ହାଇକୋର୍ଟ ଜଷ୍ଟିସ୍ ଙ୍କ ଇସ୍ତଫା, ବିଜେପିରେ ହେବେ ସାମିଲ, ଜଣାଇଲେ ତାରିଖ

Published: Mar 5, 2024, 3:39 pm IST

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର କଲିକତା ହାଇକୋର୍ଟର ପୂର୍ବତନ ଜଷ୍ଟିସ ଅଭିଜିତ ଗଙ୍ଗୋପାଧ୍ୟାୟ ସ୍ପଷ୍ଟ କରିଛନ୍ତି ଯେ, ସେ ଭାରତୀୟ ଜନତା ପାର୍ଟି (ବିଜେପି) ର ସାମିଲ ହେବେ। ଆଜି ସେ ରାଜ୍ୟ ରାଜଧାନୀ କୋଲକାତାରେ କହିଛନ୍ତି ଯେ, ମାର୍ଚ୍ଚ ୭ ତାରିଖ ୨୦୨୪ ଅପରାହ୍ନରେ ଏକ କାର୍ଯ୍ୟକ୍ରମ ହୋଇପାରେ, ଯେଉଁଥିରେ ସେ ବିଜେପିରେ ଯୋଗଦେବେ।

ଜଷ୍ଟିସ ଅଭିଜିତ ଗଙ୍ଗୋପାଧ୍ୟାୟ ଏହି ପଦରୁ ଇସ୍ତଫା ଦେଇଛନ୍ତି। ଜଷ୍ଟିସ୍ ଅଭିଜିତ୍ ଗଙ୍ଗୋପାଧ୍ୟାୟ ଆଜି ସକାଳେ ହାଇକୋର୍ଟରେ ଚାମ୍ବରରେ ପହଞ୍ଚିଥିଲେ ଏବଂ ଏହା ପରେ ତାଙ୍କ ତରଫରୁ ଇସ୍ତଫା ପତ୍ର ପଠାଯାଇଥିଲା। ସୂତ୍ରରୁ ପ୍ରକାଶ ଯେ, ଜଷ୍ଟିସ ଗଙ୍ଗୋପାଧ୍ୟାୟ ତାଙ୍କ ଇସ୍ତଫା ପତ୍ର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ପଠାଇଛନ୍ତି ଏବଂ ଏହାର ନକଲଗୁଡ଼ିକୁ ଭାରତର ପ୍ରଧାନ ବିଚାରପତି (ସିଜେଇ) ଡିୱାଇ ଚନ୍ଦ୍ରଚୁଡ ଏବଂ କଲିକତା ହାଇକୋର୍ଟର ପ୍ରଧାନ ବିଚାରପତି ଟି.ଏସ୍ ଶିବଜ୍ଞାନମ୍ ପଠାଇଛନ୍ତି।

ଉଲ୍ଲେଖଥାଉ କି, ୧ ଦିନ ପୂର୍ବେ ଅର୍ଥାତ୍ ମାର୍ଚ୍ଚ ୪ ତାରିଖରେ ରେ ଜଷ୍ଟିସ୍ ଅଭିଜିତ୍ ଗଙ୍ଗୋପାଧ୍ୟାୟ କହିଥିଲେ ଯେ, ସେ ଜଣେ ବିଚାରପତି ଭାବରେ ତାଙ୍କର କାର୍ଯ୍ୟ ସମାପ୍ତ କରିଛନ୍ତି, କାରଣ କିଛି ଆଇନଜୀବୀ ତଥା ମକଦ୍ଦମାକାରୀ ତାଙ୍କୁ ଜଜ୍ ପଦରୁ ଇସ୍ତଫା ଦେବାର ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଅନୁରୋଧ କରିଥିଲେ।

ଜଷ୍ଟିସ ଅଭିଜିତ ଗଙ୍ଗୋପାଧ୍ୟାୟଙ୍କ ତମଲୁକ ଲୋକସଭା ଆସନରୁ ବିଜେପି ପାଇଁ ଲଢିବାକୁ ନେଇ ଚର୍ଚ୍ଚା ହେଉଛି। ଅଭିଜିତ ଗଙ୍ଗୋପାଧ୍ୟାୟଙ୍କୁ ୨୦୧୮ ରେ କୋଲକାତା ହାଇକୋର୍ଟରେ ବିଚାରପତି ଭାବରେ ନିଯୁକ୍ତ କରାଯାଇଥିଲା। ଜଷ୍ଟିସ ଗଙ୍ଗୋପାଧ୍ୟାୟ ହାଜରା କଲେଜରୁ ଆଇନ ଅଧ୍ୟୟନ କରିଛନ୍ତି। ସେ ଜଣେ ରାଜ୍ୟ ସେବା ଅଧିକାରୀ ମଧ୍ୟ ରହିଛନ୍ତି।

Related posts