
ନୂଆଦିଲ୍ଲୀ: ଆଜି ଆଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପାଇଁ ଦେଶ ସାରା ଉତ୍ସବ ପାଳିତ ହେଉଛି। ଆଉ କିଛି ସମୟ ପରେ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କର ପ୍ରାଣ ପ୍ରତିଷ୍ଠା ପ୍ରକ୍ରିୟା ଆରମ୍ଭ ହେବ। ସୂଚନା ଅନୁଯାୟୀ, ଅପରାହ୍ନ ୧୨.୦୫ ରୁ ପ୍ରାଣ ପ୍ରତିଷ୍ଠା ପାଇଁ ରୀତିନୀତି ଆରମ୍ଭ ହେବ। ପ୍ରଧାନମନ୍ତ୍ରୀ ବର୍ତ୍ତମାନ ଅଯୋଧ୍ୟାରେ ପହଞ୍ଚିସାରିଛନ୍ତି।
ତେବେ ଏହାକୁ ନେଇ କଂଗ୍ରେସ ନେତା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣ ଏକ ବଡ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, “ଆଜି ସନାତନଙ୍କ ଶାସନ ଏବଂ ‘ରାମ ରାଜ୍ୟ’ର ପୁନଃ ସ୍ଥାପନା ଦିବସ। ହଜାର ହଜାର ଲୋକଙ୍କ ବଳିଦାନ ପରେ ଏହି ଦିନ ଆସିଛି … ମୁଁ ଭାବୁଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଥିଲେ, ଏହା ସମ୍ଭବ ହୋଇ ନଥାନ୍ତା।”