Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ନୂଆଦିଲ୍ଲୀରେ ଉନବିଂଶତମ ଏସୀୟ କ୍ରୀଡ଼ା ପଦକ ବିଜେତାଙ୍କୁ ସମ୍ବର୍ଦ୍ଧିତ କଲେ ଅନୁରାଗ ସିଂହ ଠାକୁର
ଜାତୀୟ ଖବର

ନୂଆଦିଲ୍ଲୀରେ ଉନବିଂଶତମ ଏସୀୟ କ୍ରୀଡ଼ା ପଦକ ବିଜେତାଙ୍କୁ ସମ୍ବର୍ଦ୍ଧିତ କଲେ ଅନୁରାଗ ସିଂହ ଠାକୁର

September 29, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ସିଂହ ଠାକୁର ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେଇ ଭାରତ ଫେରିଥିବା କ୍ରୀଡ଼ାବିତମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ନୂଆଦିଲ୍ଲୀସ୍ଥିତ କନଷ୍ଟିଚ୍ୟୁସନ୍ କ୍ଲବ୍ ଅଫ୍ ଇଣ୍ଡିଆରେ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ସୁଟିଂ, ରୋଇଂ ଓ ମହିଳା କ୍ରିକେଟ ଦଳର ମୋଟ ୨୭ ଜଣ ଖେଳାଳୀଙ୍କୁ ମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ। ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ମହିଳା କ୍ରିକେଟ୍ ଦଳ ଏହି ପ୍ରତିଯୋଗିତାରେ ଐତିହାସିକ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ରୋଇଂରୁ ମୋଟ ୫ ପଦକ (୨ ରୌପ୍ୟ, ୩ କାଂସ୍ୟ) ଜିତିଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ଅଧିକାଂଶ ପଦକ ସୁଟିଂରୁ ଆସିଛି। ଭାରତର ରାଇଫଲ, ସଟଗନ୍ ଏବଂ ପିସ୍ତଲ ଦଳ ୧୩ ପଦକ (୪ ସ୍ୱର୍ଣ୍ଣ, ୪ ରୌପ୍ୟ ଏବଂ ୫ କାଂସ୍ୟ) ଜିତିଛନ୍ତି।

ଏସୀୟ କ୍ରୀଡ଼ାରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି, ‘‘ମୁଁ ସମସ୍ତ ଆଥଲେଟ୍ ଓ ପ୍ରଶିକ୍ଷକଙ୍କୁ ଅଭିନନ୍ଦନ ଜଣାଉଛି। ଏହି ସଫଳତା ପାଇଁ ସେମାନଙ୍କୁ ବର୍ଷ ବର୍ଷ ପରିଶ୍ରମ କରିବାକୁ ପଡ଼ିଛି। ଆପଣ ଦେଖିପାରନ୍ତି ଯେ ଏହି ଇତିହାସ ସୃଷ୍ଟିକାରୀ ରୋଇଂ ଖେଳାଳୀମାନେ ଯେଉଁ ଅଞ୍ଚଳର ଅଟନ୍ତି, ସେଠାରେ ପାଣିର ଅଭାବ ଥାଇପାରେ, କିନ୍ତୁ ସେମାନେ ଏକ ଜଳ କ୍ରୀଡ଼ା ଇଭେଣ୍ଟରେ ପଦକ ଜିତିଛନ୍ତି । ଅଶ୍ୱାରୋହଣରେ ମଧ୍ୟ ଆମେ ଐତିହାସିକ ସ୍ୱର୍ଣ୍ଣ ପାଇଛୁ’’, ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି।

‘‘ସୁଟିଂରେ ଆମେ ଆମର ଉତ୍ସାହ ଓ ଦୃଢ଼ତା ଦେଖିଥିଲୁ। ମହିଳା ୫୦ ମିଟର ରାଇଫଲ ଥ୍ରୀପି ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିବା ଟପ୍ସ ଆଥଲେଟ୍ ସିଫତ କୌର ସାମରାଙ୍କ ଠାରୁ ଆରମ୍ଭ କରି ୧୦ ମିଟର ଏୟାର ରାଇଫଲରେ ସ୍ୱର୍ଣ୍ଣ ପଦକ ଜିତିଥିବା ଖେଲୋ ଇଣ୍ଡିଆ ଆଥଲେଟ୍ ରୁଦ୍ରାଂଶ ପାଟିଲଙ୍କ ପର୍ଯ୍ୟନ୍ତ ଆମର ସମସ୍ତ ଶୁଟରମାନେ ବହୁତ ଭଲ ପ୍ରଦର୍ଶନ କରିଛନ୍ତି’’, ବୋଲି ଶ୍ରୀ ଠାକୁର କହିଛନ୍ତି।

ଗୁରୁବାର ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ, ଭାରତୀୟ କ୍ରୀଡ଼ା ପ୍ରାଧିକରଣର ଅଧିକାରୀଙ୍କ ସମେତ ଖେଳାଳିଙ୍କ ପରିବାର ଓ ବନ୍ଧୁମାନେ ଯୋଗ ଦେଇଥିଲେ।

ଅନୁରାଗ ସିଂହ ଠାକୁର ଏସୀୟ କ୍ରୀଡା ନୂଆଦିଲ୍ଲୀ ପଦକ ବିଜେତା
Share. Facebook Twitter LinkedIn Email WhatsApp Copy Link

Related Posts

‘ଅପରେସନ ସାଇବର କବଚ’: ୧୮୭ ଅଭିଯୁକ୍ତ ଗିରଫ

February 23, 2026

ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ୭୫ତମ ରାଜ୍ୟ ପୋଲିସ ହକି ଚାମ୍ପିୟନସିପ୍ – ୨୦୨୬ ର ଶୁଭାରମ୍ଭ

February 23, 2026

ଆଉ ଏକ ତେଜସ୍ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ: ପାଇଲଟ୍ ସୁରକ୍ଷିତ

February 23, 2026

ଆଜି ମାର୍ଚ୍ଚ ୨୩ ତାରିଖ ସୋମବାରରେ ଏହି ରାଶିଗୁଡିକ ମଧ୍ୟାହ୍ନରେ ପାଇବେ ଖୁସି ଖବର

February 23, 2026
Latest News

‘ଅପରେସନ ସାଇବର କବଚ’: ୧୮୭ ଅଭିଯୁକ୍ତ ଗିରଫ

February 23, 2026

ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ୭୫ତମ ରାଜ୍ୟ ପୋଲିସ ହକି ଚାମ୍ପିୟନସିପ୍ – ୨୦୨୬ ର ଶୁଭାରମ୍ଭ

February 23, 2026

ଆଉ ଏକ ତେଜସ୍ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ: ପାଇଲଟ୍ ସୁରକ୍ଷିତ

February 23, 2026

ଆଜି ମାର୍ଚ୍ଚ ୨୩ ତାରିଖ ସୋମବାରରେ ଏହି ରାଶିଗୁଡିକ ମଧ୍ୟାହ୍ନରେ ପାଇବେ ଖୁସି ଖବର

February 23, 2026

ସୁପର-୮ ରେ ସୁପର ଫ୍ଲପ୍: ଦକ୍ଷିଣ ଆଫ୍ରିକାଠାରୁ ୭୬ ରନରେ ହାରିଲା ଭାରତ

February 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.