Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଚୀନର ବିଆରଆଇକୁ ମୁକାବିଲା କରିବ ଭାରତ-ଆମେରିକା-ୟୁଏଇ-ସାଉଦି ମେଗାପ୍ଲାନ
ଜାତୀୟ ଖବର

ଚୀନର ବିଆରଆଇକୁ ମୁକାବିଲା କରିବ ଭାରତ-ଆମେରିକା-ୟୁଏଇ-ସାଉଦି ମେଗାପ୍ଲାନ

September 8, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଉପସାଗରୀୟ ଦେଶ ସାଉଦି ଆରବ ଏବଂ ୟୁନାଇଟେଡ୍ ଆରବ ଏମିରେଟ୍ସରେ ଚୀନର ବିଆରଆଇକୁ ମାତ୍ ଦେବା ପାଇଁ ଭାରତ ଓ ଆମେରିକା ଏକ ବଡ଼ ଚୁକ୍ତି କରିବାକୁ ଯାଉଛନ୍ତି। ଜି-୨୦ ଶିଖର ସମ୍ମିଳନୀରେ ଆମେରିକା, ଭାରତ, ୟୁଏଇ ଏବଂ ସାଉଦି ଆରବ ରେଳବାଇକୁ ନେଇ ମିଳିତ ଭିତ୍ତିଭୂମି ଉପରେ ଏକ ବଡ଼ ଚୁକ୍ତି ଘୋଷଣା କରିପାରନ୍ତି ବୋଲି ଆଶା କରାଯାଉଛି। ଏହି ଚୁକ୍ତି ଅନୁଯାୟୀ ଉପସାଗରୀୟ ଏବଂ ଆରବ ଦେଶମଧ୍ୟରେ ଯୋଗାଯୋଗ ବୃଦ୍ଧି ପାଇଁ ରେଳବାଇ ମାଧ୍ୟମରେ ଏକ ନେଟୱାର୍କ ପ୍ରତିଷ୍ଠା କରାଯିବ। କେବଳ ଏତିକି ନୁହେଁ, ଉପସାଗରୀୟ ଅଞ୍ଚଳର ବିଭିନ୍ନ ବନ୍ଦର ଦେଇ ଭାରତକୁ ସିପିଂ ଲେନ୍ ଜରିଆରେ ଏହି ନେଟୱାର୍କ ସଂଯୋଗ କରାଯିବ। ସମଗ୍ର ନେଟୱାର୍କ ଭାରତ ଏବଂ ଆରବ ଦେଶ ମଧ୍ୟରେ ବାଣିଜ୍ୟକୁ ବହୁଗୁଣିତ କରିବ ବୋଲି ଆଶା କରାଯାଉଛି।

ଆମେରିକୀୟ ନ୍ୟୁଜ୍ ୱେବସାଇଟ୍ ଆକ୍ସିଓସ୍ ସୂତ୍ରରୁ ପ୍ରକାଶ କରି ଏହି ମେଗାପ୍ଲାନ୍ ବିଷୟରେ ସୂଚନା ଦେଇଛି। ବାସ୍ତବରେ ଆରବ ଦେଶମାନଙ୍କରେ ଚୀନର ବଢ଼ୁଥିବା ପ୍ରଭାବକୁ ରୋକିବା ପାଇଁ ଆମେରିକା ଏହି ବିଶାଳ ରେଳ ପ୍ରକଳ୍ପକୁ ପ୍ରୋତ୍ସାହିତ କରିବାକୁ ଚାହୁଁଛି। ଚୀନର ବେଲ୍ଟ ଆଣ୍ଡ ରୋଡ୍ ପ୍ରକଳ୍ପରେ ଉପସାଗରୀୟ ରାଷ୍ଟ୍ରଗୁଡ଼ିକର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିଛି। ଜି-୨୦ ଶିଖର ସମ୍ମିଳନୀରେ ବାଇଡେନଙ୍କ ପାଇଁ ଏହି ମିଳିତ ରେଳ ପ୍ରକଳ୍ପ ଏକ ବଡ଼ ସଫଳତା ହୋଇପାରେ। ସାଉଦି ଆରବ ସହ ଏକ ବଡ଼ ଚୁକ୍ତିକୁ ସମ୍ପୂର୍ଣ୍ଣ କରିବା ପାଇଁ ବାଇଡେନ ପ୍ରଶାସନ କୂଟନୈତିକ ସ୍ତରରେ ଚାପ ପକାଉଥିବାବେଳେ ଆମେରିକା ଏହି ରେଳ ପ୍ରକଳ୍ପ ପାଇଁ ଜୋର ଦେଉଛି।

