Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ରୌପ୍ୟ ଜୟନ୍ତୀ ପାଳିତ, ଯୋଗଦେଲେ ସୁଜାତା ରାଉତ କାର୍ତ୍ତିକେୟନ
ଜାତୀୟ ଖବର

ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ରୌପ୍ୟ ଜୟନ୍ତୀ ପାଳିତ, ଯୋଗଦେଲେ ସୁଜାତା ରାଉତ କାର୍ତ୍ତିକେୟନ

January 4, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ରୌପ୍ୟ ଜୟନ୍ତୀ ପାଳିତ, ଯୋଗଦେଲେ ସୁଜାତା ରାଉତ କାର୍ତ୍ତିକେୟନ

ଭୁବନେଶ୍ୱର: ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ଏହାର ୨୫ତମ ପ୍ରତିଷ୍ଠା ଦିବସ ତଥା ରୌପ୍ୟଜୟନ୍ତୀ ପାଳନ କରିଛି । ଏହି ଅବସରରେ ଅନୁଷ୍ଠିତ ସମାରୋହରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀମତୀ ସୁଜାତା ରାଉତ କାର୍ତ୍ତିକେୟନ କହଲେ ଯେ ଆମର ପ୍ରାଚୀନ ସଂସ୍କୃତି ଓ ପରମ୍ପରା ବିଶ୍ୱରେ ଅନନ୍ୟ ଓ ଏହାର ସଂରକ୍ଷଣ ନିମନ୍ତେ ସମସ୍ତେ ପ୍ରୟାସ ଜାରି ରଖିବା ଆବଶ୍ୟକ ରହିଛି।

ଐତିହ୍ୟର ସଂରକ୍ଷଣ ସହ ଆଧୁନିକତାର ତାଳେ ତାଳେ ପାଦଦେଇ ଚାଲିବା ସମୟର ଆହ୍ୱାନ ବୋଲି ସେ ଉଲ୍ଲେଖ କରିଥିଲେ । ଓଡ଼ିଶାର ସାଂସ୍କୃତିକ ବିକାଶରେ ଏହାର ଛାତ୍ରଛାତ୍ରୀମାନେ ଆତ୍ମବିଶ୍ୱାସ ଓ ନିଷ୍ଠାର ସହିତ କାର୍ଯ୍ୟ କରିବେ ବୋଲି ସେ ପରାମର୍ଶ ଦେଇଥିଲେ।

ଏହି ଉତ୍ସବରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଆନ୍ତର୍ଜାତିକ ସ୍ଥପତି ପଦ୍ମବିଭୂଷଣ ସୁଦର୍ଶନ ସାହୁ ବିଶ୍ୱବିଦ୍ୟାଳୟରେ ଗବେଷଣା ଓ ଅଧ୍ୟାପନା କାର୍ଯ୍ୟକୁ ଆଗେଇ ନେବାରେ ଜାପାନଠାରୁ ଆରମ୍ଭ କରି ପୃଥିବୀର ବିଭିନ୍ନ ଦେଶର କଳା ଓ ଆମ ଦେଶର ସଂସ୍କୃତି ସହିତ ଆମର ଐତିହ୍ୟକୁ କିପରି ସଂଯୋଗ କରାଯାଇପାରିବ ଏଥି ନିମନ୍ତେ ଅନବରତ ଉଦ୍ୟମ ଉପରେ ଗୁରୁତ୍ୱାରୋପ କରିଥିଲେ।

ଅନ୍ୟତମ ଅତିଥି ଭାବେ ଯୋଗଦେଇ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏ କହିଲେ ଯେ ଓଡ଼ିଶାର ସାଂସ୍କୃତିକ ବିକାଶଧାରାରେ ଏହି ବିଶ୍ୱବିଦ୍ୟାଳୟର ଗୁରୁଦାୟିତ୍ୱ ରହିଛି। ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନେ ନିଜ ନିଜର କଳାତ୍ମକ ପ୍ରତିଭାର ସୁଯୋଗକୁ ସଦୁପଯୋଗ କରିବା ପାଇଁ ସେ ପରାମର୍ଶ ଦେଇଥିଲେ।

