Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଓଡ଼ିଶା ବିଜ୍ଞାନ ଏକାଡେମୀ ତରଫରୁ ପ୍ରଦାନ କରାଗଲା ବୈଜ୍ଞାନିକ ସମ୍ବର୍ଦ୍ଧନା ଓ ପୁରସ୍କାର
ଜାତୀୟ ଖବର

ଓଡ଼ିଶା ବିଜ୍ଞାନ ଏକାଡେମୀ ତରଫରୁ ପ୍ରଦାନ କରାଗଲା ବୈଜ୍ଞାନିକ ସମ୍ବର୍ଦ୍ଧନା ଓ ପୁରସ୍କାର

January 19, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଓଡ଼ିଶା ବିଜ୍ଞାନ ଏକାଡେମୀ ତରଫରୁ ପ୍ରଦାନ କରାଗଲା ବୈଜ୍ଞାନିକ ସମ୍ବର୍ଦ୍ଧନା ଓ ପୁରସ୍କାର

ଭୁବନେଶ୍ବର: ରାଜ୍ୟ ସରକାର ବିଜ୍ଞାନ ଓ କାରିଗରୀ କ୍ଷେତ୍ରରେ ଅଭିବୃଦ୍ଧି ପାଇଁ ଉଦ୍ୟମ ଅବ୍ୟାହତ ରଖିଛନ୍ତି। ରାଜ୍ୟରେ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଖ୍ୟାତିସଂପନ୍ନ ଆଇଆଇଟି, ଏମସ୍‌, ନାଇଜର, ଆଇଜର, ଧାନ ଗବେଷଣା କେନ୍ଦ୍ର, ଧାତୁ ଓ ଖଣିଜ ଦ୍ରବ୍ୟ ପ୍ରତିଷ୍ଠାନ, ଜୀବବିଜ୍ଞାନ ପ୍ରତିଷ୍ଠାନ ଓ ଆର୍‌ଏମ୍‌ଆର୍‌ସି ପରି ସଂସ୍ଥାଗୁଡ଼ିକ କାର୍ଯ୍ୟ କରୁଥିବାବେଳେ ବିଜ୍ଞାନ ଓ କାରିଗରୀ ବିଭାଗ ଅଧିନରେ ଓର୍‌ସାକ୍‌ ସମେତ ରାଜ୍ୟ ବିଜ୍ଞାନ ଓ କାରିଗରୀ ପରିଷଦ କାର୍ଯ୍ୟ କରୁଛି।

ଆମ ଜୀବନଧାରାରେ ବିଜ୍ଞାନ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି ଏବଂ ବିକାଶ ପ୍ରକ୍ରିୟାରେ ଏହାର ଅବଦାନ ତାତ୍ପର୍ଯ୍ୟପୂର୍ଣ୍ଣ ବୋଲି ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉଲ୍ଲେଖ କରିଛନ୍ତି। ଆଜି ସନ୍ଧ୍ୟାରେ ସ୍ଥାନୀୟ ଜୟଦେବ ଭବନଠାରେ ବିଭାଗ ଅଧିନସ୍ଥ ଓଡ଼ିଶା ବିଜ୍ଞାନ ଏକାଡେମୀ ପକ୍ଷରୁ ୨୦୨୧ ଏବଂ ୨୦୨୨ ମସିହା ପାଇଁ ବୈଜ୍ଞାନିକ ସମ୍ବର୍ଦ୍ଧନା ଓ ପୁରସ୍କାର ପ୍ରଦାନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପଣ୍ଡା ସମ୍ବର୍ଦ୍ଧିତ ଓ ପୁରସ୍କୃତ ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ଏକାଡେମୀର କାର୍ଯ୍ୟକଳାପକୁ ପ୍ରଶଂସା କରିଛନ୍ତି।

କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଜ୍ଞାନ ଓ ବୈଷୟିକ, ଯୋଜନା ଓ ସଂଯୋଜନ ଏବଂ ସାଧାରଣ ଉଦ୍ୟୋଗ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଚିତ୍ର ଅରୁମୁଗମ୍‌ କହିଥିଲେ ଯେ ବିଜ୍ଞାନର ଜୟଯାତ୍ରା ଅବ୍ୟାହତ ରହିଛି। ରୋବୋଟିକ୍ସ, ପ୍ରତିଷେଧକ ଟିକା ଉତ୍ପାଦନ ଏବଂ କୃତି୍ରମ ବୁଦ୍ଧିମତ୍ତା ପରି ଅଭିନବ ଅବଦାନଗୁଡ଼ିକୁ ମିଶାଇ ଗବେଷଣା କ୍ଷେତ୍ରରେ ନୂତନ ଦିଗଗୁଡ଼ିକ ଉନ୍ମୋଚିତ ହେବାରେ ଲାଗିଛି।

