Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ମକର ସଂକ୍ରାନ୍ତିରେ ମନେ ପଡନ୍ତି ଫକୀରମୋହନ ସେନାପତି ଏବଂ ତାଙ୍କ ସାହିତ୍ୟ କୃତି
ଜାତୀୟ ଖବର

ମକର ସଂକ୍ରାନ୍ତିରେ ମନେ ପଡନ୍ତି ଫକୀରମୋହନ ସେନାପତି ଏବଂ ତାଙ୍କ ସାହିତ୍ୟ କୃତି

January 15, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମକର ସଂକ୍ରାନ୍ତିରେ ମନେ ପଡନ୍ତି ଫକୀରମୋହନ ସେନାପତି ଏବଂ ତାଙ୍କ ସାହିତ୍ୟ କୃତି

ଭୁବନେଶ୍ବର: ଆଧୁନିକ ଓଡିଆ ଗଳ୍ପର ଜନକ ତଥା ଏକାଧାରରେ ଜଣେ କବି, ଔପନ୍ୟାସିକ, ଦାର୍ଶନିକ ଏବଂ ସମାଜ ସଂସ୍କାରକ ଭାବେ ସୁପରିଚିତ ବ୍ୟାସକବି ଫକୀରମୋହନ ସେନାପତି ତାଙ୍କର କାଳଜୟୀ ଲେଖା ପାଇଁ ଓଡିଶାର ଘରେ ଘରେ ସମସ୍ତଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି।

୧୮୪୩ ମସିହା ମକର ସଂକ୍ରାନ୍ତିରେ ବାଲେଶ୍ୱର ଜିଲ୍ଲା ମଲ୍ଲିକାଶପୁରରେ ଜନ୍ମଗ୍ରହଣ କରି ଫକୀରମୋହନ, ପରବର୍ତ୍ତୀ ସମୟରେ ଓଡିଆ ଭାଷାର ସୁରକ୍ଷା, ଓଡିଆ ସାହିତ୍ୟର ପ୍ରଚାର ପ୍ରସାର ପାଇଁ ଯେଉଁ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି, ସେଥିପାଇଁ ସେ ସର୍ବଦା ସ୍ମରଣୀୟ ହୋଇ ରହିବେ। ସେ ସଂପର୍କରେ ଏକ ଅବତାରଣା

ଉପନ୍ୟାସ

ସାହିତ୍ୟର ବିଭିନ୍ନ ବିଭାଗ ଯଥା ଅନୁବାଦ ସାହିତ୍ୟ (ସଂସ୍କୃତରୁ), କାବ୍ୟ-କବିତା ଇତ୍ୟାଦିରେ ସେ ସାହିତ୍ୟ ସୃଜନ କରିଥିଲେ ହେଁ ସେ ମୁଖ୍ୟତଃ ଓଡ଼ିଆ ଉପନ୍ୟାସ ସାହିତ୍ୟର ସୃଷ୍ଟିକର୍ତ୍ତା ରୂପେ ସୁପରିଚିତ। ୧୮୯୭ରୁ ୧୯୧୫ ମଧ୍ୟରେ ରଚିତ ତାଙ୍କର ଚାରୋଟି ଉପନ୍ୟାସ – ’ଛ’ ମାଣ ଆଠ ଗୁଣ୍ଠ’, ’ମାମୁଁ’, ’ପ୍ରାୟଶ୍ଚିତ’ ଓ ’ଲଛମା’ ତତ୍କାଳୀନ ଅଷ୍ଟାଦଶ ଓ ଊନବିଂଶ ଶତାବ୍ଦୀର ଓଡ଼ିଶାର ସାମାଜିକ ଅବସ୍ଥାର ନିଚ୍ଛକ ଦର୍ପଣ।

ଛ’ ମାଣ ଆଠ ଗୁଣ୍ଠ ଉପନ୍ୟାସରେ ଜମିଦାରମାନଙ୍କ ଦେଇ ଗରିବ ଚାଷୀମାନଙ୍କର ଶୋଷଣର କାହାଣୀ ବର୍ଣ୍ଣିତ ହୋ‍ଇଛି । ଓଡ଼ିଆର ପ୍ରଥମ ଆତ୍ମଜୀବନୀର ମଧ୍ୟ ସେ ଥିଲେ ରଚୟିତା। ଏହାର ନାମ ଥିଲା ‘ଆତ୍ମ ଜୀବନ ଚରିତ’।

