Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଭୁବନେଶ୍ବରରେ ଆରମ୍ଭ ହେଲା ରାଜ୍ୟସ୍ତରୀୟ ବାର୍ଷିକ ପୁଷ୍ପ ପ୍ରଦର୍ଶନ- ୨୦୨୪
ଜାତୀୟ ଖବର

ଭୁବନେଶ୍ବରରେ ଆରମ୍ଭ ହେଲା ରାଜ୍ୟସ୍ତରୀୟ ବାର୍ଷିକ ପୁଷ୍ପ ପ୍ରଦର୍ଶନ- ୨୦୨୪

January 14, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଭୁବନେଶ୍ବରରେ ଉଦ୍‌ଘାଟନ ହେଲା ରାଜ୍ୟସ୍ତରୀୟ ବାର୍ଷିକ ପୁଷ୍ପ ପ୍ରଦର୍ଶନ- ୨୦୨୪

ଭୁବନେଶ୍ୱର: ଆଞ୍ଚଳିକ ଉଦ୍ଭିଦ ଗବେଷଣା କେନ୍ଦ୍ର ଓ ପ୍ଳାଣ୍ଟ ଲଭର୍ସ ଆସୋସିଏସନ୍‌ର ମିଳିତ ଆନୁକୂଲ୍ୟରେରେ ଏକାମ୍ର କାନନରେ ଆରମ୍ଭ ହୋଇଛି ରାଜ୍ୟସ୍ତରୀୟ ବାର୍ଷିକ ପୁଷ୍ପ ପ୍ରଦର୍ଶନୀ-୨୦୨୪।

ପ୍ରିନ୍ସିପାଲ ଚିଫ କଞ୍ଜରଭେଟର ଅଫ ଫରେଷ୍ଟ ତଥା ହେଡ ଅଫ ଫରେଷ୍ଟ ଫୋର୍ସ ଶ୍ରୀ ଦେବିଦତ୍ତ ବିଶ୍ୱାଳ ଏହି ବାର୍ଷିକ ପୁଷ୍ପ ପ୍ରଦର୍ଶନୀକୁ ଉଦଘାଟନ କରିବା ସହ ଆଞ୍ଚଳିକ ଉଦ୍ଭିଦ ଗବେଷଣା କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସୁରେଶ ପନ୍ତଙ୍କ ସହ ପ୍ରଦର୍ଶନୀରେ ଥିବା ବିଭିନ୍ନ ପୁଷ୍ପ ବଗିଚା, ପ୍ରଦର୍ଶନୀ ଷ୍ଟଲ, ଉଦ୍ଭିଦ ବଜାର ଏବଂ ସେଲଫି ପଏଣ୍ଟ ଆଦି ବୁଲି ଦେଖିଥିଲେ।

ଏହି ପ୍ରଦର୍ଶନୀରେ ଗୋଲାପ, ଡାହାଲିଆ, ସେବତୀ, ଗେଣ୍ଡୁ, ଜଣବେରା, ଜିନିଆ, ଆଷ୍ଟର ପ୍ରଭୁତି ବହୁ ଅଧିକ କିସମ ଫୁଲର ସମାହାର ସହ ବିଭିନ୍ନ କିସମର ପତ୍ର ଗଛ ଯଥା- ଫର୍ଣ୍ଣ, ଆଗ୍ଲୋନିମା, ପାମ୍‌, ଭଳି ଅନେକ ଗଛ ପ୍ରଦର୍ଶିତ ହୋଇଥିଲା।

ଏହା ସହିତ ଅତିଥିମାନେ ରିଜିଓନାଲ୍‌ ପ୍ଲାଣ୍ଟ ରିସୋର୍ସ ସେଣ୍ଟରର ରିସର୍ଚ୍ଚ ଆଣ୍ଡ ଆକଫିଭିଟି ରିପୋର୍ଟ୍‌ ୨୦୨୨-୨୩ ସହ ପ୍ଳାଣ୍ଟ ଲଭର୍ସ ଆସୋସିଏସନ୍‌ର ବାର୍ଷିକ ପତ୍ରିକା ‘ସବୁଜିମା-୨୦୨୪’ ଉନ୍ମୋଚନ କରିଥିଲେ।

ପୂର୍ବତନ ପ୍ରିନ୍ସିପାଲ ଚିଫ କଞ୍ଜରଭେଟର ଅଫ ଫରେଷ୍ଟ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀମତୀ ପୁଷାଝୁଲେ ମେକରେ ଚିତ୍ର ଓ ପୋଷ୍ଟର ଓ ଗାର୍ଡନ୍‌ ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କୃତ କରିଥିଲେ ।

