Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଦାନ ଦେବାରେ ଶିବ ନାଦର ସବୁଠାରୁ ଆଗରେ
ଜାତୀୟ ଖବର

ଦାନ ଦେବାରେ ଶିବ ନାଦର ସବୁଠାରୁ ଆଗରେ

November 3, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଦେଶରେ ଗତ ଆର୍ଥିକ ବର୍ଷରେ ସବୁଠାରୁ ଅଧିକ ଦାନ କରିଥିବା କୋଟିପତିଙ୍କ ତାଲିକା ସାମ୍ନାକୁ ଆସିଛି। ଏହି ସମୟ ମଧ୍ୟରେ ୧୧୯ ଜଣ ଧନୀ ବ୍ୟକ୍ତି ମୋଟ ୮,୪୪୫ କୋଟି ଟଙ୍କା ଦାନ କରିଛନ୍ତି, ଯାହା କି ଗତବର୍ଷ ତୁଳନାରେ ୫୯% ଅଧିକ ଏବଂ ତିନି ବର୍ଷ ପୂର୍ବ ତୁଳନାରେ ୨୦୦% ଅଧିକ ଅଟେ।

ପ୍ରକାଶିତ ଏଡେଲଗିଭ୍ ହୁରୁନ୍ ଇଣ୍ଡିଆ ଫିଲାନଥ୍ରୋପି ଲିଷ୍ଟ ୨୦୨୩ ଅନୁଯାୟୀ ଶ୍ରେଷ୍ଠ ୧୦ ଜଣ ଦାତା ୫,୮୦୬ କୋଟି ଟଙ୍କା ଦାନ କରିଛନ୍ତି, ଯାହା ପୂର୍ବ ବର୍ଷ ଅର୍ଥାତ୍ ୨୦୨୨ ଆର୍ଥିକ ବର୍ଷରେ ୩,୦୩୪ କୋଟି ଟଙ୍କା ଥିଲା। ଇଣ୍ଡିଆ ଫିଲାନଥ୍ରୋପି ତାଲିକାର ଶୀର୍ଷରେ ଶିବ ନାଦର ଥିବାବେଳେ ନିଖିଲ କାମାଥ ସର୍ବନିମ୍ନ ଦାତା ହୋଇଛନ୍ତି। ଆଇଟି କମ୍ପାନି ଏଚସିଏଲର ସହ ପ୍ରତିଷ୍ଠାତା ୭୮ ବର୍ଷୀୟ ଶିବ ନାଦର ନିଜର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ନାଦର ଭାରତର ସବୁଠାରୁ ଧନୀଙ୍କ ତାଲିକାରେ ଚତୁର୍ଥ ସ୍ଥାନରେ ରହିଥିଲେ ମଧ୍ୟ ଚାନ୍ଦା ଦୃଷ୍ଟିରୁ ସେ ଏକ ନମ୍ବର ସ୍ଥାନରେ ଅଛନ୍ତି।

ଆର୍ଥିକ ବର୍ଷ ୨୦୨୩ରେ ନାଦର ୨୦୪୨ କୋଟି ଟଙ୍କା ଦାନ କରିଥିଲେ। ଅର୍ଥାତ୍ ସେ ପ୍ରତିଦିନ ୫.୬ କୋଟି ଟଙ୍କା ଦାନ କରିଥିଲେ। ତାଙ୍କ ପଛକୁ ଆଇଟି କମ୍ପାନି ୱିପ୍ରୋର ପ୍ରତିଷ୍ଠାତା ଅଧ୍ୟକ୍ଷ ଅଜିମ ପ୍ରେମଜୀ ୧୭୭୪ କୋଟି ଟଙ୍କା ଦାନ କରିଛନ୍ତି। ଏହି ତାଲିକାରେ ଭାରତ ଓ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ତୃତୀୟ ସ୍ଥାନରେ ରହିଛନ୍ତି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ଗତବର୍ଷ ୩୭୬ କୋଟି ଟଙ୍କା ଦାନ କରିଥିଲେ। ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ କୁମାର ମଙ୍ଗଲମ୍ ବିର୍ଲା, ଗୌତମ ଆଦାନୀ, ବଜାଜ, ଅନିଲ ଅଗ୍ରୱାଲ, ନନ୍ଦନ ନିଲେକାନି, ସାଇରସ୍ ଓ ଅଦର ପୁନାୱାଲା ଏବଂ ରୋହିଣୀ ନିଲେକାନି ରହିଛନ୍ତି। ଏହି ତାଲିକାରେ ୨୦୨୩ ଆର୍ଥିକ ବର୍ଷରେ ୮,୪୪୫ କୋଟି ଟଙ୍କା ଦାନ କରିଥିବା ୧୧୯ ଜଣ ଦାତା ସାମିଲ ଅଛନ୍ତି। ଏହା ଗତବର୍ଷ ତୁଳନାରେ ୫୯% ଅଧିକ ଅଟେ।

