ନୂଆଦିଲ୍ଲୀ: ଆସନ୍ତା ୨୬ ତାରିଖରେ ଜି୨୦ ୟୁନିଭର୍ସିଟି କନେକ୍ଟ ଫିନାଲେରେ ଭାଗ ନେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୁବବର୍ଗଙ୍କୁ କହିଛନ୍ତି।
‘ଜି୨୦ ୟୁନିଭର୍ସିଟି କନେକ୍ଟ-ଆମ ଯୁବ ଶକ୍ତିକୁ ପ୍ରୋତ୍ସାହିତ କରିବା’ ଶୀର୍ଷକରେ ସେ ଏକ ଲିଙ୍କଡଇନ୍ ପୋଷ୍ଟ ମଧ୍ୟ ସେୟାର କରିଛନ୍ତି।
ଏକ୍ସରେ ମୋଦୀ ପୋଷ୍ଟ କରିଛନ୍ତି:
My young friends,
I look forward to your taking part in the G20 University Connect Finale on the 26th of this month. Over the year gone by, the G20 University Connect has emerged as a great forum to highlight the priority areas of India’s G-20 Presidency.
I look forward to a…
— Narendra Modi (@narendramodi) September 24, 2023
‘ମୋର ଯୁବ ବନ୍ଧୁଗଣ,
ଚଳିତ ମାସ ୨୬ ତାରିଖରେ ହେବାକୁ ଥିବା ଜି୨୦ ୟୁନିଭର୍ସିଟି କନେକ୍ଟ ଫିନାଲେରେ ତୁମେମାନେ ଭାଗ ନେବାକୁ ମୁଁ ଅପେକ୍ଷା କରିଛି। ଗତ ବର୍ଷରେ ଜି୨୦ ୟୁନିଭର୍ସିଟି କନେକ୍ଟ ଭାରତର ଜି୨୦ ଅଧ୍ୟକ୍ଷତାର ପ୍ରାଥମିକତା ଥିବା କ୍ଷେତ୍ର ଉପରେ ଆଲୋକପାତ କରିବା ପାଇଁ ଏକ ଉତ୍ତମ ମଞ୍ଚ ଭାବେ ଉଭା ହୋଇଛି।
ବିଭିନ୍ନ ପ୍ରସଙ୍ଗରେ ଉତ୍ସାହଜନକ ବିଚାରଧାରା ବିନିମୟ ହେବ ବୋଲି ଆଶା କରୁଛି।