Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବର୍ଷ ବର୍ଷ ଧରି ପଡି ରହିଥିବା ମାମଲାକୁ ସମାଧାନ କରିବା ସୁପ୍ରିମକୋର୍ଟ ପାଇଁ ବଡ଼ ଚ୍ୟାଲେଞ୍ଜ
ଜାତୀୟ ଖବର

ବର୍ଷ ବର୍ଷ ଧରି ପଡି ରହିଥିବା ମାମଲାକୁ ସମାଧାନ କରିବା ସୁପ୍ରିମକୋର୍ଟ ପାଇଁ ବଡ଼ ଚ୍ୟାଲେଞ୍ଜ

December 22, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବର୍ଷ ବର୍ଷ ଧରି ପଡି ରହିଥିବା ମାମଲାକୁ ସମାଧାନ କରିବା ସୁପ୍ରିମକୋର୍ଟ ପାଇଁ ବଡ଼ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ କରୁଥିବା ଧାରା-୩୭୦ ଉଚ୍ଛେଦ ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ଅନୁମୋଦନ କରିବା ଏବଂ ସମଲିଙ୍ଗୀ ବିବାହକୁ ବୈଧତା ଦେବାକୁ ମନା କରିବା ସମେତ ୨୦୨୩ରେ ସୁପ୍ରିମକୋର୍ଟ ୫୨,୧୯୧ଟି ମାମଲାର ସମାଧାନ କରିଛନ୍ତି।

ସୁପ୍ରିମକୋର୍ଟଙ୍କ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ବର୍ଷକ ମଧ୍ୟରେ ଏହାର ରେଜିଷ୍ଟ୍ରିରେ ଦାଖଲ ହୋଇଥିବା ୪୯,୧୯୧ ଟି ମାମଲାରୁ ଫଇସଲା ମାମଲା ସଂଖ୍ୟା ୩,୦୦୦ରୁ ଅଧିକ ହୋଇଛି।

ଚଳିତ ବର୍ଷ ଡିସେମ୍ବର ୧୫ ତାରିଖ ସୁଦ୍ଧା ସର୍ବୋଚ୍ଚ ନ୍ୟାୟାଳୟରେ ୪୯,୧୯୧ଟି ମାମଲା ରୁଜୁ ହୋଇଛି । ଏହି ସମୟ ମଧ୍ୟରେ ସର୍ବୋଚ୍ଚ ନ୍ୟାୟାଳୟ ମୋଟ ୫୨,୧୯୧ଟି ମାମଲାର ସମାଧାନ କରିଥିଲେ। ଗତବର୍ଷ ସୁପ୍ରିମକୋର୍ଟରେ ୩୬,୫୬୫ଟି ମାମଲା ରୁଜୁ ହୋଇଥିବା ବେଳେ ୩୯,୮୦୦ଟି ମାମଲାର ସମାଧାନ ହୋଇଥିଲା।

ତେବେ ମାମଲାର ସମାଧାନ ତ୍ୱରାନ୍ୱିତ କରିବା ପରିବର୍ତ୍ତେ ବିଚାରାଧୀନ ମାମଲା ଏବେବି ପ୍ରଧାନ ବିଚାରପତି ଓ କୋର୍ଟ ରେଜିଷ୍ଟ୍ରି ପାଇଁ ଏକ ବଡ଼ ଚ୍ୟାଲେଞ୍ଜ। ବର୍ଷ ବର୍ଷ ଧରି ସୁପ୍ରିମକୋର୍ଟରେ ପ୍ରାୟ ୮୦ ହଜାର ମାମଲା ବିଚାରାଧୀନ ରହିଛି।

ଅନ୍ୟ ଏକ ସଫଳତାସ୍ୱରୂପ ୨୦୨୩ ଜାନୁଆରୀ ପହିଲାରୁ ୨୦୨୩ ଡିସେମ୍ବର ୧୫ ମଧ୍ୟରେ ୫୨,୧୯୧ଟି ମାମଲାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। ସେଥିମଧ୍ୟରୁ ୪୫,୬୪୨ଟି ବିବିଧ ମାମଲା ଏବଂ ପ୍ରାୟ ୬,୫୪୯ଟି ନିୟମିତ ମାମଲା ରହିଛି।
୨୦୨୩ ମସିହାରେ ମୋଟ ୪୯,୧୯୧ଟି ମାମଲା ରୁଜୁ ହୋଇଥିବାବେଳେ ୫୨,୧୯୧ଟି ମାମଲାର ଫଇସଲା ହୋଇଛି। ଏହା ଦର୍ଶାଉଛି ଯେ ୨୦୨୩ ତୁଳନାରେ ଚଳିତ ବର୍ଷ ସୁପ୍ରିମକୋର୍ଟ ଅଧିକ ମାମଲାର ସମାଧାନ କରିଛନ୍ତି।

୨୦୧୭ରେ ଆଇସିଏମ୍ଆଇଏସ୍ (ଇଣ୍ଟିଗ୍ରେଟେଡ୍ କେସ୍ ମ୍ୟାନେଜମେଣ୍ଟ ଇନଫର୍ମେସନ୍ ସିଷ୍ଟମ୍) କାର୍ଯ୍ୟକାରୀ ହେବା ପରଠାରୁ ୨୦୨୩ରେ ସର୍ବାଧିକ ମାମଲାର ଫଇସଲା ହୋଇପାରିଛି ।

ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଯେ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ମାମଲା ଦାଏର ଏବଂ ତାଲିକାଭୁକ୍ତ କରିବା ପାଇଁ ଆବଶ୍ୟକ ସମୟ ସୀମାକୁ ସଂଶୋଧନ କରିଛନ୍ତି।
ତାଙ୍କ କାର୍ଯ୍ୟକାଳ ମଧ୍ୟରେ ମାମଲା ତାଲିକାଭୁକ୍ତ କରିବା ପ୍ରକ୍ରିୟାରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିଛି। ମାମଲାର ଯାଞ୍ଚ ପରେ ତାଲିକା ଓ ଫାଇଲିଂ ସମୟ ୧୦ ଦିନରୁ ୭ଦିନ ପୁଣି ୫ ଦିନକୁ ହ୍ରାସ କରାଯାଇଛି।

ଏହାବ୍ୟତୀତ ବହୁସଂଖ୍ୟକ ମାମଲାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବିଭିନ୍ନ ପଦକ୍ଷେପ ଗ୍ରହଣ କରି ଆଇନଗତ ବିବାଦର ସମାଧାନକୁ ତ୍ୱରାନ୍ୱିତ କରିଛନ୍ତି। ନିର୍ଦ୍ଦିଷ୍ଟ ବର୍ଗର ମାମଲାର ସମାଧାନ ପାଇଁ ସ୍ବତନ୍ତ୍ର ଖଣ୍ଡପୀଠ ଗଠନ କରାଯାଇ ଅଧିକ ସ୍ୱତନ୍ତ୍ର ଓ ଦକ୍ଷ ନ୍ୟାୟ ପ୍ରକ୍ରିୟା ଆରମ୍ଭ ହୋଇଥିଲା।

ଏହାବ୍ୟତୀତ ବହୁ ସଂଖ୍ୟକ ମାମଲାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବିଭିନ୍ନ ପଦକ୍ଷେପ ଗ୍ରହଣ କରି ଆଇନଗତ ବିବାଦର ସମାଧାନକୁ ତ୍ୱରାନ୍ୱିତ କରିଛନ୍ତି। ନିର୍ଦ୍ଦିଷ୍ଟ ବର୍ଗର ମାମଲାର ସମାଧାନ ପାଇଁ ସ୍ୱତନ୍ତ୍ର ଖଣ୍ଡପୀଠ ଗଠନ କରାଯାଇ ଅଧିକ ସ୍ୱତନ୍ତ୍ର ଓ ଦକ୍ଷ ନ୍ୟାୟ ପ୍ରକ୍ରିୟା ଆରମ୍ଭ ହୋଇଥିଲା।

SupremCourt ସୁପ୍ରିମକୋର୍ଟ
Share. Facebook Twitter LinkedIn Email WhatsApp Copy Link

Related Posts

କାଶ୍ମୀରରେ CIK ର ବଡ଼ ଧରଣର ଅପରେସନ, ଅନେକ ସ୍ଥାନରେ ଚଢାଉ ଜାରି

November 18, 2025

ଆଜି ଷଷ୍ଠ ଜାତୀୟ ଜଳ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି ମୁର୍ମୁ

November 18, 2025

ଦିଲ୍ଲୀ ବିସ୍ଫୋରଣ ମାମଲାରେ ED ର ବଡ଼ କାର୍ଯ୍ୟାନୁଷ୍ଠାନ: ଅଲ୍ ଫଲାହ ଟ୍ରଷ୍ଟ ସହିତ ଜଡିତ ୨୪ ଟି ସ୍ଥାନରେ ଚଢାଉ

November 18, 2025

Tata Sierra SUV: ନୂଆ ଡିଜାଇନ୍ ଏବଂ ତିନୋଟି ପାୱାରଟ୍ରେନ୍ ବିକଳ୍ପ ସହ ଆସିବ ଟାଟା ସିଏରା, ଜାଣନ୍ତୁ କେବେ?

November 18, 2025
Latest News

କାଶ୍ମୀରରେ CIK ର ବଡ଼ ଧରଣର ଅପରେସନ, ଅନେକ ସ୍ଥାନରେ ଚଢାଉ ଜାରି

November 18, 2025

ଆଜି ଷଷ୍ଠ ଜାତୀୟ ଜଳ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି ମୁର୍ମୁ

November 18, 2025

ଦିଲ୍ଲୀ ବିସ୍ଫୋରଣ ମାମଲାରେ ED ର ବଡ଼ କାର୍ଯ୍ୟାନୁଷ୍ଠାନ: ଅଲ୍ ଫଲାହ ଟ୍ରଷ୍ଟ ସହିତ ଜଡିତ ୨୪ ଟି ସ୍ଥାନରେ ଚଢାଉ

November 18, 2025

Tata Sierra SUV: ନୂଆ ଡିଜାଇନ୍ ଏବଂ ତିନୋଟି ପାୱାରଟ୍ରେନ୍ ବିକଳ୍ପ ସହ ଆସିବ ଟାଟା ସିଏରା, ଜାଣନ୍ତୁ କେବେ?

November 18, 2025

Global Big Cats Summit: ଭାରତରେ ଆୟୋଜିତ ହେବ ଏହି ଜଳବାୟୁ ପରିବର୍ତ୍ତନ ବିଶ୍ବ ସମ୍ମିଳନୀ

November 18, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.