ଗଳ୍ପ

ଫକୀରମୋହନ ସେନାପତି ଓଡ଼ିଆ ଗଳ୍ପ ସାହିତ୍ୟର ଜନକ। ଫକୀରମୋହନ ତାଙ୍କ ଜୀବନର ଶେଷ ୨୧ ବର୍ଷ ମଧ୍ୟରେ ଗଳ୍ପ ଏବଂ ଉପନ୍ୟାସ ରଚନା କରିଛନ୍ତି। ୧୮୬୦ରେ ଫକୀରମୋହନଙ୍କ ରଚିତ କ୍ଷୁଦ୍ରଗଳ୍ପ ‘ଲଛମନିଆ’, ତାଙ୍କରିଦ୍ୱାରା ସମ୍ପାଦିତ ଓ ବାଲେଶ୍ୱରରୁ ପ୍ରକାଶିତ ବୋଧଦାୟିନୀ ପତ୍ରିକାରେ ପ୍ରକାଶିତ ହୋ‍ଇଥିଲା।

ତେବେ ଦୁର୍ଭାଗ୍ୟବଶତଃ ତାଙ୍କର ଆତ୍ମଜୀବନୀରେ ଏହା ବିଷୟରେ ସାମନ୍ୟ ଟିକିଏ ବର୍ଣ୍ଣନା ବ୍ୟତୀତ ଏହି ଗଳ୍ପର ସ୍ରୋତ ସମ୍ବନ୍ଧରେ ଅନ୍ୟ କୌଣସି ଖିଅ ମିଳେନାହିଁ, ନଚେତ୍ ସମଗ୍ର ଭାରତବର୍ଷରେ ଏହି ସାହିତ୍ୟିକ ବିଭାଗର ସ୍ରଷ୍ଟା ରୂପେ ସେ ବିବେଚିତ ହୋ‍ଇଥା’ନ୍ତେ। ୧୮୯୮ରେ ତାଙ୍କ ରଚିତ ‘ରେବତୀ’ ଉତ୍କଳ ସାହିତ୍ୟ ପତ୍ରିକାରେ ପ୍ରକାଶିତ ହୋଇଥିଲା ପ୍ରଥମ ଓଡ଼ିଆ ଗଳ୍ପର ମାନ୍ୟତା ପାଏ।

’ରେବତୀ’ ଗଳ୍ପଟିରେ ଗୋଟିଏ ଛୋଟ ଝିଅର ପାଠ ପଢିବାର ଉତ୍ସାହ ଓ ଏଥିରେ ତା’ର ଅନ୍ତରାୟ ସାଜୁଥିବା ପାରମ୍ପରିକ ଅନ୍ଧବିଶ୍ୱାସପୂର୍ଣ୍ଣ ଗ୍ରାମୀଣ ସମାଜର ଚିତ୍ରଣ କରାଯାଇଛି। ପରେ ଯେବେ ଗାଁରେ ମହାମାରୀ ବ୍ୟାପିଛି ଏଥିପାଇଁ ତା’ର ଅଧ୍ୟୟନକୁ ଦାୟୀ କରାଯାଇଛି। ଫକୀରମୋହନଙ୍କ ରଚିତ କ୍ଷୁଦ୍ରଗଳ୍ପଗୁଡିକ ହେଲା..

  • ରେବତୀ (୧୮୯୮)
  • ବାଲେଶ୍ୱର ପଙ୍ଗାଲୁଣ (୧୯୦୭)
  • ବାଲେଶ୍ୱର ରାହାଜାନୀ (୧୯୦୭)
  • ମୌନାମୌନୀ (୧୯୦୭)
  • ପୁନର୍ମୂଷିକଭବ (୧୯୦୯)
  • ଡାକମୁନିସୀ (୧୯୧୨)
  • କାଳିକାପ୍ରସାଦ ଗୋରାପ (୧୯୧୩)
  • କମଳାପ୍ରସାଦ ଗୋରାପ (୧୯୧୩)
  • ଧୂଳିଆ ବାବା (୧୯୧୩)
  • ପେଟେଣ୍ଟ ମେଡିସିନ (୧୯୧୩)
  • ସୁନାବୋହୂ (୧୯୧୩)
  • ବିରେଇ ବିଶାଳ (୧୯୧୩)
  • ରାଣ୍ଡିପୁଅ ଅନନ୍ତା (୧୯୧୩)
  • ବଗଲାବଗୁଲୀ (୧୯୧୪)
  • ସଭ୍ୟ ଜମିଦାର (୧୯୧୪)
  • ଅଜାନାତି କଥା (୧୯୧୫)
  • ମାଧମହାନ୍ତିଙ୍କ କନ୍ୟାସୁନା (୧୯୧୫)
  • ଅଧର୍ମ ବିତ୍ତ (୧୯୧୫)
  • ପାଠୋଈ ବୋହୂ (୧୯୧୫)
  • ଗାରୁଡିମନ୍ତ୍ର (୧୯୧୬)

