Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଏବେ ଘୋଡ଼ାଙ୍କ ପାଳି
ଜାତୀୟ ଖବର

ଏବେ ଘୋଡ଼ାଙ୍କ ପାଳି

February 20, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ନୂଆପଡ଼ା ଉପନିର୍ବାଚନ
ନୂଆପଡା ଉପ ନିର୍ବାଚନ ଫଳାଫଳ: ସରିଲା ୧୫ ରାଉଣ୍ଡ ଗଣତି, ଜାଣନ୍ତୁ ବିଜେପି-ବିଜେଡ଼ି-କଂଗ୍ରେସର ସ୍ଥିତି

ଭୁବନେଶ୍ୱର: ଗୋଟିଏ ଦଳର ନେତା ଓ କର୍ମୀ ଅନ୍ୟ ରାଜନୈତିକ ଦଳରେ ଯୋଗ ଦେବାର କାର୍ଯ୍ୟକ୍ରମ ବର୍ଷ ତମାମ ଚାଲୁଛି। କିନ୍ତୁ ନେତା କିମ୍ବା କର୍ମୀ ନୁହଁନ୍ତି ସିଧା ଘୋଡ଼ାମାନେ ଦଳର ବାଡ଼ ଡେଇଁ ଅନ୍ୟଦଳର ଖୁଆଡ଼ରେ ପଶିବାକୁ ସଜବାଜ ହେଉଛନ୍ତି। ରାଜନୀତିରେ ଯେତେବେଳେ ସାଂସଦ କିମ୍ବା ବିଧାୟକ ଗୋଟିଏ ଦଳରୁ ଅନ୍ୟ ଦଳକୁ ଯାଆନ୍ତି ସେତେବେଳେ ଘୋଡ଼ା ବେପାର କଥା କୁହାଯାଇଥାଏ।

ଆଉ ଦିନ କେଇଟା ପରେ ନର୍ବାଚନ। ଯେଉଁ ନେତାମାନେ ନିଜ ଦଳରୁ ନିର୍ବାଚନ ଲଢ଼ିବା ପାଇଁ ଦଳୀୟ ଟିକଟ ପାଇବେ ନାହିଁ ସେମାନେ ଯେଉଁଠୁ ଲଢ଼ିବାର ପ୍ରତିଶ୍ରୁତି ପାଇବେ ସେହି ଦଳକୁ ପଟପରିବର୍ତ୍ତନ କରିବେ। ଏଥିପାଇଁ ରାଜ୍ୟ ପ୍ରମୁଖ ତିନିଦଳ କଂଗ୍ରେସ, ବିଜେପି ଓ ବିଜେଡିର ବିଦାୟକ ଓ ସାଂସଦମାନେ ପ୍ରସ୍ତୁତ ହୋଇ ଅନେଇ ବସିଛନ୍ତି।

ମିଳିଥିବା ସୂଚନା ଅନୁସାରେ ପ୍ରାଥମିକ ପର୍ଯ୍ୟାୟରେ କଂଗେସରୁ ୩ଜଣ ଓ ବିଜେପିରୁ ୨ଜଣ ବିଧାୟକ ଶାସନ କ୍ଷମତାରେ ଥିବା ବିଜେଡିକୁ ଯିବାକୁ ଗୋଡ଼ ଟେକି ବସିଛନ୍ତି। ବିଜେଡି ନେତାଙ୍କଠାରୁ ଗ୍ରୀନ୍‍ ସିଗନାଲ ମିଳିବା ପରେ ସେମାନେ ଖୁଆଡ଼ ପରିବର୍ତ୍ତନ କରିବେ। କଂଗ୍ରେସ ଏହି ବିଧାୟକମାନେ ପଶ୍ଚିମ ଓଡ଼ିଶାର ହୋଇଥିବାବେଳେ ବିଜେପି ଏହି ବିଧାୟକମାନେ ଉପକୂଳ ଅଞ୍ଚଳର ବୋଲି ରାଜନୀତିକ ମହଲରେ ଆଲୋଚନା ହେଉଛି। କେବଳ ଯେ କଂଗ୍ରେସ ଓ ବିଜେପି ବିଧାୟକମାନେ ଖୁଆଡ଼ ପରିବର୍ତ୍ତନ କରିବେ ତା’ ନୁହେଁ। ବିଜେଡିର ମଧ୍ୟ ଅନେକ ବିଧାୟକ ମଧ୍ୟ ଖୁଆଡ଼ ପରିବର୍ତ୍ତନର ଆଭାସ ମିଳିଲାଣି। ଯେଉଁ ବିଧାୟକମାନେ ବିଜେଡି ପାଇଁ ବୋଝ ପାଲଟିଲେଣି ସେମାନଙ୍କୁ ଦଳ ମଗାମୀ ନିର୍ବାଚନରେ ପୁଣି ପ୍ରାର୍ଥୀ କରିବାର ସମ୍ଭାବନା କ୍ଷୀଣ ରହିଛି। ଏହି ବିଧାୟକମାନେ ବିଜେଡି ଛାଡ଼ି କଂଗ୍ରେସ ନୁହେଁ ବିଜେପିକୁ ଯିବା ପାଇଁ ଯୋଗସୂତ୍ର ଆରମ୍ଭ କରିଦେଇଛନ୍ତି।

