ତ୍ରଣା ନିବାରଣ ମାଦକ ଦ୍ରବ୍ୟ, ଆଗ୍ନୋୟାସ୍ତ୍ର ଓ ଯନ୍ତ୍ରପାତି, ହ୍ୟାକିଂ ଉପକରଣ ଓ ସେବା ଓ ଆହୁରି ଅନେକ ଜିନିଷ ବିକ୍ରି ପାଇଁ ଏହି ବଜାରରେ  ଉପଲବ୍ଧ। କେତେକ ଅନଲାଇନ ମାର୍କେଟ ଏପରିକି କ୍ରେଡିଟ କାର୍ଡ ତଥ୍ୟ ଓ ଜାଲ ନଥିପତ୍ର ମଧ୍ୟ ବିକ୍ରୀ କରିଥାନ୍ତି। ଏଥିରେ ପସନ୍ଦର ଦେୟ ପଇଠ  ରାସ୍ତା ହେଉଛି କ୍ରିପ୍ଟୋ ମୁଦ୍ରା। ବିଟ୍ କଏନ ମୁଦ୍ରାର ପ୍ରାଧାନ୍ୟ ଥିଲେ ମଧ୍ୟ ଯେଉଁ ମୁଦ୍ରା ଅଧିକ ଗୋପନୀୟ ଓ ଅଜ୍ଞାତ ତାହାର ଲୋକପ୍ରିୟତା ବୃଦ୍ଧି ପାଉଛି । କୋଭିଡ ବ୍ୟାପିବା ପରେ ଏହି ଟରନେଟ ୱାର୍କ ବ୍ୟବହାରକାରୀଙ୍କ ସଂଖ୍ୟା ବୃଦ୍ଧି ପାଇଛି।

ମୁଖ୍ୟ ଡାର୍କ ନେଟଗୁଡିକ ଅଧିକାଂଶ ସମୟରେ ବିକେନ୍ଦ୍ରୀକୃତ ବଂଟନ ବ୍ୟବସ୍ଥା ଯଥା ତଥ୍ୟକୁ ଭାଙ୍ଗି, ଏହାକୁ ଅବୈଧ ଅନୁପ୍ରବେଶକାରୀଙ୍କୁ ତଥ୍ୟ ଜାଣିବାକୁ ନ ଦେଇ ଓ ଏହାକୁ କଷ୍ଟକର ଖୋଜି ବାହାର କରିବା  ପଦ୍ଧତିରେ ପଠାଇଥାଆନ୍ତି। କେବଳ ଯାହାପାଇଁ ଏହା ଉଦ୍ଦିଷ୍ଟ ସେ ହିଁ ଗୁପ୍ତ ସୁଇଚ୍ ଜରିଆରେ ଏହାକୁ ଜାଣିପାରିବେ।

ଏଥିରେ ଆଗୁଆ ଥିବା ଏକ ଡାର୍କନେଟ ଗୋଟେ ପଟିଆ ଟନେଲ ଉପରେ ନିର୍ଭରଶୀଳ। ଏହା ହୁଏତ ଗୋଟେ ଲକ୍ଷ୍ୟସ୍ଥଳକୁ ଆଉଟବାଉଣ୍ଡ ଉପାୟରେ ପଠାଇଥାଏ। ନଚେତ୍ ଇନବାଉଣ୍ଡ ପଦ୍ଧିତରେ ଟ୍ରାଫିକ ଗ୍ରହଣ କରିଥାଏ। ମାତ୍ର ଟର ବ୍ରାଉଜର ଅନ୍ୟପକ୍ଷରେ ଟର ସର୍କିଟ ନେଟୱାର୍କରେ ଚାଲେ ଓ ଏହାର ବ୍ୟବହାରକାରୀ ୱେବସାଇଟ୍ ଖୋଜିବାବେଳେ ଅଜ୍ଞାତ ରହିଥାଏ। ଏହା ଆବଣ୍ଟିତ ନେଟ୍‌୍‌ୱାର୍କ ଦ୍ୱାରା ପରିଚାଳିତ ହେଉଥିବାରୁ ଏକ ସ୍ୱେଚ୍ଛାକର୍ମୀ ବା ଟର ନେଟୱାର୍କ ଦ୍ୱାରା ପରିଚାଳିତ ହୋଇଥାଏ।

