
ନୂଆଦିଲ୍ଲୀ: ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ (ଏନଡିଏ) ରେ ଆସନ ବାଣ୍ଟିବାରେ ଅସନ୍ତୁଷ୍ଟ ହୋଇ ଲୋକ ଜନଶକ୍ତି ପାର୍ଟି (ଏଲଜେପି) ସଭାପତି ପଶୁପତି ପରାସ ମୋଦି କ୍ୟାବିନେଟରୁ ଇସ୍ତଫା ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ସେ ଇସ୍ତଫା ଘୋଷଣା କରିଛନ୍ତି। ପାରସ କହିଛନ୍ତି ଯେ, ବ୍ୟକ୍ତିଗତ ଭାବେ ମୋ ପ୍ରତି ଅନ୍ୟାୟ କରାଯାଇଛି।