Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ରଣଜୀ ଟ୍ରଫି ୨୦୨୪: ବିଦର୍ଭକୁ ପରାସ୍ତ କରି ୪୨ ତମ ଥର ପାଇଁ ଟାଇଟଲ ଜିତିଲା ମୁମ୍ବାଇ
ଜାତୀୟ ଖବର

ରଣଜୀ ଟ୍ରଫି ୨୦୨୪: ବିଦର୍ଭକୁ ପରାସ୍ତ କରି ୪୨ ତମ ଥର ପାଇଁ ଟାଇଟଲ ଜିତିଲା ମୁମ୍ବାଇ

March 14, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ରଣଜୀ ଟ୍ରଫି ୨୦୨୪ର ଫାଇନାଲରେ ବିଦର୍ଭକୁ ପରାସ୍ତ କରି ୪୨ ତମ ଥର ପାଇଁ ମୁମ୍ବାଇ ଟୁର୍ଣ୍ଣାମେଣ୍ଟ ଟାଇଟଲ ଜିତିଛି। ଏହି ମ୍ୟାଚରେ ମୁମ୍ବାଇ ଏକ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ଜିତିଛି। ପ୍ରଥମ ଇନିଂସରେ ଶସ୍ତାରେ ଆଉଟ ହେବା ପରେ ଦ୍ୱିତୀୟ ଇନିଂସରେ ମୁମ୍ବାଇ ପ୍ରତ୍ୟାବର୍ତ୍ତନ କରି ବିଦର୍ଭ ପାଇଁ ୫୩୮ ରନ୍ ର ବିଶାଳ ଲକ୍ଷ୍ୟ ଦେଇଥିଲା। କିନ୍ତୁ ମ୍ୟାଚ୍ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବିଦର୍ଭ ଦଳ ଅନେକ ଭୁଲ କରିଥିଲେ, ଯେଉଁଥିପାଇଁ ସେମାନଙ୍କୁ ଟାଇଟଲ୍ ମ୍ୟାଚ୍ ହରାଇବାକୁ ପଡିଥିଲା। ଆସନ୍ତୁ ଜାଣିବା ବିଦର୍ଭ ଦଳର ପରାଜୟର ବଡ କାରଣ…..

ଖରାପ ବୋଲିଂ:

ଏହି ମ୍ୟାଚରେ ବିଦର୍ଭ ଦଳ ଖରାପ ବୋଲିଂ ପ୍ରଦର୍ଶନ କରିଥିଲେ। ପ୍ରଥମ ଇନିଂସରେ ସେମାନେ ୨୨୪ ରନ୍ ରେ ମୁମ୍ବାଇକୁ ଆଉଟ୍ କରିଥିଲେ ମଧ୍ୟ ଦ୍ୱିତୀୟ ଇନିଂସରେ ମୁମ୍ବାଇର ବ୍ୟାଟ୍ସମ୍ୟାନ୍ ଙ୍କ ସାମ୍ନାରେ ଦଳର ବୋଲରମାନେ ସମ୍ପୂର୍ଣ୍ଣ ଫିକା ପଡିଥିବାର ଦେଖାଯାଉଥିଲା। ମୁମ୍ବାଇ ଦ୍ୱିତୀୟ ଇନିଂସରେ ୪୧୮ ରନ୍ କରିଥିଲା।

ଖରାପ ବ୍ୟାଟିଂ:

ବୋଲିଂ ସହିତ ବିଦର୍ଭ ଦଳର ବ୍ୟାଟିଂ ମଧ୍ୟ ବହୁତ ଖରାପ ଥିଲା। ମ୍ୟାଚରେ ପ୍ରଥମେ ବୋଲିଂ କରି ବିଦର୍ଭ ୨୨୪ ରନ୍ ରେ ମୁମ୍ବାଇକୁ ଆଉଟ କରିଥିଲା। କିନ୍ତୁ ତା’ପରେ ଏହାର ପ୍ରଥମ ଇନିଂସରେ ବ୍ୟାଟିଂ କରୁଥିବାବେଳେ ବିଦର୍ଭ ଦଳ ମାତ୍ର ୧୦୫ ରନ୍ ସଂଗ୍ରହ କରିଥିଲା। ଦଳର ୬ ଜଣ ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କ ମଧ୍ୟ ପାର କରିପାରିନଥିଲେ, ଯେଉଁଥିରେ ଦୁଇଟି ଗୋଲ୍ଡେନ ଡକ ଅନ୍ତର୍ଭୁକ୍ତ ଥିଲା। ଏହିପରି ଭାବରେ ପ୍ରଥମ ଇନିଂସର ବ୍ୟାଟିଂ ବିଫଳତା ଯୋଗୁଁ ବିଦର୍ଭ ଦଳ ଟାଇଟଲ ମ୍ୟାଚ ଜିତିବାର ସ୍ଵପ୍ନ ହରାଇଥିଲା।

Mumbai Vs Vidarbha Ranji Trophy 2024 Ranji Trophy 2024 Final
Share. Facebook Twitter LinkedIn Email WhatsApp Copy Link

Related Posts

ବ୍ରଡବ୍ୟାଣ୍ଡ ସଂଯୋଗରେ ମିଳୁଛି 6,000 ଟଙ୍କାର ରିହାତି, ଅନେକ OTT ମାଗଣାରେ ଉପଲବ୍ଧ

August 20, 2025

ଅପରାଧିକ ମାମଲାରେ ପଦରୁ ହଟିବେ ପିଏମ, ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ!: ସଂସଦରେ ଆଗତ ହେବ ୩ ଗୁରୁତ୍ୱପୂର୍ଣ୍ଣ ବିଲ୍

August 20, 2025

ଗତ ୧୦ ଦିନ ଧରି ସୁନା ଦରରେ ନିରନ୍ତର ହ୍ରାସ, ଜାଣନ୍ତୁ ଭବିଷ୍ୟତର ଧାରା

August 20, 2025

ନମାଜ ପାଠ ବେଳେ ଆଖିବୁଜା ଗୁଳି ଚାଳନା: ୨୭ ମୃତ, ଅନେକ ଆହତ

August 20, 2025
Latest News

ବ୍ରଡବ୍ୟାଣ୍ଡ ସଂଯୋଗରେ ମିଳୁଛି 6,000 ଟଙ୍କାର ରିହାତି, ଅନେକ OTT ମାଗଣାରେ ଉପଲବ୍ଧ

August 20, 2025

ଅପରାଧିକ ମାମଲାରେ ପଦରୁ ହଟିବେ ପିଏମ, ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ!: ସଂସଦରେ ଆଗତ ହେବ ୩ ଗୁରୁତ୍ୱପୂର୍ଣ୍ଣ ବିଲ୍

August 20, 2025

ଗତ ୧୦ ଦିନ ଧରି ସୁନା ଦରରେ ନିରନ୍ତର ହ୍ରାସ, ଜାଣନ୍ତୁ ଭବିଷ୍ୟତର ଧାରା

August 20, 2025

ନମାଜ ପାଠ ବେଳେ ଆଖିବୁଜା ଗୁଳି ଚାଳନା: ୨୭ ମୃତ, ଅନେକ ଆହତ

August 20, 2025

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ ଉଦ୍ୟମ, ପୋଲିସ ହେପାଜତରେ ଅଭିଯୁକ୍ତ

August 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.