Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବିଜେପିରେ ଯୋଗ ଦେଲେ ପୂର୍ବତନ ବାୟୁସେନା ମୁଖ୍ୟ ଆର.କେ.ଏସ୍ ଭଦୌରିଆ
ଜାତୀୟ ଖବର

ବିଜେପିରେ ଯୋଗ ଦେଲେ ପୂର୍ବତନ ବାୟୁସେନା ମୁଖ୍ୟ ଆର.କେ.ଏସ୍ ଭଦୌରିଆ

March 24, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପୂର୍ବତନ ବାୟୁସେନା ମୁଖ୍ୟ ଆର.କେ.ଏସ୍ ଭଦୌରିଆ ଆଜି ବିଜେପିରେ ଯୋଗ ଦେଇଥିଲେ। ବିଜେପି ସାଧାରଣ ସମ୍ପାଦକ ବିନୋଦ ତାୱଡେ ଏବଂ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁରଙ୍କ ଉପସ୍ଥିତିରେ ଏୟାର ଚିଫ୍ ମାର୍ଶଲ (ଅବସରପ୍ରାପ୍ତ) ଆର.କେ.ଏସ ଭଦୌରିଆ ବିଜେପି ରେ ଯୋଗଦେଇଛନ୍ତି। ଶ୍ରୀ ଭଦୌରିଆ ଏଭଳି ସମୟରେ ବିଜେପି ରେ ଯୋଗଦେଇଛନ୍ତି, ଯେତେବେଳେ ଆସନ୍ତା ମାସରୁ ଲୋକସଭା ନିର୍ବାଚନ ପାଇଁ ଭୋଟ୍ ଆରମ୍ଭ ହେବ।

ଆରକେଏସ୍ ଭଦୌରିଆ ସେପ୍ଟେମ୍ବର ୨୦୨୧ରେ ବାୟୁସେନା ମୁଖ୍ୟ ପଦରୁ ଅବସର ନେଇଥିଲେ। ବାୟୁସେନା ମାର୍ଶଲ ବିବେକ ରାମ ଚୌଧୁରୀଙ୍କୁ ତାଙ୍କ ସ୍ଥାନରେ ବାୟୁସେନାର ମୁଖ୍ୟ କରାଯାଇଥିଲା। ଶ୍ରୀ ଭଦୌରିଆ ସେପ୍ଟେମ୍ବର ୩୦ ତାରିଖ ୨୦୧୯ରୁ ସେପ୍ଟେମ୍ବର ୩୦ ତାରିଖ ୨୦୨୧ ପର୍ଯ୍ୟନ୍ତ ଦେଶର ବାୟୁସେନା ମୁଖ୍ୟ ଥିଲେ। ସେ ଉତ୍ତରପ୍ରଦେଶର ଆଗ୍ରା ଜିଲ୍ଲାର ବାହ ତହସିଲର ବାସିନ୍ଦା। ସେ ରାଫେଲ ଜେଟକୁ ଭାରତ ଆଣିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ବିମାନ ପାଇଁ ଫ୍ରାନ୍ସ ସହିତ ବୁଝାମଣା କରୁଥିବା ଦଳର ନେତୃତ୍ୱ ନେଉଥିଲେ।

ଆରକେଏସ୍ ଭଦୌଆକୁ ଟିକେଟ୍ କେଉଁଠୁ ପାଇବେ?:

