Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ମୋଦିଙ୍କ ପ୍ରଚାର ଗୀତର ସଂଗୀତ ନିର୍ଦ୍ଦେଶନା ଦେଲେ ଓଡିଆ ପୁଅ, ପ୍ରଧାନମନ୍ତ୍ରୀ କଲେ ସେୟାର
ଜାତୀୟ ଖବର

ମୋଦିଙ୍କ ପ୍ରଚାର ଗୀତର ସଂଗୀତ ନିର୍ଦ୍ଦେଶନା ଦେଲେ ଓଡିଆ ପୁଅ, ପ୍ରଧାନମନ୍ତ୍ରୀ କଲେ ସେୟାର

February 25, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ବର୍ତ୍ତମାନ ନିର୍ବାଚନ ପାଖେଇ ଆସୁଥିବାରୁ ସବୁ ଦଳ ସେମାନଙ୍କର ଥିମ ସଂଗୀତ ବା ପ୍ରଚାର ସଂଗୀତ ପ୍ରସ୍ତୁତ କରିବାରେ ଲାଗିଛନ୍ତି। ସେହିପରି ଶାସକ ବିଜେପି ଦଳ ତାହାର ପ୍ରଚାର ସଂଗୀତ ପ୍ରସ୍ତୁତ କରି ସାମାଜିକ ଗଣମାଧ୍ୟମରେ ଛାଡି ସାରିଲାଣି। ଯାହାର ଶୀର୍ଷକ ହେଉଛି “ଫିର ଆୟେଗା ମୋଦି”।

ଏହି ଗୀତଟି ରିଲିଜ ହେବା ପରେ ଖୋଦ ପ୍ରଧାନମନ୍ତ୍ରୀ ତାଙ୍କର ସାମାଜିକ ଗଣମାଧ୍ୟମରେ ସେୟାର କରିଛନ୍ତି। ଏପରିକି ବିଜେପିର ଅଫିସିଆଲ ସାମାଜିକ ଗଣମାଧ୍ୟମରେ ମଧ୍ୟ ପୋଷ୍ଟିଂ ହୋଇଛି। ଏହାକୁ ଲୋକେ ଦେଖି ବେଶ ପସନ୍ଦ କରିବା ସହିତ ହଜାରହଜାର ଲୋକ ଲାଇକ ମଧ୍ୟ କରିଛନ୍ତି। ଏହି ଗୀତଟି ଚଳିତ ନିର୍ବାଚନରେ ପ୍ରଚାରର ପ୍ରମୁଖ ମାଧ୍ୟମ ହେବ ବୋଲି ଜଣାପଡିଛି।

ତେବେ ଏହି ଗୀତ ପଛରେ ଯେ ଅଛନ୍ତି ସେ ହେଉଛନ୍ତି ଜଣେ ଓଡିଆ ପୁଅ। ଏହି ଗୀତର ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଓଡିଶାର ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକ ପ୍ରେମଆନନ୍ଦ। ସେ ପୂର୍ବରୁ ବିଶ୍ବ କପ ହକି ପାଇଁ ଥିମ ସଂଗୀତ ନିର୍ମାଣ କରି ଚର୍ଚ୍ଚାକୁ ଆସିଥିଲେ। ସେହିପରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ସେ ଜୁବୁନୀ ନୌଟିୱଲ କଣ୍ଠଦାନ କରିଛନ୍ତି। ଯାହା ସାମାଜିକ ଗଣମାଧ୍ୟମରେ ବେଶ ଲୋକପ୍ରିୟତା ହାସଲ କରିଛି।

ସେହିପରି ବିଜେପି ପାଇଁ ଏକ ରାଜନୈତିକ ସଂଗୀତ ନିର୍ମାଣ କରି ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି ପ୍ରେମ ଆନନ୍ଦ। ଏ ନେଇ ସେ କହନ୍ତି ଯେ, ପ୍ରକୃତରେ ଏହି ଗୀତଟି ବିଜେପିକୁ ଦେବା ପାଇଁ କରାଯାଇ ନ ଥିଲା। ମୋତେ ମୋଦି ଫିର ଆୟେଗା ସ୍ଲୋଗାନଟି ଶୁଣିବାକୁ ଭଲ ଲାଗିଥିଲା। ସେଥିପାଇଁ ମୁଁ ଏହି ଟ୍ୟାଗ ଲାଇନରେ ଏକ ଗୀତ ଲେଖିବା ପାଇଁ ଗୀତିକାର ଅରୁଣ ଶର୍ମାଙ୍କୁ କହିଥିଲି।

