Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଜଳବାୟୁ ସହନଶୀଳ କୃଷି ପାଇଁ ରୁର୍କିରେ ପ୍ରଶିକ୍ଷଣ ନେବେ ୧୭୬ ଜଣ ଇଂଞ୍ଜିନିୟର
ଜାତୀୟ ଖବର

ଜଳବାୟୁ ସହନଶୀଳ କୃଷି ପାଇଁ ରୁର୍କିରେ ପ୍ରଶିକ୍ଷଣ ନେବେ ୧୭୬ ଜଣ ଇଂଞ୍ଜିନିୟର

December 9, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଜଳବାୟୁ ସହନଶୀଳ କୃଷି ପାଇଁ ରୁର୍କିରେ ପ୍ରଶିକ୍ଷଣ ନେବେ ୧୭୬ ଜଣ ଇଂଞ୍ଜିନିୟର

ଭୁବନେଶ୍ୱର: ଜଳସମ୍ପଦ ବିଭାଗ ଅଧିନସ୍ଥ କ୍ଷୁଦ୍ର ଜଳସେଚନ (ଏମଆଇ) ସଂଗଠନର ସିଭିଲ ଇଞ୍ଜିନିୟରଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ରାଜ୍ୟ ଉନ୍ନୟନ କମିଶନର-ତଥା-ଜଳ ସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଉପସ୍ଥିତିରେ ଓଡ଼ିଶା ଜଳ ସମ୍ପଦ ବିଭାଗ ଏବଂ ଭାରତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (ଆଇଆଇଟି), ରୁର୍କି ମଧ୍ୟରେ ଏକ ବୁଝାମଣା ପତ୍ର (ଏମଓୟୁ) ଆଜି ସ୍ୱାକ୍ଷରିତ ହୋଇଛି।

ଜଳ ସମ୍ପଦ ବିଭାଗରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଓଡିଶା କମ୍ୟୁନିଟି ଟ୍ୟାଙ୍କ ମ୍ୟାନେଜମେଣ୍ଟ ସୋସାଇଟି (ଓସିଟିଡିଏମଏସ)ର ପ୍ରକଳ୍ପ ନିର୍ଦ୍ଦେଶକ ତଥା ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ରଶ୍ମି ରଞ୍ଜନ ନାୟକ ଏବଂ ରୁର୍କି ଆଇଆଇଟିର ପ୍ରଫେସର ଦୀପକ ଖରେ ଏହି ବୁଝାମଣା ପତ୍ରରେ ସ୍ୱାକ୍ଷର କରିଥିଲେ।

ଜଳବାୟୁ ସହନଶୀଳ କୃଷି ପାଇଁ ଓଡ଼ିଶା ସମନ୍ୱିତ ଜଳ ସେଚନ ପ୍ରକଳ୍ପ ଜଳ ବ୍ୟବହାରିକ ଦକ୍ଷତାରେ ଉନ୍ନତି ଆଣିବା, କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ବା ଜଳଭଣ୍ଡାରର ସେଚାଂଚଳରେ ଭାଗିଦାରୀ ଜଳସେଚନ ପରିଚାଳନାକୁ ସୁଦୃଢ଼ କରିବା ଏବଂ ବୈଷୟିକ ଜ୍ଞାନକୌଶଳର ଉପଯୋଗ ମାଧ୍ୟମରେ ସମାଧାନ କରାଯାଇ କୃଷିରେ ଜଳବାୟୁ ସହନଶୀଳତାକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟର ଏକବଡ ପଦକ୍ଷେପ।ବିଶ୍ୱବ୍ୟାଙ୍କ ସମର୍ଥିତ ଏହି ପ୍ରକଳ୍ପକୁ ଜଳସମ୍ପଦ ବିଭାଗ ପକ୍ଷରୁ କୃଷି ଓ କୃଷକ ସଶକ୍ତିକରଣ ଏବଂ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ସହିତ କନଭର୍ଜେନ୍ସ ମୋଡରେ କାର‌୍ୟ୍ୟକାରୀ କରାଯାଉଛି।