ଇସ୍ରାଏଲକୁ ସାଉଦି ଆରବ ସହ ଯୋଡ଼ିବାକୁ ଯୋଜନା

ଆମେରିକା ଚାହୁଁଛି ସାଉଦି ଆରବ ଓ ଇସ୍ରାଏଲ ମଧ୍ୟରେ ସମ୍ପର୍କ ସ୍ୱାଭାବିକ ହେଉ। ୨୦୨୪ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ବାଇଡେନ ଏହି ଚୁକ୍ତି ଶେଷ କରିବାକୁ ଚାହୁଁଛନ୍ତି। ଅନ୍ୟପକ୍ଷରେ ଆମେରିକା ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଏହି ରେଳ ପ୍ରକଳ୍ପ ଉପରେ କୌଣସି ମନ୍ତବ୍ୟ ଦେବାକୁ ମନା କରିଦେଇଛି। ହ୍ୱାଇଟ୍ ହାଉସ୍ କେବଳ କହିଛି ଯେ ବାଇଡେନ ବିଶ୍ୱ ଭିତ୍ତିଭୂମି ଏବଂ ପୁଞ୍ଜିନିବେଶ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଜଣେ ଆମେରିକୀୟ ଅଧିକାରୀ କହିଛନ୍ତି ଯେ ଏ ଦିଗରେ ଆଲୋଚନା ଜାରି ରହିଛି ଏବଂ କିଛି ଚୂଡ଼ାନ୍ତ ହୋଇନାହିଁ। ଭାରତ, ୟୁଏଇ ଓ ସାଉଦି ଆରବ ମଧ୍ୟ ଏ ନେଇ କୌଣସି ଘୋଷଣା କରିନାହାନ୍ତି।

ଆଗାମୀ ଦୁଇ ଦିନ ମଧ୍ୟରେ ଯଦି ଏହି ଚାରି ଦେଶର ଆଲୋଚନାକାରୀ ରାଜି ହୁଅନ୍ତି, ତେବେ ଚାରି ଦେଶର ନେତା ଏକ ଚୁକ୍ତି ସ୍ୱାକ୍ଷର କରିପାରନ୍ତି ବୋଲି କୁହାଯାଉଛି। ଏହି ରେଳ ପ୍ରକଳ୍ପ ଅଧୀନରେ ଆରବ ଦେଶଗୁଡ଼ିକୁ ରେଳପଥ ମାଧ୍ୟମରେ ସଂଯୋଗ କରାଯିବ। ଏହାପରେ ଭାରତ ମଧ୍ୟ ସମୁଦ୍ର ବନ୍ଦର ମାଧ୍ୟମରେ ଏହି ନେଟୱାର୍କ ସହ ସମ୍ପୂର୍ଣ୍ଣଭାବେ ଯୋଡ଼ି ହୋଇଯିବ। ଯଦି ସାଉଦି ଆରବ ଓ ଇସ୍ରାଏଲ ମଧ୍ୟରେ ସମ୍ପର୍କ ସ୍ୱାଭାବିକ ହୁଏ ତେବେ ଭବିଷ୍ୟତରେ ଇସ୍ରାଏଲକୁ ମଧ୍ୟ ଏହି ରେଳ ପ୍ରକଳ୍ପର ଅଂଶ କରାଯାଇପାରେ। ଖାଲି ସେତିକି ନୁହେଁ, ଇସ୍ରାଏଲ ବନ୍ଦର ଦେଇ ଏହାକୁ ୟୁରୋପ ସହ ସହଜରେ ସଂଯୋଗ କରାଯିବ।

