Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଗ୍ଲୋବାଲ ମେରିଟାଇମ୍ ଇଣ୍ଡିଆ ଶିଖର ସମ୍ମିଳନୀକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
ଜାତୀୟ ଖବର

ଗ୍ଲୋବାଲ ମେରିଟାଇମ୍ ଇଣ୍ଡିଆ ଶିଖର ସମ୍ମିଳନୀକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

October 17, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଗ୍ଲୋବାଲ ମେରିଟାଇମ୍ ଇଣ୍ଡିଆ
ଗ୍ଲୋବାଲ ମେରିଟାଇମ୍ ଇଣ୍ଡିଆ ଶିଖର ସମ୍ମିଳନୀକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୧୭ ରୁ ୧୯ ତାରିଖ ପର୍ଯ୍ୟନ୍ତ ମୁମ୍ବାଇର ଏମଏମଆରଡିଏ ପଡ଼ିଆରେ ଅନୁଷ୍ଠିତ ହେବାକୁ ଥିବା ଗ୍ଲୋବାଲ ମେରିଟାଇମ୍ ଇଣ୍ଡିଆ ଶିଖର ସମ୍ମିଳନୀ ୨୦୨୩ (ଜିଏମଆଇଏସ ୨୦୨୩)ର ତୃତୀୟ ସଂସ୍କରଣକୁ ଭର୍ଚୁଆଲ ମାଧ୍ୟମରେ ଉଦଘାଟନ କରିବେ।

ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ ଦ୍ୱାରା ଏହି ସର୍ବବୃହତ ସାମୁଦ୍ରିକ କାର‌୍ୟ୍ୟକ୍ରମ ଆୟୋଜନ କରାଯାଉଛି। ଭବିଷ୍ୟତର ବନ୍ଦର; ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ; ଉପକୂଳ ଜାହାଜ ଚଳାଚଳ ଏବଂ ଆଇଡବ୍ଲ୍ୟୁଟି; ଜାହାଜ ନିର୍ମାଣ; ମରାମତି ଏବଂ ରିସାଇକ୍ଲିଂ; ଅର୍ଥ, ବୀମା ଏବଂ ମଧ୍ୟସ୍ଥତା; ସାମୁଦ୍ରିକ କ୍ଲଷ୍ଟର; ଉଦ୍ଭାବନ ଏବଂ ପ୍ରଯୁକ୍ତିବିଦ୍ୟା; ସାମୁଦ୍ରିକ ନିରାପତ୍ତା ଓ ସୁରକ୍ଷା; ଏବଂ ସାମୁଦ୍ରିକ ପର୍ଯ୍ୟଟନ ଆଦି ବିଷୟବସ୍ତୁ ଉପରେ ଅଧିବେଶନ ଓ ଆଲୋଚନାଚକ୍ର ଆୟୋଜନ କରାଯିବ।

ଉଦଘାଟନୀ ଅଧିବେଶନରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଶ୍ରୀ ଏକନାଥ ସିନ୍ଦେ, ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଯୋଗଦେବେ। ଏହି ଅଧିବେଶନରେ ଆର୍ମେନିଆ, ବାଂଲାଦେଶ, ବେଲାରୁସ୍, କୋମୋରୋସ୍, ଇରାନ, ଇଟାଲୀ, ଶ୍ରୀଲଙ୍କା, ତାଞ୍ଜାନିଆ, ତୁର୍କମେନିସ୍ତାନ, ଉଜବେକିସ୍ତାନ, ସ୍ପେନ୍ ଏବଂ ନେପାଳ ସମେତ ୧୨ଟି ଦେଶର ମନ୍ତ୍ରୀମାନେ ଅଂଶଗ୍ରହଣ କରିବାର କାର‌୍ୟ୍ୟକ୍ରମ ରହିଛି। ଏଥିସହ ଭାରତର ୧୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୬ ଜଣ ରାଜ୍ୟ ମନ୍ତ୍ରୀ ଓ ଉପରାଜ୍ୟପାଳ ଉପସ୍ଥିତ ରହିବେ।

କେବଳ ଭାରତ ପାଇଁ ନୁହେଁ, ବିଶ୍ୱ ସାମୁଦ୍ରିକ ସମୁଦାୟ ପାଇଁ ଏକ ଏହା ଐତିହାସିକ ସମାରୋହ। ଏଠାରେ ଆରମ୍ଭ ହେବାକୁ ଥିବା ଆଲୋଚନା ସମଗ୍ର ବିଶ୍ୱର ସାମୁଦ୍ରିକ ନୀତି ଏବଂ ରଣନୀତିକୁ ଗୁରୁତ୍ୱପୂର୍ଣ୍ଣ ଭାବେ ପ୍ରଭାବିତ କରିବ ବୋଲି କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ଏବଂ ଆୟୁଷ ମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୱାଲ କହିଛନ୍ତି।