ଓଡ଼ିଶାରେ ବିଜ୍ଞାନ ଏକାଡେମୀ, ଗଣିତ ଓ ପ୍ରୟୋଗ ପ୍ରତିଷ୍ଠାନ, ବିଜ୍ଞାନ କେନ୍ଦ୍ର, ପ୍ଲାନେଟୋରିୟମ୍‌ ଓ ବାୟୋଟେକ୍‌ନୋଲୋଜି ପାର୍କ ଇତ୍ୟାଦି ବିଜ୍ଞାନ ଓ କାରିଗରୀ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। ଶିକ୍ଷକମାନଙ୍କୁ ଉଚ୍ଚତର ତାଲିମ ଦେବାରେ ବିଭାଗ ଗୁରୁତ୍ୱ ଦେଇଛି। ଏକାଡେମୀ ପକ୍ଷରୁ ପ୍ରକାଶିତ ପତି୍ରକାର ବ୍ରେଲି ସଂସ୍କରଣ ପ୍ରକାଶ ପାଉଛି ବୋଲି ସେ ଉଲ୍ଲେଖ କରିଥିଲେ। କାର୍ଯ୍ୟକ୍ରମରେ ବିଜ୍ଞାନ ଏକାଡେମୀର ସଭାପତି ପ୍ରଫେସର ବିଭୂତି ଭୂଷଣ ମିଶ୍ର ପୌରୋହିତ୍ୟ କରିବା ସହିତ ସ୍ୱାଗତ ଭାଷଣ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ପ୍ରଫେସର ପ୍ରଭାତ କୁମାର ମହାପାତ୍ରଙ୍କୁ ୨୦୨୧ ମସିହା ଓ ପ୍ରଫେସର ବିଦୁ୍ୟତ୍‌ କୁମାର ଦାସଙ୍କୁ ୨୦୨୨ ମସିହା ପାଇଁ ବୈଜ୍ଞାନିକ ଉତ୍କର୍ଷ ନିମନ୍ତେ ‘ବିଜୁ ପଟ୍ଟନାୟକ ପୁରସ୍କାର’ ସ୍ୱରୂପ ଦୁଇ ଲକ୍ଷ ଟଙ୍କା, ପଦକ, ମାନପତ୍ର, ପ୍ରମାଣପତ୍ର ଓ ଉତ୍ତରୀୟ ପ୍ରଦାନ କରାଯାଇଥିଲା।

ଅନୁରୂପ ଭାବରେ ୨୦୨୧ ମସିହା ପାଇଁ ଡ. ସୁବାସିନୀ ଲେଙ୍କା, ଡ. ନିଖିଳାନନ୍ଦ ପାଣିଗ୍ରାହୀ, ପ୍ରଫେସର ଗଣପତି ପଣ୍ଡା, ଡ. ଧୀରେନ୍ଦ୍ର କୁମାର ଦାସ, ଡ. ରାମଚନ୍ଦ୍ର ମହାନ୍ତି ଏବଂ ୨୦୨୨ ମସିହା ପାଇଁ ଡ. ସୁବୋଧ କୁମାର ସାହୁ, ଡ. ବିଜୟକେତନ ପଟ୍ଟନାୟକ, ପ୍ରଫେସର ଶିବ ପ୍ରସାଦ ଅଧିକାରୀ, ପ୍ରପେସର ସତ୍ୟବାନ ଜେନା ଓ ଡ. ମନୋରଞ୍ଜନ କରଙ୍କୁ ଉଲ୍ଲେଖନୀୟ ଅବଦାନ ନିମନ୍ତେ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରି ବରିଷ୍ଠ ବୈଜ୍ଞାନିକ ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା।

୨୦୨୧ ମସିହା ପାଇଁ ପ୍ରଫେସର ହୃଦୟନାଥ ଥାଟୋଇ, ଡ. ବିକାଶ କୁମାର ଜେନା, ଡ. ଅଶୋକ କୁମାର ସାହୁ ଓ ପ୍ରଫେସର ଡ. ନାରାୟଣ ପ୍ରସାଦ ପାଢ଼ୀ ଏବଂ ୨୦୨୨ ମସିହା ପାଇଁ ପ୍ରଫେସର ରମେଶ ଚନ୍ଦ୍ର ପାତ୍ର, ଡ. ଭାଗ୍ୟଧର ଭୋଇ ଓ ପ୍ରଫେସର ଦେବୀପ୍ରସନ୍ନ କାନୁନ୍‌ଗୋଙ୍କୁ ‘ସାମନ୍ତ ଚନ୍ଦ୍ରଶେଖର ପୁରସ୍କାର’ ପ୍ରଦାନ କରାଯାଇଛି। ପ୍ରାପକମାନଙ୍କୁ ପ୍ରତ୍ୟେକ ୧ ଲକ୍ଷ ଟଙ୍କା ଅର୍ଥରାଶି ସହିତ ପଦକ, ମାନପତ୍ର, ପ୍ରମାଣପତ୍ର ଓ ଉତ୍ତରୀୟ ପ୍ରଦାନ କରାଯାଇଛି।

