Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଭୁବନେଶ୍ବରର କୃଷିଭବନ ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ. ପ୍ରମୋଦ କୁମାର ମିଶ୍ର
ଜାତୀୟ ଖବର

ଭୁବନେଶ୍ବରର କୃଷିଭବନ ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ. ପ୍ରମୋଦ କୁମାର ମିଶ୍ର

March 1, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଭୁବନେଶ୍ବରର କୃଷିଭବନ ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ. ପ୍ରମୋଦ କୁମାର ମିଶ୍ର

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଡ. ପ୍ରମୋଦ କୁମାର ମିଶ୍ର ଆଜି ପୂର୍ବାହ୍ନରେ କୃଷିଭବନ ପରିଦର୍ଶନ କରିଛନ୍ତି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଓ ବିଭାଗୀୟ ବରିଷ୍ଠ ଅଧିକାରୀ ଡ. ମିଶ୍ରଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ।

ଡ. ମିଶ୍ର କୃଷି ଭବନ ପରିଦର୍ଶନ ଅବସରରେ କୃଷି ସମୀକ୍ଷା କେନ୍ଦ୍ର ବୁଲି ଦେଖିବା ସହିତ ଏହାର କାର୍ଯ୍ୟକାରିତା ସଂପର୍କରେ ପ୍ରମୁଖ ଶାସନ ସଚିବ ଡ. ପାଢ଼ୀ ଏବଂ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ଏବଂ ଡିଜିଟାଇଜେସନ୍‌ ମାଧ୍ୟମରେ କୃଷିରେ ରୂପାନ୍ତରଣ ଆଣିବା ନିମନ୍ତେ କୃଷି ବିଭାଗ ପକ୍ଷରୁ ଏକ କୃଷି ସମୀକ୍ଷା କେନ୍ଦ୍ର ନାମକ ଏକ ଅତ୍ୟାଧୁନିକ ଡିଜିଟାଲ ପ୍ଲାଟ୍‌ଫର୍ମ ସ୍ଥାପନ କରାଯାଇଛି।

ଏହା ଦ୍ୱାରା ପ୍ରକୃତ କ୍ଷେତ୍ରସ୍ତରୀୟ ତଥ୍ୟ ସଂଗ୍ରହ ଓ ବିଶ୍ଳେଷଣ କରାଯାଇପାରୁଛି । କୃଷି ସମୀକ୍ଷା କେନ୍ଦ୍ରରେ ଏକ କେନ୍ଦ୍ରୀଭୂତ କମାଣ୍ଡ ଓ କଣ୍ଟ୍ରୋଲ ସନ୍ନିରୀକ୍ଷଣ ବ୍ୟବସ୍ଥା ଆରମ୍ଭ କରାଯାଇଛି । ଏହି ଅତ୍ୟାଧୁନିକ ଡିଜିଟାଲ୍‌ ପ୍ଲାଟଫର୍ମର ଉପଯୋଗ ଦ୍ୱାରା କୃଷି ବିଭାଗର ବିଭିନ୍ନ ଯୋଜନାର ବାସ୍ତବ ରୂପାୟନ, ବିଭାଗୀୟ ନିର୍ଦ୍ଦେଶ ଏବଂ କାର୍ଯ୍ୟର ସମୀକ୍ଷା ଓ ପର୍ଯ୍ୟବେକ୍ଷଣ ନିମନ୍ତେ ଏକ ସମନ୍ୱିତ ନିଷ୍ପତ୍ତି ଗ୍ରହଣର ବ୍ୟବସ୍ଥା ରହିଛି ।

