Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ରାଜ୍ୟରେ ପ୍ରଥମ ଥର ପାଇଁ ଜାତୀୟ ଦୁଗ୍ଧ ଦିବସ ପାଳିତ
ଜାତୀୟ ଖବର

ରାଜ୍ୟରେ ପ୍ରଥମ ଥର ପାଇଁ ଜାତୀୟ ଦୁଗ୍ଧ ଦିବସ ପାଳିତ

November 28, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଆଜି ଭୁବନେଶ୍ୱରର ଲୋକସେବା ଭବନ କନ୍‌ଭେନସନ୍‌ ସେଣ୍ଟର ଠାରେ ରାଜ୍ୟରେ ପ୍ରଥମ ଥର ପାଇଁ ଜାତୀୟ ଦୁଗ୍ଧ ଦିବସ ପାଳନ କରାଯାଇଛି। ସମସ୍ତ ଜିଲ୍ଲାର ଦୁଗ୍ଧ ଚାଷୀ ଏବଂ ବିଭାଗୀୟ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ଏକ ଭିଡିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଦେଶରେ ଶେ୍ୱତ ବିପ୍ଳବର ଜନକ ଭର୍ଗିସ୍‌ କୁରିଏନଙ୍କ ସମ୍ମାନାର୍ଥେ ୨୬ ନଭେମ୍ବରରେ ଭାରତରେ ଜାତୀୟ ଦୁଗ୍ଧ ଦିବସ ପାଳନ କରାଯାଏ। ଭର୍ଗିସ୍‌ କୁରିଏନଙ୍କୁ ମୁଖ୍ୟମନ୍ତ୍ରୀ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେ କହିଥିଲେ ଯେ, ରାଜ୍ୟରେ ଗତ ଦୁଇ ଦଶନ୍ଧି ମଧ୍ୟରେ ଦୁଗ୍ଧ ଉତ୍ପାଦନ ପ୍ରାୟ ତିନି ଗୁଣ ବୃଦ୍ଧି ପାଇଛି। ପିଲାମାନଙ୍କ ପାଇଁ କ୍ଷୀର ଅତ୍ୟନ୍ତ ଜରୁରୀ ଏବଂ ଏହା ଏକ ପୁଷ୍ଟିକର ଖାଦ୍ୟ।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଅଧୀନରେ ଦୁU ବିକାଶ କ୍ଷେତ୍ରରେ ଉଦ୍ୟୋଗ ବିକାଶ ପାଇଁ ରାଜ୍ୟ ସରକାର ଏକ କୋଟି ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି। ରାଜ୍ୟ ସରକାରଙ୍କ ୫-‘ଟି’ ପଦକ୍ଷେପ ଅନୁଯାୟୀ ଅରିଲୋଠାରେ ଦୈନିକ ପାଞ୍ଚ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ଏକ ଅତ୍ୟାଧୁନିକ ଦଗ୍ଧ କାରଖାନା ପ୍ରତିଷ୍ଠା କରାଯାଇଛି।

ଓମ୍‌ଫେଡ୍‌ ମାଧ୍ୟମରେ ପ୍ରାୟ ତିନି ଲକ୍ଷ ଦଗ୍ଧ ଚାଷୀ ଉପକୃତ ହେଉଛନ୍ତି ଏବଂ ରାଜ୍ୟ ସରକାର ଗାଈଗୋରୁଙ୍କ ପାଇଁ ଟିକାକରଣ, କୃମିନାଶନ ଭଳି କାର୍ଯକ୍ରମ କରୁକଛନ୍ତି। ଦୁଗ୍ଧ ଉତ୍ପାଦନ ସହିତ ଚାଷୀ ଓ ମହିଳାଙ୍କ ବିକାଶ ଜଡିତ ଥିବାରୁ ରାଜ୍ୟ ସରକାର ଏହା ଉପରେ ଧ୍ୟାନ ଦେଉଛନ୍ତି।

ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ତାଙ୍କ ବାର୍ତ୍ତାରେ କହିଛନ୍ତି ଯେ ରାଜ୍ୟରେ ଓମ୍‌ଫେଡ୍‌ ଏବଂ ଘରୋଇ ଡାଏରିଗୁଡିକ ଉଲ୍ଲେଖନୀୟ କାମ କରୁଛନ୍ତି। ସେମାନେ ରାଜ୍ୟର ଉପଭୋକ୍ତାମାନଙ୍କ ପାଇଁ ଗୁଣାତ୍ମକ ଉତ୍ପାଦର ଉତ୍ପାଦନ ଏବଂ ଯୋଗାଣ ନିଶ୍ଚିତ କରିବା ଉଚିତ।

ଦୁଗ୍ଧ ଉତ୍ପାଦନ ହେଉଛି ଏପରି ଏକ କ୍ଷେତ୍ର ଯେଉଁଥିରେ ରାଜ୍ୟର ଗ୍ରାମୀଣ ବିକାଶ ପାଇଁ ସାମର୍ଥ୍ୟ ରହିଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ପ୍ରକାଶ କରିଛନ୍ତି। ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ କହିଥିଲେ ଯେ ଜୀବିକାନିର୍ବାହ ତଥା ଆୟବୃଦ୍ଧି ପାଇଁ ଦୁଇଟି ମଇଁଷିର କ୍ଷୁଦ୍ର ଡାଏରି ୟୁନିଟ୍‌ ପ୍ରତିଷ୍ଠା ପାଇଁ କୃଷକମାନଙ୍କୁ ୧ ଲକ୍ଷ ୧୮ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଉଛି।

