Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ରାଜାରୁ ନେତା ହୋଇଥିବା ରାଜ ପରିବାର ସଦସ୍ୟମାନେ ଏବେ ରାଜନୈତିକ ଦୁର୍ଦ୍ଦଶାରେ !
ଜାତୀୟ ଖବର

ରାଜାରୁ ନେତା ହୋଇଥିବା ରାଜ ପରିବାର ସଦସ୍ୟମାନେ ଏବେ ରାଜନୈତିକ ଦୁର୍ଦ୍ଦଶାରେ !

February 12, 2024No Comments4 Mins Read
Share Facebook Twitter LinkedIn Email WhatsApp Copy Link
Rajparivar
ରାଜାରୁ ନେତା ହୋଇଥିବା ରାଜ ପରିବାର ସଦସ୍ୟମାନେ ଏବେ ରାଜନୈତିକ ଦୁର୍ଦ୍ଦଶାରେ !

ଭୁବନେଶ୍ୱର: ଦିନ ଥିଲା ରାଜ୍ୟର ବିଭିନ୍ନ ଅଞ୍ଚଳର ରାଜାମାନେ ରାଜ୍ୟର ରାଜନୀତିକୁ ଚଳାଉଥିଲେ। ଏହି ରାଜାମାନଙ୍କ ନର୍ଦ୍ଦେଶରେ ମତଦାତାମାନେ ପ୍ରାର୍ଥୀଙ୍କୁ ଭୋଟ ଦେଉଥିଲେ।ଏବେ କିନ୍ତୁ ପରିସ୍ଥିତି ବଦଳିବା ସହିତ ରାଜ୍ୟ ରାଜନୀତିରେ ରାଜାମାନଙ୍କର ପ୍ରଭାବ ହ୍ରାସ ପାଇବାରେ ଲାଗିଛି।

ଏପରିକି ଏହି ରାଜପରିବାରର ସଦସ୍ୟମାନଙ୍କୁ ପ୍ରାର୍ଥୀ କରି ସମଗ୍ର ଅଞ୍ଚଳରେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସମସ୍ତ ରାଜନୈତିକ ଦଳମାନେ ସେମାନଙ୍କ ନିକଟରେ ଲାଇନ ଲଗାଉଥିଲେ। ଏବେ କିନ୍ତୁ ପରିସ୍ଥିତି ବଦଳି ଯାଇଛି। ରାଜ ପରିବାରର ସଦସ୍ୟମାନଙ୍କୁ କୌଣସି ରାଜନୈତିକ ଦଳ ପ୍ରାର୍ଥୀ କରିବା ଦିଗରେ ଗୁରୁତ୍ୱ ଦେଉନାହାନ୍ତି।

ରାଜ୍ୟ ରାଜନୀତିରେ ସର୍ବାଧିକ ପ୍ରଭାବ ରଖିଥିବା ପାଟଣା ରାଜପରିବାର କଥା ପ୍ରଥମେ ଆଲୋଚନା କରିବା। ପାଟଣା ମହାରାଜା ରାଜେନ୍ଦ୍ର ନାରାୟଣ ସିଂହଦେଓ ପ୍ରଥମେ ଗଣତନ୍ତ୍ର ପରିଷଦର ପ୍ରର୍ଥୀଭାବେ ୧୯୫୧ରେ କଳାହାଣ୍ଡି-ବଲାଙ୍ଗୀର ଲୋକସଭା ଆସନରୁ ବିଜୟୀ ହୋଇଥିଲେ। ୧୯୫୭ରେ ସେ ଟିଟିଲାଗଡ଼ ବିଧାନସଭା ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏହାପରେ ସେ କଣ୍ଟାବାଞ୍ଝି ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

ପରେ ୧୯୬୭ରେ ସେ ବଲାଙ୍ଗୀର ଆସନରୁ ସ୍ୱତନ୍ତ୍ରପାର୍ଟିରୁ ବିଧାନସଭାକୁ ନିର୍ବାଚିତ ହୋଇ ୮ ମାର୍ଚ୍ଚ ୧୯୬୭୮ରେ ଓଡ଼ିଶା ଜନ କଂଗ୍ରେସ ସହିତ ମେଣ୍ଟ କରି ମୁଖ୍ୟମନ୍ତ୍ରୀ ହୋଇଥିଲେ। ସେ ୧୯୭୫ ମସିହା ପର୍ଯ୍ୟନ୍ତ ରାଜ୍ୟ ରାଜନୀତିରେ ସକ୍ରିୟ ଥିଲେ।

