Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବିକାଶ ବନାମ ବିନାଶ
ଜାତୀୟ ଖବର

ବିକାଶ ବନାମ ବିନାଶ

April 24, 2024No Comments5 Mins Read
Share Facebook Twitter LinkedIn Email WhatsApp Copy Link
ଗୁଜରାଟରେ ଜାତୀୟ ରାଜପଥ - ୫୬ ଚାରି-ଲେନ୍ ଉନ୍ନତିକରଣକୁ କ୍ୟାବିନେଟ୍ ଅନୁମୋଦନ
ଗୁଜରାଟରେ ଜାତୀୟ ରାଜପଥ - ୫୬ ଚାରି-ଲେନ୍ ଉନ୍ନତିକରଣକୁ କ୍ୟାବିନେଟ୍ ଅନୁମୋଦନ

ସୁବାସ କୁମାର ତାରଣିଆଁ

ସାମ୍ପ୍ରତିକ ସମୟରେ ସଡ଼କ ଦୁର୍ଘଟଣା ଆମ ଦେଶରେ ଏକ ପ୍ରମୁଖ ସମସ୍ୟା ଭାବେ ମୁଣ୍ଡ ଟେକିଛି। ଦିନକୁ ଦିନ ସଡ଼କ ଦୁର୍ଘଟଣା ଦୃତଗତିରେ ବୃଦ୍ଧି ପାଇବାରେ ଲାଗିଛି। ଟ୍ରାଫିକ୍ ନିୟମ ନ ମାନି ଗାଡ଼ି ଚଳାଇବା, ବେପରୁଆ ବା ଅନ୍ୟମନସ୍କ ହୋଇ ଗାଡ଼ି ଚଳାଇବା, ଦୃତ ବେଗରେ ଗାଡ଼ି ଚଳାଇବା ଏବଂ ବିଶେଷକରି ଗାଡ଼ି ଚଳାଇବା ବେଳେ ମୋବାଇଲ ବ୍ୟବହାର କରିବା ଯୋଗୁଁ ଦୁର୍ଘଟଣା ଘଟିବା ଏକ ପ୍ରମୁଖ କାରଣ। ସେହିପରି ଗାଡ଼ି ଚଳାଇବା ବେଳେ ହେଲମେଟ ନ ପିନ୍ଧିବା, ସିଟ୍‌ବେଲ୍ଟ ନ ବାନ୍ଧିବା ଯୋଗୁ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ବ୍ୟାପକ ଭାବେ ବୃଦ୍ଧି ପାଉଛି। ହେଲମେଟ ପିନ୍ଧି ଗାଡ଼ି ଚଳାଇଲେ ଯଦିଓ ଦୁର୍ଘଟଣା ଘଟିବ ଅନ୍ତତଃପକ୍ଷେ ମୁଣ୍ଡ, ଆଖି ଓ କାନ ଆଘାତରୁ ରକ୍ଷା ପାଇପାରିବ। ଇୟର ଫୋନ୍ ବ୍ୟବହାର ଦ୍ୱାରା ଚାଳକ ଅନ୍ୟମନସ୍କ ହୋଇ ଟ୍ରାଫିକ୍ ସିଗ୍‌ନାଲକୁ ଧ୍ୟାନ ନଦେବା, ଗାଡ଼ିରୁ ଗାଡ଼ି ସମଦୂରତା ନ ରଖିବା ଏବଂ ରାସ୍ତାର ଭୁଲ୍ ପାଶ୍ୱର୍ରେ ଗାଡ଼ି ଚଳାଇବା ଦ୍ୱାରା ୫ରୁ ୬ଗୁଣ ସଡ଼କ ଦୁର୍ଘଟଣା ବୃଦ୍ଧି ପାଇଥାଏ।

