ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର ୧୭ ତମ ସିଜନ୍ ଭାରତରେ ଆୟୋଜିତ ହେବାକୁ ଯାଉଛି। ଏହାକୁ ଆଇପିଏଲ୍ ଚେୟାରମ୍ୟାନ୍ ନିଶ୍ଚିତ କରିଛନ୍ତି। ଏହାପୂର୍ବରୁ ଲୋକସଭା ନିର୍ବାଚନ ହେତୁ ଆଇପିଏଲର ୧୭ ତମ ସିଜିନକୁ ୟୁଏଇ କିମ୍ବା ଦକ୍ଷିଣ ଆଫ୍ରିକାକୁ ସ୍ଥାନାନ୍ତର କରାଯିବ ବୋଲି କଳ୍ପନାଜଳ୍ପନା କରାଯାଇଥିଲା। କିନ୍ତୁ ବର୍ତ୍ତମାନ ଏହି କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର ୧୭ ତମ ସିଜନର ଫାଇନାଲ ମ୍ୟାଚ୍ ମଇ ୨୬ ତାରିଖରେ ଖେଳାଯାଇପାରିବ। ତେବେ ଅନ୍ତିମ ତାରିଖ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। କିନ୍ତୁ ଟି -୨୦ ବିଶ୍ୱକପ ଆରମ୍ଭ ପୂର୍ବରୁ ବିସିସିଆଇ ଟିମ୍ ଇଣ୍ଡିଆର ଖେଳାଳିଙ୍କୁ ୮ ରୁ ୧୦ ଦିନ ସମୟ ଦେବାକୁ ଚାହୁଁଛି।
Tags: indian premium league, ipl