କବିତା

ଫକୀରମୋହନଙ୍କ ପ୍ରଥମ କବିତା ସଙ୍କଳନ ‘ଉତ୍କଳ ଭ୍ରମଣ’ ୧୮୯୨ରେ ପ୍ରକାଶ ପାଇଥିଲା। ତାଙ୍କର ଅନ୍ୟାନ୍ୟ ପଦ୍ୟ କୃତିମାନଙ୍କ ମଧ୍ୟରେ ‘ପୁଷ୍ପମାଳା’, ‘ଉପହାର’, ‘ପୂଜା ଫୁଲ’, ‘ପ୍ରାର୍ଥନା’, ‘ଅବସର ବାସରେ’ ଓ ‘ଧୂଳି’ ପ୍ରଧାନ। ନିଜସ୍ୱ କୃତି ବ୍ୟତୀତ ସେ ମଧ୍ୟ ସଂସ୍କୃତ ‘ମହାଭାରତ’ ଓ ‘ରାମାୟଣ’କୁ ଓଡ଼ିଆରେ ଅନୁବାଦ କରିଥିଲେ।

ଏ ଦୁଇଟିଯାକ ଆକ୍ଷରିକ ଅନୁବାଦ ନୁହେଁ ବରଂ ଭାବାନୁବାଦ। ତାଙ୍କର ପ୍ରଥମ ସ୍ତ୍ରୀ ରୋଗଶଯ୍ୟାରେ ଥିବାବେଳେ ରାମାୟଣ ଓ ମହାଭାରତକୁ ଓଡ଼ିଆରେ ଶୁଣିବାକୁ ଇଚ୍ଛା କରିବାରୁ ସେ ଏହି ଅନୁବାଦ ଦ୍ୱୟ କରିଥିଲେ। ତେବେ ତାଙ୍କର ଏହି ରଚନା ଦ୍ୱୟ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଥିବାରୁ ତାଙ୍କର ଏହି ମହତ ପ୍ରଚେଷ୍ଟା ଲାଗି ତାଙ୍କୁ ବ୍ୟାସକବିର ଆଖ୍ୟା ଦିଆଯା‍ଇଛି। ତତ୍କାଳୀନ ବାମଣ୍ଡାର ରାଜାଙ୍କଦ୍ୱାରା ସେ ମଧ୍ୟ ‘ସରସ୍ୱତୀ’ ଉପାଧିରେ ପୁରସ୍କୃତ ହୋ‍ଇଥିଲେ।

Fakirmohan Senapati Makar Sankranti
Share. Facebook Twitter LinkedIn Email WhatsApp Copy Link

Related Posts

ରାଧାକୃଷ୍ଣ ମଠ ପରିସରରେ ବ୍ରହ୍ମଚାରୀଙ୍କ ଆତ୍ମହତ୍ୟା

April 1, 2026

ପଥର ବୋଝେଇ ଟ୍ରାକ୍ଟର ଧକ୍କାରେ ଦୁଇ ଯୁବକଙ୍କ ପ୍ରାଣହାନୀ

April 1, 2026

କଟକରେ ୯୧ତମ ରାଜ୍ୟ ପୋଲିସ ପ୍ରତିଷ୍ଠା ଦିବସ ପାଳିତ

April 1, 2026

ପଶ୍ଚିମବଙ୍ଗରେ କିଏ ଗଢିବ ସରକାର?: ଆଶ୍ଚର୍ଯ୍ୟ କରିବ ପ୍ରାକ-ନିର୍ବାଚନ ସର୍ଭେ ଆକଳନ

April 1, 2026
Latest News

ରାଧାକୃଷ୍ଣ ମଠ ପରିସରରେ ବ୍ରହ୍ମଚାରୀଙ୍କ ଆତ୍ମହତ୍ୟା

April 1, 2026

ପଥର ବୋଝେଇ ଟ୍ରାକ୍ଟର ଧକ୍କାରେ ଦୁଇ ଯୁବକଙ୍କ ପ୍ରାଣହାନୀ

April 1, 2026

କଟକରେ ୯୧ତମ ରାଜ୍ୟ ପୋଲିସ ପ୍ରତିଷ୍ଠା ଦିବସ ପାଳିତ

April 1, 2026

ପଶ୍ଚିମବଙ୍ଗରେ କିଏ ଗଢିବ ସରକାର?: ଆଶ୍ଚର୍ଯ୍ୟ କରିବ ପ୍ରାକ-ନିର୍ବାଚନ ସର୍ଭେ ଆକଳନ

April 1, 2026

ହଠାତ୍ ବଢିଲା ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ: ଲିଟର ପିଛା ୧୧ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି

April 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.