ବୈଷୟିକ ଜ୍ଞାନ କୌଶଳର ଅଭିବୃଦ୍ଧି ସଙ୍ଗେସଙ୍ଗେ ଏହି ବିଭାଗରେ କାର‌୍ୟ୍ୟରତ ଇଞ୍ଜିନିୟରମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ “୫-ଟି”ଉପକ୍ରମ ଅନେକ ଦିଗ ଉନ୍ମୁକ୍ତ କରିଛି। ନିକଟ ଅତୀତରେ ଚେନ୍ନାଇସ୍ଥିତ ରାଷ୍ଟ୍ରୀୟ ପ୍ରାଦ୍ୟୋଗିକ ସଂସ୍ଥାନ (ଏନ୍ଆଇଓଟି), ଭାରତୀୟ ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନ (ଆଇଆଇଟି), ଗୌହାଟୀ ଏବଂ ଆଇଆଇଟି, ରୁର୍କି ଭଳି ପ୍ରତିଷ୍ଠିତ ଅନୁଷ୍ଠାନ ସହ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି।

ଏହି ପରିପ୍ରେକ୍ଷୀରେ ଉନ୍ନୟନ କମିଶନର ତଥା ଜଳସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ କହିଛନ୍ତି ଯେ, ଓଡିଶାରେ ଥିବା ସଂଖ୍ୟାଧିକ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଓ ଟ୍ୟାଙ୍କର ସମନ୍ୱିତ ବିକାଶ କରିବାକୁ ପଦକ୍ଷେପ ନିଆଯାଇଛି।

କ୍ଷୁଦ୍ର ଜଳ ସେଚନ ଶାଖାର ଯନ୍ତ୍ରୀମାନଙ୍କୁ ଦିଆଯିବାକୁ ଥିବା ପ୍ରଶିକ୍ଷଣ ସେମାନଙ୍କୁ ଅତ୍ୟାଧୁନିକ ଜ୍ଞାନ କୌଶଳ ମାଧ୍ୟମରେ ଜଳର ନିରନ୍ତର ବ୍ୟବହାର ଏବଂ ଉତ୍ତମ ଅଭ୍ୟାସ ସଂପର୍କରେ ଜାଣିବା ସହତ ଜଳ ବିଜ୍ଞାନ ଏବଂ ଏଥି ସମ୍ପର୍କିତ ଆନୁଷଙ୍ଗିକ କାର୍ଯ୍ୟକୁ କାର୍ଯ୍ୟକାରୀ କରିବାରେ ଦକ୍ଷତା ବୃଦ୍ଧିରେ ସହାୟକ ହେବ ବୋଲି ସେ ପ୍ରକାଶ କରିଥିଲେ।

ବୁଝାମଣା ପତ୍ର ସ୍ୱାକ୍ଷର ଅବସରରେ ଆଇଆଇଟି , ରୁର୍କିର ପ୍ରଫେସର ଡଃ. ଖରେ କହିଥିଲେ ଯେ,ଏମଆଇର ଯନ୍ତ୍ରୀମାନଙ୍କୁ ପରିବର୍ତ୍ତିତ ଟେକ୍ନୋଲୋଜି ଆଧାରରେ ଜଳ ପରିଚାଳନା ନିମନ୍ତେ ପ୍ରଶିକ୍ଷଣ ପ୍ରଦାନ ସଂପର୍କରେ ନିଷ୍ପତ୍ତି ପାଇଁ ଜଳ ସଂପଦ ବିଭାଗ ତଥା ଓଡିଶା ରାଜ୍ୟ ସରକାରଙ୍କ ଉଦ୍ୟମ ପ୍ରଶଂସନୀୟ।

ଆଇଆଇଟି, ଋର୍କି ମାଧ୍ୟମରେ ଯନ୍ତ୍ରୀମାନଙ୍କୁ ସର୍ବୋତ୍ତମ ପ୍ରଶିକ୍ଷଣ ଦିଆଯିବ, ଯାହା ସେମାନଙ୍କର ଦକ୍ଷତାର ବିକାଶ ପୂର୍ବକ ଓଡିଶାରେ କ୍ଷୁଦ୍ର ଜଳସେଚନ ତଥା ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ପ୍ରକଳ୍ପ ପରିଚାଳନାରେ ସହାୟକ ହେବ।

