Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆାସାମ ମିଲେଟ୍‌ ମିଶନର ୧୫ ଜଣିଆ ପ୍ରତିନିିଧି ଦଳର ଓଡ଼ିଶା ଗସ୍ତ
ଜାତୀୟ ଖବର

ଆାସାମ ମିଲେଟ୍‌ ମିଶନର ୧୫ ଜଣିଆ ପ୍ରତିନିିଧି ଦଳର ଓଡ଼ିଶା ଗସ୍ତ

February 3, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଆାସାମ ମିଲେଟ୍‌ ମିଶନର ୧୫ ଜଣିଆ ପ୍ରତିନିିଧି ଦଳର ଓଡ଼ିଶା ଗସ୍ତ

ଭୁବନେଶ୍ବର: ଓଡ଼ିଶା ମିଲେଟ୍ସ ମିଶନର ସଫଳତା ସମ୍ପର୍କରେ ଅବଗତ ହେବା ପାଇଁ ଆସାମ ମିଲେଟ୍‌ ମିଶନର ୧୫ ଜଣିଆ ପ୍ରତିନିଧି ଦଳ ଜାନୁଆରୀ ୨୯ରୁ ୩୧ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତରେ ଆସିଥିଲେ।

ଆସାମ ସରକାରଙ୍କ ଆସାମ କୃଷି ବ୍ୟବସାୟ ଏବଂ ଗ୍ରାମୀଣ ପରିବର୍ତ୍ତନ ପ୍ରକଳ୍ପ (ଓଆରଆଇଏସ)ର କୃଷି ପରାମର୍ଶଦାତା ଡକଫର ପ୍ରଣବ କୁମାର ମହାନ୍ତଙ୍କ ନେତୃତ୍ୱରେ ଗଠିତ ଏହି ଦଳରେ ଆସାମ ସରକାରଙ୍କ କୃଷି , ବିଦ୍ୟାଳୟ ଶିକ୍ଷା ବିଭାଗ, ଆସାମ କୃଷି ବିଶ୍ୱବିଦ୍ୟାଳୟ, ଆସାମ କୃଷି ବ୍ୟବସାୟ ଏବଂ ଗ୍ରାମୀଣ ପରିବର୍ତ୍ତନ ପ୍ରକଳ୍ପ (ଆରଏଆଇଏସ) ଏବଂ ଆସାମ ଗ୍ରାମୀଣ ଭିତ୍ତିଭୂମି ଏବଂ କୃଷି ସେବା (ଏଆରଆଇଏଏସ୍‌) ସୋସାଇଟିର ଅଧିକାରୀମାନେ ଯୋଗ ଦେଇଥିଲେ।

ଏହି ଅବସରରେ ଓଡ଼ିଶା ମିଲେଟ୍ସ ମିଶନର ରାଜ୍ୟ ପ୍ରକଳ୍ପ ପରିଚାଳନା ୟୁନିଟ୍‌ର ଅଧିକାରୀମାନେ ଓଡ଼ିଶା ମିଲେଟ୍ସ ମିଶନର ପ୍ରଚାର ପ୍ରସାର ଦିଗରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚା କରିଥିଲେ। ବିଶେଷକରି ମାଣ୍ଡିଆ କ୍ରୟ ଏବଂ ବିହନ ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା।

ଆସାମ ମିଲେଟ୍‌ ମିଶନର ପ୍ରତିନିଧି ଦଳର ଅଧିକାରୀମାନଙ୍କୁ ସମ୍ବୋଧିତ କରି ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଆସାମ ରାଜ୍ୟ ପୁଷ୍ଟିଶସ୍ୟକୁ ପ୍ରୋତ୍ସାହନ ଦେବା ଦିଗରେ ପଦକ୍ଷେପ ନେଉଥିବା ଜାଣି ଖୁସି ବ୍ୟକ୍ତ କରିଥିଲେ।