କୃଷି ସମୀକ୍ଷା କେନ୍ଦ୍ର ମାଧ୍ୟମରେ ବିଭାଗର ଅଧିକାରୀମାନେ ବିଭିନ୍ନ ଯୋଜନା ଏବଂ କାର୍ଯ୍ୟକ୍ରମର ଡିଜାଇନ୍‌ର ଅନୁମାନ ଦିଗରେ ପରିକଳ୍ପନା ଆଧାରିତ ସର୍ବେକ୍ଷଣ କରିପାରୁଛନ୍ତି । ବାସ୍ତବ ସମୟର ତଥ୍ୟ ଏବଂ ଏହାର ଅପ୍‌ଡେଟ୍‌ ଆଧାରରେ କ୍ଷେତ୍ରର ସମସ୍ୟାକୁ ତୁରନ୍ତ ଚିହ୍ନଟ କରି ଏହାର ସମାଧାନ ଦିଗରେ ପଦକ୍ଷେପ ନିଆଯାଇପାରୁଛି । ଏହା ଦ୍ୱାରା କୀଟପତଙ୍ଗର ପ୍ରାଦୁର୍ଭାବ ଏବଂ ପ୍ରାକୃତିକ ବିପର୍ଯ୍ୟୟ ଆଦି ସମୟରେ ଫସଲହାନୀକୁ ବହୁ ପରିମାଣରେ ହ୍ରାସ କରାଯାଇପାରୁଛି ।

ଏହା ପରେ ଡ. ମିଶ୍ର କ଼ୃଷି ଭବନ ପରିସରରେ ଥିବା ମିଲେଟସ୍‌ କାଫେ ପରିଦର୍ଶନ କରି ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ସଂପର୍କରେ ପଚାରି ବୁଝିଥିଲେ। ଡ. ମିଶ୍ରଙ୍କ ପରିଦର୍ଶନ ସମୟରେ ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଅରବିନ୍ଦ ଅଗ୍ରୱାଲ, ଓସେପାର ନିର୍ଦ୍ଦେଶକ ଶ୍ରୀ ଅନୁପମ ସାହାଙ୍କ ସମେତ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ, ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ରୋହିତ କୁମାର ଲେଙ୍କା ଏବଂ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

 

pkmishra
Share. Facebook Twitter LinkedIn Email WhatsApp Copy Link

Related Posts

ଖୋର୍ଦ୍ଧା ରୋଡ୍-ବଲାଙ୍ଗିର ରେଳ ଲାଇନରେ ତରାବୋଇ ଠାରେ ନୂତନ ପାସେଞ୍ଜର ହଲ୍ଟ ଉଦଘାଟନ

September 17, 2025

ପ୍ରକୃତି ଏବଂ ବନ୍ୟପ୍ରାଣୀ ସଂରକ୍ଷଣ ପାଇଁ ଢେଙ୍କାନାଳରେ ଅନୁଷ୍ଠିତ ହେବ ଫଟୋଗ୍ରାଫୀ ପ୍ରତିଯୋଗିତା

September 17, 2025

ସୋଆ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ‘ଡିଜିଟାଲ୍ ଟ୍ରାନ୍ସଫର୍ମେସନ୍‌’ ଶୀର୍ଷକ କର୍ମଶାଳା

September 17, 2025

ପ୍ରଧାନମନ୍ତ୍ରୀ ହେଉଛନ୍ତି ତ୍ୟାଗ ଏବଂ ସମର୍ପଣର ପ୍ରତୀକ: ଅମିତ ଶାହ

September 17, 2025
Latest News

ଖୋର୍ଦ୍ଧା ରୋଡ୍-ବଲାଙ୍ଗିର ରେଳ ଲାଇନରେ ତରାବୋଇ ଠାରେ ନୂତନ ପାସେଞ୍ଜର ହଲ୍ଟ ଉଦଘାଟନ

September 17, 2025

ପ୍ରକୃତି ଏବଂ ବନ୍ୟପ୍ରାଣୀ ସଂରକ୍ଷଣ ପାଇଁ ଢେଙ୍କାନାଳରେ ଅନୁଷ୍ଠିତ ହେବ ଫଟୋଗ୍ରାଫୀ ପ୍ରତିଯୋଗିତା

September 17, 2025

ଚିଲିକା: ପଞ୍ଚାୟତ ସ୍ତରୀୟ ଅନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ସଚେତନତା ଶିବିର

September 17, 2025

ସୋଆ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ‘ଡିଜିଟାଲ୍ ଟ୍ରାନ୍ସଫର୍ମେସନ୍‌’ ଶୀର୍ଷକ କର୍ମଶାଳା

September 17, 2025

ବାଲୁଗାଁ କଲେଜ ଛାତ୍ରଛାତ୍ରୀଙ୍କ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

September 17, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.