ସ୍ୱାକ୍ଷରିତ ବୁଝାମଣା ପତ୍ର ଅନୁସାରେ କ୍ଷୁଦ୍ରଜଳସେଚନରକନିଷ୍ଠଯନ୍ତ୍ରୀ , ସହକାରୀଯନ୍ତ୍ରୀ, ସହକାରୀ ନିର୍ବାହୀଯନ୍ତ୍ରୀ, ନିର୍ବାହୀଯନ୍ତ୍ରୀ ଏବଂ ଅଧିକ୍ଷଣ ଯନ୍ତ୍ରୀ ପାହ୍ୟାର ୧୭୬ଜଣ ଇଞ୍ଜିନିୟର ରୁର୍କିସ୍ଥିତ ଆଇଆଇଟିରେ ୬ ଦିନ ପାଇଁ ପ୍ରଶିକ୍ଷଣରେ ଯୋଗ ଦେବେ।ଜାନୁଆରୀ ମାସରେ ଏହି ପ୍ରଶିକ୍ଷଣ ଆରମ୍ଭ ହେବ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜଳସଂପଦ ବିଭାଗର ସ୍ୱତନ୍ତ୍ର ସଚିବ, ସର୍ବୋଚ୍ଚଯନ୍ତ୍ରୀ, ଅତିରିକ୍ତ ଶାସନ ସଚିବ, ମୁଖ୍ୟଯନ୍ତ୍ରୀଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ବହୁ ବର୍ଷ ଧରି କ୍ଷତି ପରେ ବିଦ୍ୟୁତ ବଣ୍ଟନ କମ୍ପାନୀଗୁଡ଼ିକର ଲାଭ: ୨୭୦୦ କୋଟିର PAT ରେକର୍ଡ

January 18, 2026

ଇଣ୍ଡିଗୋ ବିମାନରେ ବୋମା ଧମକ, ଲକ୍ଷ୍ନୌରେ ଜରୁରୀକାଳୀନ ଅବତରଣ

January 18, 2026

ଗ୍ରୀନଲ୍ୟାଣ୍ଡ ଉପରେ କ୍ରୋଧିତ ହୋଇ ୮ ଟି ଦେଶ ଉପରେ ଶୁଳ୍କ ଲଗାଇଲେ ଟ୍ରମ୍ଫ: ବଡ଼ ପଦକ୍ଷେପ ନେଲା EU

January 18, 2026

କେଦାରନାଥ ମନ୍ଦିରରେ ରିଲ୍ ମନା: ଚାରିଧାମ ଯାତ୍ରାରେ ମୋବାଇଲ୍ ଫୋନ୍ ଉପରେ କଟକଣା

January 18, 2026
Latest News

ବହୁ ବର୍ଷ ଧରି କ୍ଷତି ପରେ ବିଦ୍ୟୁତ ବଣ୍ଟନ କମ୍ପାନୀଗୁଡ଼ିକର ଲାଭ: ୨୭୦୦ କୋଟିର PAT ରେକର୍ଡ

January 18, 2026

ଇଣ୍ଡିଗୋ ବିମାନରେ ବୋମା ଧମକ, ଲକ୍ଷ୍ନୌରେ ଜରୁରୀକାଳୀନ ଅବତରଣ

January 18, 2026

ଗ୍ରୀନଲ୍ୟାଣ୍ଡ ଉପରେ କ୍ରୋଧିତ ହୋଇ ୮ ଟି ଦେଶ ଉପରେ ଶୁଳ୍କ ଲଗାଇଲେ ଟ୍ରମ୍ଫ: ବଡ଼ ପଦକ୍ଷେପ ନେଲା EU

January 18, 2026

କେଦାରନାଥ ମନ୍ଦିରରେ ରିଲ୍ ମନା: ଚାରିଧାମ ଯାତ୍ରାରେ ମୋବାଇଲ୍ ଫୋନ୍ ଉପରେ କଟକଣା

January 18, 2026

ନାରୀ ଅଦାଲତରେ ନ୍ୟାୟସଖୀ ନିଯୁକ୍ତିର ପ୍ରକ୍ରିୟା ଆରମ୍ଭ: ଆଇନ ମନ୍ତ୍ରୀ

January 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.