Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଭାରତର ପକ୍ଷୀ ଏବଂ ସେମାନଙ୍କ ସଂରକ୍ଷଣ ପ୍ରୟାସ, ଏକ ଡେଣାଯୁକ୍ତ ଐତିହ୍ୟ
ଜାତୀୟ ଖବର

ଭାରତର ପକ୍ଷୀ ଏବଂ ସେମାନଙ୍କ ସଂରକ୍ଷଣ ପ୍ରୟାସ, ଏକ ଡେଣାଯୁକ୍ତ ଐତିହ୍ୟ

October 17, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଭାରତର ପକ୍ଷୀ ଏବଂ ସେମାନଙ୍କ ସଂରକ୍ଷଣ ପ୍ରୟାସ, ଏକ ଡେଣାଯୁକ୍ତ ଐତିହ୍ୟ

ଶ୍ରୀ ବିଭାସ ରଞ୍ଜନ

ପକ୍ଷୀମାନଙ୍କ ଦୃଷ୍ଟିରୁ ଭାରତ ଏକ ଅନନ୍ୟ ବିବିଧତାର ଦେଶ। ଏଠାକାର ବିଭିନ୍ନ ଭୌଗୋଳିକ ଅଞ୍ଚଳରେ ବହୁରଙ୍ଗୀ ପ୍ରଜାତିର ପକ୍ଷୀ ବସବାସ କରନ୍ତି। ଉତ୍ତରରେ ବରଫାବୃତ୍ତ ହିମାଳୟଠାରୁ ଆରମ୍ଭ କରି ଦକ୍ଷିଣରେ ପଶ୍ଚିମ ଘାଟର ଆକର୍ଷଣୀୟ ଜଙ୍ଗଲ ଏବଂ ପଶ୍ଚିମରେ ରାଜସ୍ଥାନର ଶୁଖିଲା ମରୁଭୂମିଠାରୁ ଆରମ୍ଭ କରି ଉତ୍ତର–ପୂର୍ବର ସବୁଜ ଆର୍ଦ୍ରଭୂମି ପର୍ଯ୍ୟନ୍ତ ଭାରତର ପକ୍ଷୀ ଜଗତ ଏହାର ଭୂଗୋଳ ଭଳି ବିବିଧ।

ଷ୍ଟେଟ୍ ଅଫ୍ ଇଣ୍ଡିଆଜ୍ ବର୍ଡସ (ଏସ୍ଓଆଇବି) ୨୦୨୩ ରିପୋର୍ଟରୁ ଜଣାପଡିଛି ଯେ ଦେଶରେ ୧୩୦୦ରୁ ଅଧିକ ପ୍ରଜାତିର ପକ୍ଷୀ ଅଛନ୍ତି ଏବଂ ବିଶ୍ୱର ପ୍ରାୟ ୧୨.୪୦ ପ୍ରତିଶତ ପକ୍ଷୀ ଅଛନ୍ତି। ଏହି ୧୩୫୩ ପ୍ରଜାତିର ପକ୍ଷୀଙ୍କ ମଧ୍ୟରୁ ୭୮ ପ୍ରଜାତିର (୫ ପ୍ରତିଶତ) ଏହି ଦେଶର ସ୍ଥାନୀୟ ଅଟନ୍ତି। ତେବେ ବାସସ୍ଥଳୀ ନଷ୍ଟ, ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନ ସେମାନଙ୍କ ବଞ୍ଚିବା ପ୍ରତି ବିପଦ ସୃଷ୍ଟି କରୁଥିବାରୁ ଏହି ଜୀବନ୍ତ ଦଳର ଅସ୍ଥିତ୍ୱ ଦିନକୁ ଦିନ ବିପଦପୂର୍ଣ୍ଣ ହେବାରେ ଲାଗିଛି।

