Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ହିନ୍ଦୁ ଧର୍ମକୁ ନେଇ କଣ କହିଲେ ଜାଭେଦ ଅଖତର, ଯାହାକୁ ନେଇ ଚାଲିଛି ଚର୍ଚ୍ଚା
ଜାତୀୟ ଖବର

ହିନ୍ଦୁ ଧର୍ମକୁ ନେଇ କଣ କହିଲେ ଜାଭେଦ ଅଖତର, ଯାହାକୁ ନେଇ ଚାଲିଛି ଚର୍ଚ୍ଚା

November 11, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଜାଭେଦ ଅଖତର
ଆସୁଛନ୍ତି ଶବ୍ଦର ଯାଦୁକର ଜାଭେଦ ଅଖତର: ସୋଆ ସାହିତ୍ୟ ସମ୍ମାନ ୨୦୨୫ରେ ହେବେ ସମ୍ବର୍ଦ୍ଧିତ

ନୂଆଦିଲ୍ଲୀ: ବରିଷ୍ଠ କବି ତଥା ଗୀତିକାର ଜାଭେଦ ଅଖତର ଗୁରୁବାର ହିନ୍ଦୁ ସମ୍ପ୍ରଦାୟକୁ ସହିଷ୍ଣୁ ବୋଲି ପ୍ରଶଂସା କରିବା ସହ ହିନ୍ଦୁ ସଂସ୍କୃତି ଓ ପରମ୍ପରା ଯୋଗୁଁ ଭାରତରେ ଗଣତନ୍ତ୍ର ରହିଛି ବୋଲି କହିଛନ୍ତି।

ସମାଜରେ ଅସହିଷ୍ଣୁତା ବୃଦ୍ଧିକୁ ନେଇ ଚିନ୍ତା ପ୍ରକଟ କରି ଅଖତର କହିଛନ୍ତି ଯେ ହିନ୍ଦୁମାନେ ଉଦାର ଓ ବିଶାଳ ହୃଦୟର ଅଟନ୍ତି। ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ସବୁବେଳେ ଅସହିଷ୍ଣୁ। ହିନ୍ଦୁମାନେ ସେମିତି ନୁହଁନ୍ତି। ସେମାନଙ୍କର ଏହି ମହାନ ଗୁଣ ଅଛି-ଉଦାର ଏବଂ ବୃହତ ହୃଦୟର।

ଏହାକୁ ହରାନ୍ତୁ ନାହିଁ, ନଚେତ୍ ଆପଣ ଅନ୍ୟମାନଙ୍କ ଭଳି ହୋଇଯିବେ ବୋଲି ମୁମ୍ବାଇରେ ରାଜ ଠାକରେଙ୍କ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍ଏନ୍ଏସ୍) ପକ୍ଷରୁ ଆୟୋଜିତ ଦୀପୋତ୍ସବ କାର୍ଯ୍ୟକ୍ରମରେ ୭୮ ବର୍ଷୀୟ ସେ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ରାଜ ଠାକରେ ଉପସ୍ଥିତ ଥିଲେ।

ଭାରତୀୟ ମୁସଲମାନଙ୍କ ପ୍ରଗତିଶୀଳ ଓ ଉଦାରବାଦୀ ସ୍ୱରଭାବେ ବିବେଚିତ ଅଖତର ଆହୁରି ମଧ୍ୟ କହିଛନ୍ତି, ଆମେ ହିନ୍ଦୁମାନଙ୍କ ଜୀବନଶୈଳୀରୁ ଶିଖିଛୁ। ଆପଣ ଏହାକୁ ଛାଡ଼ିଦେବେ କି ?

‘ଶୋଲେ’ ସମେତ ବଲିଉଡର କିଛି ଆଇକନିକ୍ ଫିଲ୍ମ ରଚନା କରିଥିବା କିମ୍ବଦନ୍ତୀ ସଲିମ-ଜାଭେଦ ଯୋଡ଼ିଙ୍କ ମଧ୍ୟରୁ ଜଣେ ପ୍ରସିଦ୍ଧ ଚିତ୍ରନାଟ୍ୟକାର ସଲିମ ଖାନ୍ ଏହି ମନ୍ତବ୍ୟ ଦେବା ସମୟରେ ତାଙ୍କ ପୂର୍ବ ସାଥୀଙ୍କ ପାଖରେ ବସିଥିଲେ। ଅଭିନେତା-ଚଳଚ୍ଚିତ୍ର ନିର୍ମାତା ରିତେଶ ଦେଶମୁଖ ମଧ୍ୟ ଥିଲେ।