ଅସୁରକ୍ଷିତ ରାସ୍ତା ଯୋଗୁ ଦୁର୍ଘଟଣା ହାର ବୃଦ୍ଧି ପାଇବା ମୁଖ୍ୟ କାରଣ ବୋଲି ଜଣାପଡ଼ିଛି। ଏକ ଆକଳନରୁ ଜଣାଯାଇଛି ଯେ, ୨୦୨୦ ମସିହା ଅପେକ୍ଷା ୨୦୨୨ ମସିହାରେ ଦୁର୍ଘଟଣା ହାର ୨୫ ଭାଗ ବୃଦ୍ଧି ପାଇଛି। ୨୦୨୨ ମସିହାରେ ୪,୬୩,୪୧୯ଟି ଦୁର୍ଘଟଣା ଘଟିଥିବା ବେଳେ ୧,୬୮,୪୯୫ ଜଣଙ୍କ ମୃତ୍ୟୁ ଘଟିଛି। ସେଥିମଧ୍ୟରୁ ୨୩, ୩୨୧ଜଣ ମହିଳା ଓ ୯୫୩୦ ଶିଶୁ ଅନ୍ତର୍ଭୁକ୍ତ। ମହିଳାଙ୍କ ଅପେକ୍ଷା ପୁରୁଷମାନେ ଅଧିକ ଦୁର୍ଘଟଣାର ଶିକାର ହୋଇଥାନ୍ତି।

ଗମନା ଗମନର ସୁବିଧା ତଥା ସୁରକ୍ଷିତ ଓ ନିରାପଦ ଯାତ୍ରା ପାଇଁ ଏବେ ସାରା ଦେଶରେ ଜାତୀୟ ରାଜପଥ ସହିତ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ମୁଖ୍ୟରାସ୍ତାର ସମ୍ପ୍ରସାରଣ କାର୍ଯ୍ୟ ତ୍ୱରିତ ବେଗରେ ଚାଲୁରହିଛି। ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ମାତ୍ର ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଯୋଗୁ ଲକ୍ଷ ଲକ୍ଷ ପୁରୁଷ ଓ ମହିଳା ସେମାନଙ୍କର ଜୀବନ ଜୀବିକା ହରାଇ ବସିଥିବା ବେଳେ ରାସ୍ତାର ଦୁଇପାଶ୍ୱର୍ରେ କେଉଁ ଅନାଦି କାଳରୁ ରହି ଆସିଥିବା ଶହ ଶହ ବର୍ଷର ବିରାଟକାୟ ଗଛସବୁକୁ କାଟି ନଷ୍ଟ କରିଦିଆଯାଉଛି। ଏହିସବୁ ଗଛ କଟାଯିବା ଫଳରେ ପରିବେଶ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଇବ ଓ ଉତ୍ତାପ ମଧ୍ୟ ବୃଦ୍ଧି ପାଇବ। ଏହାର କୁପ୍ରଭାବ ସମଗ୍ର ଜୀବଜଗତ ଉପରେ ପଡ଼ିବ। ସମୟ ଆସିବ ଭାରତ ଏକ ଉତ୍ତପ୍ତ ଦେଶର ମାନ୍ୟତା ପାଇବାକୁ ପଛଘୁଞ୍ଚା ଦେବନାହିଁ। ଅନେକ ସମୟରେ ଶିଳ୍ପାୟନ, ପ୍ରଶସ୍ତ ସଡ଼କ ଓ ଡ୍ରେନ୍ ଇତ୍ୟାଦି ନିର୍ମାଣରେ ପ୍ରତ୍ୟହ ଲକ୍ଷ ଲକ୍ଷ ଗଛକୁ କାଟି ଦିଆଯାଉଛି।