ବ୍ୟାପକ ଆନ୍ତର୍ଜାତିକ ଏବଂ ଜାତୀୟ ପ୍ରତିନିଧିତ୍ୱ ବେଲାରୁସ୍, ବେଲଜିୟମ, ଭୁଟାନ, ଡେନମାର୍କ, ଫ୍ରାନ୍ସ, ଇରାନ, ଇଟାଲୀ, ନେଦରଲାଣ୍ଡ, ରୁଷ, ସାଉଦି ଆରବ, ଶ୍ରୀଲଙ୍କା, ଦକ୍ଷିଣ ଆଫ୍ରିକା, ସ୍ପେନ, ନରୱେ, ମେକ୍ସିକୋ, ୟୁଏଇ, ବ୍ରିଟେନ, ଆମେରିକା ସମେତ ୨୮ଟି ଦେଶର ୧୧୫ ଜଣ ଅଧିକାରୀ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିବାକୁ ସହମତି ଦେଇଛନ୍ତି।

‘ଅମୃତ କାଳ ସଂକଳ୍ପ ୨୦୪୭’ ଉନ୍ମୋଚନ

ଏହି ଶିଖର ସମ୍ମିଳନୀ ଭାରତୀୟ ସାମୁଦ୍ରିକ ନୀଳ ଅର୍ଥବ୍ୟବସ୍ଥା ପାଇଁ ୨୫ ବର୍ଷର ବ୍ଲୁପ୍ରିଣ୍ଟ ‘ଅମୃତ କାଳ ସଂକଳ୍ପ ୨୦୪୭’କୁ ଉନ୍ମୋଚନ କରିବାପାଇଁ ଏକ ପ୍ଲାଟଫର୍ମ ଭାବରେ କାର‌୍ୟ୍ୟ କରୁଛି। ଏହି ଯୋଜନାରେ ବନ୍ଦର ସୁବିଧା ବୃଦ୍ଧି, ଦୀର୍ଘସ୍ଥାୟୀ ପ୍ରଥାକୁ ପ୍ରୋତ୍ସାହିତ କରିବା ଏବଂ ଅନ୍ତର୍ଜାତୀୟ ସହଯୋଗକୁ ସୁଗମ କରିବା ଉଦ୍ଦେଶ୍ୟରେ ରଣନୀତିକ ପଦକ୍ଷେପଗୁଡ଼ିକର ରୂପରେଖ ଦିଆଯାଇଛି। ଏହି ଲକ୍ଷ୍ୟ କୁ ପୂରଣ କରିବା ପାଇଁ ଶିଖର ସମ୍ମିଳନୀରେ ୨୩,୩୬୪ କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ କିମ୍ବା ଶିଳାନ୍ୟାସ କରାଯିବ।

ଅଭୂତପୂର୍ବ ଶିଳ୍ପ ଏବଂ ପୁଞ୍ଜିନିବେଶ ସୁଯୋଗ

୨୭ଟି ଦେଶର ୮୧ରୁ ଅଧିକ ଆନ୍ତର୍ଜାତିକ ବକ୍ତା ଏବଂ ୧୦୦ରୁ ଅଧିକ ଭାରତୀୟ ପ୍ରତିପକ୍ଷଙ୍କୁ ନେଇ ଏହି ଶିଖର ସମ୍ମିଳନୀ ଶିଳ୍ପ ବିଶେଷଜ୍ଞତାର କେନ୍ଦ୍ର ହେବାକୁ ଯାଉଛି। ୩୧ ଜଣ ଅଗ୍ରଣୀ ବିଶ୍ବସ୍ତରୀୟ ସଂସ୍ଥାର ମୁଖ୍ୟ କାର‌୍ୟ୍ୟନିର୍ବାହୀ ଅଧିକାରୀଙ୍କ ସମେତ ୩,୦୦୦ରୁ ଅଧିକ ପଞ୍ଜିକୃତ ପ୍ରତିନିଧି ଆଲୋଚନାରେ ଅଂଶଗ୍ରହଣ କରିବେ।