ଏହି ଅଞ୍ଚଳର ପକ୍ଷୀମାନେ ଏବେ ବିଭିନ୍ନ ପ୍ରକାର ବିପଦର ସମ୍ମୁଖୀନ ହେଉଛନ୍ତି। ଏହି ବିପଦ ଗୁଡ଼ିକ ମଧ୍ୟରୁ ସବୁଠାରୁ ଗମ୍ଭୀର ହେଉଛି ବାସସ୍ଥଳୀ ନଷ୍ଟ ଏବଂ ଅବକ୍ଷୟ । ତା’ଛଡ଼ା ମଣିଷ ଓ ବନ୍ୟଜନ୍ତୁଙ୍କ ମଧ୍ୟରେ ସଂଘର୍ଷ ବଢ଼ି ଚାଲିଛି। ବାସସ୍ଥଳୀ କ୍ଷୟ ଏବଂ ନଷ୍ଟରର ମୂଳ କାରଣ ଗୁଡ଼ିକ ଜଟିଳ ଏବଂ ପରସ୍ପର ସହ ଜଡ଼ିତ। ଏହି କାରଣଗୁଡ଼ିକ ମଧ୍ୟରେ ସହରୀକରଣ, ଭିତ୍ତିଭୂମି ବିକାଶ, ସାମ୍ପ୍ରତିକ କୃଷି ପ୍ରଣାଳୀ, ଅତ୍ୟଧିକ ଶୋଷଣ ଯୋଗୁଁ ପ୍ରାକୃତିକ ଜଙ୍ଗଲ ପ୍ରତି ବିପଦ, ସମ୍ବଳର ଉଚ୍ଚ ବିଦେଶୀ ଚାହିଦା ଏବଂ ସଂରକ୍ଷଣ–ସମର୍ଥକ ନୀତିର ଅପର୍ଯ୍ୟାପ୍ତ ଆଇନଗତ ପ୍ରୟୋଗ ଅନ୍ତର୍ଭୁକ୍ତ।

ଜଳବାୟୁ ପରିବର୍ତ୍ତନ ହେଉଛି ଅନ୍ୟ ଏକ ବିପଦ – ପରିବର୍ତ୍ତିତ ପାଣିପାଗ ଢାଞ୍ଚା, ପରିବର୍ତ୍ତିତ ସ୍ଥାନାନ୍ତର ମାର୍ଗ ଏବଂ ଖାଦ୍ୟ ଉପଲବ୍ଧତାରେ ବାଧା ଆଦି ଅନେକ ପ୍ରଜାତିର ପକ୍ଷୀଙ୍କ ବଞ୍ଚିବା ଉପରେ ପ୍ରଭାବ ପକାଉଛି। ବଢୁଥିବା ତାପମାତ୍ରା ପକ୍ଷୀମାନଙ୍କ ପ୍ରଜନନ ଓ ବାସସ୍ଥଳୀକୁ ପ୍ରଭାବିତ କରୁଛି। ଫଳରେ ଅନେକ ପକ୍ଷୀଙ୍କ ପାଇଁ ଏହାକୁ ଗ୍ରହଣ କରିବା ଆହ୍ୱାନପୂର୍ଣ୍ଣ ସାବ୍ୟସ୍ତ ହେଉଛି। ଆକ୍ରମଣାତ୍ମକ ପ୍ରଜାତିର ସମାବେଶନ ଏବଂ ବିସ୍ତାର ମଧ୍ୟ ସମ୍ବଳ ପାଇଁ ପ୍ରତିଯୋଗିତା ବୃଦ୍ଧି କରିବା ସହ ପରିବେଶ ବ୍ୟବସ୍ଥାରେ ପରିବର୍ତ୍ତନ କରି ଦେଶୀ ପକ୍ଷୀଙ୍କ ଜନସଂଖ୍ୟା ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ।