ରାଜେନ୍ଦ୍ର ନାରାୟଣ ସିଂହଦେଓ ଦୁଇପୁତ୍ର ରାଜ ରାଜ ସିଂହଦେଓ ଓ ଅନଙ୍ଗ ଉଦୟ ସିଂହଦେଓ ରାଜ ରାଜନୀତିରେ ବେଶ୍‍ ସକ୍ରିୟ ଥିଲେ। ରାଜ ରାଜ ସ୍ୱତନ୍ତ୍ର ପାର୍ଟିରୁ ୪ର୍ଥ ଓ ୫ମ ଲୋକସଭାକୁ ବଲାଙ୍ଗୀର ଆସନରୁ ବିଜୟୀ ହୋଇଥିଲେ। ଜୀବନର ଶେଷ ପର୍ଯ୍ୟାୟରେ ଭାଜପାରେ ଯୋଗ ଦେଇଥିଲେ।

ତାଙ୍କ ପରେ ତାଙ୍କ ପୁତ୍ର କନକବର୍ଦ୍ଧନ ସିଂହଦେଓ ଭାଜପାରୁ ୧୯୯୫ରୁ ୨୦୧୯ ପର୍ଯ୍ୟନ୍ତ ପାଟଣାଗଡ଼ ବିଧାନସଭା ଆସନରୁ ନିର୍ବାଚିତ ହୋଇ ଭାଜପା-ବିଜଦ ମେଣ୍ଟ ସରକାରରେ ମନ୍ତ୍ରୀ ହେବା ସହିତ ୨୦୧୩ରୁ ୨୦୧୪ ପର୍ଯ୍ୟନ୍ତ ଦଳର ରାଜ୍ୟ ସଭାପତି ମଧ୍ୟ ଥିଲେ। ଏହାପରେ ସେ ୨୦୧୯ରେ ବିଜଦ ପ୍ରାର୍ଥୀ ସରୋଜ ମେହେରଙ୍କଠାରୁ ସେ ପରାଜିତ ହୋଇଛନ୍ତି। କନକବର୍ଦ୍ଧନ ସିଂହଦେଓ ପତ୍ନୀ ସଙ୍ଗୀତା ସିଂହଦେଓ ଏବେ ବଲାଙ୍ଗୀରରୁ ଭାଜପାର ଲୋକସଭା ସଦସ୍ୟ ଅଛନ୍ତି।

ରାଜେନ୍ଦ୍ର ନାରାୟଣ ସିଂହଦେଓ ସାନପୁଅ ଅନଙ୍ଗ ଉଦୟ ସିଂହଦେଓ ୧୯୯୦ରୁ ୨୦୦୯ ପର୍ଯ୍ୟନ୍ତ ବଲାଙ୍ଗୀର ବିଧାନସଭା ଆସନରୁ ବିଜଦ ଟିକଟରେ ନିର୍ବାଚିତ ହେଇ ମନ୍ତ୍ରୀ ମଧ୍ୟ ଥିଲେ। ଏହାପରେ ସେ ୨୦୧୪ରୁ ୨୦୧୮ ପର୍ଯ୍ୟନ୍ତ ରାଜ୍ୟସଭା ସଦସ୍ୟ ଥିଲେ। ଏବେ ସେ ଦଳରେ ଅଲୋଡ଼ା ହୋଇପଡ଼ିଛନ୍ତି ବୋଲି କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ। ଅନଙ୍ଗଙ୍କ ବଡ଼ ପୁଅ କଳିକେଶ ନାରାୟଣ ସିଂହଦେଓ ୨୦୦୯ର ୨୦୧୯ ପର୍ଯ୍ୟନ୍ତ ବଲାଙ୍ଗୀର ଲୋକସଭା ଆସନରୁ ବିଜଦରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ।

୨୦୧୯ରେ ପରାଜିତ ହେବାପରଠାରୁ ଦଳରେ ଏବେ ଗୁରୁତ୍ୱ ହରାଇଥିବା ଆଲୋଚନା ହେଉଛି । ତାଙ୍କ ଭାଇ ଅର୍କକେଶ ନାରାୟଣ ସିଂହଦେଓ ୨୦୧୯ରେ ବିଜଦ ଟିକଟରେ ବଲାଙ୍ଗୀର ଆସନରୁ ବିଧାନସଭା ଲଢ଼ି କଂଗ୍ରେସ ପ୍ରାର୍ଥୀଙ୍କଠାରୁ ପରାଜିତ ହୋଇଛନ୍ତି।