ବିକାଶର କାର୍ଯ୍ୟ ଚାଲୁ, ରାସ୍ତା, ଶିଳ୍ପ, ଡ୍ରେନ୍ ଇତ୍ୟାଦି ନିର୍ମାଣ ହେଉ, ମାତ୍ର ଗଛସବୁକୁ କଟାନଯାଉ, ନଚେତ୍ ବୃକ୍ଷଶୂନ୍ୟ ହୋଇଯିବ ଦେଶ। ପ୍ରଦୂଷଣମୁକ୍ତ ଓ ସବୁଜିମାମୟକୁ ଫେରାଇ ଆଣିବା ଦିଗରେ ଆଉ ଗଛଗୁଡ଼ିକୁ ନ କାଟି ସ୍ଥାନନ୍ତରୀଣ ପ୍ରତିରୋପଣ କୌଶଳ ଆପଣାଇବା ଦରକାର। ପାଶ୍ଚାତ୍ୟ ଦେଶ ସମେତ ଭାରତର ଅନେକ ପଡ଼ୋଶୀ ରାଜ୍ୟରେ ଏବେ ଟ୍ରି-ଟ୍ରାନ୍ସପ୍ଲାଣ୍ଟର ମେସିନ୍‌କୁ ଅଧିକ ପରିମାଣରେ ଗୁରୁତ୍ୱ ଦେଉଥିବାର ଦେଖିବାକୁ ମିଳୁଛି। ଏହି ମେସିନ୍ ସାହାଯ୍ୟରେ ଶହ ଶହ ବର୍ଷର ଗଛକୁ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ସହଜରେ ସ୍ଥାନାନ୍ତରଣ କରାଯାଇ ପାରିବ। ଫଳେରେ ବିକାଶ କାର୍ଯ୍ୟ ସହଜରେ ହୋଇପାରିବ ଓ ଗଛ ମଧ୍ୟ ସୁରକ୍ଷିତ ଭାବେ ବଞ୍ôଚ ରହିବ। ମାତ୍ର ଏଥିପ୍ରତି କୌଣସି ବିକଳ୍ପ ବ୍ୟବସ୍ଥା ହାତକୁ ନ ନେବା ଯୋଗୁ ଅନାୟସରେ ଲକ୍ଷ ଲକ୍ଷ ଗଛ ବଳିପଡୁଛି।

ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଯୋଗୁ ରାସ୍ତା ତ ଚଉଡ଼ା ହେଉଛି। ହେଲେ ରାସ୍ତାର ଉଭୟ ପାଶ୍ୱର୍ରେ ଥିବା ଲକ୍ଷ ଲକ୍ଷ ବାସଗୃହ ଓ ଦୋକାନ ଗୃହକୁ ବୁଲ୍‌ଡ଼ୋଜର ସାହାଯ୍ୟରେ ଭାଙ୍ଗି ମାଟିରେ ମିଶାଯାଉଛି। ଫଳରେ ଅନେକ ଲୋକ ବାସଶୂନ୍ୟ ହେଉଛନ୍ତି ଏବଂ ବହୁ ଲୋକ ନିଜର ଦୀର୍ଘ ଦିନର ବ୍ୟବସାୟକୁ ହରାଇ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି ଏବଂ ପରିବାର ପ୍ରତିପୋଷଣ କରିବାକୁ ଅକ୍ଷମ ହୋଇପଡ଼ିଛନ୍ତି। ଯଦିଓ କ୍ଷତିଗ୍ରସ୍ତଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି, ତାହା ସମୁଦ୍ରକୁ ଶଙ୍ଖେ। ଏହି ଆର୍ଥିକ ସହାୟତାକୁ ବିନିଯୋଗ କରି ପୁନର୍ବାର ଘରଖଣ୍ଡେ କରି ବ୍ୟବସାୟ ଆରମ୍ଭ କରିବାକୁ ହେଲେ ଅନେକ ସମୟ ଲାଗିବ ଓ ବ୍ୟବସାୟର ପୂର୍ବାବସ୍ଥାକୁ ଫେରି ଆର୍ଥିକସ୍ଥିତି ସୁଦୃଢ କରିବାକୁ କେତେ ବର୍ଷ ଲାଗିବ ତାହା କହିବା ମୁସ୍କିଲ।

