ବାରମ୍ବାର ହାରି ହତୋତ୍ସାହ ହୋଇ ପଡିଛନ୍ତି ଧର୍ମେନ୍ଦ୍ର, ଏନସିଆରବି ରିପୋର୍ଟ ନେଇ ଘେରିଲା ବିଜେଡି

Published: Dec 10, 2023, 5:52 pm IST

ଭୁବନେଶ୍ୱର: ଓଡିଶାରେ ପଞ୍ଚାୟତ ନିର୍ବାଚନ, ପୌର ନିର୍ବାଚନ ଓ ଉପ ନିର୍ବାଚନରେ ବାରମ୍ବାର ହାରି ହତୋତ୍ସାହିତ ହୋଇଯାଇଥିବା ନିଜ ଦଳର କର୍ମୀଙ୍କୁ ଉତ୍ସାହିତ କରିବାକୁ  କେନ୍ଦ୍ରମନ୍ତ୍ରୀ ଉଦ୍ୟମ କରୁଛନ୍ତି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଡକ୍ଟର ଲେନିନ ମହାନ୍ତି।

ଡକ୍ଟର ମହାନ୍ତି ଆଜି ଏଠାରେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ଏନସିଆରବି ତଥ୍ୟ ସମସ୍ତଙ୍କ ପାଇଁ ଉପଲବ୍ଧ ଅଛି, ଅଭିଭାଷଣ ରଖିବା ପୂର୍ବରୁ ସମସ୍ତ ତଥ୍ୟ ଉପରେ ନଜର ପକାଇଥିଲେ ଭଲ ହୋଇଥାନ୍ତା।

ଏନସିଆରବି ରିପୋର୍ଟ ଅନୁସାରେ ଦେଶରେ ମହିଳାମାନଙ୍କ ବିରୋଧରେ ସବୁଠାରୁ ବେଶି ଅପରାଧ ଘଟୁଛି ଉତ୍ତର ପ୍ରଦେଶରେ। ଏହା ପଛକୁ ରହିଛି ରାଜସ୍ଥାନ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ ଭଳି ରାଜ୍ୟ ରହିଛି।

କେନ୍ଦ୍ରମନ୍ତ୍ରୀଙ୍କ କହିବା ଅନୁସାରେ, ବିଜେପି ଶାସିତ ରାଜ୍ୟ ସରକାରଗୁଡିକ ତାହେଲେ ଅପାରଗ। ଓଡିଶା ସରକାରଙ୍କ ଉପରେ ଅଯଥାରେ ଆଙ୍ଗୁଳି ଉଠାଇବା ଆଗରୁ ପ୍ରଥମେ ବିଜେପି ଶାସିତ ପ୍ରଦେଶଗୁଡିକରେ ସ୍ଥିତିି ଉପରେ ନଜର ପକାଇଥିଲେ ଭଲ ହୋଇଥାନ୍ତା।

ନିଜ କର୍ମୀଙ୍କୁ ଉତ୍ସାହିତ କରିବା କିଛି ଭୁଲ୍‍ କଥା ନୁହେଁ, ହେଲେ ଏଥିପାଇଁ ଅର୍ଦ୍ଧସତ୍ୟ କହି ଓଡିଶାକୁ ଅପମାନିତ କରିବା ଠିକ୍‍ ନୁହେଁ ବୋଲି ଡକ୍ଟର ମହାନ୍ତି କହିଛନ୍ତି।

Related posts