ନୂଆଦିଲ୍ଲୀ: ସଚିନ ମୀନାଙ୍କର ପ୍ରେମରେ ଉବୁଟୁବୁ ହୋଇ ନେପାଳ ଦେଇ ଅବୈଧ ଭାବରେ ଭାରତକୁ ଆସିଥିବା ପାକିସ୍ତାନୀ ମହିଳା ସୀମା ହାଇଦରକୁ ଆଗାମୀ ନିର୍ବାଚନରେ ପ୍ରାର୍ଥୀ କରିବାକୁ ଏନଡିଏ ସହଯୋଗୀ ରିପବ୍ଲିକାନ ପାର୍ଟି ଅଫ୍ ଇଣ୍ଡିଆ ଘୋଷଣା କରିଛି।
ଆରପିଆଇର ଉତ୍ତରପ୍ରଦେଶ ୟୁନିଟ ସୀମା ହାଇଦରକୁ ଦଳରେ ସାମିଲ ହେବାକୁ ପ୍ରସ୍ତାବ ଦେଇଥିଲା। ଏହା ପରେ ସୀମା ଏହି ପ୍ରସ୍ତାବକୁ ତୁରନ୍ତ ଗ୍ରହଣ କରିନେଇଛି। ଦଳର ଜଣେ ଅଧିକାରୀ କହିଛନ୍ତି ଯେ ସୀମାକୁ ଦଳର ମହିଳା ଓ୍ୱିଙ୍ଗର ଅଧ୍ୟକ୍ଷ କରାଯିବ। ସେ ଭଲ ଭାବରେ ହିନ୍ଦି କହିପାରୁଥିବାରୁ ସୀମାକୁ ପାର୍ଟି ପ୍ରବକ୍ତା କରାଯିବ ବୋଲି ଏହି ଅଧିକାର କହିଛନ୍ତି।
Tags: sima haider, ସୀମା ହାଇଦର