ଏହି ବିପଦର ମୁକାବିଲା ପାଇଁ ଭାରତ ପକ୍ଷୀଙ୍କ ସଂରକ୍ଷଣ ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଭାରତ ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ୧୦ ବର୍ଷିଆ ଯୋଜନା – “ଦେଶରେ ପକ୍ଷୀମାନଙ୍କର ବିବିଧତା, ସେମାନଙ୍କର ଇକୋସିଷ୍ଟମ, ବାସସ୍ଥାନ ଏବଂ ଭୌଗୋଳିକ ପରିଦୃଶ୍ୟ ସଂରକ୍ଷଣ ପାଇଁ ଦୂରଦର୍ଶୀ ପରିପ୍ରେକ୍ଷୀ ଯୋଜନା (୨୦୨୦-୨୦୩୦)” –ର ଉଦ୍ଦେଶ୍ୟ ହେଉଛି ଭାରତରେ ପକ୍ଷୀ ଏବଂ ସେମାନଙ୍କ ବାସସ୍ଥାନ ସଂରକ୍ଷଣ ସମ୍ବନ୍ଧୀୟ କାର୍ଯ୍ୟକୁ ଆଗକୁ ବଢ଼ାଇବା। ଭାରତର ଜାତୀୟ ବନ୍ୟପ୍ରାଣୀ ଆକ୍ସନ ପ୍ଲାନ୍ (୨୦୧୭ରୁ ୨୦୩୧) ବ୍ୟତୀତ ଏହି ପଦକ୍ଷେପ ନିଆଯାଇଛି। ଏହି ଆକ୍ସନ ପ୍ଲାନରେ ପକ୍ଷୀ ଓ ସେମାନଙ୍କ ବାସସ୍ଥଳୀ ସୁରକ୍ଷା ସହ ଜଡିତ ଅନେକ ସଂରକ୍ଷଣ କାର୍ଯ୍ୟ ମଧ୍ୟ ଅନ୍ତର୍ଭୁକ୍ତ।

ଏହି ଯୋଜନାରେ ବିରଳ ଓ ବିପନ୍ନ ପ୍ରଜାତିର ପକ୍ଷୀଙ୍କ ସୁରକ୍ଷା ପାଇଁ ଅନେକ କ୍ଷୁଦ୍ର, ମଧ୍ୟମ ଓ ଦୀର୍ଘମିଆଦୀ ଯୋଜନା, ଗୁରୁତର ବିପନ୍ନ ପ୍ରଜାତିର ପୁନରୁଦ୍ଧାର ପାଇଁ କାର୍ଯ୍ୟକ୍ରମ ଆରମ୍ଭ କରିବା, ଭୌଗୋଳିକ ପରିବେଶ ସମ୍ବନ୍ଧୀୟ ପଦ୍ଧତି ପ୍ରଣୟନ କରି ସେମାନଙ୍କ ହ୍ରାସ ପାଉଥିବା ଜନସଂଖ୍ୟାକୁ ରୋକିବା ପାଇଁ ପ୍ରସ୍ତାବ ଦିଆଯାଇଛି। ଗ୍ରୀନ୍ ହାଉସ୍ ଗ୍ୟାସ୍ (ଜିଏଚଜି) ନିର୍ଗମନ ସ୍ତର ବୃଦ୍ଧି କରୁଥିବା ମାନବୀୟ କାର୍ଯ୍ୟକଳାପ ମଧ୍ୟ ବିଶ୍ୱସ୍ତରରେ ପରିବେଶକୁ ପ୍ରଭାବିତ କରୁଛି ବୋଲି ଏହି ଯୋଜନାରେ ଦର୍ଶାଯାଇଛି। ଆଉ ସେଥିପାଇଁ ଏହା ବୈଜ୍ଞାନିକ ଉପାୟ ଅବଲମ୍ବନ କରି ଆଭିଫୋନ (ପକ୍ଷୀଜାତି) ଉପରେ ଏଭଳି ପ୍ରଭାବକୁ ନିୟନ୍ତ୍ରଣ କରିବାକୁ ଆହ୍ୱାନ ଦେଇଛି।