ଏହାପରେ ରାଜ୍ୟର ରାଜପରିବାରରେ ସର୍ବାଧିକ ପ୍ରଭାବ ବିସ୍ତାର କରିଥିବା ମୟୁରଭଞ୍ଜ ରାଜପରିବାର ଦେଶ ସ୍ୱାଧୀନ ପରେ ଗଣତାନ୍ତ୍ରିକ ନିର୍ବାଚନରେ ନିଜକୁ ସାମିଲ କରି ନ ଥିଲେ। ଏହାର ଅନ୍ୟ ଏକ କାରଣ ଥିଲା ଜିଲାର ଲୋକସଭା ଆସନ ସମେତ ପ୍ରାୟ ସବୁ ଆସନ ସଂରକ୍ଷିତ ରହିଥିଲା।

ମୟୁରଭଞ୍ଜ ରାଜପରିବାରର ସଦସ୍ୟ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ୨୦୦୯ରୁ ୨୦୧୯ ପର୍ଯ୍ୟନ୍ତ ମୋରଡ଼ା ବିଧାନସଭା ଆସନରୁ ବିଜଦ ଟିକଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ହେଁ ମତଦାତାମାନଙ୍କ ସମସ୍ୟା ପ୍ରତି ଉଦାସୀନ ଥିବାରୁ ଦଳ ତାଙ୍କୁ ୨୦୧୯ରେ ପ୍ରାର୍ଥୀ କରିନାହିଁ।

ରାଜ୍ୟ ରାଜନୀତିରେ ଢେଙ୍କାନାଳ ଗୁରୁତ୍ୱପୂର୍ଣ୍ଣ ରହିଛି। ତେଙ୍କାନାଳର ରାଜମାତା ରତ୍ନପ୍ରଭା ଦେବୀ ୧୯୬୧ରୁ ୧୯୭୧ ପର୍ଯ୍ୟନ୍ତ ଗଣତନ୍ତ୍ର ପରିଷଦ ଓ ସ୍ୱତନ୍ତ୍ର ପାର୍ଟି ତରଫରୁ ଢେଙ୍କାନାଳ ବିଧାନସଭା ଆସନରେ ନିର୍ବାଚନ ଲଢ଼ି ନିର୍ବାଚିତ ହୋଇଥିଲେ। ସବୁଠାରୁ ବଡ଼ କଥା ହେଉଛି ରତ୍ନପ୍ରଭା ଦେବୀ ୧୯୬୧ ମସିହାରେ କଂଗ୍ରେସ ପ୍ରାର୍ଥୀ ବିଜୁ ପଟ୍ଟନାୟକଙ୍କୁ ପରାଜିତ କରି ହଇଚଇ ସୃଷ୍ଟି କରିଥିଲେ। ପରେ ତାଙ୍କ ପୁତ୍ର କାମାକ୍ଷା ପ୍ରସାଦ ସିଂହଦେଓ ୧୯୬୭ରେ ସ୍ୱତନ୍ତ୍ର ପାର୍ଟି ପକ୍ଷରୁ ଢେଙ୍କାନାଳ ଲୋକସଭା ପାଇଁ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ।

ଏହା ପରେ ସେ ୧୯୮୦,୧୯୮୪, ୧୯୯୧, ୧୯୯୬, ୧୯୯୯ରେ କଂଗ୍ରେସ ଟିକଟରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଏହାପରଠାରୁ ସେ କଂଗ୍ରେସ ରାଜନୀତିରେ ନୀରବ ହେବା ସହିତ ମତଦାତାମାନଙ୍କ ସହିତ ନାହାନ୍ତି। ଏପରିକି ରାଜନୀତିରେ ତାଙ୍କ ପରିବାର ଏବେ ଅଲୋଡ଼ା ହୋଇପଡ଼ିଛି।

ଦକ୍ଷିଣ ଓଡ଼ିଶାର ପାରଳାଖେମୁଣ୍ଡି ରାଜପରିବାରର ସଦସ୍ୟ ଗୋପୀନାଥ ଗଜପତି ୧୯୯୧ ଓ ୧୯୮୯ରେ କଂଗ୍ରେସ ଦଳ ପକ୍ଷରୁ ବ୍ରହ୍ମପୁର ଲୋକସଭା ଆସନରୁ ନିର୍ବାଚିତ ହୋଇଥିଲେ। ଜୀବନର ଅନ୍ତି ପର୍ଯ୍ୟାୟରେ ସେ ଭାଜପା ଓ ପରେ ବିଜଦରେ ଯୋଗ ଦେଇଥିଲେ ହେଁ ରାଜନୈତିକ ଗୁରୁତ୍ୱ ପାଇନଥିଲେ। ତାଙ୍କ ପରେ ତାଙ୍କ ଝିଅକୁ କୌଣସି ରାଜନୈତିକ ଦଳ ଲୋଡ଼ିନାହାନ୍ତି।