ଡିସ୍କ ଫରେନସିକ ଯେତେବେଳେ ଡାର୍କ ୱେବ ନିରୀକ୍ଷଣ  ସହ ମିଶିଲେ  ମଣିଷ ତିଆରି ଦ୍ରବ୍ୟ, ଅନ୍ତର୍ହିତ ଫରେନସିକ୍ ନିରୋଧୀ ଉପାଦାନ ଇତ୍ୟାଦି ଠାବ କରିଥାଏ । ତେବେ ଏହାକୁ ହାସଲ କରିବାକୁ ହେଲେ ଟର୍ ବ୍ରାଉଜର ରାସ୍ତାରେ ଟ୍ରାଫିକ ଠାବ, ଫାଇଲ ପଦ୍ଧତିକୁ ମାନଚିତ୍ର ଜରିଆରେ ଠାବ ଓ ଟାଇମ୍ ଲାଇନ ବିଶ୍ଲେଷଣ କରିବାକୁ ପଡିଥାଏ।

ଆଇନ ଅନୁପାଳନ କାରୀ ସଂସ୍ଥାଗଣ ଏହିସବୁ ଆହ୍ୱାନର ମୁକାବିଲା ନିମନ୍ତେ ଅଣ୍ଟା ଭିଡୁଛନ୍ତି। କ୍ରିପ୍ଟୋ ମୁଦ୍ରା ସହିତ ସଂଶ୍ଳିଷ୍ଟ ଅଭିଯାନ ନେଇ ଅପରାଧିକ ତଦନ୍ତରେ କ୍ରମଶଃ ଉନ୍ନତି ଆସୁଛି। ଦେଶ ଭିତରେ ଓ ବାହାରେ ଘରୋଇ ସଂସ୍ଥା ସହ କେତେକ ସ୍ଥାନରେ ସହଯୋଗ ରକ୍ଷା କରଯାଉଛି।

ବଜାରରେ କ୍ରିପ୍ଟୋ ମୁଦ୍ରା କାରବାରକାରୀମାନେ ଏହା ବେଆଇନ କାରବାର ବିଶେଷକରି କ୍ରିପ୍ଟୋ ବିନିମୟ ନେଇ ସଜାଗ ରହୁଛନ୍ତି। ଦାୟିତ୍ୱହୀନ କାରବାରକାରୀମାନେ ଆଇନ ଅନୁପାଳନକାରୀ ସଂସ୍ଥା ସହ ଯୋଗାଯୋଗଯେୂ ରହୁଛନ୍ତି । ବ୍ଲକଚେନ ବିଶ୍ଲେଷଣ ଓ କ୍ରିପ୍ଟୋ ତଦନ୍ତ ପଦ୍ଦତି ମଧ୍ୟ ବାହାରୁଛି। ଏହି ଉଦ୍ୟମକୁ ଅଧିକ ସଫଳ କରିବା ପାଇଁ ନିର୍ଦ୍ଦିଷ୍ଟ ଉପକରଣ, ସାମର୍ଥ୍ୟ ଓ ସେବାଗତ ପରିପାର୍ଟି ମଧ୍ୟ ବିକଶିତ ହେଉଛି।