ପକ୍ଷୀମାନଙ୍କ ଗୁରୁତ୍ୱପୂର୍ଣ୍ଣ ଆବାସସ୍ଥଳୀର ସୁରକ୍ଷା ପାଇଁ ପ୍ରୟାସକୁ ଭାରତ ସର୍ବଦା ପ୍ରାଥମିକତା ଦେଇ ଆସିଛି। ଆର୍ଦ୍ରଭୂମିର ପୁନରୁଦ୍ଧାର, ପୁନଃବନୀକରଣ ପଦକ୍ଷେପ ଏବଂ ଜୈବିକ ଚାଷ ପଦ୍ଧତିକୁ ପ୍ରୋତ୍ସାହିତ କରିବା ଭଳି କିଛି ରଣନୀତି ବ୍ୟବହାର କରାଯାଉଛି। ଏହାବ୍ୟତୀତ ଭାରତରେ ପକ୍ଷୀଙ୍କ ସୁରକ୍ଷା ପାଇଁ ଶିକାର ଓ ବେଆଇନ ବନ୍ୟଜନ୍ତୁ ବେପାର ବିରୋଧରେ କଠୋର ଆଇନର ଆବଶ୍ୟକତା ରହିଛି।

ଭାରତ ୨୦୧୬ରେ ୨୦୧୭-୨୦୩୧ ଅବଧି ପାଇଁ ତୃତୀୟ ଜାତୀୟ ବନ୍ୟପ୍ରାଣୀ ଆକ୍ସନ ପ୍ଲାନ୍ ଉନ୍ମୋଚନ କରିଥିଲା, ଯେଉଁଥିରେ ବନ୍ୟଜନ୍ତୁ ସଂରକ୍ଷଣ ପାଇଁ ଏକ ଭବିଷ୍ୟ ଉନ୍ମୁଖୀ ରୋଡମ୍ୟାପ୍ ବିଷୟରେ ବିସ୍ତୃତ ବିବରଣୀ ଦିଆଯାଇଥିଲା। ଏହି ଆକ୍ସନ ପ୍ଲାନ ଆଉ ଗୋଟିଏ ଦୃଷ୍ଟିରୁ ଅନନ୍ୟ ଯେ, ପ୍ରଥମ ଥର ପାଇଁ ଭାରତ ବନ୍ୟଜନ୍ତୁଙ୍କ ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ସମ୍ବନ୍ଧୀୟ ଚିନ୍ତାକୁ ସ୍ୱୀକାର କରିଛି ଏବଂ ବନ୍ୟପ୍ରାଣୀ ପରିଚାଳନା ଯୋଜନା ପ୍ରକ୍ରିୟାରେ ପ୍ରତିରୋଧ ଏବଂ ଅନୁକୂଳନ ପାଇଁ ଆବଶ୍ୟକ କାର୍ଯ୍ୟଗୁଡ଼ିକୁ ସମନ୍ୱିତ କରିବା ଉପରେ ଗୁରୁତ୍ୱାରୋପ କରିଛି। ପରିବେଶ ଦୃଷ୍ଟିରୁ ମୂଲ୍ୟବାନ ବନ୍ୟଜନ୍ତୁଙ୍କ ସଂରକ୍ଷଣ ପାଇଁ ଆକ୍ସନ ପ୍ଲାନ “ଭୌଗୋଳିକ ପରିଦୃଶ୍ୟ ସମ୍ବନ୍ଧୀୟ ଆଭିମୁଖ୍ୟ” ଗ୍ରହଣ କରିଥାଏ।