ପୁଞ୍ଜିନିବେଶ ଦୃଷ୍ଟିରୁ ଏହି କାର‌୍ୟ୍ୟକ୍ରମରେ ୭.୧୮ ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୩୧୬ଟି ବୁଝାମଣାପତ୍ର (ଏମ୍ଓୟୁ) କାର୍ଯ୍ୟକାରୀ ହେବ ଏବଂ ପ୍ରାୟ ୧.୭ ଲକ୍ଷ କୋଟି ଟଙ୍କାର ୮୬ଟି ନିବେଶଯୋଗ୍ୟ ପ୍ରକଳ୍ପ ପ୍ରଦର୍ଶିତ ହେବ।

ବିସ୍ତୃତ ପ୍ରଦର୍ଶନୀ ଏବଂ ସମ୍ମିଳନୀ କାର୍ଯ୍ୟସୂଚୀ

ବୈଷୟିକ ଆଲୋଚନା, ରାଜ୍ୟ ଅଧିବେଶନ ଏବଂ ଅନ୍ତର୍ଜାତୀୟ ରାଉଣ୍ଡ ଟେବୁଲ ସମେତ ୩୧ଟି ଅଧିବେଶନ କୁ ନେଇ ୧୫୦ ଜଣ ପ୍ରଦର୍ଶକଙ୍କୁ ନେଇ ଏକ ବିସ୍ତୃତ ପ୍ରଦର୍ଶନୀ ଏବଂ ଏକ ବିସ୍ତୃତ ସମ୍ମିଳନୀ କାର‌୍ୟ୍ୟସୂଚୀ ସାମୁଦ୍ରିକ ଶିଳ୍ପର ଭବିଷ୍ୟତ ବିଷୟରେ ଗଭୀର ଭାବରେ ସୂଚନା ପ୍ରଦାନ କରିବ।

ଗ୍ଲୋବାଲ ମେରିଟାଇମ୍ ଇଣ୍ଡିଆ ଶିଖର ସମ୍ମିଳନୀ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଭାରତ-ଇଂଲଣ୍ଡ ମଧ୍ୟରେ ନିର୍ଣ୍ଣାୟକ ଲଢେଇ: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ଫାଇନାଲ ମ୍ୟାଚ୍?

July 22, 2025

ସୁନା ଶସ୍ତା ହେଲା ନା ମହଙ୍ଗା?, ଜାଣନ୍ତୁ ଆଜିର ମୂଲ୍ୟ

July 22, 2025

‘ଏହା କୌଣସି ସାଧାରଣ ଘଟଣା ନୁହେଁ, ବହୁତ କିଛି ହେବାକୁ ଯାଉଛି…’: ଧନଖରଙ୍କ ଇସ୍ତଫା ଉପରେ ସଂଜୟ ରାଉତ ଆଶଙ୍କା

July 22, 2025

ଚେସ୍ ମହିଳା ବିଶ୍ୱକପ୍‌ର ସେମିଫାଇନାଲ୍‌ରେ ପହଞ୍ଚିଲେ ଦିବ୍ୟା ଦେଶମୁଖ, ଜିତିବା ପରେ ହେଲେ ଭାବପ୍ରବଣ

July 22, 2025
Latest News

ଆଜି ଭାରତ-ଇଂଲଣ୍ଡ ମଧ୍ୟରେ ନିର୍ଣ୍ଣାୟକ ଲଢେଇ: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ଫାଇନାଲ ମ୍ୟାଚ୍?

July 22, 2025

ସୁନା ଶସ୍ତା ହେଲା ନା ମହଙ୍ଗା?, ଜାଣନ୍ତୁ ଆଜିର ମୂଲ୍ୟ

July 22, 2025

‘ଏହା କୌଣସି ସାଧାରଣ ଘଟଣା ନୁହେଁ, ବହୁତ କିଛି ହେବାକୁ ଯାଉଛି…’: ଧନଖରଙ୍କ ଇସ୍ତଫା ଉପରେ ସଂଜୟ ରାଉତ ଆଶଙ୍କା

July 22, 2025

ଅଜଣା ବ୍ୟକ୍ତିଙ୍କ ଅର୍ଦ୍ଧଦଗ୍ଧ ମୃତ ଦେହ ଉଦ୍ଧାର: ପୋଲିସ ର ତଦନ୍ତ ଜାରି

July 22, 2025

ଚେସ୍ ମହିଳା ବିଶ୍ୱକପ୍‌ର ସେମିଫାଇନାଲ୍‌ରେ ପହଞ୍ଚିଲେ ଦିବ୍ୟା ଦେଶମୁଖ, ଜିତିବା ପରେ ହେଲେ ଭାବପ୍ରବଣ

July 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.