ଓଡ଼ିଶା ମିଲେଟ୍‌ ମିଶନର ଜ୍ଞାନ ଓ ଅଭିଜ୍ଞତା ଆସାମ ସହ ବାଣ୍ଟିବା ଦିଗରେ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ଡ. ପାଢ଼ୀ କହିଥିଲେ। ଏହାକୁ ମିଶନ ମୋଡ୍‌ ଆଭିମୁଖ୍ୟରେ ସମ୍ପାଦନ କରିବା, ତୃଣମୂଳ ସ୍ତରର ଅଭିଜ୍ଞତା ଥିବା ଏକ ସଂଗଠନର ନେତୃତ୍ୱରେ ଏକ ପ୍ରୋଗ୍ରାମ ସେକ୍ରେଟାରିଏଟ୍‌ ପ୍ରତିଷ୍ଠା କରିବା ଏବଂ ଏଥିପାଇଁ ଦୀର୍ଘମିଆଦୀ ବଜେଟ୍‌ ଆବଣ୍ଟନର ଆବଶ୍ୟକତା ରହିଛି ବୋଲି ମତ ଦେଇଥିଲେ।

ଓଡ଼ିଶା ମିଲେଟ୍ସ ମିଶନର ସଫଳତାର ଚାବିକାଠି ହେଉଛି କ୍ରୟ ବ୍ୟବସ୍ଥା। ଓଏମ୍‌ଏମ୍‌ ସୁଆଁ, କାଙ୍ଗୁ, ବାଜରା ଆଦି ପାଇଁ ବେଞ୍ଚମାର୍କ ମୂଲ୍ୟ ଉପରେ ମଧ୍ୟ କାମ କରୁଛୁ ବୋଲି ସେ କହିଥିଲେ । ଓଏମ୍‌ଏମ୍‌ର ଏହି ଅଭିଜ୍ଞତା ନିଶ୍ଚିତ ଭାବରେ ଆସାମ ରାଜ୍ୟରେ ପୁଷ୍ଟିଶସ୍ୟର ପ୍ରଚାର ପ୍ରସାର ଦିଗରେ ନିଆଯାଉଥିବା ପଦକ୍ଷେପକୁ ସଫଳ ରୂପାୟନ ଦେବ ବୋଲି ଡ. ପାଢ଼ୀ ଆଶା ବ୍ୟକ୍ତ କରିଥିଲେ।

ଆସାମ ସରକାରଙ୍କ କୃଷି ଉପଦେଷ୍ଟା ଡ. ପ୍ରଣବ କୁମାର ମହାନ୍ତ ଧନ୍ୟବାଦ ଅର୍ପଣ କରି କହିଥିଲେ ଯେ ଓଡ଼ିଶା ମିଲେଟ୍‌ ମିଶନରୁ ଶିଖିବାକୁ ଆମେ ଏଠାକୁ ଆସିଛୁ, ଯାହା କେବଳ ପୁଷ୍ଟିଶସ୍ୟକୁ ପ୍ରୋତ୍ସାହନ କ୍ଷେତ୍ରରେ ସଫଳନୁହେଁ ବରଂ ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ଅନୁଷ୍ଠାନମାନେ ଏହି ମଡେଲର ସଫଳତାକୁ ସ୍ବୀକୃତି ପ୍ରଦାନ କରିଛନ୍ତି।

ଓଡ଼ିଶା ମିଲେଟ୍ସ ମିଶନ ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଅଧିକାରୀମାନେ ବହୁ ମୂଲ୍ୟବାନ ସୂଚନା ପ୍ରଦାନ କରିଥିବାରୁ ଶ୍ରୀ ମହାନ୍ତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହା ଆସାମ ମିଲେଟ୍‌ ମିଶନକୁ ଆଗକୁ ନେବାରେ ସାହାଯ୍ୟ କରିବ ବୋଲି ସେ ଆଶା ପ୍ରକାଶ କରିଥିଲେ।

ପ୍ରତିନିଧିଦଳ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, କଳିଙ୍ଗ ଷ୍ଟାଡିୟମରେ ଥିବା ମିଲେଟ୍‌ ଶକ୍ତି କାଫେ, କଳାଭୂମି- ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ, ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟ ଏବଂ ଭୁବନେଶ୍ୱର ବରମୁଣ୍ଡାସ୍ଥିତ ଏକ ପୁଷ୍ଟିଶସ୍ୟ ପ୍ରକ୍ରିୟାକରଣ ୟୁନିଟ୍‌ ପରିଦର୍ଶନ କରିଥିଲେ। ଏହାସହ ଏହି ଦଳ ନୟାଗଡ ଜିଲ୍ଲାରେ କ୍ଷେତ ପରିଦର୍ଶନ କରି ମାଣ୍ଡିଆ ସଂଗ୍ରହ କାର୍ଯ୍ୟ, ମାଣ୍ଡିଆ ଫସଲ ପ୍ରଦର୍ଶନ, ପ୍ରକ୍ରିୟାକରଣ ୟୁନିଟ୍‌, ବିହନ କେନ୍ଦ୍ର ଆଦି ସମ୍ପର୍କରେ ଅବଗତ ହୋଇଥିଲେ।

ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଏବଂ ଓଡ଼ିଶା ମିଲେଟ୍ସ ମିଶନର ଅଧିକାରୀଙ୍କ ସହ ଆଲୋଚନା କରି ମିଶନର କାର୍ଯ୍ୟକାରିତା ରଣନୀତି ସମ୍ପର୍କରେ ଆଲୋଚନା କରିଥିଲେ। ସେହିପରି ଦଶପଲ୍ଲା ବ୍ଲକ ଘୁଗୁଡିପଦା ପଞ୍ଚାୟତର କାଚପାଲି ଗ୍ରାମରେ ବ୍ରାହ୍ମଣୀଦେବୀ ସ୍ବୟଂ ସହାୟକ ଗୋଷ୍ଠୀ ଦ୍ୱାରା ପରିଚାଳିତ ଏକ ୟୁନିଟ୍‌ ପରିଦର୍ଶନ କରିଥିଲେ। ଏହାପରେ ପ୍ରତିନିଧିଦଳ ଏକ ମାଣ୍ଡିଆ କ୍ଷେତ ପରିଦର୍ଶନ କରିବା ସହ ଘୁଗୁଡ଼ିପଡ଼ାରେ ଏକ ମାଣ୍ଡିଆ ମଣ୍ଡି ଉଦଘାଟନ ଉତ୍ସବରେ ଯୋଗ ଦେଇଥିଲେ।

ଗସ୍ତର ଶେଷ ଦିନରେ ଏହି ଦଳ ପୁରୀସ୍ଥିତ ମିଲେଟ୍‌ ଶକ୍ତି କାଫେ ପରିଦର୍ଶନ କରିଥିଲେ। ଏହାପରେ ମିଶନ ଶକ୍ତି ଭବନ ଯାଇ ଓଡ଼ିଶା ମିଲେଟ୍ସ ମିଶନର ସଫଳତାରେ ମିଶନ ଶକ୍ତି କିପରି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ସେ ସଂପର୍କରେ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ।

ଓଡ଼ିଶା ମିଲେଟସ୍‌ ମିଶନ
Share. Facebook Twitter LinkedIn Email WhatsApp Copy Link

Related Posts

କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ଆୟୋଜିତ ରାଷ୍ଟ୍ରୀୟ ଶିକ୍ଷାନୀତି ୨୦୨୦ ଆଲୋଚନାରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

October 13, 2025

ପୁରୀ ଯିବା ରାସ୍ତାରେ ହଠାତ କାହିଁକି ଅଟକିଗଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

October 13, 2025

ଗଞ୍ଜେଇ ଜବତ କଲା ବ୍ରହ୍ମପୁର ଅବକାରୀ ବିଭାଗ: ମୋଟରସାଇକେଲ ସମେତ ଦୁଇ ଅଟକ

October 13, 2025

ଏଆଇ ଜରିଆରେ ଭାରତରେ ପରିବର୍ତ୍ତନ

October 13, 2025
Latest News

କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ଆୟୋଜିତ ରାଷ୍ଟ୍ରୀୟ ଶିକ୍ଷାନୀତି ୨୦୨୦ ଆଲୋଚନାରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

October 13, 2025

ପୁରୀ ଯିବା ରାସ୍ତାରେ ହଠାତ କାହିଁକି ଅଟକିଗଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

October 13, 2025

ଗଞ୍ଜେଇ ଜବତ କଲା ବ୍ରହ୍ମପୁର ଅବକାରୀ ବିଭାଗ: ମୋଟରସାଇକେଲ ସମେତ ଦୁଇ ଅଟକ

October 13, 2025

ଏଆଇ ଜରିଆରେ ଭାରତରେ ପରିବର୍ତ୍ତନ

October 13, 2025

ନୂଆପଡ଼ା ଉପନିର୍ବାଚନ: ଆଜିଠୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ

October 13, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.