ଗଞ୍ଜାମ ରାଜନୀତିରେ ବିଜଦ ସହିତ ତିନି ରାଣୀ ରାଜନୀତି କରୁଥିଲେ ହେଁ ଚିକିଟିର ୬ଥରର ବିଧାୟକ ଉଷାଦେବୀଙ୍କୁ ଛାଡ଼ି ଦେଲ କେହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପାଇନାହାନ୍ତି । ଖଲ୍ଲିକୋଟ ରାଣୀ ଭି.ସୁଜ୍ଞାନୀ ଦେଓ ପ୍ରଥମେ ୧୯୬୧ରୁ କଂଗ୍ରେସ ଦଳରୁ ରାଜନୀତି ଆରମ୍ଭ କରି ପରେ ଜନତା ପାର୍ଟି, ଦନତା ଦଳ ଓ ବିଜଦ ସହିତ ଅଛନ୍ତି।

ବିଜୁ ପଟ୍ଟନାୟକଙ୍କ ଅମଳରୁ ଅଣ କଂଗ୍ରେସ ରାଜନୀତି ଅଦ୍ୟାବଧି କରୁଛନ୍ତି। ସେ ୧୦ ଥର ବିଧାୟକ ହେବାର ସଯଭାଗ୍ୟ ଅର୍ଜନ କରିଛନ୍ତି। କିନ୍ତୁ ବୟସ ଅଧିକ ହୋଇଯିବା କାରଣରୁ ସେ ଏବେ ଦଳୀୟ ମହଲରେ ଗୁରୁତ୍ୱ ହରାଇବାରେ ଲାଗିଛନ୍ତି। ଧରାକୋଟ ରାଣୀ ନନ୍ଦନୀ ଦେବୀ ଦଳୀୟ ରାଜନୀତି ନବାଗତ ହୋଇଥିବାରୁ ତାଙ୍କୁ କେହି ଗୁରୁତ୍ୱ ଦେଉନାହାନ୍ତି।

କଳାହାଣ୍ଡିର ରାଜପରିବାର ଗଣତନ୍ତ୍ର ପରିଷଦ, ସ୍ୱତନ୍ତ୍ର ପାର୍ଟି, ସମେତ ବିଜଦ ଓ ଭାଜପା ଦଳ ବୁଲି ସାରିଲାଣି। କଳାହାଣ୍ଡି ରାଜପରିବାର ସଦ୍ୟତମ ସଦସ୍ୟ ଅର୍କକେଶରୀ ଦେଓ ବିଜଦ ଛାଡ଼ି ଏବେ ଭାଜପାକୁ ଆସିଛନ୍ତି। ତାଙ୍କ ପତ୍ନୀଙ୍କୁ ଦଳ ଲୋକସଭା ଆସନରେ ପ୍ରାର୍ଥୀ କରିବ ବୋଲି ଆଲୋଚନା ହେଉଛି।

ନୟାଗଡ଼ ରାଜପରିବାରର ସଦସ୍ୟ ହେମେନ୍ଦ୍ର ଚନ୍ଦ୍ର ସିଂହ କଂଗ୍ରେସରୁ ବିଜଦକୁ ଆସିବା ପରେ ଦଳ ତାଙ୍କୁ ୨୦୧୪ରେ କନ୍ଧମାଳ ଲୋକସଭା ଆସନରୁ ପ୍ରାର୍ଥୀ କରିଥିଲା । ସେ ବିଜୟୀ ହେବାର କିଛି ଦିନ ପରେ ଅକାଳରେ ମୃତ୍ୟୁବରଣ କରିବାରୁ ତାଙ୍କ ପତ୍ନୀ ପ୍ରତ୍ୟୁଷା ରାଜେଶ୍ୱରୀ ଉପ ନିର୍ବାଚନରେ ବିଜଦ ପକ୍ଷରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ଏହାପରେ ବଜଦରେ ଅଲୋଡ଼ା ହୋଇପଡ଼ିବାରୁ ସେ ଏବେ ଭାଜପାରେ ନିଜ ଭାଗ୍ୟ ପରୀକ୍ଷା କରିବା ଅପେକ୍ଷାରେ ଅଛନ୍ତି।