ସେହିପରି ରାସ୍ତା ସମ୍ପ୍ରସାରଣ ପାଇଁ କଟାଯାଉଥିବା ଗଛମାନଙ୍କ ପ୍ରଭାବରେ ପରିବେଶ ମାତ୍ରାଧିକ ଭାବରେ ପ୍ରଭାବିତ ହେବ। ଯେଉଁ ଅନୁପାତରେ ଗଛସବୁ କଟା ଚାଲିଛି, ସେହି ଅନୁପାତରେ ବୃକ୍ଷରୋପଣ କରାଯାଉ ନାହିଁ। ଜଙ୍ଗଲ ସୁରକ୍ଷା, ଗଛର ସୁରକ୍ଷା ପରିବର୍ତ୍ତେ ବ୍ୟାପକ ବୃକ୍ଷ ଛେଦନ ଯୋଗୁ ଅମ୍ଲଜାନର ଅଭାବ ପରିପୂରଣ ପାଇଁ ଯଥେଷ୍ଟ ଗଛ ନଥିବାରୁ ଦିଲ୍ଲୀ, ମୁମ୍ବାଇ ଆଦି ସହରରେ ଅକ୍ସିଜେନ ପାର୍ଲରମାନ ଖୋଲିଲାଣି ଏବଂ ଦୋକାନ ବଜାରରେ ତଥା ଚୀନର ରାଜଧାନୀ ବେଜିଂରେ ୧୮ ଡଲାରରେ ଏକ ଲିଟର ଅମ୍ଲଜାନ ବିକ୍ରି ହେଲାଣି।

ଅନୁରୂପ ଭାବରେ ଦିଲ୍ଲୀ, ମୁମ୍ବାଇ ଆଦି ପ୍ରଦୂଷିତ ସହରମାନଙ୍କରେ ଅକ୍ସିଜେନ ଥଳି ଦୋକାନ ବଜାରରେ ବିକ୍ରି ହେବା ଆରମ୍ଭ ହେଲାଣି। ତେଣୁ ଆଗାମୀ ଦିନରେ ବାହାରକୁ ଗଲେ ଏକ ସଫା ପାଣି ବୋତଲ ସହ ଅକ୍ସିଜେନ ଥଳି ଧରି ଯିବାର ସମୟ ଆସୁଛି। ଗଛସବୁ କଟାଯିବା ଯୋଗୁ ସମଗ୍ର ବିଶ୍ୱର ପରିବେଶ ପ୍ରଦୂଷଣ, ଜଳବାୟୁ ପରିବର୍ତ୍ତନ, ବିଶ୍ୱତାପନ ମୁଖ୍ୟ ସମସ୍ୟା ହୋଇ ଠିଆ ହୋଇଛି। ଏହାଦ୍ୱାରା ଖୁବ୍ ଶୀଘ୍ର ସମୁଦ୍ର ପତନ ବୃଦ୍ଧି ପାଇ ବିଶ୍ୱର ଅନେକ ସମୁଦ୍ର ତଟସ୍ଥ ସହର, ଦେଶ ତଥା ରାଜ୍ୟର ବହୁ ସହର ୫ ଫୁଟ ପାଣି ଭିତରେ ରହିବ ବୋଲି ବିଶ୍ୱ ପରିବେଶବିଜ୍ଞାନୀମାନେ ପୂର୍ବାନୁମାନ କରିଛନ୍ତି। ଯଦିଓ ପ୍ରଶାସନ ପକ୍ଷରୁ ବ୍ୟାପକ ବୃକ୍ଷରୋପଣ କରାଯାଏ, ତେବେ କଟା ଯାଇଥିବା ଗଛ ଗୁଡ଼ିକର ଅଭାବ ପୂରଣ ପାଇଁ କେତେଶହ ବର୍ଷ ଲାଗିବ ତାହା ଆମର ଆଗାମୀ ଭବିଷ୍ୟତର ପୀଢିମାନେ ଦେଖିବାକୁ ବାକିରହିଲା।