ସବୁଠାରୁ ବଡ ମହିଳା ଦାତା କିଏ?

ଚଳିତ ବର୍ଷ ଦେଶର ଶ୍ରେଷ୍ଠ ଦାତା ତାଲିକାରେ ଅନଲାଇନ୍ ବ୍ରୋକିଂ ଫାର୍ମ ଜିରୋଧାର ସହ ପ୍ରତିଷ୍ଠାତା ନୀତିନ ଏବଂ ନିଖିଲ କାମତ ମଧ୍ୟ ଅଛନ୍ତି। ତାଲିକା ଅନୁଯାୟୀ, କାମତ ଭାଇମାନେ ୨୦୨୩ ରେ ୧୧୦ କୋଟି ଟଙ୍କା ଦାନ କରିଛନ୍ତି। ଚଳିତ ବର୍ଷ ନିଜର ସମ୍ପତ୍ତିର ଅଧା ଦାନ କରିବା ପାଇଁ ଗିଭିଂ ପ୍ଲେଜରେ ସ୍ୱାକ୍ଷର କରିଥିବା ନିଖିଲ କାମାଥ ଏହି ତାଲିକାର ସର୍ବକନିଷ୍ଠ ଦାତା ରହିଛନ୍ତି। ଇନଫୋସିସର ସହ ପ୍ରତିଷ୍ଠାତାଙ୍କ ସମେତ ୨୫ ଜଣ ନୂଆ ବ୍ୟକ୍ତି ଏଥିରେ ସାମିଲ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ଇନଫୋସିସର ସହ ପ୍ରତିଷ୍ଠାତା କେ ଦିନେଶ, ଭିଲୋସା ଇଣ୍ଡଷ୍ଟ୍ରିଜ୍ର ରମେଶଚନ୍ଦ୍ର ଟି ଜୈନ ଏବଂ ପରିବାର, ଆକ୍ସେଲର ପ୍ରଶାନ୍ତ ପ୍ରକାଶ ଏବଂ ଜୋହୋ କର୍ପୋରେସନର ଭେମ୍ବୁ ରାଧା।

୧୫୦ କୋଟି ଟଙ୍କା ଦାନ କରି ପେସାଦାରମାନଙ୍କ ମଧ୍ୟରେ ଏଲ୍ ଆଣ୍ଡଟିର ଏଏମ୍ ନାୟକ ସବୁଠାରୁ ବଡ଼ ଦାତା ଥିଲେ। ଦାତା ତାଲିକାରେ ସେ ୧୧ତମ ସ୍ଥାନରେ ଥିଲେ। ହୁରୁନ୍ ଇଣ୍ଡିଆ ଫିଲାନଥ୍ରୋପି ତାଲିକାରେ ୭ ଜଣ ମହିଳା ମଧ୍ୟ ସାମିଲ ଅଛନ୍ତି। ପ୍ରଥମ ସ୍ଥାନରେ ଅଛନ୍ତି ଫିଲାନଥ୍ରୋପିର ପ୍ରତିଷ୍ଠାତା ରୋହିଣୀ ନିଲେକାନି। ଗତ ଆର୍ଥିକ ବର୍ଷରେ ସେ ୧୭୦ କୋଟି ଟଙ୍କା ଦାନ କରିଥିଲେ। ସାମଗ୍ରିକ ତାଲିକାରେ ସେ ଦଶମ ସ୍ଥାନରେ ରହିଛନ୍ତି। ରୋହିଣୀଙ୍କ ପରେ ଅଛନ୍ତି ଥର୍ମାକ୍ସର ଅନୁ ଆଗା ଏବଂ ପରିବାର। ସେ ୨୩ କୋଟି ଟଙ୍କା ଦାନ କରିଥିଲେ। ୟୁଏସଭିର ଲୀନା ଗାନ୍ଧୀ ତିୱାରୀ ମଧ୍ୟ ଗତ ଆର୍ଥିକ ବର୍ଷରେ ୨୩ କୋଟି ଟଙ୍କା ଦାନ କରିଥିଲେ।