ସେହିପରି ସୁନ୍ଦରଗଡ଼, କେନ୍ଦୁଝର, ଆଠଗଡ଼, ବଡମ୍ବା ରାଜପରିବାରର ସଦସ୍ୟମାନେ ସ୍ୱାଧୀନତା ପରେ ପରେ ରାଜନୀତିରେ ରହି ବିଧାନସଭାକୁ ନିର୍ବାଚିତ ହୋଇଥିଲେ ହେଁ ପରବର୍ତ୍ତୀ ସମୟରେ ନିଜର ପ୍ରାସଙ୍ଗିକତା ହରାଇ ବସିଛନ୍ତି। ବର୍ତ୍ତମାନର ହାଇଟେକ ଯୁଗରେ ରାଜ ପରମ୍ପରା ନ ଥିବାରୁ ଏହି ରାଜପରିବାରର ନେତାମାନେ କେତେ ଗ୍ରହଣୀୟ ହେବ ଓ ରାଜନୈତିକ ଦଳମାନେ ସେମାନଙ୍କୁ କେତେ ଗୁରୁତ୍ୱ ଦେବେ ତାହା ସମୟ କହିବ।

Rajparivar ଅନଙ୍ଗ ଉଦୟ ସିଂହଦେଓ ଅର୍କକେଶ ନାରାୟଣ ସିଂହଦେଓ ଅର୍କକେଶରୀ ଦେଓ କନକବର୍ଦ୍ଧନ ସିଂହଦେଓ କଳିକେଶ ସିଂହଦେଓ ରାଜ ପରିବାର
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀ ଜନଜାତି ଉନ୍ନତ ଗ୍ରାମ ଅଭିଯାନ: ଭାରତର ସର୍ବବୃହତ ଜନଜାତି ଗ୍ରାମ ବିକାଶ ଯୋଜନା

July 22, 2025

ଭୁବନେଶ୍ୱରରେ ଜାତୀୟ ମାନବାଧିକାର ଆୟୋଗଙ୍କ ଦୁଇ ଦିନିଆ ଜନଶୁଣାଣି ଶିବିର ଉଦଯାପିତ

July 22, 2025

“ପୂର୍ବ ଭାରତର ଶ୍ରେଷ୍ଠ ଆଇଟିଆଇ” ଭାବେ ସମ୍ମାନିତ ହେଲା ବଡବିଲ ଆଇଟିଆଇ

July 22, 2025

ରାଜ୍ୟ ମନ୍ତ୍ରୀମଣ୍ଡଳ ସଂପ୍ରାସରଣ ଚର୍ଚ୍ଚା ଭିତରେ ଦିଲ୍ଲୀ କାହିଁକି ଗଲେ ବିଜେପି ସଭାପତି ମନମୋହନ ସାମଲ

July 22, 2025
Latest News

ପ୍ରଧାନମନ୍ତ୍ରୀ ଜନଜାତି ଉନ୍ନତ ଗ୍ରାମ ଅଭିଯାନ: ଭାରତର ସର୍ବବୃହତ ଜନଜାତି ଗ୍ରାମ ବିକାଶ ଯୋଜନା

July 22, 2025

ଭୁବନେଶ୍ୱରରେ ଜାତୀୟ ମାନବାଧିକାର ଆୟୋଗଙ୍କ ଦୁଇ ଦିନିଆ ଜନଶୁଣାଣି ଶିବିର ଉଦଯାପିତ

July 22, 2025

“ପୂର୍ବ ଭାରତର ଶ୍ରେଷ୍ଠ ଆଇଟିଆଇ” ଭାବେ ସମ୍ମାନିତ ହେଲା ବଡବିଲ ଆଇଟିଆଇ

July 22, 2025

ରାଜ୍ୟ ମନ୍ତ୍ରୀମଣ୍ଡଳ ସଂପ୍ରାସରଣ ଚର୍ଚ୍ଚା ଭିତରେ ଦିଲ୍ଲୀ କାହିଁକି ଗଲେ ବିଜେପି ସଭାପତି ମନମୋହନ ସାମଲ

July 22, 2025

୬୨ ବର୍ଷ ପରେ ଅବସର ନେବ ମିଗ୍-୨୧ ଲଢ଼ୁଆ ବିମାନ: ଅପରେସନ୍ ସିନ୍ଦୂରରେ ପାକିସ୍ତାନର କରିଥିଲା ବିପର୍ଯ୍ୟୟ

July 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.