ପୁଷ୍ପ ପ୍ରଦର୍ଶନୀର ଅନ୍ୟତମ ଆକର୍ଷଣ ହେଲା ପ୍ଲାଣ୍ଟ ବଜାର। ଚଳିତ ବର୍ଷ ୩୬ଟି ସଂସ୍ଥା, ୧୯ ଟି ନର୍ସରୀ, ୪୪ ଟି ଷ୍ଟଲ ଏହି ପ୍ଳାଣ୍ଟ ବଜାରରେ ନର୍ସରୀ ଓ ବଗିଚା ଉପକରଣ ଇିତ୍ୟାଦି ବିକିବା ସହ ବିଭିନ୍ନ ଗଛର ଚାରା, ମଞ୍ଜି, କଲମିକରା ଡାଳ ଓ ଭର୍ଟିକାଲ ପ୍ଳାଣ୍ଟ ଆଦି ବିକ୍ରିବଟା କରିଛନ୍ତି। ଫୁଲଫଳର ଚାରା ସହିତ ବିଭିନ୍ନ ରଙ୍ଗବେରଙ୍ଗର ସେରାମିକ ଫୁଲ କୁଣ୍ଡ, ଫୁଲଦାନି ଇତ୍ୟାଦି ସହ ପରିଦର୍ଶକଙ୍କର ଦୃଷ୍ଟି ଆକର୍ଷଣ କରୁଛି।

ସର୍ବସାଧାରଣଙ୍କ ନିମନ୍ତେ ଦେୟମୁକ୍ତ ଦୁଇଦିନ ପାଇଁ ଏହି ପ୍ରଦର୍ଶିନୀ ଖୋଲା ରହିଥିବାବେଳେ ଆଜି ପ୍ରଥମ ଦିନରେ ପ୍ରାୟ ୧୫ ହଜାର ଦର୍ଶକଙ୍କ ସମାଗମ ହୋଇଥିଲା। ଆଜି ରବିବାର ହୋଇଥିବାରୁ ଅଧିକ ଲୋକଙ୍କର ସମାଗମ ହେବ ବୋଲି ଆଶା କରାଯାଉଛି।

ଏହି ଦୁଇଦିନିଆ ଉତ୍ସବରେ ଓଡ଼ିଶା ଖଣି ନିଗମ ଲିମିଟେଡ, ଓଡ଼ିଶା ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ଏବଂ ଓଡ଼ିଶା ବନ ଉନ୍ନୟନ ନିଗମ ଲିମିଟେଡ, ନାଲକୋ, ଏମ୍‌ଜିଏମ୍‌ ମିନେରାଲସ (ପ୍ରା) ଲିମିଟେଡ ଓ ଭୁବନେଶ୍ୱର ସୋଆ ବିଶ୍ୱବିଦ୍ୟାଳୟ ସହ ବିଭିନ୍ନ ଘରୋଇ ଅନୁଷ୍ଠାନ ଆଦି ପୁଷ୍ପ ପ୍ରଦର୍ଶନୀ ପ୍ରତିଯୋଗିତାରେ ଭାଗ ନେଇଛନ୍ତି।

ଏହି ପ୍ରଦର୍ଶନୀର ଶେଷ ଦିନରେ ଅର୍ଥାତ ୧୪ ଜାନୁଆରୀରେ ବିଜେତାମାନଙ୍କୁ ପୁରସ୍କୃତ କରାଯିବ।

 

ପୁଷ୍ପ ପ୍ରଦର୍ଶନୀ
Share. Facebook Twitter LinkedIn Email WhatsApp Copy Link

Related Posts

Ayush Students Strike: ରାଜ୍ୟର ସରକାରୀ ଆୟୁଷ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦିବାରାତ୍ର ଧାରଣା 

December 2, 2025

ଆଜି ଡିସେମ୍ବର 2 ତାରିଖ ମଙ୍ଗଳବାରରେ ଏହି ପାଞ୍ଚଟି ରାଶିର ବ୍ୟକ୍ତି ହେବେ ଶକ୍ତିଶାଳୀ-Rashifal

December 2, 2025

Subhadra Shakti Mela: କୋଣାର୍କ ଉତ୍ସବ ଅବସରରେ ଉଦଘାଟିତ ହେଲା ସୁଭଦ୍ରା ଶକ୍ତି ମେଳା

December 1, 2025

Konark Sand Art Festival: କୋଣାର୍କରେ ଉଦଘାଟିତ ହେଲା ବାଲୁକା କଳା ଉତ୍ସବ

December 1, 2025
Latest News

Ayush Students Strike: ରାଜ୍ୟର ସରକାରୀ ଆୟୁଷ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦିବାରାତ୍ର ଧାରଣା 

December 2, 2025

ଆଜି ଡିସେମ୍ବର 2 ତାରିଖ ମଙ୍ଗଳବାରରେ ଏହି ପାଞ୍ଚଟି ରାଶିର ବ୍ୟକ୍ତି ହେବେ ଶକ୍ତିଶାଳୀ-Rashifal

December 2, 2025

Subhadra Shakti Mela: କୋଣାର୍କ ଉତ୍ସବ ଅବସରରେ ଉଦଘାଟିତ ହେଲା ସୁଭଦ୍ରା ଶକ୍ତି ମେଳା

December 1, 2025

Konark Sand Art Festival: କୋଣାର୍କରେ ଉଦଘାଟିତ ହେଲା ବାଲୁକା କଳା ଉତ୍ସବ

December 1, 2025

Konark Festival Inauguration: ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉଦଘାଟିତ ହେଲା କୋଣାର୍କ ଉତ୍ସବ

December 1, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.