ଜାଭେଦ ଅଖତର ଆହୁରି ମଧ୍ୟ କହିଛନ୍ତି ଯେ ଭଗବାନ ରାମ ଏବଂ ଦେବୀ ସୀତାଙ୍କ ଭୂମିରେ ଜନ୍ମ ଗ୍ରହଣ କରି ସେ ଗର୍ବ ଅନୁଭବ କରୁଛନ୍ତି। ସେ ଜଣେ ନାସ୍ତିକ ହୋଇଥିବାବେଳେ ରାମ ଓ ସୀତାଙ୍କୁ ଏହି ଦେଶର ସମ୍ପତ୍ତି ବୋଲି ବିବେଚନା କରନ୍ତି।

କାର୍ଯ୍ୟକ୍ରମରେ ‘ଜୟ ସିଆ ରାମ’ ନାରା ଦେଇ ବିଶିଷ୍ଟ କବି କହିଛନ୍ତି, ରାମାୟଣ ଆମର ସାଂସ୍କୃତିକ ଐତିହ୍ୟ।

ଅଭିବ୍ୟକ୍ତିର ସ୍ୱାଧୀନତା ହ୍ରାସକୁ ନେଇ ମଧ୍ୟ ସେ ଚିନ୍ତା ପ୍ରକଟ କରିଛନ୍ତି। ବ୍ଲକବଷ୍ଟର ଫିଲ୍ମ ‘ଶୋଲେ’ ବିଷୟରେ ଅଖତର କହିଛନ୍ତି, ଯଦି ଆଜି ଏହି ଫିଲ୍ମ ନିର୍ମାଣ ହୋଇଥାନ୍ତା, ତେବେ ମନ୍ଦିରରେ ହେମା ମାଳିନୀ ଓ ଧର୍ମେନ୍ଦ୍ରଙ୍କ ସଂଳାପକୁ ନେଇ ବଡ଼ ବିବାଦ ସୃଷ୍ଟି ହୋଇଥାନ୍ତା।
ଏହା ହିନ୍ଦୁ ସଂସ୍କୃତି, ଏହା ହେଉଛି ସଭ୍ୟତା।

ଏହା ଆମକୁ ଗଣତାନ୍ତ୍ରିକ ମନୋଭାବ ଶିଖାଇଛି। ସେଥିପାଇଁ ଏହି ଦେଶରେ ଗଣତନ୍ତ୍ର ରହିଛି । ଆମେ ଠିକ୍ ଏବଂ ଅନ୍ୟ ସମସ୍ତେ ଭୁଲ ବୋଲି ଭାବିବା ହିନ୍ଦୁମାନଙ୍କର କାମ ନୁହେଁ। ଯିଏ ଆପଣଙ୍କୁ ଏହା ଶିଖାଇଛି ତାହା ଭୁଲ ବୋଲି ସେ କହିଛନ୍ତି।

Javed Akhtar ହିନ୍ଦୁ ଧର୍ମ
Share. Facebook Twitter LinkedIn Email WhatsApp Copy Link

Related Posts

ସିଆରପିଏଫର ୮୭ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଲେ ଅମିତ ଶାହ

February 21, 2026

ଆମେରିକା ସୁପ୍ରିମକୋର୍ଟଙ୍କ ରାୟ ପରେ ଭାରତ ଉପରେ କେତେ ଶୁଳ୍କ ଲଗାଇବେ ଟ୍ରମ୍ପ?: ଜାଣନ୍ତୁ

February 21, 2026

୪୦ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ଟିମ୍ ଇଣ୍ଡିଆର ‘ଗବ୍ବର’ ଶିଖର ଧାୱନ

February 21, 2026

ନିଜ ଘରେ ପଶି ଅଷ୍ଟ୍ରେଲିଆକୁ ଧରାଶାୟୀ କଲା ଭାରତ: ୨-୧ ରେ ଜିତିଲା ଟି-୨୦ ସିରିଜ

February 21, 2026
Latest News

ରାଜ୍ୟରେ ସୃଷ୍ଟି ହୋଇଛନ୍ତି ୧୬ଲକ୍ଷରୁ ଅଧିକ ଲକ୍ଷପତି ଦିଦି, ଗୃହରେ ତଥ୍ୟ ରଖିଲେ ମନ୍ତ୍ରୀ

February 21, 2026

ସିଆରପିଏଫର ୮୭ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଲେ ଅମିତ ଶାହ

February 21, 2026

ଆମେରିକା ସୁପ୍ରିମକୋର୍ଟଙ୍କ ରାୟ ପରେ ଭାରତ ଉପରେ କେତେ ଶୁଳ୍କ ଲଗାଇବେ ଟ୍ରମ୍ପ?: ଜାଣନ୍ତୁ

February 21, 2026

ମୁଟୁରୁମୁଣ୍ଡା ସେବାଶ୍ରମ ବିଦ୍ୟାଳୟରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

February 21, 2026

୪୦ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ଟିମ୍ ଇଣ୍ଡିଆର ‘ଗବ୍ବର’ ଶିଖର ଧାୱନ

February 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.