ଉପସାଗରୀୟ ଦେଶରେ ରେଳ ଚଳାଚଳ କରିବ ଭାରତ, ଚୀନକୁ ଝଟକା ଲାଗିବ

ଏହି ଚୁକ୍ତିକୁ ନେଇ ଜି-୨୦ରେ ବାଇଡେନ ଓ ସାଉଦି ପ୍ରିନ୍ସଙ୍କ ମଧ୍ୟରେ ଏକ ସଂକ୍ଷିପ୍ତ ବୈଠକ ହୋଇପାରେ ବୋଲି ଅନୁମାନ କରାଯାଉଛି। ଏହି ରେଳ ପ୍ରକଳ୍ପକୁ ପ୍ରଥମେ ଇସ୍ରାଏଲ ପ୍ରସ୍ତାବ ଦେଇଥିଲା ଏବଂ ଭାରତ ଏଥିରୁ ବହୁତ ଲାଭବାନ ହେବାକୁ ଯାଉଛି। କୋଟି କୋଟି ଡଲାରର ଏହି ଯୋଜନା ଅଧୀନରେ ଭାରତ ଆରବ ଦେଶମାନଙ୍କରେ ରେଳ ଲାଇନ ନିର୍ମାଣ ପାଇଁ ନିଜର ରେଳ ସମ୍ବନ୍ଧୀୟ ଦକ୍ଷତା ବ୍ୟବହାର କରିପାରିବ। ଭାରତୀୟ କମ୍ପାନିଗୁଡ଼ିକ ପ୍ରଚୁର ଅର୍ଥ ରୋଜଗାର କରୁଥିବାବେଳେ ଉପସାଗରୀୟ ଦେଶଗୁଡ଼ିକରେ ଚୀନର ବଢ଼ୁଥିବା ପ୍ରଭାବକୁ ଏହା ରୋକିବ।

ଆମେରିକା ଚୀନ ଭାରତ ୟୁଏଇ ସାଉଦି
Share. Facebook Twitter LinkedIn Email WhatsApp Copy Link

Related Posts

ଏନ୍ଏସଜିର ଜାତୀୟ ଆଇଇଡି ତଥ୍ୟ ପରିଚାଳନା ବ୍ୟବସ୍ଥାର ଉଦଘାଟନ କଲେ ଅମିତ ଶାହ

January 9, 2026

ଡିଜିଟାଲ୍‌ କ୍ରିଏଟରମାନଙ୍କୁ ସଶକ୍ତ କରିବା ଲାଗି ଡିଡି ନ୍ୟୁଜରେ ‘କ୍ରିଏଟର୍ସ କର୍ଣ୍ଣର୍‌’ର ଶୁଭାରମ୍ଭ

January 9, 2026

ଚଳିତ ବର୍ଷ ସମୟସାରଣୀରେ 549 ଟ୍ରେନର ଗତି ବଢ଼ାଇଲା ଭାରତୀୟ ରେଳବାଇ

January 9, 2026

‘ଟ୍ରମ୍ପଙ୍କ ସହ ଆଠ ଥର କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି’: ଆମେରିକାର ଦାବିର ଜବାବ ଦେଲା ଭାରତ

January 9, 2026
Latest News

ଏନ୍ଏସଜିର ଜାତୀୟ ଆଇଇଡି ତଥ୍ୟ ପରିଚାଳନା ବ୍ୟବସ୍ଥାର ଉଦଘାଟନ କଲେ ଅମିତ ଶାହ

January 9, 2026

ଡିଜିଟାଲ୍‌ କ୍ରିଏଟରମାନଙ୍କୁ ସଶକ୍ତ କରିବା ଲାଗି ଡିଡି ନ୍ୟୁଜରେ ‘କ୍ରିଏଟର୍ସ କର୍ଣ୍ଣର୍‌’ର ଶୁଭାରମ୍ଭ

January 9, 2026

ଚଳିତ ବର୍ଷ ସମୟସାରଣୀରେ 549 ଟ୍ରେନର ଗତି ବଢ଼ାଇଲା ଭାରତୀୟ ରେଳବାଇ

January 9, 2026

‘ଟ୍ରମ୍ପଙ୍କ ସହ ଆଠ ଥର କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି’: ଆମେରିକାର ଦାବିର ଜବାବ ଦେଲା ଭାରତ

January 9, 2026

ବାଲୁଗାଁ କଲେଜରେ ପ୍ଲାଷ୍ଟିକ ମୁକ୍ତ ସଚେତନତା ଅଭିଯାନ

January 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.