ସେ ଗୀତ ଲେଖିବା ପରେ ସୁର କରାଯାଇ ରେକର୍ଡ କରାଗଲା। ଏହାକୁ ଜଣେ ବିଜେପି ମିଡିଆ ସେଲରେ କାମ କରୁଥିବା ନେତାଙ୍କୁ ପ୍ରଦାନ କରାଯାଇଥିଲା। ସେ ଏହାକୁ ଶୁଣି ଖୁସି ହେବା ସହିତ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଶୁଣାଇଥିଲେ। ପରବର୍ତ୍ତି ସମୟରେ ଖବର ଆସିଲା ଯେ ଏହି ଗୀତଟି ପ୍ରଧାନମନ୍ତ୍ରୀଙ୍କ ପସନ୍ଦ ହୋଇଛି ଏବଂ ଏହାକୁ ଦଳର ଥିମ ସଂଗୀତ ଭାବେ ରିଲିଜ ହେବ।

ବର୍ତ୍ତମାନ ଦେଶର ବୃହତ ଦଳ ବିଜେପି ଯେତେବେଳେ ପ୍ରେମ ଆନନ୍ଦଙ୍କ ସଂଗୀତକୁ ପସନ୍ଦ କରିବା ପରେ ଅନ୍ୟଦଳଗୁଡିକ ତାଙ୍କ ସହିତ ଯୋଗାଯୋଗ କରିବା ଆରମ୍ଭ କରିଛନ୍ତି। ତେବେ ଓଡିଆ ପ୍ରଚାର ଗୀତ କରିବା ପାଇଁ ତାଙ୍କ ସହିତ ଏ ପର୍ଯ୍ୟନ୍ତ କେହି ଯୋଗାଯୋଗ କରି ନ ଥିବାର ଜଣାପଡିଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଅଗଷ୍ଟ ୧୯ ତାରିଖ: ପାଞ୍ଚୋଟି ରାଶି ପାଇଁ ରହିଛି ଶୁଭ ଖବର, ପଢନ୍ତୁ ରାଶିଫଳ

August 19, 2026

ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଗିରଫ

August 18, 2026

“ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ”: ଆତଙ୍କବାଦ ଉପରେ ପାକିସ୍ତାନକୁ ଭାରତର କଡ଼ା ଜବାବ

August 18, 2026

ସମ୍ ଅଲ୍‌ଟିମେଟ୍ ର ଡାକ୍ତର ବାନାମ୍ବର ରାୟଙ୍କୁ ‘ଅନରିଙ୍ଗ ଆୱାର ଗୁରୁ’ ସମ୍ମାନ

August 18, 2026
Latest News

ଆଜି ଅଗଷ୍ଟ ୧୯ ତାରିଖ: ପାଞ୍ଚୋଟି ରାଶି ପାଇଁ ରହିଛି ଶୁଭ ଖବର, ପଢନ୍ତୁ ରାଶିଫଳ

August 19, 2026

ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଗିରଫ

August 18, 2026

କୋରାପୁଟର ଲକ୍ଷ୍ମୀପୁରରେ ଭୂକମ୍ପ ଝଟକା, ଭୟରେ ଘରୁ ବାହାରିଲେ ଲୋକେ

August 18, 2026

ଚିଲିକା ଅଞ୍ଚଳର ସମାଜସେବୀ ଶଙ୍କର ପାଇକରାୟଙ୍କୁ ଏମ୍ସରେ ସାକ୍ଷାତ କଲେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

August 18, 2026

“ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ”: ଆତଙ୍କବାଦ ଉପରେ ପାକିସ୍ତାନକୁ ଭାରତର କଡ଼ା ଜବାବ

August 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.