ବିଶ୍ୱର ବିଭିନ୍ନ ଆଇନ ଅନୁପାଳନକାରୀ ସଂସ୍ଥାଗୁଡିକର ମିଳିତ ଉଦ୍ୟମ ଯୋଗୁଁ ଏଥିରେ ଅନେକ ସଫଳତା ହାସଲ ହୋଇଛି। କେତେକ ମାମଲାର ସେମାନେ ଏଥିପାଇଁ ସଂଶ୍ଳିଷ୍ଟବ୍ୟକ୍ତି ଓ ବଜାର ସ୍ଥଳୀ ଠାବ କରିବାରେ ସକ୍ଷମ ହୋଇଛନ୍ତି । କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଭଳି ଗୁପ୍ତ ତଥ୍ୟ ଓ ସମୟୋଚିତ ମିଳିତ ଚଢାଉ ପାଇଁ ଉଚ୍ଚସ୍ତରୀୟ ସହଯୋଗ ଆବଶ୍ୟକ। ଭୌଗୋଳିକ ସୀମା  ପ୍ରତିବନ୍ଧକ ହେଉଥିବାବେଳେ, ନିଜସ୍ୱ ଅଞ୍ଚଳ ପରିସୀମା ମଧ୍ୟ  ଅସୁବିଧା ସୃଷ୍ଟି କରୁଛି । ଗୁପ୍ତତଥ୍ୟ ବିନିମୟ ନେଇଥିବା କାଇଦା କଟକଣା ମଧ୍ୟ ତଦନ୍ତରେ ବାଧା ସୃଷ୍ଟି କରିବାର ସମ୍ଭାବନା ରହିଛି।

ନିରବଚ୍ଛିନ୍ନ, ଗୁଣାତ୍ମକ ଓ ପରିମାଣାତ୍ମକ ତଥ୍ୟ ଏବେ ମଧ୍ୟ ଆହ୍ୱାନ ହୋଇ ରହିଛି। ଏହା ଆଇନ ଅନୁପାଳନକାରୀ ସଂସ୍ଥାଗୁଡିକୁ ଅନେକ ଅସୁବିଧାରେ ପକାଉଛି। ତଥାପି ବାହାରୁ ଗୁପ୍ତତଥ୍ୟ ଆହରଣ (ଓଏସଆଇଏନ୍‌ଟି) ପଦ୍ଧତି, ତଥ୍ୟ ଆଦାନପ୍ରାନ ପ୍ରୟୋଗାତ୍ମକ ତଥ୍ୟ,  ସ୍ୱତନ୍ତ୍ର ଉପକରଣର ଉପସ୍ଥିତି ଓ ସ୍ୱତନ୍ତ୍ର କୌଶଳ ଅନେକ ସମୟରେ କ୍ରିପ୍ଟୋ ଓ ଡାର୍କ ୱେବ ତଦନ୍ତ ବେଳେ ଆବଶ୍ୟକ ହୋଇଥାଏ।

ଆଇନ ଅନୁପାଳନକାରୀ ଅଧିକାରୀଗଣ ସେମାନଙ୍କ ସାମର୍ଥ୍ୟ ବୃଦ୍ଧି ସହ ନୂତନ ପଦ୍ଧତି ଓ ଘରୋଇ କ୍ଷେତ୍ରରେ ଉପଲବ୍ଧ କୌଶଳ ସହ ସହଯୋଗ କରିବା ଦରକାର । ସେମାନେ ନେଟୱାର୍କ ବିରୁଦ୍ଧରେ ଅଭିଯାନ ଜୋରଦାର କରିବା ଦରକାର। ସଫଳତାର ମୁଖ୍ୟ ଦିଗ ହେଉଛି ସ୍ୱତନ୍ତ୍ର ରାଜନୀତିକ ଇଚ୍ଛାଶକ୍ତି, ନୀତି ଓ ଡାର୍କ ନେଟୱାର୍କ ସମ୍ପର୍କରେ ସମ୍ପୂର୍ଣ୍ଣ ଧାରଣା ଓ କ୍ରିପ୍ଟୋ ମୁଦ୍ରା ତଦନ୍ତ ଯାହା ଓ ୟୁଏନଓଡିସି ଦ୍ୱାରା ମାର୍ଗଦର୍ଶନ ଦିଆଯାଇଛି।