ଯଦି ଗଣମାଧ୍ୟମର ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ଉତ୍ତରପ୍ରଦେଶର ଗାଜିଆବାଦ ଲୋକସଭା ଆସନରୁ ବିଜେପି ପୂର୍ବତନ ବାୟୁସେନା ମୁଖ୍ୟ ଆର.କେ.ଏସ ଭଦୌରିଆଙ୍କୁ ଟିକେଟ ମିଳିପାରେ। ବର୍ତ୍ତମାନ ଏହି ଆସନରୁ ଜେନେରାଲ ଭି.କେ ସିଂ ହେଉଛନ୍ତି ବିଜେପି ସାଂସଦ। ସେ ୨୦୧୪ ଏବଂ ୨୦୧୯ ରେ ଏହି ଆସନରୁ ନିର୍ବାଚନ ଜିତିଛନ୍ତି। ଗାଜିଆବାଦରୁ ପ୍ରାର୍ଥୀଙ୍କ ନାମ ଏପର୍ଯ୍ୟନ୍ତ ବିଜେପି ଦ୍ଵାରା ପ୍ରକାଶିତ ଚାରିଟି ତାଲିକାରେ ଘୋଷଣା କରାଯାଇ ନାହିଁ। ଏଭଳି ପରିସ୍ଥିତିରେ ଆରକେଏସ୍ ଭଦୌରିଆଙ୍କୁ ଏହି ଆସନରୁ ପ୍ରାର୍ଥୀ କରାଯାଇପାରେ ବୋଲି କଳ୍ପନାଜଳ୍ପନା କରାଯାଉଛି।

Breaking News Former Chief of Air Staff RKS Bhadauria
Share. Facebook Twitter LinkedIn Email WhatsApp Copy Link

Related Posts

ଗ୍ରାହକଙ୍କ ପାଇଁ ରିଲାଏନ୍ସ ଜିଓର ମ୍ୟାଚିଙ୍ଗ ମୋବାଇଲ ନମ୍ବର ଚୟନ ସୁବିଧା: ମାତ୍ର ୫୦ ଟଙ୍କାର ସ୍ୱତନ୍ତ୍ର ପ୍ରାରମ୍ଭିକ ମୂଲ୍ୟ

August 7, 2025

TCS କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର, ଆସନ୍ତା ମାସରୁ 80% କର୍ମଚାରୀଙ୍କ ବୃଦ୍ଧି ହେବ ଦରମା

August 7, 2025

ରାଜ୍ୟ ସରକାରଙ୍କ ଆଉ ଏକ ବଡ ପଦକ୍ଷେପ: ଖୁବ୍‌ଶୀଘ୍ର ପୂରଣ ହେବ ପ୍ରାୟ ୨୩ ହଜାର ପଦବୀ

August 7, 2025

ପ୍ରିଣ୍ଟ, ଡିଜିଟାଲ୍ ଏବଂ ଅଡିଓ ଭିଜୁଆଲ୍‌ ଗଣମାଧ୍ୟମରେ ସରକାରୀ ବାର୍ତ୍ତା ପ୍ରସାରଣ ପାଇଁ ବ୍ୟାପକ ନିର୍ଦ୍ଦେଶାବଳୀ

August 7, 2025
Latest News

ଗ୍ରାହକଙ୍କ ପାଇଁ ରିଲାଏନ୍ସ ଜିଓର ମ୍ୟାଚିଙ୍ଗ ମୋବାଇଲ ନମ୍ବର ଚୟନ ସୁବିଧା: ମାତ୍ର ୫୦ ଟଙ୍କାର ସ୍ୱତନ୍ତ୍ର ପ୍ରାରମ୍ଭିକ ମୂଲ୍ୟ

August 7, 2025

TCS କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର, ଆସନ୍ତା ମାସରୁ 80% କର୍ମଚାରୀଙ୍କ ବୃଦ୍ଧି ହେବ ଦରମା

August 7, 2025

ରାଜ୍ୟ ସରକାରଙ୍କ ଆଉ ଏକ ବଡ ପଦକ୍ଷେପ: ଖୁବ୍‌ଶୀଘ୍ର ପୂରଣ ହେବ ପ୍ରାୟ ୨୩ ହଜାର ପଦବୀ

August 7, 2025

ପ୍ରିଣ୍ଟ, ଡିଜିଟାଲ୍ ଏବଂ ଅଡିଓ ଭିଜୁଆଲ୍‌ ଗଣମାଧ୍ୟମରେ ସରକାରୀ ବାର୍ତ୍ତା ପ୍ରସାରଣ ପାଇଁ ବ୍ୟାପକ ନିର୍ଦ୍ଦେଶାବଳୀ

August 7, 2025

ଅମୃତ ଷ୍ଟେସନ ଯୋଜନା ଅଧୀନରେ ଅନୁଗୁଳ ରେଳ ଷ୍ଟେସନର ରୂପାନ୍ତରଣ

August 7, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.