ପ୍ରାରମ୍ଭରେ କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ ସ୍ୱାଗତ ଭାଷଣ ପ୍ରଦାନ ସହ ବିଶ୍ୱବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ ସମ୍ବନ୍ଧରେ ସୂଚନା ଦେଇଥିଲେ । ମାନବର ବୌଦ୍ଧିକ ବିକାଶ ହେଲେ ସମାଜର ବିକାଶ ହୋଇପାରିବ। ଏଥି ନିମନ୍ତେ ଶିକ୍ଷା ସହ ସାହିତ୍ୟ, କଳା ଓ ଐତିହ୍ୟର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ସେ କହିଥିଲେ ।

ଏହି ଅବସରରେ କୁଳସଚିବ ଶ୍ରୀମତୀ ଅନାମିକା ଅଧିକାରୀ ବିଶ୍ୱବିଦ୍ୟାଳୟର ବିବରଣୀ ପାଠ କରିଥିଲେ । ବିଶ୍ୱବିଦ୍ୟାଳୟରେ ନୂତନ କରି ସାଂସ୍କୃତିକ ଐତିହ୍ୟ ଓ ସୁରକ୍ଷା ଏବଂ ସଂଗ୍ରହାଳୟ ବିଜ୍ଞାନ ଦୁଇଟି ନୂତନ ସ୍ନାତକୋତ୍ତର ବିଭାଗ ଖୋଲିବା ସହ ସୁନନ୍ଦା ପଟ୍ଟନାୟକ, ସାରଳା ଦାସ, ଭୀମଭୋଇ ଓ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାରପ୍ରସାର ନିମନ୍ତେ ଚାରୋଟି ଚେୟାର ପ୍ରତିଷ୍ଠା କରାଯାଇଥିବା ସେ ସୂଚନା ଦେଇଥିଲେ ।

ବିଶ୍ୱବିଦ୍ୟାଳୟ ପକ୍ଷରୁ ପୂର୍ବତନ କୁଳପତି ଡ. ବିମଳେନ୍ଦୁ ମହାନ୍ତି, ଡ. ନରେନ୍ଦ୍ର କୁମାର ମିଶ୍ର, ପ୍ରଫେସର ଦେବେନ୍ଦ୍ରନାଥ ଜେନାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ବିଭିନ୍ନ ବିଭାଗରେ ଜାତୀୟ ସ୍ତରରେ କୃତିତ୍ୱ ହାସଲ କରିଥିବା ଛାତ୍ରୀ ଅମ୍ବିକା ନନ୍ଦ ଓ ଛାତ୍ର ହିମାଂଶୁ ମହନ୍ତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଅତିଥିମାନଙ୍କ ଦ୍ୱାରା ଚିତ୍ରକଳା ପ୍ରଦର୍ଶନୀ ଉଦ୍‌ଘାଟନ ସହ ଦୃଶ୍ୟକଳା ବିଭାଗର କାଟାଲଗ୍‌ ‘ସୃଷ୍ଟି’, ସାହିତ୍ୟଭିତ୍ତିକ ପତି୍ରକା ‘ରୂପାୟନ’, ବିଶ୍ୱବିଦ୍ୟାଳୟର ସ୍ମରଣିକା ‘ସଂସ୍କୃତି’ ଏବଂ ଅଧ୍ୟାପକ ଡ. ଚକ୍ରଧର ବେହେରାଙ୍କ ଦ୍ୱାରା ରଚିତ ‘ଦ କ୍ଲେ ଇମେଜ୍‌ ଆଣ୍ଡ ପୋଟର୍ସ ଅଫ୍‌ ଓଡ଼ିଶା’ ଉନ୍ମୋଚିତ ହୋଇଥିଲା।