ଏନ୍‌ଏଫଟି, ଏଆଇ ଓ ମେଟାଭର୍ସ ଯାହାକି ଏନସିଆର ସୂଚୀରେ ୧୩ ଓ ୧୪ଜୁଲାଇରେ ଆଲୋଚନା ହେବାର ଅଛି ।ଜି-୨୦ସମ୍ମିଳନୀରେ ଅପରାଧ ଓ ସୁରକ୍ଷା ନେଇ ହେବାକୁ ଥିବା ଆଲୋଚନାରେ ଏହା ବିସ୍ତୃତ ଭାବେ କରାଯିବ। କ୍ରିପ୍ଟୋ ମୁଦ୍ରା ଓ ଡାର୍କ ନେଟ ଯୁଗରେ ସମାଜ ଓ ଆମେ କିପରି ଆଇନ ଶୃଙ୍ଖଳା ସୁନିଶ୍ଚିତ କରିବା ସେଥିନେଇ ମଧ୍ୟ ସମ୍ମିଳନୀ ଆଲୋକପାତ  କରିବ।

କ୍ରିପ୍ଟୋ ମୁଦ୍ରା
Share. Facebook Twitter LinkedIn Email WhatsApp Copy Link

Related Posts

ମା ତାରିଣୀ ପୀଠରେ ନିର୍ମାଣ ହେବ ଯଜ୍ଞ ମଣ୍ଡପ, କଲ୍ୟାଣ ମଣ୍ଡପ ଏବଂ ବ୍ୟାଖ୍ୟାନ କେନ୍ଦ୍ର

August 26, 2025

ବିଜେଡିର ଦୁଇ ଛାମୁଆ ସଂଗଠନରେ ଦୁଇ ସାହୁଙ୍କୁ ନିଯୁକ୍ତି କଲେ ସଭାପତି ନବୀନ ପଟ୍ଟନାୟକ

August 26, 2025

‘ଆମ ଶାସନ’ ବ୍ୟବସ୍ଥାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ଲୋକଙ୍କ ସିଧା ମତାମତ ନେବେ ମୁଖ୍ୟମନ୍ତ୍ରୀ

August 26, 2025

ପାକିସ୍ତାନୀ ଗୁପ୍ତଚରଙ୍କ ସମ୍ପର୍କରେ ଥିଲେ ୧୫ ଅଧିକାରୀ, ତଦନ୍ତରେ ଚାଞ୍ଚଲ୍ୟକର ଖୁଲାସା

August 26, 2025
Latest News

ମା ତାରିଣୀ ପୀଠରେ ନିର୍ମାଣ ହେବ ଯଜ୍ଞ ମଣ୍ଡପ, କଲ୍ୟାଣ ମଣ୍ଡପ ଏବଂ ବ୍ୟାଖ୍ୟାନ କେନ୍ଦ୍ର

August 26, 2025

ଜିଲ୍ଲା ସଭାପତି ବାଛିବା ପାଇଁ କଂଗ୍ରେସ ଘୋଷଣା କଲା 35 ଜଣିଆ ପର୍ଯ୍ୟବେକ୍ଷକ ତାଲିକା, କେଉଁ ଜିଲ୍ଲାରୁ କିଏ?

August 26, 2025

ଆଦିମ ଜନଜାତି ଛାତ୍ରୀ ଚମ୍ପା ରାସ୍‌ପେଦାଙ୍କୁ କାହିଁକି ସମ୍ୱର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

August 26, 2025

ବିଜେଡିର ଦୁଇ ଛାମୁଆ ସଂଗଠନରେ ଦୁଇ ସାହୁଙ୍କୁ ନିଯୁକ୍ତି କଲେ ସଭାପତି ନବୀନ ପଟ୍ଟନାୟକ

August 26, 2025

‘ଆମ ଶାସନ’ ବ୍ୟବସ୍ଥାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ଲୋକଙ୍କ ସିଧା ମତାମତ ନେବେ ମୁଖ୍ୟମନ୍ତ୍ରୀ

August 26, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.