ରାସ୍ତା ସମ୍ପ୍ରସାରଣ ବା ଓସାର ଫଳରେ ଗମନା ଗମନର ସୁବିଧା ହେବ ସତ, ମାତ୍ର ସଡ଼କ ଦୁର୍ଘଟଣା ମାତ୍ରାଧିକ ବୃଦ୍ଧି ପାଇବ। ବର୍ତ୍ତମାନ ଦିନକୁ ଦିନ ଗାଡ଼ି ମଟର ସଂଖ୍ୟା ବଢିବାରେ ଲାଗିଛି। ରାସ୍ତା ସମ୍ପ୍ରସାରଣ ଫଳରେ ଚାଳକମାନେ ଅଧିକ ବେଗରେ ଗାଡ଼ି ଚଳାଇବେ। ବିଶେଷକରି ଯୁବଗୋଷ୍ଠୀମାନେ ଆବଶ୍ୟକତା ଠାରୁ ଅଧିକ ବେଗରେ ବେପରୁଆ ଭାବେ ଗାଡ଼ି ଚଳାଇବେ ଏବଂ ରାସ୍ତାରେ ଚାଲି ଚାଲି ଯାଉଥିବା ବ୍ୟକ୍ତି ଓ ସାଇକେଲ ଆରୋହୀମାନେ ବିଶେଷଭାବେ ଦୁର୍ଘଟଣାର ଶିକାର ହେବେ। ଯାହା ବ୍ୟକ୍ତି ଓ ପରିବାର ପାଇଁ ଆର୍ଥିକ ବୋଝ ପାଲଟିବ।

ଏହି ସଡକ ଦୁର୍ଘଟଣାରେ କିଏ ବାପକୁ ହରାଇବ, ତ କିଏ ପୁଅକୁ ହରାଇବ ଆଉ କିଏ ଭାଇକୁ ହରାଇ ତ ଆଉ କେହି ସବୁଦିନ ପାଇଁ ଅକର୍ମଣ୍ୟ ହୋଇ ଜୀବନ ସହ ସଂଗ୍ରାମ କରି ବଞ୍ôଚବ। ଖାଦ୍ୟ, ବସ୍ତ୍ର ଓ ବାସଗୃହ ପରି ଗଛ ମଧ୍ୟ ମଣିଷ ପାଇଁ ନିହାତି ଅପରିହାର୍ଯ୍ୟ। ତୃଷ୍ଣା ନିବାରଣ ପାଇଁ ଖାଦ୍ୟ, ଲଜ୍ଜା ନିବାରଣ ପାଇଁ ବସ୍ତ୍ର, ଖରା, ବର୍ଷା ଓ ଶୀତ ଦାଉରୁ ରକ୍ଷା ପାଇଁ ଖଣ୍ଡିଏ ବାସଗୃହ ଏବଂ ସୁସ୍ଥ ପରିବେଶ, ମୁକ୍ତ ପବନ ପାଇଁ ଗଛଟିଏ ପ୍ରତ୍ୟେକ ମଣିଷର ନହାତି ଦରକର।