ଭାରତର ବିବିଧ ପକ୍ଷୀ ସଂଖ୍ୟା ଏହି ଦେଶର ପ୍ରାକୃତିକ ସମୃଦ୍ଧିର ପ୍ରମାଣ। ତେବେଏହି ସୁନ୍ଦର ପକ୍ଷୀମାନେ ବାସସ୍ଥାନ ନଷ୍ଟ ଠାରୁ ଆରମ୍ଭ କରି ଜଳବାୟୁ ପରିବର୍ତ୍ତନ ପର୍ଯ୍ୟନ୍ତ ଅନେକ ବିପଦର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ସଂରକ୍ଷଣ ପ୍ରୟାସ ଜରୁରୀ। ସଂରକ୍ଷିତ ଅଞ୍ଚଳ, ଆଇନଗତ ପଦକ୍ଷେପ, ବାସସ୍ଥାନ ପୁନରୁଦ୍ଧାର ଏବଂ ଜନସଚେତନତାମାଧ୍ୟମରେ ଭାରତ ତା’ର ଐତିହ୍ୟର ସୁରକ୍ଷା ପାଇଁ ଅକ୍ଳାନ୍ତ ପରିଶ୍ରମ କରୁଛି। ମୂଲ୍ୟବାନ ରଙ୍ଗୀନ ପକ୍ଷୀ ଏବଂ ସେମାନଙ୍କର କଳରବ ଯେପରି ଆଗାମୀ ପିଢ଼ି ପାଇଁ ଭାରତର ଆକାଶରେ ରହିବ ସେଥିପାଇଁ ସମସ୍ତେ ଏହି ପ୍ରୟାସକୁ ସମର୍ଥନ କରିବା ଏବଂ ଏଥିରେ ସାମିଲ ହୋଇ ଯୋଗଦାନ କରିବା ଉଚିତ୍‌।

( ଲେଖକ ହେଉଛନ୍ତି ଜଙ୍ଗଲ (ବନ୍ୟପ୍ରାଣୀ) ଅତିରିକ୍ତ ବନ ମହାନିର୍ଦ୍ଦେଶକ, ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ, ନୂଆଦିଲ୍ଲୀ)

ଚିଲିକା ପକ୍ଷୀ ପକ୍ଷୀ
Share. Facebook Twitter LinkedIn Email WhatsApp Copy Link

Related Posts

ବାରମ୍ବାର ନିଶା ଦ୍ରବ୍ୟ ଜବତ ପରେ ମୁଖ୍ୟ ଶାସନ ସଚିବ ଦେଲେ କଡା ନିର୍ଦ୍ଦେଶ, କହିଲେ….

August 25, 2025

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କାହିଁକି ଭେଟିଲେ ରାଜ୍ୟପାଳ

August 25, 2025

ଗୋପାଳପୁରରେ ସମବାୟ ବିଶ୍ବବିଦ୍ୟାଳୟ ଖୋଲିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଲେ ମୁଖ୍ୟମନ୍ତ୍ରୀ

August 25, 2025

ପୂର୍ବାଞ୍ଚଳ ବେସାମରିକ ବିମାନ ପରିବହନ ମନ୍ତ୍ରୀମଣ୍ଡଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ

August 25, 2025
Latest News

ବାରମ୍ବାର ନିଶା ଦ୍ରବ୍ୟ ଜବତ ପରେ ମୁଖ୍ୟ ଶାସନ ସଚିବ ଦେଲେ କଡା ନିର୍ଦ୍ଦେଶ, କହିଲେ….

August 25, 2025

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କାହିଁକି ଭେଟିଲେ ରାଜ୍ୟପାଳ

August 25, 2025

ଗୋପାଳପୁରରେ ସମବାୟ ବିଶ୍ବବିଦ୍ୟାଳୟ ଖୋଲିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଲେ ମୁଖ୍ୟମନ୍ତ୍ରୀ

August 25, 2025

ବିପର୍ଯ୍ୟୟ ମୁକାବିଲା, ଏଏମ୍ସ ଭୁବନେଶ୍ବରରେ ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟ ଅଧିକାରୀଙ୍କ ତାଲିମ ଶିବିର ଆରମ୍ଭ

August 25, 2025

ପୂର୍ବାଞ୍ଚଳ ବେସାମରିକ ବିମାନ ପରିବହନ ମନ୍ତ୍ରୀମଣ୍ଡଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ

August 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.