ଏହି ଅବସରରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପ୍ରାରମ୍ଭିକ ସଂଗୀତ ‘ବନ୍ଦେ ଉତ୍କଳ ଜନନୀ’ ପରିବେଷଣ କରିଥିଲେ। ଏହି ଉତ୍ସବରେ ଫକୀର ମୋହନ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ଶିବପ୍ରସାଦ ଅଧିକାରୀ, ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ ଡ. ସିକତା ଦାସ, ଉତ୍କଳ ସଂଗୀତ ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷ ଡ. ବିଜୟ ଜେନା, ବି.କେ. ଆର୍ଟ କଲେଜର ଅଧ୍ୟକ୍ଷ ଡ. ଗଜେନ୍ଦ୍ର ପାଢ଼ୀ, ସରକାରୀ ଓ ଚାରୁ ଓ କାରୁକଳା ମହାବିଦ୍ୟାଳୟର ଅଧ୍ୟକ୍ଷ ସୁବ୍ରତ କୁମାର ମଲ୍ଲିକଙ୍କ ସମେତ ସହବନ୍ଧିତ ମହାବିଦ୍ୟାଳୟର ଶିକ୍ଷକଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।

ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ଶ୍ରୀ ଧରଣୀଧର ରଣା ଧନ୍ୟବାଦ ଅର୍ପଣ କରିଥିବା ବେଳେ ଅଧ୍ୟାପକ ଡ. ଆଶିଷ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ସୁଜାତା ରାଉତ କାର୍ତ୍ତିକେୟନ
Share. Facebook Twitter LinkedIn Email WhatsApp Copy Link

Related Posts

ଇଣ୍ଡୋନେସିଆକୁ ଶସ୍ତା ଏବଂ ଭାରତକୁ ମହଙ୍ଗା ରାଫେଲ ବିକ୍ରି କରୁଛି ଫ୍ରାନ୍ସ: ଜାଣନ୍ତୁ କାରଣ

February 17, 2026

ଟି-୨୦ ବିଶ୍ୱକପରେ ବଡ଼ ବିପର୍ଯ୍ୟୟ: ସୁପର ୮ କୁ ଗଲା ଜିମ୍ବାୱେ, ବାଦ୍ ପଡ଼ିଲା ଅଷ୍ଟ୍ରେଲିଆ 

February 17, 2026

‘ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ – ୨୦୨୬’ରେ କେନ୍ଦ୍ରମନ୍ତ୍ରୀଙ୍କ ଉଦବୋଧନ

February 17, 2026

CBSE ପରୀକ୍ଷା ପାଇଁ ଆସିଲେନି ବୈଭବ ସୂର୍ଯ୍ୟବଂଶୀ: ଜାଣନ୍ତୁ କ’ଣ କହିଲେ ପ୍ରିନ୍ସିପାଲ?

February 17, 2026
Latest News

ଇଣ୍ଡୋନେସିଆକୁ ଶସ୍ତା ଏବଂ ଭାରତକୁ ମହଙ୍ଗା ରାଫେଲ ବିକ୍ରି କରୁଛି ଫ୍ରାନ୍ସ: ଜାଣନ୍ତୁ କାରଣ

February 17, 2026

ଟି-୨୦ ବିଶ୍ୱକପରେ ବଡ଼ ବିପର୍ଯ୍ୟୟ: ସୁପର ୮ କୁ ଗଲା ଜିମ୍ବାୱେ, ବାଦ୍ ପଡ଼ିଲା ଅଷ୍ଟ୍ରେଲିଆ 

February 17, 2026

‘ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ – ୨୦୨୬’ରେ କେନ୍ଦ୍ରମନ୍ତ୍ରୀଙ୍କ ଉଦବୋଧନ

February 17, 2026

CBSE ପରୀକ୍ଷା ପାଇଁ ଆସିଲେନି ବୈଭବ ସୂର୍ଯ୍ୟବଂଶୀ: ଜାଣନ୍ତୁ କ’ଣ କହିଲେ ପ୍ରିନ୍ସିପାଲ?

February 17, 2026

ବାଂଲାଦେଶର ପ୍ରଧାନମନ୍ତ୍ରୀ ଭାବରେ ତାରିକ ରହମାନଙ୍କ ଶପଥ ଗ୍ରହଣ

February 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.