ଦାନ
Share. Facebook Twitter LinkedIn Email WhatsApp Copy Link

Related Posts

ଜିଏସଟି ହ୍ରାସର ପ୍ରଭାବ: ପୂଜା ସମୟରେ ରେକର୍ଡ ସଂଖ୍ୟକ କାରବାର, ଜାଣନ୍ତୁ କେତେ କାର ହେଲା ବିକ୍ରି

October 4, 2025

ଭୁବନେଶ୍ବରର ଧଉଳିଗିରି କାହିଁକି ହେଲା? କିଏ କଲା? ଇତିହାସ କଣ? କେବେ ଜାଣିବାକୁ ଚେଷ୍ଠା କରିଛନ୍ତି କି?

October 4, 2025

ରେଳ ମନ୍ତ୍ରଣାଳୟର ବଡ ନିଷ୍ପତି, ବ୍ରହ୍ମପୁର ସୁରତ ଅମୃତ ଭାରତ ସାପ୍ତାହିକ ଏକ୍ସପ୍ରେସ ନିୟମିତ ଚାଲିବ, ଜାଣନ୍ତୁ ପୁରା ସୂଚନା

October 4, 2025

ଆଜି ଅକ୍ଟୋବର ଚାରି ତାରିଖ ଶନିବାରରେ ଏହି ତିନୋଟି ରାଶିର ଭାଗ୍ୟ ଫିଟିଲା…

October 4, 2025
Latest News

ଚର୍ଚ୍ଚାରେ ଶ୍ରୀମୟୀ ମିଶ୍ରଙ୍କ ଘର ଜୁଆଁଇ ଗପ, କାହାକୁ କଲେ ଟାର୍ଗେଟ ? ଉଠିଲା ପ୍ରଶ୍ନ

October 4, 2025

ଜିଏସଟି ହ୍ରାସର ପ୍ରଭାବ: ପୂଜା ସମୟରେ ରେକର୍ଡ ସଂଖ୍ୟକ କାରବାର, ଜାଣନ୍ତୁ କେତେ କାର ହେଲା ବିକ୍ରି

October 4, 2025

ଭୁବନେଶ୍ବରର ଧଉଳିଗିରି କାହିଁକି ହେଲା? କିଏ କଲା? ଇତିହାସ କଣ? କେବେ ଜାଣିବାକୁ ଚେଷ୍ଠା କରିଛନ୍ତି କି?

October 4, 2025

ରେଳ ମନ୍ତ୍ରଣାଳୟର ବଡ ନିଷ୍ପତି, ବ୍ରହ୍ମପୁର ସୁରତ ଅମୃତ ଭାରତ ସାପ୍ତାହିକ ଏକ୍ସପ୍ରେସ ନିୟମିତ ଚାଲିବ, ଜାଣନ୍ତୁ ପୁରା ସୂଚନା

October 4, 2025

ଆଜି ଅକ୍ଟୋବର ଚାରି ତାରିଖ ଶନିବାରରେ ଏହି ତିନୋଟି ରାଶିର ଭାଗ୍ୟ ଫିଟିଲା…

October 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.