ସାମ୍ପ୍ରତିକ ସମୟରେ ପରିବେଶ ସୁରକ୍ଷା, ଉତ୍ତାପ ବୃଦ୍ଧି ଓ ଜଳବାୟୁ ପରିବର୍ତ୍ତନ ଆଦି ଦୈବ ଦୁର୍ବିପାକରୁ ଉଦ୍ଭିଦ ଜଗତ ଓ ପ୍ରାଣୀ ଜଗତକୁ ରକ୍ଷା କରିବା ପାଇଁ ବୃକ୍ଷରୋପଣ ଏକ ଶ୍ରେଷ୍ଠ ମାଧ୍ୟମ। ତେଣୁ ଗଛଟିଏ ଲଗାଇବା ବଦଳରେ ବିକାଶ ନାମରେ ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରି କେଉଁ ଅନାଦି କାଳରୁ ରହି ଆସିଥିବା ଗଛ ସବୁକୁ କାଟି ଧ୍ୱଂସ କରିବା, ରାସ୍ତାକଡ଼ରେ ଥିବା ଦୋକାନ ଗୁଡ଼ିକୁ ଭାଙ୍ଗି ଗରିବ ଲୋକମାନଙ୍କ ଆର୍ଥିକ ମେରୁଦଣ୍ଡକୁ ଦୁର୍ବଳ କରି ରାସ୍ତା ପ୍ରଶସ୍ତିକରଣ କରିବା ଦ୍ୱାରା ରାଜ୍ୟ ତଥା ଦେଶର ବିକାଶ ହେବ ନା ବିନାଶ, ତାହା ପାଠକେ ବିଚାର କରିବେ।

କଣ୍ଟି, ବାହାରଣା, ବାଲିକୁଦା, ଜଗତସିଂହପୁର

ମୋ : ୮୩୨୮୮୪୦୨୧୪

accident oxygen pollution
Share. Facebook Twitter LinkedIn Email WhatsApp Copy Link

Related Posts

ଭଗବତୀ ଚରଣ ପାଣିଗ୍ରାହୀଙ୍କ ଅମର ଲେଖନୀରୁ “ଆଧୁନିକ”ର ପ୍ରଥମ ସମ୍ପାଦକୀୟ

August 15, 2026

ଆଜିଠାରୁ ଭାରତ ବନାମ ଶ୍ରୀଲଙ୍କା ପ୍ରଥମ ଟେଷ୍ଟ: ଜାଣନ୍ତୁ ପ୍ଲେଇଂ ଏକାଦଶ ଏବଂ ପିଚ୍ ରିପୋର୍ଟ

August 15, 2026

ସ୍ୱାଧୀନତା ଦିବସରେ BSNLର ‘୧ ଟଙ୍କା ଫ୍ରିଡମ୍ ଅଫର୍’; ଦୈନିକ ୧ଜିବି ଡାଟା ଓ ଅସୀମିତ କଲ୍ ସୁବିଧା

August 15, 2026

ଟେଲିଭିଜନ ଚ୍ୟାନେଲ ପାଇଁ ୧୨ ମିନିଟର ବିଜ୍ଞାପନ ସମୟସୀମା ଉଚ୍ଛେଦ କଲେ ସରକାର

August 15, 2026
Latest News

ସ୍ୱାଧୀନତା ଦିବସରେ ଓଡ଼ିଶାକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଉପହାର: ମାଗଣା ଶିକ୍ଷାରୁ ଏଆଇ ଟ୍ରେନିଂ, ଆସିବ ୪ ମେଡିକାଲ କଲେଜ

August 15, 2026

ଓଲଟିଲା ଅଟୋ; ୮ ଛାତ୍ରଛାତ୍ରୀଙ୍କ ସମେତ ଚାଳକ ଆହତ

August 15, 2026

ଓସିଏ ନିର୍ବାଚନ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ: ବିସିସିଆଇ ଦାଖଲ କରିବ ଜବାବ, ଅଗଷ୍ଟ ୨୧ରେ ପରବର୍ତ୍ତୀ ଶୁଣାଣି

August 15, 2026

ଭଗବତୀ ଚରଣ ପାଣିଗ୍ରାହୀଙ୍କ ଅମର ଲେଖନୀରୁ “ଆଧୁନିକ”ର ପ୍ରଥମ ସମ୍ପାଦକୀୟ

August 15, 2026

ଆଜିଠାରୁ ଭାରତ ବନାମ ଶ୍ରୀଲଙ୍କା ପ୍ରଥମ ଟେଷ୍ଟ: ଜାଣନ୍ତୁ ପ୍ଲେଇଂ ଏକାଦଶ ଏବଂ ପିଚ୍ ରିପୋର୍ଟ

August 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.