‘ଓଡ଼ିଶା ଯୁବ ବୈଜ୍ଞାନିକ ପୁରସ୍କାର’ ବର୍ଗରେ ୨୦୨୧ ମସିହା ପାଇଁ ଡ. ବାସୁଦେବ କର, ଡ. ସ୍ୱାଗତିକା ଦାଶ, ଡ. ବିଷ୍ଣୁପ୍ରସାଦ ବିଶ୍ୱାଳ ଏବଂ ୨୦୨୨ ମସିହା ପାଇଁ ଡ. ସୌମ୍ୟରଞ୍ଜନ ଜେନା, ଡ. ଉତ୍ତମ କୁମାର ପାଣିଗ୍ରାହୀ, ଡ. ସୌମ୍ୟ ପ୍ରକାଶ ଦାଶ ଓ ଡ. ରେଖା ବିଶ୍ୱାଳଙ୍କୁ ଉଲ୍ଲେଖନୀୟ ଗବେଷଣା ପାଇଁ ପଚିଶ ହଜାର ଟଙ୍କା, ମାନପତ୍ର, ପ୍ରମାଣପତ୍ର ଓ ଉତ୍ତରୀୟ ପ୍ରଦାନ କରାଯାଇଥିଲା।

୨୦୨୧ ମସିହା ପାଇଁ ଶ୍ରୀ ଅରୁଣ କୁମାର ପାତ୍ର ଓ ଡ. ଅସିତ୍‌ କୁମାର ସ୍ୱାଇଁ ଏବଂ ୨୦୨୨ ମସିହା ପାଇଁ ଶ୍ରୀ କାର୍ତ୍ତିକ ସ୍ୱାଇଁ ଓ ଡ. ଶୁଭେନ୍ଦୁ ପଟ୍ଟନାୟକଙ୍କୁ ‘ପ୍ରାଣକୃଷ୍ଣ ପରିଜା ଲୋକପ୍ରିୟ ବିଜ୍ଞାନ ପୁସ୍ତକ ପୁରସ୍କାର’ରେ ସମ୍ବର୍ଦ୍ଧିତ କରାଯିବା ସହ ପ୍ରତ୍ୟେକଙ୍କୁ ପଚିଶ ହଜାର ଟଙ୍କା, ମାନପତ୍ର, ପ୍ରମାଣପତ୍ର ଓ ଉତ୍ତରୀୟ ପ୍ରଦାନ କରାଯାଇଥିଲା।

ଶେଷରେ ଏକାଡେମୀର ସଂପାଦକ ପ୍ରଫେସର ଆଶିଷ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଅନୁଜା ତାରିଣୀ ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ଓଡ଼ିଶା ବିଜ୍ଞାନ ଏକାଡେମୀ
Share. Facebook Twitter LinkedIn Email WhatsApp Copy Link

Related Posts

ବିନା ଛୁଞ୍ଚିରେ ଦିଆଯିବ ଇଞ୍ଜେକ୍ସନ, ଓଡିଶା ଷ୍ଟାର୍ଟଅପ କୁ ମିଳିଲା ପେଣ୍ଟଟ

February 24, 2026

ଭୁବନେଶ୍ୱର ୱାର୍ଲ୍ଡ ସ୍କିଲ୍‌ ସେଣ୍ଟର ଏବଂ ପିଆଇବି କାର୍ଯ୍ୟାଳୟ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି

February 24, 2026

ରେଳ ସୁରକ୍ଷାକୁ  ସୁଦୃଢ କରୁଛନ୍ତି କବଚ ଓ ଏଆଇ

February 24, 2026

ରାଜ୍ୟ ସରକାରଙ୍କ ୬୦୦ ଇ-ବସ୍ କିଣିବାକୁ ଯୋଜନା

February 24, 2026
Latest News

ବିନା ଛୁଞ୍ଚିରେ ଦିଆଯିବ ଇଞ୍ଜେକ୍ସନ, ଓଡିଶା ଷ୍ଟାର୍ଟଅପ କୁ ମିଳିଲା ପେଣ୍ଟଟ

February 24, 2026

ଭୁବନେଶ୍ୱର ୱାର୍ଲ୍ଡ ସ୍କିଲ୍‌ ସେଣ୍ଟର ଏବଂ ପିଆଇବି କାର୍ଯ୍ୟାଳୟ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି

February 24, 2026

ରେଳ ସୁରକ୍ଷାକୁ  ସୁଦୃଢ କରୁଛନ୍ତି କବଚ ଓ ଏଆଇ

February 24, 2026

ରାଜ୍ୟ ସରକାରଙ୍କ ୬୦୦ ଇ-ବସ୍ କିଣିବାକୁ ଯୋଜନା

February 24, 2026

୬୦ରୁ ଅଧିକ ଦେଶ ସହ ସଂସଦୀୟ ବନ୍ଧୁତ୍ୱ ଗୋଷ୍ଠୀ ଗଠନ କଲେ ଲୋକସଭା ବାଚସ୍ପତି

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.