ଏହି ଅବସରରେ ଓମ୍‌ଫେଡ୍‌ର ସଭାପତି ଶ୍ରୀ କିଶୋର ଚନ୍ଦ୍ର ପ୍ରଧାନି, ନାବାର୍ଡର ସିଜିଏମ୍‌ ଶ୍ରୀ ସୁଧାଂଶୁ କେ. କେ. ମିଶ୍ର, ଏସ୍‌ଏଲ୍‌ବିସିର ଆବାହକ ଶ୍ରୀ ଗୌତମ ପାତ୍ର ଏବଂ ପ୍ରାଣିପାଳନ ଓ ପ୍ରାଣିଚିକିତ୍ସା ନିର୍ଦ୍ଦେଶକ ଶ୍ରୀ ରାମାଶିଷ ହାଜ୍‌ରା ରାଜ୍ୟରେ ଦୁଗ୍ଧ ଉତ୍ପାଦନର ବିପୁଳ ସମ୍ଭାବନା ସଂପର୍କରେ ଆଲୋଚନା କରିଥିଲେ। ଅପରାହ୍ନରେ ବୈଷୟିକ ଅଧିବେଶନରେ ଦୁଗ୍ଧ ଉତ୍ପାଦନର ବିଭିନ୍ନ ଦିଗ ସଂପର୍କରେ ବିଶେଷଜ୍ଞମାନେ ଦଗ୍ଧ ଚାଷୀଙ୍କ ସହ ଆଲୋଚନା କରିଥିଲେ।

ଗୋପାଳକ, ଉଦ୍ୟୋଗୀ, ଓମ୍‌ଫେଡ୍‌ର ଅଧିକାରୀ, ପ୍ଲାଣ୍ଟ ପରିଚାଳକ, ଓମ୍‌ଫେଡ୍‌ ବୋର୍ଡ ସଦସ୍ୟ, ସରକାରୀ ଅଧିକାରୀଙ୍କ ସହିତ ପ୍ରାୟ ୪୦୦ ଅଂଶଗ୍ରହଣକାରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଜିଲ୍ଲାସ୍ତରରେ ଗୋପାଳକ ଏବଂ ବିଭାଗୀୟ ଅଧିକାରୀମାନେ ଭର୍ଚୁଆଲ୍‌ ମୋଡ୍‌ରେ ଯୋଗ ଦେଇଥିଲେ। ଏହି ଅବସରରେ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ଅଗ୍ରଣୀ ଦୁଗ୍ଧ ସମବାୟ ସମିତିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

BJP Ads
Share. Facebook Twitter LinkedIn Email WhatsApp Copy Link

Related Posts

Niti Aayog CEO: ଆମେରିକା-ଭାରତ ବାଣିଜ୍ୟ ଆଲୋଚନା ଅତି ଶିଘ୍ର ସଫଳ ହେବ

November 7, 2025

ସାମୁହିକ ସଂଗୀତ କାର୍ଯ୍ୟକ୍ରମ ସହିତ “ବନ୍ଦେ ମାତରମ୍”ର ୧୫୦ ବର୍ଷ ପାଳନ କଲା ପୂର୍ବତଟ ରେଳପଥ

November 7, 2025

ସୁଟିଂ କ୍ରୀଡା ପାଇଁ ଆର୍ମି ମାର୍କସମ୍ୟାନସିପ୍ ୟୁନିଟ୍ ସହ ବୁଝାମଣା କଲା ରିଲାଏନ୍ସ ଫାଉଣ୍ଡେସନ୍

November 7, 2025

ନୂଆପଡାରେ ପ୍ରଚାର ଜୋରଦାର, ପୁଣିଥରେ ଶକ୍ତି ଦେଖାଇଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

November 7, 2025
Jindal Ads
BJP Ads
Latest News

Niti Aayog CEO: ଆମେରିକା-ଭାରତ ବାଣିଜ୍ୟ ଆଲୋଚନା ଅତି ଶିଘ୍ର ସଫଳ ହେବ

November 7, 2025

ସାମୁହିକ ସଂଗୀତ କାର୍ଯ୍ୟକ୍ରମ ସହିତ “ବନ୍ଦେ ମାତରମ୍”ର ୧୫୦ ବର୍ଷ ପାଳନ କଲା ପୂର୍ବତଟ ରେଳପଥ

November 7, 2025

ସୁଟିଂ କ୍ରୀଡା ପାଇଁ ଆର୍ମି ମାର୍କସମ୍ୟାନସିପ୍ ୟୁନିଟ୍ ସହ ବୁଝାମଣା କଲା ରିଲାଏନ୍ସ ଫାଉଣ୍ଡେସନ୍

November 7, 2025

ଓଡ଼ିଶା ସାଇବର ସୁରକ୍ଷା ଅଭିଯାନ: ବାଣପୁରରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

November 7, 2025

ନୂଆପଡାରେ ପ୍ରଚାର ଜୋରଦାର, ପୁଣିଥରେ ଶକ୍ତି ଦେଖାଇଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

November 7, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.