ଟିକଟ ମିଳିବା ଆଶାରେ ଦଳରେ ପଡ଼ିରହିଥିବା ଅନେକ ପୂର୍ବତନ ବିଧାୟକ ମଧ୍ୟ ଆଗାମୀ ନିର୍ବାଚନରେ ଦଳ ମୋହରେ ନ ରହି ନିଜ ଭବିଷ୍ୟତ ସୁରକ୍ଷିତ ରଖିବା ପାଇଁ ମଧ୍ୟ ଖୁଆଡ଼ ପରିବର୍ତ୍ତନ ଚିନ୍ତାରେ ଅଛନ୍ତି।

କେବଳ ବିଧାୟକ ନୁହଁନ୍ତି, ସାଂସଦମାନେ ମଧ୍ୟ ଖୁଆଡ଼ ପରିବର୍ତ୍ତନ କରିବାର ସୂଚନା ମିଳୁଛି। ଏଥିରେ ବିଜେପି ନୁହେଁ ବିଜେଡି ସାଂସଦମାନେ ଦଳ ପରିବର୍ତ୍ତନ କରିବାର ସମ୍ଭାବନା ରହିଛି। କାରଣ ଅନେକ ବିଜେଡି ସାଂସଦ ଅନୁଭବ କରୁଛନ୍ତି ଆଗାମୀ ନିର୍ବାଚନରେ ସେମାନଙ୍କୁ ଦଳ ଆଉ ପ୍ରାର୍ଥୀ କରିନପାରେ। ଏଥିପାଇଁ ସେମାନଙ୍କ ମଧ୍ୟରୁ କେଇ ଇତି ମଧ୍ୟରେ ବିଜେପିର ଶୀର୍ଷ ନେତାଙ୍କ ସହିତ ସାକ୍ଷାତ୍‍ କରିସାରିଛନ୍ତି।

election 2024 lokasabha nirvachan
Share. Facebook Twitter LinkedIn Email WhatsApp Copy Link

Related Posts

ସଂସଦରେ ଉଠିଲା ପିତୃତ୍ୱ ଛୁଟି ପ୍ରସଙ୍ଗ: ଆଉ ଏକ ସାମାଜିକ ଅଧିକାର ଦାବି କଲେ ରାଘବ ଚଢା

March 31, 2026

୩୦୦୦ ଟଙ୍କା ଭତ୍ତା, ମହିଳାଙ୍କ ପାଇଁ ଖାଦ୍ୟ ସୁରକ୍ଷା କାର୍ଡ: କେରଳରେ ବିଜେପି ର ଘୋଷଣାପତ୍ର

March 31, 2026

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ମା’ଙ୍କ ବିରୋଧରେ ଆପତ୍ତିଜନକ ଭାଷା ମାମଲା: ଗିରଫ ହେଲେ ମୌଲାନା

March 31, 2026

ସାବଧାନ!: ଏପ୍ରିଲ ୧ ରୁ ପରିବର୍ତ୍ତନ ହେବ UPI ପଦ୍ଧତି, ଜାଣିବା ଜରୁରୀ

March 31, 2026
Latest News

ସଂସଦରେ ଉଠିଲା ପିତୃତ୍ୱ ଛୁଟି ପ୍ରସଙ୍ଗ: ଆଉ ଏକ ସାମାଜିକ ଅଧିକାର ଦାବି କଲେ ରାଘବ ଚଢା

March 31, 2026

ବାଲୁଗାଁ ମହାବିଦ୍ୟାଳୟରେ ରାଜ୍ୟସ୍ତରୀୟ ପ୍ରକୃତି ଶିବିର

March 31, 2026

୩୦୦୦ ଟଙ୍କା ଭତ୍ତା, ମହିଳାଙ୍କ ପାଇଁ ଖାଦ୍ୟ ସୁରକ୍ଷା କାର୍ଡ: କେରଳରେ ବିଜେପି ର ଘୋଷଣାପତ୍ର

March 31, 2026

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ମା’ଙ୍କ ବିରୋଧରେ ଆପତ୍ତିଜନକ ଭାଷା ମାମଲା: ଗିରଫ ହେଲେ ମୌଲାନା

March 31, 2026

ସାବଧାନ!: ଏପ୍ରିଲ ୧ ରୁ ପରିବର୍ତ୍ତନ ହେବ UPI ପଦ୍ଧତି, ଜାଣିବା ଜରୁରୀ

March 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.